ଆମ ଜିଲା ଖବର

ଆଧାରକାର୍ଡ ପାଇଁ ଆଖି ବାଧକ

ଭୁବନ, ୬।୫(ଡି.ଏନ.ଏ.) – ଜନ୍ମରୁ ଆଖି ନାହିଁ। ଆଖି ନ ଥିବାରୁ ହୋଇପାରୁନି ଆଧାରକାର୍ଡ। ଆଧାରକାର୍ଡ ନ ଥିବାରୁ ମିଳୁନି କୌଣସି ସରକାରୀ ସହାୟତା। ଏପରି ସ୍ଥିତିରେ ଭତ୍ତା ଟଙ୍କାରେ ବଡ଼ ଦୁଃଖକଷ୍ଟରେ ଚଳୁଛନ୍ତି ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି...

ଝାଡ଼ଖଣ୍ଡ ଗଲେ ୧୨୪ ଜଣ

ଅନୁଗୋଳ ଅଫିସ/ ଛେଣ୍ଡିପଦା, ୬।୫ – ଅନୁଗୋଳ ଜିଲାରେ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଝାଡ଼ଖଣ୍ଡର ଶ୍ରମିକମାନଙ୍କ ମଧ୍ୟରୁ ୧୨୪ ଜଣଙ୍କୁ ଅନୁଗୋଳ ଜିଲା ପ୍ରଶାସନ ମଙ୍ଗଳବାର ସେମାନଙ୍କ ରାଜ୍ୟକୁ ପଠାଇ ଦେଇଛି। ସୋମବାର ଦୁଇଟି ବସ୍‌ରେ ୫୬ ଜଣ...

ଆର୍ମି କ୍ୟାଣ୍ଟିନରେ ଲମ୍ବା ଧାଡ଼ି

ଅନୁଗୋଳ ଅଫିସ, ୬।୫ – ଅନୁଗୋଳ ସହରରେ ଥିବା ୧୨୦ ଇନଫ୍ୟାଣ୍ଟ୍ରି ବାଟାଲିୟନ(ଟିଏ)ର କ୍ୟାଣ୍ଟିନ ମଙ୍ଗଳବାର ଖୋଲାଯାଇଥିଲା। ଦୀର୍ଘଦିନ ପରେ କ୍ୟାଣ୍ଟିନ ଖୋଲାଯାଉଥିବାରୁ କାର୍ଯ୍ୟରତ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସୁଅ ଛୁଟିଥିଲା। ଅନେକେ ରାତିରୁ ଲାଇନ୍‌ ଦେଇଥିବାରୁ ପୂର୍ବାହ୍ନରେ...

ହିଙ୍ଗୁଳା କୋଇଲା ଖଣିରେ ଦୁର୍ଘଟଣା: ଡ୍ରିଲ୍‌ ମେଶିନରୁ ଖସି ଠିକା କର୍ମଚାରୀ ମୃତ

ତାଳଚେର,୬ା୫(ନି.ପ୍ର.) – ତାଳଚେରସ୍ଥିତ ଏମ୍‌ସିଏଲ୍‌ର ହିଙ୍ଗୁଳା କୋଇଲା ଖଣିରେ ମଙ୍ଗଳବାର ଦୁର୍ଘଟଣାରେ ଠିକା କର୍ମଚାରୀ ସୋମେତ ଜମାଡଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର ଛତିଶଗଡ ରାଜ୍ୟରେ। ଦୁର୍ଘଟଣା ପରେ ମୃତକଙ୍କ ପରିବାରରୁ ଜଣକୁ ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ଖଣି...

୧୬ ଦୋକାନୀଙ୍କୁ ନୋଟିସ

ଅନୁଗୋଳ ଅଫିସ, ୬।୫ – ଲକ୍‌ଡାଉନ କଟକଣା କୋହଳ ହେବା ପରେ ଅନୁଗୋଳ ଜିଲା ଓ ସହରର ଦୋକାନ ବଜାର ଖୋଲିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏଥିରେ ସାମାଜିକ ଦୂରତ୍ୱ ନିୟମ ମାନିବାକୁ ସର୍ତ୍ତ ରଖାଯାଇଥିଲା।...

ଗାୟତ୍ରୀ କମ୍ପାନୀ ଅଫିସ ସମ୍ମୁଖରେ ଆନ୍ଦୋଳନ: ବାହାର ଜିଲାର ଶ୍ରମିକ ନିୟୋଜିତ ଅଭିଯୋଗ

ଛେଣ୍ଡିପଦା, ୬ା୫(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା କତଡ଼ା ପଞ୍ଚାୟତସ୍ଥିତ ଗାୟତ୍ରୀ କନ୍‌ଷ୍ଟ୍ରକ୍ସନ କମ୍ପାନୀ କରୋନା ସଂକ୍ରମିତ ଜିଲାରୁ ଶ୍ରମିକଙ୍କୁ ଆଣି କାର୍ଯ୍ୟରେ ନିୟୋଜିତ କରୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ କମ୍ପାନୀ ଫାଟକ ସମ୍ମୁଖରେ...

ଭାଉଜଙ୍କୁ କଟୁରିରେ ହାଣି ହତ୍ୟା

ଢେଙ୍କାନାଳ ଅଫିସ, ୬।୫ – ସାମାନ୍ୟ ବଚସାକୁ କେନ୍ଦ୍ରକରି ନିର୍ମମ ହତ୍ୟା। ଦିଅରଙ୍କ କଟୁରି ଚୋଟରେ ପ୍ରାଣ ହରାଇଛନ୍ତି ଭାଉଜ। ଢେଙ୍କାନାଳ ସଦର ଥାନା ଖୁଣ୍ଟଝରି ଗ୍ରାମରେ ମଙ୍ଗଳବାର ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ହତ୍ୟାର ଶିକାର...

୭ଦିନର ଶିଶୁପୁତ୍ର ବିକ୍ରି ଚର୍ଚ୍ଚା

ଅନୁଗୋଳ ଅଫିସ, ୬।୫ – ଅନୁଗୋଳ ହୁଲୁରିସିଂହା ଅଞ୍ଚଳରେ ମଙ୍ଗଳବାର ଏକ ନବଜାତ ଶିଶୁ ପୁତ୍ରକୁ ବିକ୍ରି କରାଯାଇଥିବା ଚର୍ଚ୍ଚା ହେଉଛି। ତେବେ ସମ୍ପୃକ୍ତ ଶିଶୁପୁତ୍ରକୁ ଉଦ୍ଧାର ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ...

୧.୩୧ ଲକ୍ଷ ଟଙ୍କା ସହାୟତା

ଢେଙ୍କାନାଳ ଅଫିସ,୬।୫ – ଢେଙ୍କାନାଳ ସଦର ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ଲକ୍ଷ ୩୧ହଜାର ଟଙ୍କାର ସହାୟତା ଚେକ୍‌ ପ୍ରଦାନ କରାଯାଇଛି। ବିଧାୟକ ସୁଧୀର କୁମାର ସାମଲଙ୍କ ଉପସ୍ଥିତିରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଜରିଆରେ...

କଣ୍ଠଶିଳ୍ପୀ ଅସୀମା ବାଣ୍ଟିଲେ ମାସ୍କ

ଢେଙ୍କାନାଳ ଅଫିସ, ୬।୫ – ଢେଙ୍କାନାଳର ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ ପକ୍ଷରୁ ହିନ୍ଦୋଳ ବ୍ଲକର ଦୁର୍ଗମ ଦଣ୍ଡିରି ପଞ୍ଚାୟତରେ ସହାୟତା ପହଞ୍ଚତ୍ଛି। କ୍ଲବର ନୂତନ ସଦସ୍ୟ ତଥା କଣ୍ଠଶିଳ୍ପୀ ଅସୀମା ପଣ୍ଡା ଗ୍ରାମବାସୀଙ୍କୁ ମାସ୍କ, ସାବୁନ ଓ ସାନିଟାଇଜର...

ଜୀବନ ଜୀବିକା ଆଗରେ ହାର୍‌ ମାନିଛି ଲକ୍‌ଡାଉନ

ଖଜୁରିପଡା,୬ା୫(ଡି.ଏନ.ଏ.)- ଜଙ୍ଗଲ ସୀମାବର୍ତ୍ତୀ ଜନଜାତି ଗରିବ ପରିବାରର ମହିଳାମାନେ ଦିନ ମଜୁରୀ ଠାରୁ ଆରମ୍ଭ କରି ଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି। ତେଣୁ ପ୍ରତିଦିନ ଜଙ୍ଗଲକୁ ଯାଇ ଜାଳେଣି କାଠ, ଶାଳପତ୍ର, ଶିଆଳିପତ୍ର...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ମହିଳା ରହିବାକୁ ବିରୋଧ

ଭଞ୍ଜନଗର,୬।୫(ଡି.ଏନ.ଏ.)- ସୁରଟରୁ ଫେରୁଥିବା ମହିଳାମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ଭଞ୍ଜନଗର ବ୍ଲକର ଏକ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଦେଇଛି। ୪ ମହିଳାଙ୍କୁ ନେଇ ଆସିଥିବା ଗାଡ଼ିକୁ ଲୋକେ ଗଁାକୁ ପୁରାଇ ଦେଇ ନ ଥିଲେ।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri