ଆମ ଜିଲା ଖବର

ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ବୁହାହେଲେ ପ୍ରସୂତି

ରତ୍ନଗିରି,୬।୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବାଇଁଶିରିଆ ପଞ୍ଚାୟତରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ନ ଆସିବାରୁ ଜଣେ ପ୍ରସୂତିଙ୍କୁ ଟ୍ରଲିରେ ବୁହାଯାଇଥିବା ଦେଖିବାକୁ...

ରସୁଲପୁର ବ୍ଲକରେ ୩ୟ କରୋନା ଆକ୍ରାନ୍ତ ଚିହ୍ନଟ

ରସୁଲପୁର,୬।୫(ଡି.ଏନ୍‌.ଏ.): ଯାଜପୁର ଜିଲାର ରସୁଲପୁର ବ୍ଲକରେ ୩ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ଜଣକ ରାହାମ୍ବା ପଞ୍ଚାୟତ ସଦାନନ୍ଦପୁର ଗ୍ରାମର ବୋଲି ସୂଚନା ମିଳିଛି। ଉକ୍ତ ବ୍ୟକ୍ତିଜଣକ କଲିକତା ଫେରନ୍ତା ବୋଲି ଜଣାପଡିଛି। ଏପ୍ରିଲ ୨୯ରେ ନମୁନା...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିପାରିବେ ପ୍ରବାସୀ ଗର୍ଭବତୀ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୬।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାକୁ ସୁରଟ, କେରଳରୁ ପ୍ରବାସୀମାନେ ଆସିବାରେ ଲାଗିଛନ୍ତି। ଏହି ପ୍ରବାସୀମାନଙ୍କ ମଧ୍ୟରେ କେତେକ ଗର୍ଭବତୀ ରହିଥିବା ଦେଖାଯାଇଛି। ଆବଶ୍ୟକ ହେଲେ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ଗର୍ଭବତୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇପାରିବ। ଏନେଇ ଜିଲାର ସମସ୍ତ...

୧୮୦ ଲିଟର ଦେଶୀ ମଦ ସହ ପୋଚ ଜବତ, ୪ ଗିରଫ

ବ୍ରହ୍ମପୁର ଅଫିସ,୬।୫- କୁକୁଡାଖଣ୍ଡି ବ୍ଲକ ଉପର କୁମ୍ଭଝରି, ସୁକୁଣ୍ଡା ଛକ ଓ ଗୋକର୍ଣ୍ଣପୁର ଗ୍ରାମରେ ଚାଲିଥିବା ବେଆଇନ ମଦ ଭାଟି ଉପରେ ବୁଧବାର ବ୍ରହ୍ମପୁର ଅବକାରୀ ଓ ଗୋଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୮୦ ଲିଟର ଦେଶୀ ମଦ,...

କରୋନା ବଢ଼ାଇଛି ଚିନ୍ତା: ଗଞ୍ଜାମ ଯିବେ ବିଶେଷଜ୍ଞ ଟିମ୍‌

ଭୁବନେଶ୍ୱର,୬।୫(ବ୍ୟୁରୋ): ଗଞ୍ଜାମ ଜିଲାରେ ୩ଟି କରୋନା ପଜିଟିଭ୍‌ ମାମଲା ଆସିଛି। ଏହାକୁ ଦୃଷ୍ଟିରେ ରଖି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଓ ଆର୍‌ଏମ୍‌ଆର୍‌ସି ବୈଜ୍ଞାନିକଙ୍କୁ ନେଇ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ସର୍ଭେଲାନ୍ସ ଓ କଣ୍ଟେନ୍‌ମେଣ୍ଟ ଜୋନ୍‌ ଆଦି...

ଗଛରେ ପିଟିହେଲା କଣ୍ଟେନର

ବାଲିଗୁଡ଼ା,୬ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର କୁର୍ତ୍ତମଗଡ଼ ପନ୍ଦରମାଇଲ ନିକଟରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ବ୍ରହ୍ମପୁରରୁ ତୁମୁଡ଼ିବନ୍ଧ ଅଭିମୁଖେ ଯାଉଥିବାବେଳେ ଏକ ମିନି କଣ୍ଟେନର ଭାରସାମ୍ୟ ହରାଇ ପନ୍ଦରମାଇଲ ନିକଟରେ ରାସ୍ତାପାର୍ଶ୍ୱ ଗଛରେ ପିଟି...

ଟୁଇଟ୍‌ ପରେ ପ୍ରବାସୀ ଶ୍ରମିକଙ୍କୁ ମିଳିଲା ଆଶ୍ରୟ

ବରଗଡ଼ ଅଫିସ,୬ା୫: ଝାଡ଼ଖଣ୍ଡରୁ ଅତାବିରାରେ ମଙ୍ଗଳବାର ପହଞ୍ଚିଥିବା ଏକ ପ୍ରବାସୀ ଶ୍ରମିକ ପରିବାର ଆଶ୍ରୟ ଟିକିଏ ପାଇଁ ବାରଓଳି ଶୁଣ୍ଢିପିଣ୍ଡା ହୋଇଥିଲେ। ସେମାନେ ପୂର୍ବରୁ ଏକ ଘରଭଡ଼ା ନେଇଥିଲେ ସୁଦ୍ଧା ଘରମାଲିକ ସେମାନଙ୍କୁ ରଖିବାକୁ ମନା କରି ଦେଇଥିଲେ। ସେହିପରି...

ମାସ୍କ ନ ପିନ୍ଧି ୧୪୨ ଜଣ ଗଣିଲେ ଜରିମାନା

ବରଗଡ଼ ଅଫିସ,୬ା୫: ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାକୁ ଉଲ୍ଲଂଘନ କଲେ ଜରିମାନା ନିଆଯାଉଛି। ଏହି କ୍ରମରେ ବରଗଡ଼ ଜିଲା ପୋଲିସ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଧରପଗଡ଼ ଚାଲିଥିଲା। ଏଥିରେ ୧୪୨...

କୋରାପୁଟ-କିରୁଣ୍ଡୁଲ ରେଳ ଲାଇନ୍‌ରେ ପଥର ଧସିଲା: ୩ ମୃତ, ୪ ଗୁରୁତର

ରାୟଗଡ଼ା ଅଫିସ,୬ା୫: କୋରାପୁଟ-କିରୁଣ୍ଡୁଲ ରେଳ ଲାଇନର ବୋରା କେଭ୍‌ ନିକଟରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଚିରୁକାପଲ୍ଲୀ ରେଳଷ୍ଟେଶନଠାରେ ରେଳ ଲାଇନରେ ପଥର ଧସିବାରୁ ଏହି ପଥରଗୁଡିକୁ ରାସ୍ତାରୁ ହଟାଇ ସଫା କରିବା ପାଇଁ ୩୦ ଜଣ କର୍ମୀଙ୍କୁ ନିୟୋଜିତ...

ଗଞ୍ଜାମ ଜିଲାର ୨୬୮କ୍ୱାରାଣ୍ଟାଇନ ସେଣ୍ଟରରେ ଦୈନିକ ଚାଲିଛି ମନିଟରିଂ

ଛତ୍ରପୁର, ୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଥିବା ୨୬୮ଟି କ୍ୱାରାଣ୍ଟାଇନ ସେଣ୍ଟରରେ ୧୭ ହଜାର ୨୪୪ ଜଣ ରହିଛନ୍ତି। ଦୈନିକ ସ୍ଥାନୀୟ ଥାନା ପୋଲିସ କ୍ୱାରାଣ୍ଟାଇନ ସେଣ୍ଟରରର ମନିଟରିଂ କରୁଛନ୍ତି। ଏହାର ଦୈନିକ ରିପୋର୍ଟ ଥାନା ପକ୍ଷରୁ...

କିଶୋରନଗରରେ ଝଡ଼ତୋଫାନ: ଉଡିଗଲା ଚାଳ ଛପର, ଆଜବେଷ୍ଟସ

ବଇଣ୍ଡା,୬ା୫(ଡି.ଏନ୍‌.ଏ)-ଅନୁଗୋଳ ଜିଲା କିଶୋରନଗର ବ୍ଲକର ବିଭିନ୍ନ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଝଡ଼ତୋଫାନ ସହ ବର୍ଷା ହୋଇଛି। ପ୍ରବଳ ବର୍ଷା ସହ ପବନ ହୋଇଥିବା ଯୋଗୁ ଡାଳପକା ଗ୍ରାମର ରଘୁନାଥ ବେହେରାଙ୍କ ୩ ବଖରା ଆଜବେଷ୍ଟସ ଉଡି ଯାଇଛି। ରଘୁନାଥଙ୍କ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ବଇଣ୍ଡା,୬ା୫(ଡି.ଏନ୍‌.ଏ)-କରୋନା ମୁକାବିଲା ପାଇଁ ବୁଧବାର କିଶୋରନଗର ବ୍ଲକ ୫ ଟି ପଞ୍ଚାୟତର ଏମବିକେ ମହିଳା ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୬୩୦୦ ଟଙ୍କା ସହାୟତା ଯୋଗାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏକାଉଣ୍ଟରେ ଡିପୋଜିଟ କରି ରସିଦକୁ କିଶୋରନଗର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri