ଆମ ଜିଲା ଖବର

ପୁରସ୍କୃତ ରାଶିକୁ ପ୍ରଦାନ କଲେ ଅଙ୍ଗନଓ୍ବାଡି କର୍ମୀ

ବନ୍ତ,୫।୫(ଡି.ଏନ୍‌.ଏ.)-କରୋନା ଲଢେଇରେ ଅଙ୍ଗନୱାଡି କର୍ମୀ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ଏହି ଘଡିସନ୍ଧି ମୂହୁର୍ତ୍ତରେ ନିଜର ପୁରସ୍କୃତ ରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରି ନିଜର ମହନୀୟତା ଦେଖାଇଛନ୍ତି ଜଣେ ଅଙ୍ଗନୱାଡି କର୍ମୀ ା ଭଦ୍ରକ ଜିଲା...

ଗାଁରେ ପହଞ୍ଚିଲେ ୨୩ ପ୍ରବାସୀ ଓଡିଆ

ବନ୍ତ,୫।୫(ଡି.ଏନ୍‌.ଏ.)-କରୋନା ଲକ୍‌ ଡାଉନ୍‌ ସମୟରେ ଅନ୍ୟ ରାଜ୍ୟରେ ଥିବା ପ୍ରବାସୀ ଓଡିଆ ମାନେ ଏବେ ବସ୍‌ ଯୋଗେ ଆସି ନିଜ ଗ୍ରାମରେ ପହଞ୍ଚିଥିବାର ଦେଖାଯାଇଛି। ଭଦ୍ରକ ଜିଲା ବନ୍ତ ବ୍ଲକର ଚାରିଗାଁ, ଗୋପିନାଥପୁର, ଅଣିଜୋ, କାଦବରାଙ୍ଗ ଆଦି ବିଭିନ୍ନ ପଞ୍ଚାୟତର...

ଭୁବନେଶ୍ୱରରୁ ସାଇକେଲ୍‌ରେ ଫେରିଲେ ୧୧ ଶ୍ରମିକ

ଠାକୁରମୁଣ୍ଡା,୫ା୫(ଡି.ଏନ୍‌.ଏ.)- ଭୁବନେଶ୍ୱର କିଟ୍‌ ନିକଟ ପଥରଗୋଡ଼ିଆରେ ରହି ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳର ୧୧ ଜଣ ଶ୍ରମିକ ସାଇକେଲ ଯୋଗେ ଆସି ଠାକୁରମୁଣ୍ଡାରେ ପହଞ୍ଚିଛନ୍ତି। ଲକ୍‌ଡାଉନ ଯୋଗୁ କାମଧନ୍ଦା ବନ୍ଦ ରହିବାରୁ ସେଠାରେ...

ଦୋକାନ ଖୋଲିବାକୁ ଅନୁମତି ଦେଲା ପ୍ରଶାସନ: ଦ୍ୱନ୍ଦ୍ୱରେ ସେଲୁନ୍‌ ଦୋକାନୀ

ବାରିପଦା ଅଫିସ, ୫ା୫- ଗ୍ରୀନ ଜୋନ୍‌ରେ ଥିବା ମୟୂରଭଞ୍ଜ ଜିଲାରେ ଅଣ ଅତ୍ୟାବଶ୍ୟକୀୟ ଦୋକାନ ଖୋଲିବାକୁ ପ୍ରଶାସନ ଅନୁମତି ଦେଇଛି। ସକାଳ ୭ଟାରୁ ଅପରାହ୍ନ ୨ଟା ଯାଏ ଏହି ଦୋକାନ ସବୁ ଖୋଲା ଯିବାକୁ ଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ...

ପ୍ରବାସୀ ଓଡିଆଙ୍କୁ ସହାୟତା

ଖଇରା, ୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ସିମୁଳିଆ ଓ ଔପଦା ନିର୍ବାଚନମଣ୍ଡଳୀରେ ରାଜନେତା ଶଶି ସାହୁ ପ୍ରାକୃତିକ ବିପତ୍ତି ସମୟରେ ସିମୁଳିଆ ଓ ଖଇରା ଜନସାଧାରଣଙ୍କ ନିକଟରେ ଛିଡା ହୋଇଛନ୍ତି। ଏବେ ବିଜେଡି ରାଜ୍ୟ ସମ୍ପାଦକ ଦାୟିତ୍ୱରେ ଥିବା ସାହୁ କରୋନା...

ବାଲିଆପାଳରେ ଦିବ୍ୟାଙ୍ଗଙ୍କୁ ରାଶନ ବଣ୍ଟନ

ଲଙ୍ଗଳେଶ୍ୱର, ୫।୫(ଡି.ଏନ.ଏ.)-କରୋନା ମହାମାରୀରେ ସାରା ପୃଥିବୀ କବଳିତ ହୋଇଥିବା ବେଳେ ଦିବ୍ୟାଙ୍ଗମାନେ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଗ୍ରାମାଞ୍ଚଳରେ ବାସ କରୁଥିବା ଦିବ୍ୟାଙ୍ଗମାନେ ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଥିବାରୁ ଡବ୍ଲ୍ୟୁସିଏସ୍‌ଆର ଗ୍ରୁପର ସଦସ୍ୟମାନେ ସହାୟତାର ହାତ...

ପରିବା ବ୍ୟବସାୟୀଙ୍କୁ ମାକ୍ସ ବଣ୍ଟନ

ଲଙ୍ଗଳେଶ୍ୱର, ୫।୫(ଡି.ଏନ.ଏ.)-ବାଲିଆପାଳ ବ୍ଲକ ଅନ୍ତର୍ଗତ କୁଣ୍ଡୁଳି ହାଟରେ ମହିଳାମାନଙ୍କ ପକ୍ଷରୁ କରୋନା ସଚେତନତା ଏବଂ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାକୁ ବ୍ୟବସାୟ କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ପରିବା ବେପାରୀମାନେ ଆସିଥାନ୍ତି। ହାଟରେ ଗହଳି ହେବା ସହିତ...

ହାଇଦ୍ରାବାଦରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣା : ଡ୍ରାଇଭର ମୃତ, ୨ଆହତ

ଖୋର୍ଦ୍ଧା ଅଫିସ,୫।୫ : ଖୋର୍ଦ୍ଧା ଟାଙ୍ଗି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ କୁହୁଡ଼ି ଛକରେ ହାଇଦ୍ରାବାଦ ରୁ ପ୍ରବାସୀ ଓଡିଆଙ୍କୁ ଧରି ଫେରୁଥିବା ବସ ମଙ୍ଗଳବାର ସକାଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି...

ଗଞ୍ଜାମରେ ପୁଣି କରୋନା ପଜିଟିଭ: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦

ଭୁବନେଶ୍ୱର,୫।୫ (ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଁଚିଛି। ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଜିଲାର ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଙ୍ଗଳବାର ସୂଚୀତ କରାଯାଇଛି।

ସୁରଟ, କୋଟାରୁ ଆସିଲେ ୧୦୫

ଅନୁଗୋଳ ଅଫିସ, ୫।୫ ସୁରଟ୍‌ ଓ କୋଟାରୁ ଦୁଇଟି ବସ୍‌ରେ ଆସିଥିବା ପ୍ରବାସୀମାନେ ସୋମବାର ଅନୁଗୋଳରେ ପହଞ୍ଚତ୍ଛନ୍ତି। ସୁରଟ୍‌ରୁ ଗୋଟିଏ ବସ୍‌ରେ ୬୬ ଜଣ ଓ କୋଟାରୁ ୩୯ ଛାତ୍ରୀଛାତ୍ର ଆସିଥିବା ପ୍ରଶାସନ ସୂଚନା ଦେଇଛି। ସୁରଟ୍‌ରୁ ଆସିଥିବା ବସ୍‌...

୧୨ ଘଣ୍ଟା ପରେ ବାଇକ୍‌ରେ ଗଲେ ୬ ପ୍ରବାସୀ

ଅନୁଗୋଳ ଅଫିସ, ୫।୫ ଓଡ଼ିଶା ଫେରିବାକୁ ଚାହଁୁଥିବା ପ୍ରବାସୀମାନଙ୍କୁ କିପରି ଅଣାଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯିବ ସେ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା କରିଛନ୍ତି। ଯେଉଁମାନେ ଏଥିପାଇଁ ପଞ୍ଜୀକରଣ କରିନାହାନ୍ତି ସେମାନଙ୍କୁ ରାଜ୍ୟ ସୀମାନ୍ତ ଚେକ୍‌ଗେଟ୍‌ରେ ପଞ୍ଜୀକୃତ କରାଯାଇ ନିଜ...

କୋହଳ ପରେ ଗହଳି

ଅନୁଗୋଳ ଅଫିସ, ୫।୫ ଅନୁଗୋଳ ଜିଲା ଗ୍ରୀନ୍‌ ଜୋନ୍‌ରେ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ନିୟମ କୋହଳ କରାଯାଇଛି। ଫଳରେ ସୋମବାରଠାରୁ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ମଦ ଦୋକାନକୁ ଅନୁମତି ମିଳିନାହିଁ। ପ୍ରଶାସନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri