ଆମ ଜିଲା ଖବର

ମେ ୩ ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ

ବାରିପଦା ଅଫିସ, ୨୭ା୪- ମେ ୩ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡ଼ାଉନ ଅବଧି ରହିଛି। ଏହି ସମୟ ମଧ୍ୟରେ ମୟୂରଭଞ୍ଜ ଜିଲା ବାରିପଦା ସହରର ସମସ୍ତ ମାର୍କେଟ କମ୍ଲେକ୍ସରେ ଥିବା ଦୋକାନ, ମଲ୍‌, ଏକତ୍ର ଲାଇନରେ ଥିବା ସମୂହ ଅନ୍ୟ...

ଜୀବିକାକୁ ନେଇ ଚିନ୍ତାରେ ବନବାସୀ

କେନ୍ଦୁଝର, ୨୭ା୪(ସ୍ବ.ପ୍ର.)-ଜଙ୍ଗଲରୁ ମିଳୁଥିବା ମହୁଲ, ଟୋଲ, ହରିଡା, ବାହାଡା, କାଠ, ଦାନ୍ତକାଠି, ଶାଳପତ୍ର ଆଦି ବନଜାତ ଦ୍ରବ୍ୟ ସଂଗ୍ରହ କରି ବନବାସୀମାନେ ତେଲଲୁଣର ସଂସାର ଚଳାଇଥାନ୍ତି। କେନ୍ଦୁଝର ଜିଲାର ଗ୍ରାମୀଣ ଅଧିବାସୀଙ୍କ ଅର୍ଥନୀତିକୁ ସୁଦୃଢ କରିଥାଏ ମହୁଲଫୁଲ। ଏହାକୁ ବିକି...

୮୧ଜଣଙ୍କ ସ୍ବାବ ସଂଗ୍ରହ

ଖଇରା,୨୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ବିଭିନ୍ନ ପଞ୍ଚାୟତର କ୍ୱାରାଣ୍ଟାଇନ କେନ୍ଦ୍ରରେ ରହୁଥିବା ମୋଟ ୮୧ ଜଣଙ୍କ ନିକଟରୁ ସ୍ବାବ ସଂଗ୍ରହ କରାଯାଇଛି। ପୂର୍ବରୁ ୨୧ଜଣଙ୍କର ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରବିବାର ସୁଦ୍ଧା ଆଉ ୬୦ଜଣଙ୍କର...

ଅକ୍ଷୟ ତୃତୀୟାରେ ପଞ୍ଚୁପୂଜା: ପାଣିପାଗ ପୂର୍ବାନୁମାନ ଜାଣିବାର ଅଭିନବ ପରମ୍ପରା

ଲଇକେରା,୨୭।୪(ଡି.ଏନ.ଏ.)-ଅକ୍ଷୟ ତୃତୀୟାରେ ଚାଷ ଅନୁକୂଳ ହୁଏ। ପରମ୍ପରା ଅନୁଯାୟୀ ଝାରସୁଗୁଡ଼ା ଜିଲା ଲଇକେରା ଅଞ୍ଚଳର ଚାଷୀମାନେ ନିଜ ଘରେ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରିବା ପରେ ବିଲରେ ଧାନ ବୁଣି ଚାଷର ଶୁଭରମ୍ଭ କରିଥାନ୍ତି। ଏହିଦିନ ଅର୍ଥାତ୍‌ ଅକ୍ଷୟ ତୃତୀୟା ତିଥିରେ...

ଆଜି ଶପଥ ନେବେ ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌: ଲୋକସେବା ଭବନରେ ହେବ ଶପଥ ଉତ୍ସବ

କଟକ ଅଫିସ୍‌,୨୭।୪: ଓଡ଼ିଶା ହାଇକୋର୍ଟର ୩୧ତମ ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ସୋମବାର ଶପଥ ଗ୍ରହଣ କରିବେ। ଲୋକସେବା ଭବନ ରାଜ୍ୟ କନ୍‌ଭେନ୍‌ସନ୍‌ ହଲ୍‌ରେ ସକାଳ ୯ଟା ବେଳେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।...

ଆନ୍ଧ୍ରରୁ ଗାଁମୁହାଁ ଶ୍ରମିକ

ବରଗଡ଼ ଅଫିସ୍‌,୨୭ା୪: କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣାକୁ ମାସାଧିକ କାଳ ବିତିଯାଇଛି। ଏଥିପାଇଁ ମୁଖ୍ୟତଃ ଗରିବ, ଅସହାୟଙ୍କଠାରୁ ଆରମ୍ଭ କରି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବହୁଗୁଣିତ ହୋଇ ପଡ଼ିଛି। ରୋଜଗାର ବନ୍ଦ...

ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

ଛେଣ୍ଡିପଦା,୨୭।୪(ସ୍ବ.ପ୍ର.) ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା କ୍ୱାରାଣ୍ଟାଇନ କେନ୍ଦ୍ରକୁ ରବିବାର ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ପରିଦର୍ଶନ କରିଛନ୍ତି। ଜିଲାପାଳଙ୍କ ସହ ଛେଣ୍ଡିପଦା ବିଡିଓ ସୁନିଲ କେର୍କେଟା ଓ ତହସିଲଦାର ଡାନିଏଲ ଏକ୍କା ପରଙ୍ଗ, ନିଶା, କଙ୍କରାଇ, ରାଇଝରଣ,...

ନିରାଡ଼ମ୍ବରରେ ଶୀତଳଷଷ୍ଠୀ ଥାଳଉଠା ପର୍ବ ସମ୍ପନ୍ନ

ସମ୍ବଲପୁର,୨୭।୪(ବ୍ୟୁରୋ)-ପରମ୍ପରାନୁସାରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ପର୍ବ ରବିବାର ଗୋଧୂଳୀ ଲଗ୍ନରେ ସମ୍ପନ୍ନ ହୋଇଛି । ଶଙ୍ଖ, ଘଣ୍ଟ ଓ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଥାଳ ଉଠିଥିଲା । ପଣ୍ଡିତ, ମନ୍ଦିର ପୂଜକ, କନ୍ୟା ମାତାପିତା, ବର...

ଲକ୍‌ଡାଉନ ସମୟରେ ୧୪୯ଟି ରେକ୍‌ରେ ଚାଉଳ ପରିବହନ

ସମ୍ବଲପୁର, ୨୭।୪ (ବ୍ୟୁରୋ)- କରୋନା ମୁକାବିଲା ପାଇଁ ଲକ୍‌ ଡାଉନ ଜାରି ରହିଛି । ଏହି ସମୟରେ ସମ୍ବଲପୁର ରେଳମଣ୍ଡଳ ଅନବରତ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ ଦେଶର ବିଭିନ୍ନ ପ୍ରାନ୍ତକୁ ପରିବହନ କରୁଛି । ଗତ ୨୪ ତାରିଖ ୧୪୯ଟି...

ସ୍କୁଲରେ ରହିଲା ନାହିଁ ସମାଜିକ ଦୂରତା – ମାଗଣା ବହି ପାଇଁ ପ୍ରବଳ ଭିଡ଼

ସମ୍ବଲପୁର,୨୭ା୪ (ବ୍ୟୁରୋ)-ରବିବାର ସମ୍ବଲପୁର ମହାନଗର ନିଗମ ଅଧୀନ ବୀର ସୁରେନ୍ଦ୍ର ସାଏ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହେଉଛି । ସ୍କୁଲରେ ପିଲାମାନଙ୍କ ପାଇଁ ମାଗଣା ବହି ବଣ୍ଟନ କରାଯାଉଥିବା ପ୍ରଚାର...

CORONAVIRUS UPDATE: ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିନ୍ହଟ, ସଂଖ୍ୟା ଛୁଇଁଲା ୧୦୮

ଭୁବନେଶ୍ୱର,୨୭।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି। ଏହି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି। ଏମାନେ ବାଲେଶ୍ୱର ଜିଲାର...

ଥୋଡ ଧାନ ଉପରେ କୁଆପଥର ମାଡ଼

ସୋନପୁର,୨୭।୪(ନି.ପ୍ର.) ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏବେ ଅଦିନିଆ ବର୍ଷା, କୁଆ ପଥର ମାଡ ଓ ଘୂର୍ଣ୍ଣିଝଡ ଯୋଗୁଁ ସୁବର୍ଣ୍ଣପୁର ଜିଲାର ଚାଷୀ ସର୍ବସ୍ବାନ୍ତ ହୋଇଛନ୍ତି। ଧାନ ଓ ପନିପରିବା ଚାଷ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri