ଆମ ଜିଲା ଖବର

ସ୍ବାମୀଙ୍କ ସହ ମିଶି ମାକ୍ସ ତିଆରି କରି ବାଣ୍ଟୁଛନ୍ତି ଶାନ୍ତିଲତା

ସୁନ୍ଦରଗଡ଼,୨୮ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣକୁ ରୋକିବା ପାଇଁ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏପରି ପରିସ୍ଥିତିରେ ସମସ୍ତଙ୍କ ପାଖରେ ମାକ୍ସ ପହଞ୍ଚାଇବା ପାଇଁ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ଓ ଭାଜପା ନେତ୍ରୀ ଶାନ୍ତିଲତା ସରାଫ । ନିଜ ଖର୍ଚ୍ଚରେ...

ରାଜସ୍ଥାନରେ ଫସିଛନ୍ତି କଳାହାଣ୍ଡିର ୨ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର: ଫେରାଇ ଆଣିବାକୁ ନିବେଦନ

ଭବାନୀପାଟଣା, ୨୮ା୪(ସ୍ବ.ପ୍ର): ଲକ୍‌ଡାଉନ ଯୋଗୁ କଳାହାଣ୍ଡି ଜିଲାର ୨ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ରାଜସ୍ଥାନର କୋଟାକୁ ପଢିବାକୁ ଯାଇ ସେଠାରେ ଫସିରହିଛନ୍ତି। ସେଠାରେ କରୋନା ସଂକ୍ରମଣ ଅଧିଜ ହୋଇଥିବା ଯୋଗଁୁ ଛାତ୍ରୀଛାତ୍ରମାନେ ଘରୁ ବାହାରକୁ ବାହାରୁ ନାହାନ୍ତି। ଏହି ପରିସ୍ଥିତିରେ ସେମାନଙ୍କୁ...

ଘରକୁ ଫେରିବାବେଳେ ବାଟବଣା ହେଲେ, କ୍ୱାରାଣ୍ଟାଇନ ସେଣ୍ଟରରେ ରହିଲେ ଶ୍ରମିକ

ଖପ୍ରାଖୋଲ, ୨୮ା୪(ଡି.ଏନ.ଏ.): ଲକଡାଉନ୍‌ ଯୋଗୁଁ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି ଦାଦନ ଶ୍ରମିକ । ଖାଲି ରାଜ୍ୟ ବାହାରେ ନୁହଁ ରାଜ୍ୟ ଭିତରେ ବି ଭୋଗୁଛନ୍ତି ସମସ୍ୟା । ଫଳରେ କାମ ଅଭାବରେ ଶ୍ରମିକମାନେ ହେଉଛନ୍ତି ଘରମୁହଁା । ହେଲେ...

ବୌଦ୍ଧ ଜିଲା ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ

ବୌଦ୍ଧ, ୨୮ା୪(ସ୍ବ.ପ୍ର): ବୌଦ୍ଧ ଜିଲା ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। କରୋନା କଟକଣା ଯୋଗୁ ସଂଘ କାର୍ଯ୍ୟାଳୟ ପରିସରରେ ଜିଲା ସଂଘ ସଭାପତି ତାରେଣୀ କୁମାର ମହାପାତ୍ର ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି...

ସହାୟତା ଦାବିରେ କାମ ବନ୍ଦ କଲେ ଟ୍ରକ୍‌ ଡ୍ରାଇଭର

ବଲାଙ୍ଗୀର ଅଫିସ,୨୮ା୪-ଲକ୍‌ଡାଉନ୍‌ ସମୟରେ ଟ୍ରକ୍‌ ଡ୍ରାଇଭରମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ଦାବି କରି ମଙ୍ଗଳବାର ସଂଘର ସମସ୍ତ ଡ୍ରାଇଭର କାମ ବନ୍ଦ କରିଥିଲେ । ଫଳରେ ବଲାଙ୍ଗୀର ରେଳଷ୍ଟେଶନ୍‌ରୁ ପଶ୍ଚିମବଙ୍ଗ ମାଲଦାକୁ ଯିବାକୁ ଥିବା ଚାଉଳ ରେକ୍‌କୁ ଯାଇପାରିନାହିଁ...

କରୋନା ଯୋଦ୍ଧାଙ୍କ ସୁରକ୍ଷା ଚିନ୍ତା: ସଂକ୍ରମଣ ନିରୋଧୀ ୩ ଶହ ପିପିଇ ପ୍ରଦାନ

ବଲାଙ୍ଗୀର ଅଫିସ,୨୮ା୪- ବଲାଙ୍ଗୀର ଜିଲାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କାର୍ଯ୍ୟ କରିବାକୁ ଥିବା ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍‌ଙ୍କ ସକାଶେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ୩ ଶହଟି ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁଭମେଣ୍ଟ (ପିପିଇ) ପ୍ରଦାନ କରାଯାଇଛି । ରିଜିଓନାଲ ସେଣ୍ଟର...

ରାହୁଲ ପି.ଆର୍‌ଙ୍କୁ ଝାରସୁଗୁଡ଼ା ଏସ୍‌ପି ଦାୟିତ୍ୱ

ଭୁବନେଶ୍ୱର,୨୮।୪(ବ୍ୟୁରୋ)- ୨୦୧୩ ବ୍ୟାଚ୍‌ର ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଫିସର ରାହୁଲ ପି.ଆର୍‌ଙ୍କୁ ଝାରସୁଗୁଡ଼ା ଜିଲା ଏସ୍‌ପି ଭାବେ ନିଯୁକ୍ତି ମିଳିଛି। ରାହୁଲଙ୍କ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଝାରସୁଗୁଡ଼ା ଏସ୍‌ପି ଭାବେ କାର୍ଯ୍ୟ କରୁଥିବା...

ମାସ୍କ ବାଣ୍ଟି ସଚେତନ କଲେ ପୋଲିସ

ପିପିଲି,୨୮।୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରଙ୍କ ବିଭିନ୍ନ ପଦକ୍ଷେପମାନ ଜାରି କରାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଘରେ ରୁହ ସୁରକ୍ଷିତ ରୁହ, ମାସ୍କ ବ୍ୟବହାର, ବାହାରେ ଛେପ ନ ପକାଇବା ଏବଂ ସାମାଜିକ ଦୂରତ୍ୱ ବଜାୟ...

ମଧୁସୂଦନ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ

କଟକ ଅଫିସ,୨୮।୪: ଓଡ଼ିିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ମଙ୍ଗଳବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ତିଥି ତଥା ଆଇନଜୀବୀ ଦିବସ ପାଳନ କରାଯାଇଛି। କରୋନା କଟକଣା ପାଇଁ ସାମାଜିକ ଦୂରତ୍ୱ ରଖାଯାଇ ଏହି କାର୍ଯ୍ୟକ୍ରମ ହୋଇଥିଲା। ଆଡଭୋକେଟ...

ଲକ୍‌ଡାଉନରେ ବେଆଇନ ନିଶା କାରବାର : ୪୪ କିଗ୍ରା ଗଞ୍ଜେଇ ସହ କାର୍‌ ଜବତ, ଚାଳକ ଗିରଫ

ପୁରୀ ଅଫିସ, ୨୮ା୪: କରୋନା ମୁକାବିଲା ପାଇଁ ବର୍ତ୍ତମାନ ଲକ୍‌ଡାଉନ ଚାଲିଛି। ଏହି ପ୍ରାଣଘାତୀ ଭୂତାଣୁ କବଳରୁ କିପରି ନିସ୍ତାର ମିଳିବ ସେଥିପାଇଁ ସମସ୍ତେ ଚିନ୍ତିତ ଥିବାବେଳେ କେତେଜଣ ମୁନାଫାଖୋର ବ୍ୟକ୍ତି ଏହି ସମୟରେ ବେଆଇନ ନିଶା କାରବାର ଜାରି...

କ୍ବାରାଣ୍ଟାଇନ ସେଣ୍ଟରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେଉ

କଟକ ଅଫିସ,୨୮।୪: କଟକ ନଗର ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। କ୍ବାରାଣ୍ଟାଇନ ସେଣ୍ଟରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାକୁ ଏଥିରେ...

ନେଳିଆବାଗ୍‌ର ୬୧ନଂ ଆକ୍ରାନ୍ତ ପାଲଟିଛନ୍ତି ‘ସୁପର୍‌ ସ୍ପ୍ରେଡର୍‌’; ୧୨ଜଣଙ୍କୁ କଲେଣି ସଂକ୍ରମିତ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ବାଲେଶ୍ୱର ନେଳିଆବାଗର ୬୧ନଂ କରୋନା ପଜିଟିଭ୍‌ ବ୍ୟକ୍ତି ‘ସୁପର୍‌ ସ୍ପ୍ରେଡର୍‌’ ପାଲଟିଛନ୍ତି। ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳର ଆଉ ୫ଜଣଙ୍କ ତଥ୍ୟ ଦିଆଯିବା ପରେ ଏହା ସ୍ପଷ୍ଟ ହୋଇଛି। ବ୍ୟକ୍ତିଜଣଙ୍କ ଏହି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri