ଆମ ଜିଲା ଖବର

ବିଦେଶୀ ମଦ ବୋଝେଇ ବୋଲେରୋ ଜବତ: ୬ ଗିରଫ

ଶେରଗଡ,୯ା୫(ଡି.ଏନ୍‌.ଏ.)- ଶେରଗଡ ଚାରିଛକରେ ଶନିବାର ଭୋରରେ ବିଦେଶୀ ମଦ ବୋଝେଇ ବୋଲେରୋ (ନଂ.ଓଡି୦୭ଆର୍‌-୬୯୭୨)କୁ ଶେରଗଡ ପୋଲିସ ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନଙ୍କ ନେତୃତ୍ୱରେ ଜବତ କରାଯାଇଛି। ଏଥିରେ ଥିବା ୬ଜଣଙ୍କୁ ଗିରଫ କରି ନଂ.୪୮/୨୦ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଛି।...

ଭିମ୍‌ସାରରେ ଘରୋଇ ଆମ୍ବୁଲାନ୍ସ ଉପରେ କଟକଣା

ସମ୍ବଲପୁର,୯ା୫(ବ୍ୟୁରୋ)-ସମ୍ବଲପୁର ବୁର୍ଲା ଭିମ୍‌ସାର ପରିସରରେ ଘରୋଇ ଆମ୍ବୁଲାନ୍ସଗୁଡିକ ପାର୍କିଂ କରିପାରିବେ ନାହିଁ। ମେଡିକାଲ କ୍ୟାମ୍ପସ ବାହାରେ ରହିବେ। ରୋଗୀ ବା ସେମାନଙ୍କ ସମ୍ପର୍କୀୟଙ୍କ ସହ ମୂଲଚାଲ କରି ପାରିବେ ନାହିଁ। ଦର ଧାର୍ଯ୍ୟ ପରେ ଆମ୍ବୁଲାନ୍ସ ରୋଗୀ କିମ୍ବା ମୃତଦେହ...

ଶ୍ରମିକଙ୍କ ପାଇଁ ପୁଣି ଡ୍ରାଇଭର ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂ

ସୋହେଲା,୯ା୫(ଡି.ଏନ.ଏ.): କିଛି ଦିନ ତଳେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଶ୍ରମିକମାନଙ୍କ ପାଇଁ ନିଜେ ଡ୍ରାଇଭର ସାଜି ରାତିରେ ସୋନପୁର ନେଇ ଛାଡିଥିଲେ। ଶନିବାର ସାରେ ପୁଣି ଥରେ ସେ ପିକ୍‌ଅପ୍‌ ଭ୍ୟାନ ଚଳାଇ...

ବିଲରେ ପଡି ଯୁବକଙ୍କ ପ୍ରାଣଗଲା, ଅଂଶୁଘାତ ସନ୍ଦେହ

ବାଲିଆପାଳ/ଲଙ୍ଗଳେଶ୍ୱର, ୯।୫(ସ୍ବ.ପ୍ର/ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଲଙ୍ଗଳେଶ୍ୱର ଗ୍ରାମର ନରୋତ୍ତମ ସାହୁ ନାମକ ଯୁବକ ଶନିବାର ମଧ୍ୟାହ୍ନ ସମୟରେ ବିଲରେ ପଡି ପ୍ରାଣ ହରାଇଛନ୍ତି। ସେ ଧାନ କାଟୁଥିବା ବେଳେ ହଠାତ୍‌ ତଳେ ପଡିଯାଇଥିଲେ। ଅନ୍ୟ ବିଲରେ କାର୍ଯ୍ୟ କରୁଥିବା...

ପ୍ରବାସୀ ଶ୍ରମିକଙ୍କ ଦୁଃଖ: ଗଛ ତଳେ ଆଶ୍ରୟ ନେଲେ

ବରଗଡ଼ ଅଫିସ୍‌,୯।୫: କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ପ୍ରାୟ ଦେଢ଼ମାସ ହେଲା ଲକ୍‌ଡାଉନ କଟକଣା ଯୋଗୁ ଲୋକଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଛି। ଏଥିରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ବଢ଼ି ଯାଇଛି। ଶନିବାର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ୧୩...

ଛଟେଇ ଆରମ୍ଭ କଲେଣି ଠିକା ସଂସ୍ଥା

ଝାରସୁଗୁଡା ଅଫିସ,୯ା୫: ଝାରସୁଗୁଡାରେ ଏବେ ଠିକା ସଂସ୍ଥାଗୁଡିକ ଛଟେଇ ଆରମ୍ଭ କଲେଣି। ଫଳରେ ବାହାର ଅଞ୍ଚଳରୁ ଆସୁଥିବା ଶ୍ରମିକ ଏବେ ଘର ମୁହାଁ ହେଲେଣି। ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶନିବାର ଛଟେଇ ହୋଇଥିବା ଶ୍ରମିକ ଘରକୁ ଯିବା ପାଇଁ...

ଅସ୍ଥାୟୀ ଆଶ୍ରୟଗୃହରେ ଶ୍ରମିକଙ୍କ ଜୀବନ ଗଲା

ସୋନପୁର/ବିନିକା,୯।୫(ନି.ପ୍ର./ଡି.ଏନ୍‌.ଏ.):ଲକ୍‌ଡାଉନ୍‌ରେ ଫସି ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ସିଂଘିଯୁବା ୟୁପି ସ୍କୁଲ(ଅସ୍ଥାୟୀ ଆଶ୍ରୟ ସ୍ଥଳ)ରେ ରହୁଥିବା ପଶ୍ଚିମବଙ୍ଗର ଜଣେ ଶ୍ରମିକଙ୍କର ଶନିବାର ମୃତ୍ୟୁ ହୋଇଛି। ମୃତ ଶ୍ରମିକଙ୍କ ନାମ ବକୁଲ ସେଖ୍‌(୨୨)। ତାଙ୍କ ଘର ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲା...

କାଳବୈଶାଖୀରେ ୭୪୪ ଘର ଭାଙ୍ଗିଛି

ମନମୁଣ୍ଡା,୯।୫ (ଡି.ଏନ.ଏ.)-ନିକଟରେ ହୋଇଥିବା କାଳବୈଶାଖୀରେ ବୌଦ୍ଧ ଜିଲାର ବିଭିନ୍ନ ଅଞ୍ଚଳରେ ୭୪୪ ଜଣଙ୍କ ଘର ଭାଙ୍ଗି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ବିପନ୍ନ ଲୋକେ ଖୋଲା ଆକାଶ ତଳେ ପଡି ରହି ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି।...

ପୋଚ ନଷ୍ଟ କଲେ ଗାଁ ମହିଳା

ସମ୍ବଲପୁର,୯ା୫(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ଅଞ୍ଚଳରେ ମଦ କାରବାର ଦିନକୁ ଦିନ ବଢି ଚାଲିଛି । ସମ୍ବଲପୁର ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କଲା ପରେ ବି କୌଣସି ସୁଫଳ ମିଳିନାହିଁ। ଶନିବାର...

ଦିବ୍ୟାଙ୍ଗ ଯୁବତୀ ବଳାତ୍କାରର ଶିକାର

ନାକଟିଦେଉଳ,୯।୫(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅନ୍ତର୍ଗତ ଜାମୁଯୋରୀ ପଞ୍ଚାୟତର ଏକ ଗାଁରେ ଜଣେ ଦିବ୍ୟାଙ୍ଗ ଯୁବତୀ ବଳାତ୍କାରର ଶିକାର ହୋଇଛନ୍ତି। ଏ ନେଇ ନାକଟିଦେଉଳ ଥାନାରେ ଶନିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ବୈରାଗୀ ମାଝି ଓରଫ...

ଓଡ଼ିଶା ଫେରାଇ ଆଣିବାକୁ ତାମିଲନାଡୁରୁ ପ୍ରବାସୀଙ୍କ ନିବେଦନ

ବାମରା,୯।୫,(ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ ଲରିଆପାଲି ପଞ୍ଚାୟତ ନୂଆଡ଼ିହି ଗ୍ରାମର ଲିଲିମା କୁଜୁର ଓ ଜମନକିରା ବ୍ଲକ ଟିକଲିପଡା ପଞ୍ଚାୟତ ବରହାମୁଣ୍ଡି ଗ୍ରାମର ଶୁକ୍ରା ଓରାମଙ୍କ ସମେତ କେତେକ ଯୁବକ ଯୁବତୀ ତାମିଲନାଡୁ ରାଜ୍ୟ ଇରୋଡ଼ ଜିଲା ପଲଭାକାଲିପଲାୟମସ୍ଥିତ...

ଛତିଶଗଡ଼, ଝାଡ଼ଖଣ୍ଡ ଗଲେ ୧୦୬

ଅନୁଗୋଳ ଅଫିସ/ଛେଣ୍ଡିପଦା/ପାଲଲହଡ଼ା, ୯।୫- ଅନୁଗୋଳ ଜିଲାର ବିଭିନ୍ନ ବ୍ଲକରେ କ୍ବାରାଣ୍ଟାଇନ୍‌ ଅବଧି ସମାପ୍ତ କରିଥିବା ଛତିଶଗଡ଼ର ୭୫ ଜଣ ଶ୍ରମିକଙ୍କୁ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ତାଙ୍କ ଅଞ୍ଚଳକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ଅନୁଗୋଳ ବ୍ଲକରେ ୨୪ ଜଣ, ବଅଁରପାଳ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri