ଆମ ଜିଲା ଖବର

ଗ୍ରୀନ୍‌ ଜୋନ୍‌ରେ ଗଞ୍ଜାମ, ଏଣୁ ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ ହେବ: ଜିଲାପାଳ

ଛତ୍ରପୁର, ୨।୫(ଡି.ଏନ୍‌.ଏ.)- କରୋନା ମୁକାବିଲାକୁ ନେଇ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ତେବେ ଏହି ସମୟରେ ଗ୍ରୀନ, ଅରେଞ୍ଜ, ରେଡ ଜୋନ୍‌ ପାଇଁ ଗାଇଡଲାଇନ୍‌ ଅଲଗା ରହିଛି। ଗ୍ରୀନ ଜୋନ୍‌...

ପ୍ରେମ ବିବାହକୁ ବିରୋଧ କରି ହତ୍ୟା ଉଦ୍ୟମ ଅଭିଯୋଗ: ଶଳାଙ୍କ ଟାଙ୍ଗିଆ ଚୋଟରେ ଭିଣୋଇ ଗୁରୁତର

ପରଜଙ୍ଗ, ୨ା୫(ଡି.ଏନ.ଏ.)- ପରିବାରର ବିନା ସ୍ବୀକୃତିରେ ପ୍ରେମ ବିବାହ କରିଥିବା ଯୋଗୁ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କଳଦା ଗ୍ରାମର ବିଜୟ ନାଏକ ।ଦୁଇ ଶଳାଙ୍କ ଟାଙ୍ଗିଆ ଚୋଟରେ ଗୁରୁତର ଆହତ ହୋଇ ସେ...

ହାତୀ ଆକ୍ରମଣରେ ବୃଦ୍ଧା ମୃତ

ହିନ୍ଦୋଳ, ୨ା୫(ଡି.ଏନ.ଏ.)- ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଖର୍ଦ୍ଦାଳି ଗ୍ରାମର ଦମୟନ୍ତୀ ବିଶ୍ୱାଳଙ୍କ ଶନିବାର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ସକାଳେ ଦମୟନ୍ତୀ ଓ ତାଙ୍କ ପୁଅ ପାଖ କାଜୁ ବଗିଚାକୁ କାଜୁ ତୋଳିବାକୁ ଯାଇଥିବାବେଳେ...

ଖୋର୍ଦ୍ଧା ଷ୍ଟେଶନରେ ପହଞ୍ଚିବେ କେରଳରୁ ଫେରୁଥିବା ପ୍ରବାସୀ ଓଡ଼ିଆ, ଅଧିକାରୀ କଲେ ସମୀକ୍ଷା

ଜଟଣୀ,୨।୫(ଡି.ଏନ୍‌.ଏ.): କେରଳରୁ ଆସୁଥିବା ପ୍ରବାସୀ ଓଡ଼ିଆ ସ୍ବତନ୍ତ୍ର ଟ୍ରେନରେ ଶନିବାର ରାତିରେ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନରେ ପହଞ୍ଚିବେ। ଗଞ୍ଜାମ ଓ କୋରାପୁଟ ଜିଲାକୁ ଛାଡ଼ି ଅନ୍ୟ ଜିଲାର ୫ ଶହ ପ୍ରବାସୀ ଓଡ଼ିଆ ଏହି ଷ୍ଟେଶନରେ ଓହ୍ଲାଇ ବସ୍‌ ଯୋଗେ...

ବ୍ରଜରାଜନଗର କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ପ୍ରଶାସନ ନିର୍ଦ୍ଦେଶକୁ ମାନୁନାହାନ୍ତି ଲୋକେ: ଅମାନିଆଙ୍କୁ ଆମ୍ବୁଲାନ୍ସରେ ଉଠାଇ ନେଉଛି ପୋଲିସ

ଝାରସୁଗୁଡ଼ା ଅଫିସ,୨।୫- ଝାରସୁଗୁଡା ଜିଲା ବ୍ରଜରାଜନଗର ମୁନିସିପାଲିଟି ଅଧୀନ ବୁଢ଼ୀଜାମରେ ଗତ ବୁଧବାର ଜଣେ ଯୁବତୀଙ୍କୁ କରୋନା ପଜିଟିଭ୍‌ ହୋଇଥିବା ଜଣାପଡିଥିଲା। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ବ୍ରଜରାଜନଗର ମୁନିସିପାଲିଟିର ବୁଢ଼ୀଜାମ ଅଞ୍ଚଳ ସମେତ ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ...

ଯାଜପୁରର ୨ ନୂଆ ଆକ୍ରାନ୍ତ କୋଲକାତା ଫେରନ୍ତା: ସମସ୍ତେ ବରୀ ବ୍ଲକ ଅଞ୍ଚଳର, ଲକ୍ଷଣ ନ ଥିଲା

ଭୁବନେଶ୍ୱର (ବ୍ୟୁରୋ)/ ବରି(ସ୍ବ.ପ୍ର.)/ରତ୍ନଗିରି(ଡି.ଏନ୍‌.ଏ.), ୨।୫: ଯାଜପୁରରେ ଚିହ୍ନଟ ହୋଇଥିବା ୨ ନୂଆ ଆକ୍ରାନ୍ତଙ୍କ ବିଷୟରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ପଜିଟିଭ୍‌ ବରୀ ବ୍ଲକ ଅଞ୍ଚଳର ୪୮ ଏବଂ ୫୫ ବର୍ଷୀୟ ପୁରୁଷ।...

ଯାନ୍ତ୍ରୀକ ତ୍ରୁଟି ଯୋଗୁ ଓପିଜିସିର ପ୍ରଥମ ୟୁନିଟ୍‌ ବନ୍ଦ, ୨୧୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ

ଲଖନପୁର,୨।୫(ଡି.ଏନ୍‌.ଏ.)-ଓଡିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ(ଓପିଜିସି)ର ବନହରପାଲି ସ୍ଥିତ ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ୪ଟି ୟୁନିଟ୍‌ ରହିଛି। ଏଥିମଧ୍ୟରୁ ୧ମ ୟୁନିଟ୍‌ରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବା ଫଳରେ ଗତ ଶୁକ୍ରବାର ମଧ୍ୟାହ୍ନ ୧ଟା ୬ମିନିଟ୍‌ରୁ ସମ୍ପୁକ୍ତ ୟୁନିଟ୍‌ ବନ୍ଦ ରହିଛି...

CORONAVIRUS UPDATE: ଯାଜପୁରରୁ ଆଉ ୨ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୬କୁ ବୃଦ୍ଧି

ଭୁବନେଶ୍ୱର, ୨।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି କ୍ରମରେ ଶନିବାର ଅପରାହ୍ନରେ ଯାଜପୁରରୁ ଆଉ ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି। ସେହିଭଳି...

ଗ୍ରୀନ୍‌ ଜୋନ୍‌ରେ ଦୋକାନ ଖୋଲିଲେ ବଢ଼ିବ ଚାହିଦା: ମଦ କାରଖାନା ଖୋଲିବାକୁ ଅନୁମତି ମାଗିଲେ ଅବକାରୀ କମିଶନର

କଟକ ଅଫିସ,୨।୫- ଗ୍ରୀନ ଜୋନରେ ଥିବା ଅଞ୍ଚଳ ଗୁଡିକରେ ମଦ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ପ୍ରାୟ ଦେଢ଼ ମାସ ହେଲା ମଦ ବିକ୍ରି ବନ୍ଦ ରହିଥିବା ଯୋଗୁ ଏବେ ଦୋକାନ ଖୋଲିଲେ ଚାହିଦା...

କରୋନା ପଜିଟିଭ୍‌ ଆସିବା ପରେ ବଲାଙ୍ଗୀରର ୨୧ ଗ୍ରାମ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା: ଲିଖିରିଆରୁ ଆରମ୍ଭ ହେଲା ସାନିଟାଇଜେଶନ୍‌

ବଲାଙ୍ଗୀର ଅଫିସ/ଗୁଡଭେଲା,୨ା୫(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ରୁଷୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିଖିରିଆ ଗାଁର ଦୁଇଜଣ ଯୁବକଙ୍କ ସ୍ବାବ ଟେଷ୍ଟ ଶୁକ୍ରବାର ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ହାତକୁ ନିଆଯାଇଛି। ଜିଲାପାଳ ଅରିନ୍ଦମ ଡାକୁଆଙ୍କ...

ଘର ଘର ବୁଲି ସଚେତନ କରୁଛନ୍ତି ସରପଞ୍ଚ

ହାଟଡ଼ିହୀ, ୨।୫(ଡି.ଏନ୍‌.ଏ.)କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ହାଟଡ଼ହୀ ପଞ୍ଚାୟତ ସରପଞ୍ଚ ଅନସୂୟା ସେଠୀ ଘରକୁ ଘର ବୁଲି କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ବାହାରକୁ ଗଲେ ମାସ୍କ ପିନ୍ଧିବା, ପୁରୁଷ ଲୋକମାନେ ଘରକୁ ଫେରିବା ସମୟରେ ସାବୁନରେ ହାତ...

ସୁରଟରୁ ହାଟଡିହୀକୁ ଫେରୁଛନ୍ତି ୪୫ଜଣ ପ୍ରବାସୀ ଓଡ଼ିଆ

ହାଟଡିହୀ, ୨।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୪୫ଜଣ ପ୍ରବାସୀ ଓଡ଼ିଆ ସୁରଟରୁ ଫେରୁଛନ୍ତି। ଗତ ଏପ୍ରିଲ ୩୦ ତାରିଖରୁ ଗୁରୁବାର ନିଜସ୍ବ ଖର୍ଚ୍ଚରେ ସେମାନେ ଏକ ବସ୍‌ ଭଡା କରି ଶନିବାର ଦିନ ପହଞ୍ଚିବେ ବୋଲି ଜଣାପଡିଛି। ଏହି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri