ଆମ ଜିଲା ଖବର

CORONAVIRUS UPDATE: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ; ୧୭୪ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ରାଉରକେଲାର ୪୯ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪ରେ ପହଞ୍ଚିଛି। ତେବେ ବ୍ୟକ୍ତିଜଣଙ୍କ ପଶ୍ଚିମବଙ୍ଗରୁ ଫେରି କ୍ୱାରାଣ୍ଟାଇନ୍‌ରେ ରହିଥିଲେ।...

ପାରିବାରିକ କଳହ ଯୋଗୁ ନଦୀକୁ ଡେଇଁ ପଡ଼ିଲେ ଯୁବକ

ମହାକାଳପଡ଼ା,୫।୫(ଡି.ଏନ.ଏ.)-ପାରିବାରିକ କଳହ ଯୋଗୁ ନଦୀକୁ ଡେଇଁ ପଡ଼ିଲେ ଯୁବକ। ପରେ ସ୍ଥାନୀୟ ଲୋକ ଓ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାକାଳପଡ଼ା...

ଗ୍ୟାସ ସିଲିଣ୍ଡର ବୋଝେଇ ଗାଡ଼ି ଓଲଟିଲା: ଯାତାୟତ ଠପ

ଅତାବିରା,୫।୫(ଡି.ଏନ.ଏ)-ବରଗଡ଼ ଜିଲା ଗୋଡ଼ଭଗା-ତୁରୁମ ରାସ୍ତାର ରୁଷୁଡ଼ା ମାର୍କେଟ୍‌ ୟାର୍ଡ଼ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଓଲଟି ପଡ଼ିଛି। ଗୋଡ଼ଭଗାରୁ ତୁରୁମ ଅଭିମୁଖେ ଉକ୍ତ ଟ୍ରକଟି ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଫଳରେ ରାସ୍ତାର...

ଧରିତ୍ରୀରେ ପ୍ରକାଶିତ ଖବର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କଲେ ସାମାଜିକ କର୍ମୀ

ବରଗଡ଼ ଅଫିସ୍‌,୫।୫-ଉତ୍ତରପ୍ରଦେଶର ନୋଇଡ଼ାସ୍ଥିତ ଆର୍ଷ ଗୁରୁକୁଳରେ ବରଗଡ଼ ଜିଲାର ୪୨ଜଣ ଛାତ୍ରୀଛାତ୍ର ଫସି ରହିଛନ୍ତି। ଏ ନେଇ ଅଭିଭାବକମାନେ ସ୍ଥାନୀୟ ପ୍ରଶାସନ ନିକଟରେ ଦୃଷ୍ଟି ଆକର୍ଷଣ କରିଥିଲେ। ସୋମବାର ଏ ନେଇ ଧରିତ୍ରୀରେ ନୋଇଡ଼ାରେ ଫସିଛନ୍ତି ବରଗଡ଼ର ୪୨ ଛାତ୍ରୀଛାତ୍ରୀ...

ମଧ୍ୟପ୍ରଦେଶରେ ଫସିଛନ୍ତି ୧୪ ଶ୍ରମିକ: ଉଦ୍ଧାର ପାଇଁ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ସାମାଜିକ କର୍ମୀ

ବରଗଡ଼ ଅଫିସ୍‌,୫।୫-ସାରା ଦେଶରେ ଲକ ଡାଉନ ଜାରି ରହିଛି। ଏପରିସ୍ଥିତିରେ ଗୁଜୁରାଣ ମେଣ୍ଟାଇବା ପାଇଁ ମଧ୍ୟପ୍ରଦେଶ ଯାଇଥିବା ବରଗଡ଼ ଓ ସୁନ୍ଦରଗଡ଼ ଜିଲାର ୧୪ ଜଣ ଶ୍ରମିକ ସେଠାରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉକ୍ତ ଶ୍ରମିକମାନେ...

ବାଲେଶ୍ୱରରେ ଆଉ ୨ ପଜିଟିଭ: ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି

ଭୁବନେଶ୍ୱର, ୫।୫(ବ୍ୟୁରୋ): ବାଲେଶ୍ୱରରେ ଆଉ ୨ କରୋନା ପଜିଟିଭ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଦ୍ୱୟ ୫୦ ବର୍ଷର ମହିଳା ଓ ୨୬ ବର୍ଷର ଯୁବକ। ଉଭୟ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା। ଏହାକୁ ମିଶାଇ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ...

ଦୁର୍ଘଟଣାରେ ଦେଓଗାଁ ବିଟ୍‌ ଫରେଷ୍ଟ ଗାର୍ଡଙ୍କ ଜୀବନ ଗଲା

କେସିଙ୍ଗା,୫ା୫(ଡି.ଏନ.ଏ)-କଳାହାଣ୍ଡି ଜିଲା କେସିଙ୍ଗା ବନବିଭାଗ ଅଧିନ ଦେଓଗାଁ ବିଟରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ଭୁବନେଶ୍ୱର ଠେଲା (୪୬) ସୋମବାର ରାତିରେ ଏକ ଅଜଣା ଗାଡି ଧକ୍କାରେ ପ୍ରାଣ ହରାଇଛନ୍ତି। ଭୁବନେଶ୍ୱର କୌଣସି କାମରେ ଭବାନୀପାଟଣା ଯାଇ ସରକାରୀ ବାସଭବନ କସ୍ରୁପଡ଼ାକୁ...

ଭୁବନେଶ୍ୱରରୁ ଉତ୍ତର ପ୍ରଦେଶ ଯାଉଥିବା ୧୫ ଶ୍ରମିକ ଅଟକ

କେନ୍ଦୁଝର,୫।୫(ସ୍ବ.ପ୍ର.)-ଭୁବନେଶ୍ୱରରୁ ଚାଲି ଚାଲି ଉତ୍ତରପ୍ରଦେଶ ଅଭିମୁଖେ ଯାଉଥିବା ୧୫ ଜଣ ଶ୍ରମିକଙ୍କୁ କେନ୍ଦୁଝର ସଦର ଥାନା ପୋଲିସ ରାଇସୁଆଁ ନିକଟରେ ଅଟକ ରଖିଛି। ପୋଲିସ କହିଛି, ଉକ୍ତ ଶ୍ରମିକମାନେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ରଙ୍ଗ କାମ କରିବାକୁ ଆସିଥିଲେ।...

କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ମଧ୍ୟରେ ଗଣ୍ଡଗୋଳ: ୩ ଆହତ; ତଦନ୍ତ ଚାଲିଥିବା କହିଲେ ଏସ୍‌ପି

ଛତ୍ରପୁର, ୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଜମାଗୋରଡ଼ା ଆଦର୍ଶ ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୩ଜଣ ଆହତ ହୋଇଛନ୍ତି। ଏ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଚାଲିଥିବା ଗଞ୍ଜାମ...

ଫେରାର ଓଡ଼ିଆ ପ୍ରବାସୀଙ୍କୁ କ୍ୱାରାଣ୍ଟାଇନକୁ ଅଣାଗଲା: ୧୨ରୁ ଊର୍ଦ୍ଧ୍ୱଙ୍କ ନାମରେ ମାମଲା

ଛତ୍ରପୁର, ୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଜନତା ହାଇସ୍କୁଲ ଓ ରାଗପୁର କ୍ୱାରାଣ୍ଟାଇନ ସେଣ୍ଟରର ପ୍ରବାସୀ ଓଡ଼ିଆ ଗତ ୩ ତାରିଖରେ ପୋଲିସ ଓ ଶିକ୍ଷକଙ୍କୁ ଦୁର୍ବ୍ୟବହାର କରିବା ସହ ଫେରାର ହୋଇଯାଇଥିଲେ। ଏ ନେଇ କୋଦଳା ତହସିଲଦାରଙ୍କ...

ଏମ୍‌କେସିଜି କରୋନା ୱାର୍ଡରେ ୫ ସନ୍ଦିଗ୍ଧ ଚିକିତ୍ସାଧୀନ

ବ୍ରହ୍ମପୁର ଅଫିସ,୫।୫: ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି(ଏମ୍‌କେସିଜି ) ମେଡିକାଲର କରୋନା ୱାର୍ଡରେ ଏବେ ୫ କରୋନା ସନ୍ଦିଗ୍ଧ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ଏମ୍‌କେସିଜି ମେଡିକାଲର ମାଇକ୍ରୋବାୟୋଲୋଜି ପରୀକ୍ଷା କେନ୍ଦ୍ର ଓ ଭୁବନେଶ୍ୱର ଆର୍‌ଏମ୍‌ଆରସିକୁ...

ସ୍ମେଲଟର ପ୍ଲାଣ୍ଟରେ ଦୁର୍ଘଟଣା: କାରକୁ ଟାଣି ନେଲା ମ୍ୟାଗନେଟ

ବଅଁରପାଳ,୫।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲକୋ ସ୍ମେଲଟର ପ୍ଲାଣ୍ଟର ପଟ୍‌ଲାଇନ୍‌ ଏ ଓ ବି ମଧ୍ୟସ୍ଥଳରେ ମଙ୍ଗଳବାର ସକାଳେ ଜଣେ ଠିକାଦାରଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସମ୍ପୃକ୍ତ ଠିକାଦାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଠିକାଦାର କାର୍‌ରେ ପଟ୍‌ଲାଇନ୍‌...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri