ଆମ ଜିଲା ଖବର

ପ୍ରବାସୀ ସୁରଟ ଫେରନ୍ତାଙ୍କ ପାଇଁ ପ୍ରସ୍ତୁତି, ସମୀକ୍ଷା କଲେ ଜିଲାପାଳ

ଧରାକୋଟ,୨୯ା୪(ଡି.ଏନ.ଏ.)- ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ ମଧ୍ୟରୁ ୨ଟି ଧରାକୋଟରେ ରହିବ। ଏନେଇ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। କୁଡ଼ାଗୁମା ଆଦର୍ଶ ବିଦ୍ୟାଳୟରରେ ୧୦୦ ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ ସେଣ୍ଟର ହୋଇଛି।...

ବଜ୍ରପାତରେ ଗୋରୁଚରାଳୀଙ୍କ ମୃତ୍ୟୁ

ଭଞ୍ଜନଗର,୨୯।୪(ଡି.ଏନ.ଏ)- ତାରସିଂ ଥାନା ତୋଲଡ଼ିରେ ବୁଧବାର ବଜ୍ରପାତରେରେ ଜଣେ ଗୋରୁ ଚରାଳିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ତୋଲାଡିର ଲକ୍ଷ୍ମଣ ବେହେରା (୩୦)। ଲକ୍ଷ୍ମଣ ଗୋରୁ ନେଇ ଯାଇଥିବାବେଳେ ଅପରାହ୍ନ ୫ଟାରେ ବଜ୍ରପାତରେ ଗୁରୁତର ହୋଇଥିଲେ। ଏହାପରେ ତାଙ୍କୁ ଚିକିତ୍ସା...

ସରିଲା ସଙ୍ଗରୋଧ ଅବଧି: ଫେରିଲେ ଗଞ୍ଜାମ, ଗଜପତିର ୯ ଶ୍ରମିକ

କୋଲନରା,୨୯ା୪: ରାୟଗଡ଼ା ଜିଲା କୋଲନରା ବ୍ଲକ୍‌ ଥେରୁବାଲି ଏବଂ ସୂରୀ ପଞ୍ଚାୟତର ଜାମୁଲେଲିବାଡ଼ିସ୍ଥିତ କରୋନା ଆଶ୍ରୟସ୍ଥଳୀରେ ଥିବା ଗଞ୍ଜାମ ଓ ଗଜପତି ଜିଲାର ୯ ଶ୍ରମିକ ବୁଧବାର ଘରକୁ ଫେରିଛନ୍ତି। ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ଥେରୁବାଲିଠାରେ ଥିବା ଗଞ୍ଜାମ...

୫୫ ସନ୍ଦିିଗ୍ଧଙ୍କ ସ୍ବାବ ରିପୋର୍ଟ ନେଗେଟିଭ୍‌

ପାରଳାଖେମୁଣ୍ଡି,୨୯ା୪(ସ୍ବ.ପ୍ର.): ପଡୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟ ଶ୍ରୀକାକୁଲମ ଜିଲା ପୁରୁଣାପାଟଣା ଅଞ୍ଚଳରେ ଚିହ୍ନଟ ୩ କରୋନା ପଜିଟିଭ୍‌ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଗଜପତି ଜିଲାର ୫୫ ଜଣଙ୍କ ସ୍ବାବ ରିପୋର୍ଟ ନେଗେଟିଭ୍‌ ଆସିଛି। ଏ ନେଇ ବୁଧବାର ଗଜପତି ଜିଲାପାଳ...

ସଙ୍ଗରୋଧ ଗୃହରୁ ଫେରିଲେ ୧୬ ଶ୍ରମିକ

ଟିକିରି,୨୯ା୪: ରାୟଗଡ଼ା ଜିଲା କାଶିପୁର ବ୍ଲକ୍‌ ଟିକିରି ହାଇସ୍କୁଲସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଥିବା ୧୬ ଶ୍ରମିକ ମଙ୍ଗଳବାର ଫେରିଛନ୍ତି। ପ୍ରକାଶ ଯେ, ମାର୍ଚ୍ଚ ୨୯ ରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ୬ ଜଣ ବ୍ୟକ୍ତି ବାଇକ୍‌ ଯୋଗେ ବଲାଙ୍ଗୀର ଜିଲାର...

୨୮୨ ସ୍ବାବ୍‌ ନେଗେଟିଭ

ରାୟଗଡ଼ା ଅଫିସ,୨୯ା୪: ରାୟଗଡ଼ା ଜିଲାରେ କରୋନା ସଂକ୍ରମଣ ନ ବ୍ୟାପିବା ପାଇଁ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଜିଲାରେ କରୋନାର ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଏଯାବତ୍‌ ଜିଲାରୁ ୮ଟି ପର୍ଯ୍ୟାୟରେ ୫୬ ଜଣ ସନ୍ଦିଗ୍ଧଙ୍କ ସ୍ବାବ୍‌ ପରୀକ୍ଷା ପାଇଁ...

ଗ୍ରାହକଶୂନ୍ୟ ନର୍ସରି, ନଷ୍ଟ ହେଉଛି ଚାରା

ଜୟପୁର,୨୯ା୪(ନି.ପ୍ର.): ପାଖାପାଖି ୪୦ ଦିନର ଲକ୍‌ଡାଉନ। ସ୍ବାସ୍ଥ୍ୟକୁ ଆଖି ଆଗରେ ସମାଜର ସବୁ ବର୍ଗର ଲୋକେ ସିନା ଘର ଭିତରେ ରହିଛନ୍ତି, କିନ୍ତୁ ସେମାନଙ୍କ ଜୀବନ ଜୀବିକା ଏବେ ହୁଡ଼ିବାକୁ ବସିଲାଣି। ଜୟପୁର ନିକଟସ୍ଥ ତେଲିଗୁଡ଼ାର ପାୟଲ ନର୍ସରୀ ସେହିଭଳି...

ଗୋଦାମରେ ଚଢ଼ାଉ, ୧୬ ବସ୍ତା ଗୁଟ୍‌ଖା ଜବତ

ଜୟପୁର,୨୯ା୪(ନି.ପ୍ର./ଡି.ଏନ୍‌.ଏ.): ଲକ୍‌ଡାଉନ ଚାଲିଥିବା ବେଳେ କୋରାପୁଟ ଜିଲା ଜୟପୁର ସହରରେ ଗୁଟ୍‌ଖା ଓ ତମାଖୁର ଅବାଧ ବିକ୍ରି ଚାଲିଛି। ତେଣୁ ବୁଧବାର ପୋଲିସ, ତହସିଲ ଓ ପୌରପରିଷଦ ମିଳିତ ଭାବେ ସହରର ଭଦ୍ରାୟାସାହିରେ ଥିବା ଦୋକାନ ଓ ୨ଟି ଗୋଦାମରେ...

ସ୍ତ୍ରୀ-ଛୁଆଙ୍କଠୁ ଦୂରରେ ରଖିଛି କରୋନା: ରନ୍ଧନ ଗ୍ୟାସ ପରିବହନ କରୁଥିବା ଟ୍ରକ୍‌ ଚାଳକଙ୍କ ଦୁଃଖ

ବୈପାରୀଗୁଡ଼ା,୨୯ା୪(ଡି.ଏନ୍‌.ଏ.): ଘରେ ସ୍ତ୍ରୀ ସହ ଦୁଇଟି ଛୋଟ ଝିଅ। ମାସେରୁ ଅଧିକ ହେବ ବାପାଙ୍କୁ ନ ଦେଖି ଝିଅମାନେ ଅଥୟ ହୋଇ କାନ୍ଦୁଛନ୍ତି। ପରିବାର ଲୋକଙ୍କୁ ଭେଟିବା ପାଇଁ କିମ୍ବା ପନିପରିବା ଆଣିବାକୁ ଗଲେ ଲୋକେ ବାରଣ କରୁଛନ୍ତି। ଛୋଟ...

ସୁରଟ ଫେରନ୍ତାଙ୍କୁ ଖାଇବାକୁ ଦିଆଗଲା

ସୋହେଲା,୨୯।୪(ଡି.ଏନ.ଏ): ଗୁଜୁରାଟ ରାଜ୍ୟ ସୁରଟରୁ ଓଡ଼ିଶା ଫେରୁଥିବା ଲୋକଙ୍କୁ ବୁଧବାର ବରଗଡ଼ ଜିଲା ସୋହେଲା ନିକଟ ଲୁହୁରାଚଟି ନିକଟରେ ପ୍ରଶାସନ ପକ୍ଷରୁ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥିଲା। ସେମାନେ ସ୍ବତନ୍ତ୍ର ୪ଟି ବସ୍‌ ଯୋଗେ ବରଗଡ଼ ଦେଇ ଗଞ୍ଜାମ ଫେରୁଥିବା...

ପୁରୀରୁ ଫେରି ପାରୁ ନାହାନ୍ତି ୩୫ଶ୍ରମିକ

ବରଗଡ଼ ଅଫିସ୍‌,୨୯।୪: ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛେତଗାଁର ୩୫ଜଣ ଶ୍ରମିକ ପୁରୀ ଜିଲାକୁ ଦାଦନ ଖଟିବାକୁ ଯାଇ ସେଠାରେ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି। ସେମାନେ ସମସ୍ତେ ଗୋପ ବ୍ଲକ ଅଚ୍ୟୁତପୁରଠାରେ ଥିବା ଏକ ଇଟାଭାଟିରେ କାମ କରୁଥିଲେ...

ଆନ୍ଧ୍ରରେ ଫସି ରହିଛନ୍ତି ୨୫୦ ଶ୍ରମିକ

ବରଗଡ଼ ଅଫିସ୍‌,୨୯।୪: ଲକ୍‌ ଡାଉନ୍‌ ଯୋଗୁ ରାଜ୍ୟ ବାହାରକୁ ଯାଇଥିବା ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଏହି କ୍ରମରେ ବରଗଡ଼ ଓ ବଲାଙ୍ଗୀର ଜିଲାରୁ ଆନ୍ଧ୍ର ପ୍ରଦେଶ ଯାଇଥିବା ୨୫୦ଜଣ ଶ୍ରମିକ ସେଠାରେ ଫସି ରହି ବହୁ ଅସୁବିଧାର ସମ୍ମୁଖୀନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri