ଆମ ଜିଲା ଖବର

କୋରାପୁଟରୁ ବାପାଙ୍କୁ ଆଣିଥିଲେ: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ସରପଞ୍ଚଙ୍କ ପରିବାର

ଆର.ଉଦୟଗିରି,୧୦ା୫(ଡି.ଏନ.ଏ.)- ଆର.ଉଦୟଗିରି ବ୍ଲକ ମଙ୍ଗରାଜପୁର ସରପଞ୍ଚ ବାପାଙ୍କୁ କୋରାପୁଟରୁ ଘରକୁ ଆଣିଥିବାରୁ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ସପରିବାର ହୋମ୍‌ କ୍ବାରାଣ୍ଟାଇନରେ ରହିଛନ୍ତି। ମଙ୍ଗରାଜପୁର ସରପଞ୍ଚ ରୁବି ରଇତ ବାପାଙ୍କ ଦେହ ଖରାପ ଥିବାରୁ କୋରାପୁଟ ଦେଖା କରିବାକୁ ଯାଇଥିଲେ। ବାପାଙ୍କୁ ଧରି...

ସଙ୍ଗରୋଧ କେନ୍ଦ୍ରରେ ସମ୍ପର୍କୀୟଙ୍କ ଅବାଧ ପ୍ରବେଶ

ଶେରଗଡ଼,୧୦ା୫(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ଗୋଠଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ରକୁ ସୁରଟ ଫେରନ୍ତାଙ୍କ ସମ୍ପର୍କୀୟ ଭେଟିବାକୁ ଆସିବା ସହ ଜିନିଷ ପତ୍ର ମଧ୍ୟ ଦେଉଛନ୍ତ। ସଙ୍ଗରୋଧ କେନ୍ଦ୍ରକୁ ଏପରି ଅବାଧ ପ୍ରବେଶ ଗୋଠଗଁ। ପ୍ରତି ବିପଦ ଆଣିପାରେ। ଉକ୍ତ...

ଶିକ୍ଷକ ଓ କର୍ମଚାରୀଙ୍କ ପକ୍ଷରୁ ସହାୟତା

ବାଲେଶ୍ୱର ଅଫିସ, ୧୦।୫-ସମଗ୍ର ବିଶ୍ୱ ଏବେ ମହାମାରୀ କରୋନା କବଳରେ। ଏହାଯୋଗୁ ଅନେକ ଜୀବନ ଗଲାଣି ଓ ଅନେକ ଆକ୍ରାନ୍ତ ହେଲେଣି। ଆର୍ଥିକ ଓ ସାମାଜିକ ଜୀବନ ଦୋହଲି ଗଲାଣି। ଏଭଳି ବିପତ୍ତି ସମୟରେ ସରକାର, ପ୍ରଶାସନ, ଡାକ୍ତର, ପୋଲିସ,...

ଜିଲା ପ୍ରଶାସନ ତରଫରୁ ଦିଆଗଲା ଶୁଖିଲା ରାଶନ

ବାଲେଶ୍ୱର ଅଫିସ, ୧୦।୫-ଲକଡାଉନ ସମୟରେ ନିଜ ଗୁଜରାଣ ମେଣ୍ଟାଇବା ଲାଗି ବିଭିନ୍ନ ସମସ୍ୟାର ସାମ୍ନା କରୁଥିବା ୫୩ଟି ଅସହାୟ ପରିବାରଙ୍କୁ ଜିଲା ପ୍ରଶାସନ ତରଫରୁ ଶୁଖିଲା ରାଶନ କିଟ୍‌ ବଣ୍ଟନ କରାଯାଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଜିଲା...

ପରଲୋକରେ ବିଜେଡି ନେତା ସୁବାସ ଚୌହାନ

ଭୁବନେଶ୍ୱର/ ବରଗଡ ଅଫିସ, ୧୦।୫:(ବ୍ୟୁରୋ)-  ପରଲୋକରେ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୁବାସ ଚୌହାନ। ଶନିବାର ବିଳମ୍ବିତ ରାତି ୩ଟା ୫ ମିନିଟ୍‌ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ...

ରେଳ ଧାରଣାରେ ବେଲଦା ଯାଉଛନ୍ତି ୧୪ ଶ୍ରମିକ

ଜଳେଶ୍ୱର, ୧୦।୫(ସ୍ବ.ପ୍ର.)-କରୋନା ଲାଗି ଲକ୍‌ଡାଉନ୍‌ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ କଳକାରଖାନା, କମ୍ପାନୀ ଆଦି ବନ୍ଦ ହୋଇ ଯାଇଥିବାରୁ ପ୍ରବାସୀମାନେ ଘରମୁହଁ। ହୋଇଛନ୍ତି। ଗମନାଗମନରେ ରୋକୋ ଲାଗିଥିବାରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟାତ ଅସମ୍ଭବ ହୋଇପଡିଛି। ପାଖରେ ଅର୍ଥ...

ପିଲାଙ୍କୁ ବାଣ୍ଟିଲେ ପାଠ୍ୟ ଉପକରଣ

ଯୋଡ଼ା, ୧୦।୫(ଡି.ଏନ.ଏ.)-କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସମଗ୍ର ଦେଶରେ ଲକଡାଉନ୍‌ ଘୋଷଣା କରାଯାଇଛି। ଏହି କାରଣରୁ ସମଗ୍ର ଦେଶରେ ସ୍କୁଲ୍‌ ଗୁଡିକ ବନ୍ଦ ରହିଛି। ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍‌ର ଛାତ୍ରୀଛାତ୍ରଙ୍କୁ ଘରେ ରହି ମୋବାଇଲ ଫୋନ ଦ୍ୱାରା...

CORONAVIRUS UPDATE: ୨୦ ଜିଲାକୁ ଡେଇଁଲା କରୋନା; ଏକାଥରେ ୫୮ ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୩୫୨

ଭୁବନେଶ୍ୱର,୧୦।୫:(ବ୍ୟୁରୋ)- ରାଜ୍ୟରେ ଏକାଥରେ ୫୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୯ଜଣ ଗଞ୍ଜାମ,ବାଲେଶ୍ଵର ୧୫, ମୟୁରଭଞ୍ଜ ୧ ଏବଂ ଅନୁଗୁଳ ଜିଲାରେ ୧୩ ଜଣ ରହିଥିବା ନେଇ...

ଅସ୍ଥାୟୀ ଶିବିର ସମ୍ମୁଖରେ ୧୪୪ଧାରା ଜାରି

ଖଇରା,୧୦।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ବିଭିନ୍ନ ଅସ୍ଥାୟୀ ଚିକିତ୍ସା ଶିବିର ଆଗରେ ଭିଡ ଉପରେ କଟକଣା ଲଗାଇବାକୁ ପ୍ରଶାସନ ପକ୍ଷରୁ ଶନିବାର ଠାରୁ ୧୪୪ଧାରା ଜାରି କରାଯାଇଛି। ଏସମ୍ପର୍କରେ ଶନିବାର ଅପରାହ୍ନରେ ଖଇରା ତହସିଲ ପକ୍ଷରୁ ମାଇକ ଯୋଗେ ପ୍ରଚାର...

ଆବଦ୍ଧାଞ୍ଚଳରେ କଟକଣା ମାନୁନାହାନ୍ତି: ବାଡବସା ପାଇଁ ହାତାହାତି

ଖଇରା,୧୦।୫(ଡି.ଏନ.ଏ)-ବାଲେଶ୍ୱର ଜିଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ବୁଧବାର ଠାରୁ ବାରିଙ୍ଗିଆ ସମେତ ତତ୍‌ ସଂଲଗ୍ନ ମହିଁସାମୁଣ୍ଟା, ଚକାପଦାକୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। କିନ୍ତୁ ଏହାକୁ ଲୋକେ ମାନୁ...

CORONAVIRUS UPDATE: ରାଜ୍ୟରେ ତୃତୀୟ କରୋନା ମୃତ୍ୟୁ

ଭୁବନେଶ୍ୱର,୧୦।୫:(ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ମୃତକ ଜଣକ ଗଞ୍ଜାମ ଜିଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ...

କାମ ନ ସରୁଣୁ ଧସୁଛି ପଥରବନ୍ଧ

ଜଳେଶ୍ୱର, ୧୦।୫(ସ୍ବ.ପ୍ର)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ମାକିଡିଆ ପଞ୍ଚାୟତଠାରେ ନିର୍ମାଣାଧୀନ ସୁବର୍ଣ୍ଣରେଖା ନଦୀର ପଥରବନ୍ଧ ଓ ସ୍ପର ନିର୍ମାଣ ନ ସରୁଣୁ ୩ଦିନରେ ୩ଟି ସ୍ଥାନରେ ଧସି ଯାଇଛି। ବର୍ଷାଋତୁ ଆସିବା ପୂର୍ବରୁ ପଥରବନ୍ଧର ଏପରି ଅବସ୍ଥା ନେଇ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri