ଆମ ଜିଲା ଖବର

ଯାଜପୁରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଲା, ସୁସ୍ଥ ହେଲେ ୫୬

ଭୁବନେଶ୍ୱର,୨ା୫(ବ୍ୟୁରୋ) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଶନିବାର ଅପରାହ୍ନରେ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଛି। ଆକ୍ରାନ୍ତ...

ସମ୍ବଲପୁର ରେଳ ମଣ୍ଡଳ ଅଫିସରେ ହାଣ୍ଡ ଫ୍ରି ସାନିଟାଇଜର ମେଶିନ୍‌ ବସିଲା

ସମ୍ବଲପୁର,୨।୫(ବ୍ୟୁରୋ):ମହାମାରୀ କୋଭିଡ- ୧୯ ସଂକ୍ରମଣକୁ ରୋକିବା ନେଇ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ଅଫିସରେ ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି କ୍ରମରେ ଶନିବାର ୨ଟି ହାଣ୍ଡ ଫ୍ରି ସାନିଟାଇଜର ଡିସପେନ୍ସର ସ୍ଥାପନ କରାଯାଇଛି । ସମ୍ବଲପୁର ମଣ୍ଡଳ...

ବବନ ସିଂ ଏମ୍‌ସିଏଲ୍‌ର ନୂତନ ବୈଷୟିକ ନିର୍ଦ୍ଦେଶକ

ସମ୍ବଲପୁର, ୨।୫ (ବ୍ୟୁରୋ)- ମହାନଦୀ କୋଇଲା କମ୍ପାନୀ (ଏମ୍‌ସିଏଲ)ର ନୂତନ ବୈଷୟିକ ନିର୍ଦ୍ଦେଶକ (ଯୋଜନା ଓ ପରିଯୋଜନା) ଭାବେ ଶନିବାର ବବନ ସିଂ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତାଙ୍କୁ ଅଧିକାରୀ, କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି। ୧୯୮୫ରେ...

ଏମ୍‌କେସିଜିରେ ପୁଣି ୪ ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ ,୨।୫- ସମଗ୍ର ବିଶ୍ୱ ଏବେ କରୋନା କବଳରେ। ଏହି ଘାତକ ମହାମାରୀ କବଳରୁ ରକ୍ଷା ପାଇବା ଲାଗି ସମ୍ପ୍ରତି ଲକ୍‌ଡାଉନ୍‌ ଜାରି ରହିଛି। ରାଜ୍ୟର ୩ଟି ଜିଲା ବିଶେଷ ଭାବେ କରୋନା ପ୍ରଭାବିତ ହୋଇଥିବା ବେଳେ ଗଞ୍ଜାମ...

ବରୀ ବ୍ଲକରେ କରୋନା ପଜିଟିଭ୍‌ ଚିହ୍ନଟ ପରେ ପ୍ରଶାସନର ତତ୍ପରତା: ବିଭିନ୍ନ ଛକକୁ କରାଯାଉଛି ସାନିଟାଇଜେଶନ୍‌

ରତ୍ନଗିରି,୨।୫(ଡି.ଏନ୍‌.ଏ.): ଶନିବାର ଯାଜପୁର ଜିଲାରେ ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ବରୀ ବ୍ଲକ ଅଞ୍ଚଳର ୩ ଜଣ ରହିଛନ୍ତି। ଏହା ଜଣାପଡ଼ିବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏହି ବ୍ଲକ ଅଧିନସ୍ଥ କଳାମାଟିଆ...

ପୋଲିସ ଦୁର୍ବବ୍ୟହାର ଶିକାର ହୋଇଥିବା ଚାଷୀଙ୍କୁ ଭେଟିଲେ କଂଗ୍ରେସ ନେତା

ରତ୍ନଗିରି,୨।୫(ଡି.ଏନ୍‌.ଏ.)- ଯାଜପୁର ଜିଲା ବରୀ ବ୍ଲକ ଅଧୀନସ୍ଥ ମହାକାଳପଡ଼ା ପଞ୍ଚାୟତର ଚାଷୀମାନେ ଲକ୍‌ଡାଉନ୍‌ ସମୟରେ ଜିଲା ସୀମାନ୍ତବର୍ତ୍ତି କେନ୍ଦ୍ରାପଡା ଜିଲାର ଇନ୍ଦୁପୁର ସାପ୍ତାହିକ ହାଟକୁ ପନିପରିବା ବିକ୍ରୀ କରିବାକୁ ଯାଇଥିବା ବେଳେ ନିକିରାଇ ପୋଲିସର ଦୁର୍ବ୍ୟବହାରର ଶିକାର ହୋଇଥିଲେ। ଏନେଇ...

୨୧୧ ଅମାନିଆ ଗଣିଲେ ୪୨,୭୦୦ ଟଙ୍କା

ବରଗଡ଼ ଅଫିସ୍‌,୨।୫: କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଥିବାବେଳେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ଗୁରୁତ୍ୱ ଦିଆଯାଉଛି । ମାତ୍ର କେତେକ ସ୍ଥଳେ ଲୋକେ ଏହାକୁ ଉଲ୍ଲଂଘନ...

ଗରିବ, ଅସହାୟଙ୍କୁ ମାସ୍କ

ବରଗଡ଼ ଅଫିସ୍‌,୨।୫: ଭାରତ ସ୍କାଉଟ୍‌ ଆଣ୍ଡ୍‌ ଗାଇଡ୍‌ର ବରଗଡ଼ ଶାଖା ଗରିବ, ଅସହାୟଙ୍କୁ ମାସ୍କ ବାଣ୍ଟିଛି । ଭାଗୀରଥି ମହାରଣାଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ଗାନ୍ଧୀଛକ, କଚେରୀ ଛକ, ଭଟଲି ରୋଡ୍‌ ଛକ, ରାଣାପ୍ରତାପ ସ୍କୁଲ ସମ୍ମୁଖ ଆଦି ସ୍ଥାନରେ ୨ହଜାର...

ଅଭାବ ଦୂର କଲା ୩୨ ୟୁନିଟ୍‌ ରକ୍ତ

ବରଗଡ଼ ଅଫିସ୍‌,୨।୫: କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଏଥିପାଇଁ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଶନିବାର ବରଗଡ଼ର...

ବରଗଡ଼ର ୩୫ ଶ୍ରମିକଙ୍କୁ ପଞ୍ଚାୟତ ଅଫିସରେ ଆଶ୍ରୟ ଦେଲା ପୁରୀ ଜିଲା ପ୍ରଶାସନ

ବରଗଡ଼ ଅଫିସ୍‌,୨।୫: ପୁରୀ ଜିଲା କୋଣାର୍କ ନିକଟ ଅଚ୍ୟୁତପୁରରେ ଇଟାଭାଟିରେ କାମ କରୁଥିବା କେତେକ ଶ୍ରମିକଙ୍କୁ ସେଠାକାର ଜିଲା ପ୍ରଶାସନ ସହଯୋଗ କରିଛି। ଏହି ଶ୍ରମିକମାନଙ୍କ ଘର ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛେତଗାଁରେ। ଏହି...

ନିଶ୍ଚିନ୍ତକୋଇଲିରେ ବଢ଼ୁଛି ପ୍ରବାସୀ ଓଡ଼ିଆ ଆଗନ୍ତୁକଙ୍କ ସଂଖ୍ୟା: ଚିନ୍ତାରେ ପ୍ରଶାସନ, ପଞ୍ଜୀକରଣ କଲେଣି ୮ହଜାରରୁ ଊର୍ଦ୍ଧ୍ୱ

ନିଶ୍ଚିନ୍ତକୋଇଲି,୨।୫(ସ୍ବ.ପ୍ର.)- କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ଲୋକେ ବାହାର ରାଜ୍ୟରେ ଫସି ରହିଛନ୍ତି। ଲକ୍‌ ଡାଉନ୍‌ ପରେ ସେମାନେ ଘରକୁ ଫେରିବେ। ଇତିମଧ୍ୟରେ ସେମାନଙ୍କ ମଧ୍ୟରୁ ୮ ହଜାର ୧୦୬ ଜଣ ପଞ୍ଜୀକରଣ କରିଛନ୍ତି। ଘରକୁ ଫେରିବା ପରେ...

ଚୌଦ୍ୱାର ଅଞ୍ଚଳରେ ବଢ଼ୁଛି ବେଆଇନ୍‌ ମଦବିକ୍ରୀ: ଅବକାରୀ ବିଭାଗର ଚଢ଼ାଉ, ୨ ଗିରଫ

ଚୌଦ୍ୱାର,୨ା୫(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅଞ୍ଚଳରେ ବେଆଇନ ମଦ ବିକ୍ରୀ ହେଉଥିବା ନେଇ ଅଭିଯୋଗ ହେବା ପରେ ଅବକାରୀ ବିଭାଗ ଚୌଦ୍ୱାର ଶାଖା ତରଫରୁ ଚୌଦ୍ୱାର ସହର ଓ ଗ୍ରାମାଞ୍ଚଳରେ ଚଢାଉ କରାଯାଇଛି। ଏଥିରେ ୨ଜଣ ଦେଶୀ ମଦ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri