ଆମ ଜିଲା ଖବର

କୋଭିଡ଼ ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

ଭଦ୍ରକ ଅଫିସ, ୧ା୫- ଶୁକ୍ରବାର ସନ୍ଧ୍ୟାରେ ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ପଶୁ ସମ୍ପଦ ନିର୍ଦ୍ଦେଶକ ରତ୍ନାକର ରାଉତ ଭଦ୍ରକ ଜିଲାରେ ପହଞ୍ଚି କୋଭିଡ଼-୧୯ର ସ୍ଥିତି ପ୍ରଶାସନିକ ପ୍ରସ୍ତୁତି ଓ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ...

ରୋଜଗାର ପାଇଁ ଜୀବିକା ବଦଳାଉଛନ୍ତି କ୍ଷୁଦ୍ର ବ୍ୟବସାୟୀ

ବୁଗୁଡା,୧ା୫(ଡି.ଏନ୍‌.ଏ.)- ବୁଗୁଡା ସହର ତଥା ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ମାସେ ହେଲା ଲକ୍‌ଡାଉନ କଟକଣା ଜାରି ହୋଇଛି। ଏଥି ନିମନ୍ତେ ବହୁ ଦୋକାନ ବଜାର ବନ୍ଦ ହୋଇଛି। ଫଳରେ ଛୋଟ ଛୋଟ ବ୍ୟବସାୟୀ ଜୀବିକା ବଦଳାଇ...

ବଜ୍ରପାତରେ ୮ ଗୋରୁଙ୍କ ଜୀବନଗଲା

କେନ୍ଦୁଝର, ୧।୫(ସ୍ବ.ପ୍ର.)-କାଳବୈଶାଖୀ ଓ ବଜ୍ରପାତରେ ଶୁକ୍ରବାର ଅପରାହ୍ନରେ କେନ୍ଦୁଝର ଜିଲା ଘଟଗାଁ ଅଞ୍ଚଳରେ ୮ଟି ବଳଦ ଓ ଗୋଟିଏ ଗାଈର ମୃତ୍ୟୁ ଘଟିଛି। ଶୁକବ୍ରାର ଅପରାହ୍ନ ୩ଘଟିକା ସମୟରେ ବର୍ଷା ସହ ବଜ୍ରପାତ ହୋଇଥିଲା। ଉକ୍ତ ଗ୍ରାମର ବୀରବର ଜୁଆଙ୍ଗଙ୍କ...

ରକ୍ତ ଭଣ୍ଡାରର ଅଭାବ ଦୂର କରିବାରେ ସାହାଯ୍ୟ କଲା ୨୭ ୟୁନିଟ୍‌ ରକ୍ତ

ବରଗଡ଼ ଅଫିସ୍‌,୧।୫: ଲକ୍‌ ଡାଉନ୍‌ ଯୋଗୁ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି । ଏହି କ୍ରମରେ ବରଗଡ଼ ଜିଲା ଭାଜପା ପକ୍ଷରୁ ଶୁକ୍ରବାର ଦଳୀୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଶିବିରରେ ୨୭ୟୁନିଟ୍‌...

ଅବକାରୀ ଚଢାଉ, ୧୨୦ଲିଟର ଦେଶୀମଦ ଜବତ

ଖଲ୍ଲିକୋଟ,୧ା୫(ଡି.ଏନ୍‌.ଏ.)- ଖଲ୍ଲିକୋଟ ଅବକାରୀ ବିଭାଗ ଶୁକ୍ରବାର ସକାଳେ ଚଢାଉ କରି ୧୨୦ଲିଟର ଦେଶୀମଦ ସହ ୪ ବାଇକ ଜବତ କରି ୪ଜଣଙ୍କୁ ଗିରଫ କରିଛି। ଖଲ୍ଲିକୋଟ ଅବକାରୀ ଥାନା ଅନ୍ତର୍ଗତ ସୌରାଛଚିନା, ଲଙ୍ଗଳେଶ୍ୱର, ନାରାୟଣପଲ୍ଲୀ ଛକ ଅଞ୍ଚଳରେ ଚୋରା ଦେଶୀମଦ...

ସାମାଜିକ ଦୂରତା ମଧ୍ୟରେ ଶ୍ରମିକ ଦିବସ ପାଳିତ

ବନ୍ତ,୧।୫(ଡି.ଏନ୍‌.ଏ.)-କରୋନା ଲକ୍‌ ଡାଉନ୍‌ ପରିପେକ୍ଷୀରେ ଶୁକ୍ରବାର ଭଦ୍ରକ ଜିଲା ବନ୍ତ ଥାନା ଛକସ୍ଥିତ ସିପିଆଇ କାର୍ଯ୍ୟାଳୟ ଠାରେ ସିପିଆଇ ଏବଂ ଏଆଇଟିୟୁସି ପକ୍ଷରୁ ସାମାଜିକ ଦୂରତା ମଧ୍ୟରେ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଅବସରପ୍ରାପ୍ତ ରାଜସ୍ବ ନୀରିକ୍ଷକ ନିରଞ୍ଜନ...

ରାଜସ୍ଥାନରୁ ବସ୍‌ରେ ଫେରୁଛନ୍ତି ଛାତ୍ରୀଛାତ୍ର

ବରଗଡ଼ ଅଫିସ୍‌,୧।୫: ରାଜସ୍ଥାନର କୋଟା ଅନ୍ତର୍ଗତ ଆଲେନ୍‌ ଇନଷ୍ଟିଚ୍ୟୁଟ୍‌ର ଛାତ୍ରୀଛାତ୍ର ଶୁକ୍ରବାର ସ୍ବତନ୍ତ୍ର ବସ୍‌ ଯୋଗେ ବରଗଡ଼ ଅଭିମୁଖେ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ଜିଲାର ୧୯ ଏବଂ ଝାରସୁଗୁଡ଼ା ଜିଲାର ୬ ଛାତ୍ରୀଛାତ୍ର ଅଛନ୍ତି । ବରଗଡ଼...

୧୨ ଫୁଟିଆ ଅହିରାଜ ଉଦ୍ଧାର

ପାତ୍ରପୁର,୧ା୫(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଅଫିସ ନିକଟ କରୁଣାକର ନୋଡାଲ ଉଚ୍ଚ ବିଦ୍ୟାଳୟରୁ ଏକ ୧୨ ଫୁଟର ଅହିରାଜକୁ ସ୍ନେକ ହେଲ୍ପ ଲାଇନ ଓ ବନ ବିଭାଗ ବନ ବିଭାଗ ଉଦ୍ଧାର କରିଛି। ଗୁରୁବାର ସ୍କୁଲ ପରିସର ନଳା ଭିତରେ ସାପ...

ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୩୦ ୟୁନିଟ ରକ୍ତ ସଂଗୃହୀତ

ଭଣ୍ଡାରିପୋଖରୀ, ୧।୫(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଶୁକ୍ରବାର ବ୍ଲକ ବିଜେଡି ପକ୍ଷରୁ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କରୋନା ଭୂତାଣୁ ଯୋଗୁ ସବୁଆଡେ ଲକଡାଉନ ଚାଲିଥିବା ବେଳେ ରକ୍ତ ଭଣ୍ଡାରରେ...

ବଜ୍ରପାତରେ ଜଣଙ୍କ ଜୀବନଗଲା

କେନ୍ଦୁଝର,୧ା୫ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ସଦର ବ୍ଲକ ଅଞ୍ଚଳରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମଇଦାନକେଲ ଗ୍ରାମର କୁବେର ବେହେରା(୪୦)। ଶୁକ୍ରବାର ସେ ନିକଟସ୍ଥ ମଇଦାନକେଲ ଜଙ୍ଗଲକୁ ବଳଦ ଚରାଇବାକୁ ଯାଇଥିଲେ। ଅପରାହ୍ନରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ...

ଗଛରୁ ପଡ଼ି ଯୁବକଙ୍କ ଜୀବନଗଲା

ଠାକୁରମୁଣ୍ଡା, ୧।୫ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଜରକ ପଞ୍ଚାୟତର କୁଚେଇଡ଼ିହି ଗ୍ରାମ ଜାମଚୁଆ ସାହିରେ ଶୁକ୍ରବାର ସକାଳେ ଜଣେ ଯୁବକ ଗଛରୁ ପଡିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ୟାମ ଚରଣ କୁଦାଦା। ଶୁକ୍ରବାର ଶ୍ୟାମ...

ରାଶନକାର୍ଡ ଦାବିରେ ମହିଳାଙ୍କ ବିକ୍ଷୋଭ

ପୁରୁଷୋତ୍ତମ ପୁର,୧ା୫(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ଗରିବ ଖଟିଖିଆ ଶ୍ରମିକ ଶେଣୀର ଲୋକେ ଦାନା ଯୋଗାଣ କରିବାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି। ଏଭରି ପରିସ୍ଥିତିରେ ଗରିବ ଲୋକଙ୍କୁ ଦିଆଯାଇଥିବା ରାଶନକାର୍ଡ କାଟି ଦିଆଯାଉଛି। ଏଭଳି ଘଟଣା ଦେଖିବାକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri