ଆମ ଜିଲା ଖବର

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବିଶୃଙ୍ଖଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଜିଲାପାଳ

ଛତ୍ରପୁର,୪ା୫(ଡି.ଏନ୍‌.ଏ.) : ବାହାର ରାଜ୍ୟରୁ ବସ୍‌ ଓ ଟ୍ରେନ୍‌ରେ ଶତାଧିକ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲାକୁ ଫେରିବାରେ ଲାଗିଛନ୍ତି। ରବିବାର ଜିଲାର କେତେକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ସୁରଟ ଫେରନ୍ତାମାନେ ବିଶୃଙ୍ଖଳା କରିଛନ୍ତି। ଏପରିକି ଆଉ କେତେକ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ...

ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ଯାଉଥିଲା ବସ୍‌, ଭାରସାମ୍ୟ ହରାଇ ଓଲଟିଲା

ଭଦ୍ରକ ଅଫିସ, ୪।୫: ଟ୍ରେନରେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ଗଞ୍ଜାମରୁ ଆଣିବା ପାଇଁ ଯାଉଥିବା ଏକ ଘରୋଇ ବସ୍‌ ୧୬ ନଂ. ଜାତୀୟ ରାଜପଥର ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ଅଞ୍ଚଳରେ ଭାରସାମ୍ୟ ହରାଇ ସୋମବାର ଓଲଟି ପଡ଼ିଛି। ଏଥିରେ...

ସୁରଟ ଫେରନ୍ତା ଅଧା ରାସ୍ତାରେ ଓହ୍ଲାଇ ପଳାଉଥିଲେ, ଅଟକାଇଲେ ଲୋକେ

ଭଦ୍ରକ ଅଫିସ,୪ା୫: ସୁରଟରୁ ଫେରୁଥିବା ବେଳେ ଅଧା ରାସ୍ତାରେ ଗାଡ଼ିରୁ ଓହ୍ଲାଇ ପଳାଉଥିଲେ। ଜଣେ ନୁହଁ କି ଦୁଇଜଣ ନୁହେଁ। ୨୨ରୁ ଅଧିକ ଲୋକ ଖସି ପଳାଉଥିଲେ। ସ୍ଥାନୀୟ ଲୋକେ କେତେଜଣଙ୍କୁ ଅଟକାଇଥିବା ବେଳେ ଆଉ କେତେଜଣ ଖସି ପଳାଇଛନ୍ତି।...

ବିଭିନ୍ନ ସଂଗରୋଧ କେନ୍ଦ୍ର ବୁଲି ଦେଖିଲେ କଟକ ଜିଲାପାଳ: ପରିମଳ ବ୍ୟବସ୍ଥା ନେଇ ପ୍ରକାଶ କଲେ ଅସନ୍ତୋଷ

ଚୌଦାର,୪l୬(ଡି. ଏନ୍‌.ଏ): କଟକ ଜିଲା ଚୌଦ୍ୱାର ପୌରପାଳିକା ଓ ବିଭିନ୍ନ ପଞ୍ଚାୟତରେ କରାଯାଇଥିବା ସଂଗରୋଧ କେନ୍ଦ୍ରକୁ ସୋମବାର କଟକ ଜିଲାପାଳ ଭବାନୀଶଙ୍କର ଚଇନି ପରିଦର୍ଶନ କରିଛନ୍ତି। ପୌରପାଳିକା ତରଫରୁ ଗାନ୍ଧି ଛକ, ଚୌଦ୍ୱାର ମହାବିଦ୍ୟାଳୟ ମହିଳା ଛାତ୍ରୀନିବାସରେ ପ୍ରବାସୀ ଓଡ଼ିଆଙ୍କ...

ଠାକୁରମୁଣ୍ଡା ବ୍ଲକର ୩୧୩୫ ପ୍ରବାସୀଙ୍କ ନାମ ପଞ୍ଜୀକରଣ

ଠାକୁରମୁଣ୍ଡା,୪।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରୁ ବିଭିନ୍ନ ରାଜ୍ୟକୁ ଯାଇ କାମ କରୁଥିବା ବ୍ୟକ୍ତି ତଥା ତାଙ୍କ ପରିବାର ସଦସ୍ୟ ନିଜର ନାମ ପଞ୍ଜୀକରଣ କରିଛନ୍ତି। ବାହାର ରାଜ୍ୟରେ ରହି କାମ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩ ତାରିଖ...

ହାତ ସଫା ପାଇଁ ଗଞ୍ଜାମ ମେଡିକାଲରେ ଲଗାଯାଇଥିବା ବେସିନ ଭାଙ୍ଗିଲେ ଦୁର୍ବୃତ୍ତ

ଗଞ୍ଜାମ, ୪।୫(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା(କୋଭିଡ ୧୯) ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି। ଏଥିପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଗତ କିଛି ଦିନ ତଳେ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖର ଉଭୟ...

୨ ପଞ୍ଚାୟତରୁ ଉଠିଲା କଣ୍ଟେନ୍‌ମେଣ୍ଟ୍‌ କଟକଣା

ଭଦ୍ରକ ଅଫିସ,୪ା୫: ଭଣ୍ଡାରିପୋଖରୀ ବ୍ଲକର ଦୁଇଟି ପଞ୍ଚାୟତକୁ କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା ପ୍ରତ୍ୟାହୃତ କରିଛି ପ୍ରଶାସନ। ଏହି ଦୁଇ ପଞ୍ଚାୟତରୁ ଦୁଇଟି ପଜିଟିଭ୍‌ ବାହାରିଥିବାରୁ ତେସିଙ୍ଗା ଓ ରହଣିଆ ପଞ୍ଚାୟତକୁ ଏପ୍ରିଲ ୨୦ରେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଥିଲା।

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଟିକ୍‌ଟକ୍‌ କରିବା ଘଟଣା: ୬ ଜଣଙ୍କ ନାମରେ ମାମଲା ରୁଜୁ

ଭଦ୍ରକ ଅଫିସ,୪ା୫: ତିହିଡ଼ି ବ୍ଲକ ଭାଟପଡ଼ା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଟିକ୍‌ଟକ୍‌ କରିବା ଘଟଣାରେ ସରପଞ୍ଚଙ୍କ ଏତଲା ଆଧାରରେ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ତିହିଡ଼ି ଥାନା ଭାଟପଡ଼ା କ୍ୱାରାଣ୍ଟାଇନ ସେଣ୍ଟରରେ ରହି ସାମାଜିକ ଦୂରତା ନିୟମ ନ...

ଲକ୍‌ଡାଉନ୍‌: ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ସୁନ୍ଦରଗଡ଼ର ୧୦୦ ଯୁବତୀ: ଫେରାଇ ନେବାକୁ ରାଜ୍ୟ ସରକାରଙ୍କୁ କଲେ ନିବେଦନ

ସୁନ୍ଦରଗଡ଼,୪ା୫(ଡି.ଏନ୍‌.ଏ.): ଲକ୍‌ଡାଉନ ଯୋଗୁ ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ସୁନ୍ଦରଗଡ଼ ଜିଲାର ୧୦୦ଜଣ ଯୁବତୀ। ଏହି ଯୁବତୀମାନେ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନଙ୍କ ଘରକୁ ଫେରାଇ ନେବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ଆନ୍ଧ୍ରପ୍ରଦେଶର ନେଲୋର ଜିଲାସ୍ଥିତ ରାଇଜିଂ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ଅମଙ୍ଗ ହେଉଛନ୍ତି କରୋନା ସନ୍ଦିଗ୍ଧ

ରତ୍ନଗିରି,୪ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକରେ କଳାମାଟିଆ, ଉଦୟନାଥପୁର ଓ ବାଇଁଶିରିଆ ପଞ୍ଚାୟତରେ ୪ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ପଜିଟିଭ୍‌ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରାଯାଇଥିଲା। ମାତ୍ର ସରକାରୀସ୍ତରରେ ରାଜ୍ୟ ତଥା...

ସୁରଟ ଫେରନ୍ତାଙ୍କୁ ଅଣଦେଖା ଅଭିଯୋଗ: କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନ ଯାଇ ରାସ୍ତାରେ ଠିଆ ହୋଇ ହଟହଟା

ପୁରୁଷୋତ୍ତମପୁର,୪ା୫(ଡି.ଏନ୍‌.ଏ.): ସୁରଟ ଓ କେରଳରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ଚିନ୍ତା ବଢ଼ିଛି। ଏଭଳି ସ୍ଥିତିରେ ଫେରୁଥିବା ଏହି ଓଡ଼ିଆଙ୍କୁ ତତ୍‌କ୍ଷଣାତ୍‌ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ନେଇ ରଖି ବାହାରକୁ ନ ଛାଡ଼ିବା ଲାଗି ଅଞ୍ଚଳର ଲୋକେ ଦାବି କରୁଥିବା ବେଳେ...

କେନ୍ଦୁଝର ଜିଲାର ୩ ଗାଁ କଣ୍ଟେନମେଣ୍ଟ, ୧୧ ଗାଁ ବଫର ଜୋନ ଘୋଷଣା

ହାଟଡିହୀ,୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ହୀରାପୁର ଗ୍ରାମରେ ରବିବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମାସକ ତଳେ ସେ କୋଲକାତାରୁ ଫେରିଥିଲେ। କରୋନା ପଜିଟିଭ ଚିହ୍ନଟ ପରେ ଜିଲାପାଳ ଆଶିଷ ଠାକରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri