ଆମ ଜିଲା ଖବର

ସୁରଟରୁ ୫୦ପ୍ରବାସୀଙ୍କୁ ଗଞ୍ଜାମ ଆଣି ଆସୁଥିବା ବସ୍‌ ନାଗପୁରରେ ଓଲଟିଲା: ୨ ଆହତ

ଛତ୍ରପୁର/ପୁରୁଷୋତ୍ତମପୁର,୩ା୫(ଡି.ଏନ୍‌.ଏ.): ସୁରଟରୁ ୫୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ବସ୍‌ ରବିବାର ସକାଳେ ମହାରାଷ୍ଟ୍ରର ନାଗପୁରଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କ...

୧୫୨ ନଂ. କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ: ସାଙ୍ଗସାଥୀଙ୍କ ସହିତ ଖେଳିଛନ୍ତି ତାସ୍‌, କ୍ରିକେଟ୍‌

ରତ୍ନଗିରି,୩ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ କଳାମାଟିଆ ପଞ୍ଚାୟତରେ ୧ ତାରିଖରେ ଚିହ୍ନଟ ହୋଇଥିବା ୧୫୨ ନଂ. କରୋନା ସଂକ୍ରମିତ ୨୮ ବର୍ଷୀୟ ଯୁବକଙ୍କ ଗସ୍ତସୂଚୀ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଛି। ସୂଚନାଯୋଗ୍ୟ, ୧୫୨...

କଳିଙ୍ଗା ଘାଟିରେ ପୁଣି ସୁରଟରୁ ପ୍ରବାସୀଙ୍କୁ ନେଇ ଫେରୁଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ

ଜି.ଉଦୟଗିରି, ୩।୫(ଡି. ଏନ୍‌.ଏ.): କନ୍ଧମାଳ ଜିଲା କାଲିଙ୍ଗା ଘାଟିରେ ରବିବାର ଦିନ ସକାଳ ୯ଟା ସମୟରେ ସୁରଟରୁ ପ୍ରବାସୀ ଓଡ଼ିଆ ମାନଙ୍କୁ ନେଇ ଫେରୁଥିବା ଏକ ବସ୍‌ ରବିବାର ସକାଳୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ୫ ଜଣ ଯାତ୍ରୀ...

ଝାରସୁଗୁଡ଼ା ଦ୍ୱିତୀୟ କରୋନା ପଜିଟିଭ୍‌ ଲଖନ୍‌ପୁର ଅଞ୍ଚଳର, ୪୦ ବର୍ଷୀୟ ମହିଳା

ଝାରସୁଗୁଡା ଅଫିସ,୩।୫- ଝାରସୁଗୁଡା ଜିଲା ବ୍ରଜରାଜନଗର ମୁନିସିପାଲିଟି ଅଧୀନ ବୁଢ଼ୀଜାମ ଅଞ୍ଚଳକୁ ପଶ୍ଚିମବଙ୍ଗ ଅଞ୍ଚଳରୁ ଆସିଥିବା ଜଣେ ୧୮ ବର୍ଷିଆ ଯୁବତୀଙ୍କ ଗତ ବୁଧବାର କରୋନା ପଜିଟିଭ୍‌ ଆସିଥିବା ଜଣାପଡିଥିଲା। ଏହାର ୪ ଦିନ ପରେ ଜିଲାର ଲଖନପୁର ବ୍ଲକ...

ରାସ୍ତାପାର୍ଶ୍ୱକୁ ଓଲଟିପଡ଼ିଲା ଲୁହାବୋଝେଇ ଟ୍ରକ୍‌

କୋଳିମାଟି,୩ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲାର ୨୦ନଂ. ଜାତୀୟ ରାଜପଥ ଘସିପୁରା ଥାନା ଅଧୀନରେ ଥିବା କନ୍ତୋମୂଶଳ ପୋଲ ନିକଟରେ ରବିବାର ପୂର୍ବାହ୍ନରେ ଏକ ଲୁହାବୋଝେଇ ଟ୍ରକ ଓଲଟି ପଡ଼ିଛି। ସୌଭାଗ୍ୟବଶତଃ ଚାଳକଙ୍କର କୌଣସି କ୍ଷତି ହୋଇନାହିଁ। ଟ୍ରକଟି ଯୋଡ଼ାରୁ ଲୁହା ବୋଝେଇ...

ଯୁବକଙ୍କ ହତ୍ୟା କରି ପୋଖରୀରେ ଫିଙ୍ଗିଲେ

ଶେରଗଡ଼, ୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଗୋଠଗାଁ ଗ୍ରାମରେ ଶନିବାର ବିଳମ୍ବିତ ରାତ୍ରିରେ ଜଣେ ଯୁବକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ଉକ୍ତ ଗ୍ରାମର ଅକୃର ନାହାକ(୩୨)। ଶେରଗଡ଼ ପୋଲିସ ମୃତଦେହକୁ...

ବାଲେଶ୍ୱରରୁ ପୁଣି ଜଣେ ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୬୧

ଭୁବନେଶ୍ୱର,୩।୫(ବ୍ୟୁରୋ): ବାଲେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧ରେ ପହଞ୍ଚିଛି। ଏନେଇ ରବିବାର ଅପରାହ୍ନରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆକ୍ରାନ୍ତଜଣଙ୍କ...

ସୀମା ସିଲ୍‌ କଲା ବରୀ ବ୍ଲକ ପ୍ରଶାସନ

ରତ୍ନଗିରି,୩ା୫(ଡି.ଏନ୍‌/ଏ.): ଯାଜପୁର ଜିଲାରେ ଶନିବାର ୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ବରୀ ବ୍ଲକ କଳାମାଟିଆ ପଞ୍ଚାୟତର ତଲକାଇପଡ଼ା ଗ୍ରାମରୁ ଜଣେ, ଉଦୟନାଥପୁରରୁ ଜଣେ ଓ ବାଇଁଶିରିଆ ପଞ୍ଚାୟତରୁ ୨ ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ଏହାକୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଆର୍ଥିକ ସହାୟତା

ପାଟଣା,୩ା୫(ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ହାତକୁ ନିଆଯାଇଛି। ଏହାର ମୁକାବିଲା ପାଇଁ ବିଭିନ୍ନ ବର୍ଗର ଲୋକମାନେ ମଧ୍ୟ ସରକାରଙ୍କୁ ସହଯୋଗ କରିବା ସହ ଆର୍ଥିକ ସହାୟତା...

କେରଳରୁ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲେ ୫୫୨ ପ୍ରବାସୀ: ୩ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି, ସ୍ବାବ୍‌ ନମୁନା ସଂଗ୍ରହ

ଛତ୍ରପୁର, ୩।୫(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଜଗନ୍ନାଥପୁର ଜଙ୍କଶନ ଷ୍ଟେଶନରେ ଏର୍ଣ୍ଣାକୁଲମ ଜଙ୍କଶନ – ଭୁବନେଶ୍ୱର ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ରବିବାର ସକାଳ ୫ଟା ୧୭ ମିନିଟ ରେ ୫୫୨ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ପହଞ୍ଚିଥିଲା। ସମସ୍ତେ ସୁରକ୍ଷିତ ଭାବେ...

ଟ୍ରକ ଡ୍ରାଇଭରଙ୍କୁ ଲହୁଲୁହାଣ କରି ପୋଲିସ କର୍ମଚାରୀ ନିଲମ୍ବିତ

ରାଜନଗର,୩ା୫(ଡି.ଏନ୍‌.ଏ.) : ଭଦ୍ରକର ଏକ ରାଇସ୍‌ମିଲକୁ ଧାନ ବୋଝେଇ କରି ଯାଉଥିବା ଟ୍ରକ ଡ୍ରାଇଭର ସାଣ୍ଟୁ ଜେନାଙ୍କୁ ପୋଲିସ ଅମାନୁଷିକ ଭାବରେ ମାଡ଼ ମାରି ଲହୁଲୁହାଣ କରି ଶେଷରେ ଚାକିରିରୁ ନିଲମ୍ବିତ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।...

କେରଳରୁ ଖୋର୍ଦ୍ଧା ଷ୍ଟେଶନରେ ପହଞ୍ଚିଲେ ୫୯୩ ପ୍ରବାସୀ ଓଡ଼ିଆ: କରାଗଲା ସ୍କ୍ରିନିଂ, ଷ୍ଟାମ୍ପିଂ, ପଞ୍ଜୀକରଣ

ଜଟଣୀ,୩।୫(ଡି.ଏନ୍‌.ଏ.): କେରଳରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ସ୍ବତନ୍ତ୍ର ଟ୍ରେନ୍‌ ରବିବାର ପୂର୍ବାହ୍ନ ୮ଟା ୫୦ମିନିଟରେ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନରେ ପହଞ୍ଚିଥିଲା। ଏହି ଷ୍ଟେଶନରେ ବିଭିନ୍ନ ଜିଲାର ୫୯୩ଜଣ ଓହ୍ଲାଇ ବସ୍‌ ଯୋଗେ ନିଜ ଗ୍ରାମକୁ ଫେରିଥିଲେ। ୧ନମ୍ବର୍‌ ପ୍ଲାଟଫର୍ମରେ ଲାଗିଥିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri