ଆମ ଜିଲା ଖବର

ସ୍ମେଲଟର ପ୍ଲାଣ୍ଟରେ ଦୁର୍ଘଟଣା: କାରକୁ ଟାଣି ନେଲା ମ୍ୟାଗନେଟ

ବଅଁରପାଳ,୫।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲକୋ ସ୍ମେଲଟର ପ୍ଲାଣ୍ଟର ପଟ୍‌ଲାଇନ୍‌ ଏ ଓ ବି ମଧ୍ୟସ୍ଥଳରେ ମଙ୍ଗଳବାର ସକାଳେ ଜଣେ ଠିକାଦାରଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସମ୍ପୃକ୍ତ ଠିକାଦାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଠିକାଦାର କାର୍‌ରେ ପଟ୍‌ଲାଇନ୍‌...

ଭୁଲ, ଗୁଜବ ଖବର ନ ଦେବାକୁ ଗଞ୍ଜାମ ଜିଲାପାଳଙ୍କ ଅନୁରୋଧ: ସତ୍ୟ ପ୍ରମାଣ ସହ ଖବର ପ୍ରକାଶ କରିବାକୁ ପରାମର୍ଶ

ଛତ୍ରପୁର, ୫।୫(ଡି.ଏନ୍‌.ଏ.): ପ୍ରିଣ୍ଟ, ଇଲେକ୍‌ଟ୍ରୋନିସ୍‌ ଏପରିକି ସୋସିଆଲ ମିଡିଆରେ କରୋନାକୁ ନେଇ କେହି ଭୁଲ ତଥା ତଥା ଗୁଜବ ଖବର ଦିଅନ୍ତୁ ନାହିଁ। ଏପରି କଲେ କାହାରିକୁ ଛାଡ଼ିବୁ ନାହିଁ। ମଙ୍ଗଳବାର ସମସ୍ତ ବିଡିଓ ଓ ଅଧିକାରୀଙ୍କ ସହ ଭିଡିଓ...

ଏମ୍‌ସିଏଲ୍‌ ହିଙ୍ଗୁଳା କୋଇଲା ଖଣି ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ଜୀବନ ଗଲା

ତାଳଚେର,୫।୫(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଏମ୍‌ସିଏଲ୍‌ରେ ଥିବା ହିଙ୍ଗୁଳା କୋଇଲା ଖଣିରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଠିକା ଶ୍ରମିକ ଜଣଙ୍କ ହେଉଛନ୍ତି ଛତିଶଗଡ଼ ଅଞ୍ଚଳର ୩୮ ବର୍ଷୀୟ ସୋମେତ ଜମାଡ।...

କ୍ୱାରାଣ୍ଟାଇନ ନିୟମ ଉଲ୍ଲଂଘନ କଲେ ବଢ଼ିବ ଅବଧି, ଭୋଗିବାକୁ ପଡ଼ିବ ଜେଲ ଦଣ୍ଡ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୫।୫(ଡି.ଏନ୍‌.ଏ.): ବାହାର ରାଜ୍ୟରୁ ବସ୍‌ ଓ ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜ଼ିଲାକୁ ଫେରୁଛନ୍ତି। ତେବେ ଜିଲାର କେତେକ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ସୁରଟ ଫେରନ୍ତା ବିଶୃଙ୍ଖଳା କରିବା ସହ କ୍ୱାରାଣ୍ଟାଇନ ନିୟମକୁ ଉଲ୍ଲଂଘନ କରୁଛନ୍ତି। ଏ...

ଅଙ୍ଗନଓ୍ବାଡିକର୍ମୀଙ୍କୁ ମାସ୍କ, ସାନିଟାଇଜର୍‌ ବଣ୍ଟନ

ଭଦ୍ରକ ଅଫିସ,୫।୫: ଭଦ୍ରକ ଜିଲାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅଙ୍ଗନୱାଡିକର୍ମୀଙ୍କୁ ମାସ୍କ ଓ ସାନିଟାଇଜର୍‌ ବଣ୍ଟନ କରାଯାଇଛି। ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ଆଞ୍ଚଳିକ ଅନୁଦାନ ପାଣ୍ଠିରୁ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଏମ୍‌ପି ମଣ୍ଡଳ ଜିଲାର...

ପାରିବାରିକ କଳହର କରୁଣ ପରିଣତି: ଭାଉଜଙ୍କୁ ହାଣି ହତ୍ୟାକଲେ ଦିଅର

ଢେଙ୍କାନାଳ ଅଫିସ,୫।୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଖୁଣ୍ଟୁଝରି ଗ୍ରାମରେ। ମଙ୍ଗଳବାର ସକାଳେ ଦିଅରଙ୍କ କାତି ଚୋଟରେ ଭାଉଜଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସଞ୍ଜୟ ବେହେରାଙ୍କ ସ୍ତ୍ରୀ ତୁଳସୀ...

ଢେଙ୍କାରେ ପହଞ୍ଚିଲେ ୭ ପ୍ରବାସୀ ଓଡ଼ିଆ

ହାଟଡିହୀ,୫।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଢେଙ୍କା ପଞ୍ଚାୟତରେ ୭ ପ୍ରବାସୀ ଓଡ଼ିଆ ସୋମବାର ବିଳମ୍ବିତ ରାତିରେ ପହଞ୍ଚିଛନ୍ତ। ଏମାନେ ସୁରଟରୁ ନିଜ ଖର୍ଚ୍ଚରେ ବାଲେଶ୍ୱର ଆସୁଥିବା ବସ୍‌ରେ ଆସି ସୋରରେ ପହଞ୍ଚିଥିଲେ। ପଞ୍ଚାୟତ ସରପଞ୍ଚ ନିମାଇ ସାମଲ, ପିଇଓ...

କାମଧନ୍ଦା ବନ୍ଦ ଯୋଗୁ ପାଇଲେନି ଖାଇବାକୁ: ଭଣ୍ଡାରିପୋଖରୀରୁ ଚାଲି ଚାଲି ଝାଡ଼ଖଣ୍ଡ ବାହାରିଲେ ୪୦ ଶ୍ରମିକ

ବନ୍ତ,୫।୫(ଡି.ଏନ୍‌.ଏ.): କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କା କରି କେନ୍ଦ୍ର ସରକାର ସମଗ୍ର ଦେଶକୁ ତୃତୀୟ ପର୍ଯ୍ୟାୟରେ ମେ ୭ ତାରିଖ ଯାଏ ଲକ୍‌ଡାଉନ୍‌ ରହିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରୁଛନ୍ତି।...

ସଙ୍ଗରୋଧ ଗୃହ ପାଇଁ ଖାଦ୍ୟ ତାଲିକା ଜାରି କଲା ପ୍ରଶାସନ

ଭଦ୍ରକ ଅଫିସ,୫।୫: ଭଦ୍ରକ ଜିଲାରେ କାର୍ଯ୍ୟ କରୁଥିବା ସମସ୍ତ ସଙ୍ଗରୋଧ ଗୃହ ପାଇଁ ଏକ ଖାଦ୍ୟ ତାଲିକା ଜାରି କରିଛି ଜିଲା ପ୍ରଶାସନ। କ୍ୱାରାଣ୍ଟାଇନ ସେଣ୍ଟରରେ ନିମ୍ନ ମାନର ଖାଦ୍ୟକୁ ନେଇ ପ୍ରବାସୀ ଓଡ଼ିଆମାନେ ପାଟିତୁଣ୍ଡ କରିବା ସହ ଖାଦ୍ୟ...

ଛେଣ୍ଡିପଦାରେ ଫସିଥିବା ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇଲା ପ୍ରଶାସନ

ଛେଣ୍ଡିପଦା,୫।୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଝାଡଖଣ୍ଡ ଅଞ୍ଚଳର ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଝାଡଖଣ୍ଡ ରାଜ୍ୟ ସାହେବଗଞ୍ଜ ଜିଲାର ପ୍ରବାସୀ ଶ୍ରମିକମାନେ ଲକ୍‌ଡାଉନ ଘୋଷଣା ହେବାରୁ ଛେଣ୍ଡିପଦା...

ବେଆଇନ ବାଲି ଚାଲାଣ: ୧୨ ଟ୍ରାକ୍ଟର ଜବତ, ୧ ଲକ୍ଷ ୨୨ ହଜାର ଜରିମାନା ଆଦାୟ

ଆନନ୍ଦପୁର,୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅଧୀନ ଆଦିବାସୀ ଅଧୁସୀତ ବୁଢ଼ିକୁଦ ପଞ୍ଚାୟତ ନିକଟ ବୈତରଣୀ ନଦୀରୁ ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ତହସିଲଦାର ତପନ କୁମାର ନାୟକ ମଙ୍ଗଳବାର ଭୋର ସମୟରେ ଚଢ଼ାଉ କରିଥିଲେ। ବେଆଇନ...

ବିହାର ଯିବା ଅପେକ୍ଷାରେ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ

ବାସୁଦେବପୁର, ୫।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରାରେ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ବିହାର ଯିବା ପାଇଁ ବାସୁଦେବପୁରଠାରେ ମଙ୍ଗଳବାର ସକାଳୁ ଅଟକି ରହିଛନ୍ତି। ଧାମରାରୁ ଚାଲି ଚାଲି ପ୍ରାୟ ୫୦ କିଲୋମିଟରରୁ ଊର୍ଦ୍ଧ୍ୱ ରାସ୍ତା ଅତିକ୍ରମ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri