ଆମ ଜିଲା ଖବର

ଦେଶୀ ମଦ ସହ ମୋଟରସାଇକେଲ ଜବତ: ୨ ଜଣଙ୍କୁ ଗରିଫ କଲା ପୋଲିସ

ପୁରୁଷୋତ୍ତମପୁର,୨୬ା୪(ଡି.ଏନ୍‌.ଏ.): କରୋନାକୁ ନେଇ ଗଞ୍ଜାମ ଜିଲାପାଳ ମଦ କାରବାର ସମ୍ପୂର୍ଣ୍ଣ ରୂପେ ବନ୍ଦ ଲାଗି କଡ଼ା ନିର୍ଦ୍ଦେଶ ଜାରି କରିଥିବା ସତ୍ତ୍ୱେ ପୁରୁଷୋତ୍ତମପୁର ଅଞ୍ଚଳରେ ମଦମାଫିଆମାନେ ବିନା ଦ୍ବିଧାରେ ମଦ କାରବାର ଚଳାଇଛନ୍ତି। ଏହାକୁ ନେଇ ରବିବାର ସକାଳେ ପୁରୁଷୋତ୍ତମପୁର...

କରୋନା ଯୁଦ୍ଧରେ ଉଦାହରଣ ସାଜିଲେ ଜେରୁସ: କର୍ତ୍ତବ୍ୟ ସହ ତୁଲାଉଛନ୍ତି ପରିବାରର ଦାୟିତ୍ୱ, ପ୍ରଶଂସା କଲେ ପୁରୀ ଏସ୍‌ପି

ସାକ୍ଷୀଗୋପାଳ,୨୬।୪(ଡି.ଏନ.ଏ.): କରୋନା ମୁକାବିଲାକୁ ନେଇ ସମ୍ପ୍ରତି ଲକ୍‌ଡାଉନ୍‌ କଟକଣା ଜାରି ରହିଛି। ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନେଇ ପ୍ରମୁଖ ଭୂମିକା ଗ୍ରହଣ କରିଛି ପୋଲିସ। ରାତିଦିନ ଏକ କରି କାମ କରୁଥିବା ବେଳେ ଅନେକ ବ୍ୟକ୍ତିଗତ ସ୍ବାର୍ଥକୁ...

ଉତ୍ତରପ୍ରଦେଶ ଫେରନ୍ତା ଦୁଇ ଯୁବକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିଲା ପ୍ରଶାସନ

ବିଜେପୁର,୨୬ା୪(ଡି.ଏନ୍‌.ଏ.) : କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବ୍ୟାହତ ରହିଛି। ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ହେଲେ କିଛି ଅମାନିଆ ଲକ୍‌ଡାଉନ୍‌ କଟକଣାକୁ ଉଲ୍ଲଂଘନ କରି ସୀମାରେ ରହିଥିବା ସୁରକ୍ଷା...

ଛିଡା ହୋଇଥିବା ଚିପ୍ସ ବୋଝେଇ ହାଇୱାକୁ ପଛରୁ ଧକ୍କା ଦେଲା ଟ୍ରକ୍‌: ଟ୍ରକ୍‌ ହେଲ୍ପର ମୃତ, ଡ୍ରାଇଭର ଗୁରୁତର

ରେଙ୍ଗାଲି, ୨୬।୪ (ଡି.ଏନ.ଏ.)- ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ରମ୍ପେଲା ଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚିପ୍ସ ବୋଝେଇ ହାଇୱା (ଓଡି ୨୩ ବି- ୯୮୯୨)କୁ ଗୋଠିଏ ଟ୍ରକ୍‌ (ଓଡି ୧୭ ଏନ- ୯୦୧୧) ଧକ୍କା...

ଲକ୍‌ଡାଉନ୍‌ ଶେଷ ପରେ ପୁରୁଷୋତ୍ତମପୁରକୁ ଫେରିବେ ୧୫,୩୦୦ ଲୋକ: ୧୨୩ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତ: ତଦାରଖ କଲେ ଉପଜିଲାପାଳ

ପୁରୁଷୋତ୍ତମପୁର,୨୬ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସିକୁ ରାଜ୍ୟ ଓ ଜିଲା ବାହାରୁ ଆସିବାକୁ ଥିବା ଲୋକଙ୍କ ଆକଳନକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ପ୍ରାୟ ୧୫ ହଜାର ୩ ଶହ ଲୋକଙ୍କ ରହିବା ଲାଗି କ୍ବାରାଣ୍ଟାଇନ୍‌...

ଫେରିବେ ୧୪୭୦: କ୍ୱାରାଣ୍ଟାଇନ୍‌ କଡ଼ାକଡ଼ି କରିବାକୁ ଦାବି

ବିଜେପୁର,୨୬ା୪(ଡି.ଏନ୍‌.ଏ.) : କରୋନା ପ୍ରତିହତ ପାଇଁ କରାଯାଇଥିବା ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଖୋଲିବାକୁ ଆଉ ମାତ୍ର ୭ ଦିନ ବାକି ରହିଛି। ଏହା ଖୋଲିବା ମାତ୍ରକେ ରାଜ୍ୟ ବାହାରେ ରହୁଥିବା ଲୋକଙ୍କ ଘରବାହୁଡ଼ା ହେବାର ସମ୍ଭାବନା ରହିଛି। ତେଣୁ ରାପିଡ୍‌...

ବିଶୋଧିତ ହେଉନି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ:ଟୁଇଟ୍‌ କରି ଅଭିଯୋଗ କଲେ ଆଇନଜୀବୀ

ପଟ୍ଟାମୁଣ୍ଡାଇ, ୨୬।୪ (ସ୍ବ.ପ୍ର.)-ମହାମାରୀ କରୋନାର ପ୍ରତିଷେଧକ ଟିକା ଏ ଯାଏ ବାହାରି ପାରି ନ ଥିବା ବେଳେ ଭାରତ ସମେତ ସମଗ୍ର ବିଶ୍ୱରେ ଏହି ଭୂତାଣୁ ଦୈନିକ ହଜାର ହଜାର ଜୀବନ ନେବାରେ ଲାଗିଛି। ଏହି ଭୂତାଣୁ ସଂକ୍ରମଣ ରୋକିବା...

ଲଗାଣ ବର୍ଷାରେ ଚାଷୀ ବେହାଲ

କେନ୍ଦ୍ରାପଡ଼ା ଅଫିସ, ୨୬।୪-ଗତ ୩ ଦିନ ଧରି କେନ୍ଦ୍ରାପଡ଼ା ଜିଲାରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ଜିଲାର ଚାଷୀଙ୍କ ପନିପରିବା ଓ ରବି ଫସଲ ଉଜୁଡ଼ି ଯାଇଛି। କରୋନା ମହାମାରୀ ପାଇଁ ତାଲାବନ୍ଦ ଯୋଗୁ ଚାଷୀଙ୍କୁ ଉପଯୁକ୍ତ...

କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି

କୁଆମରା, ୨୬।୪(ଡି.ଏନ.ଏ.)-ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ କାଳ ବୈଶାଖୀ ତାଣ୍ଡବ ରଚିଛି ଗୋପବନ୍ଧୁ ନଗର ବ୍ଲକରେ। ପବନ ସାଙ୍ଗକୁ କୁଆପଥର ମାଡ ଓ ମୂଷଳ ଧାରାରେ ବର୍ଷା ଜନ ଜୀବନ ଅସ୍ତବ୍ୟସ୍ତ କରିପକାଇଛି। ସ୍ବାଭାବିକ ଜୀବନ ଯାତ୍ରା ପ୍ରଭାବିତ ହୋଇ ପଡିଛି।...

ଅଗଣାରେ ଶୋଇଥିଲେ ଯୁବକ: ସାପ କାମୁଡ଼ାରେ ଜୀବନ ଗଲା

ଦେବଗଡ,୨୬ା୪(ଡି.ଏନ.ଏ.):ଦେବଗଡ ଥାନା ଅଧୀନ ଖଜୁରୀବାହାଳ ଗ୍ରାମରେ ଶନିବାର ରାତିରେ ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଖବର ମୁତାବକ ଖଜୁରୀବାହାଳ ଗ୍ରାମର ସତାରୀ ସାମାଡ(୨୬) ସବୁଦିନ ଭଳି ନିଜ ଘର ଅଗଣାରେ ଶୋଇଥିବା ବେଳେ ସାପ ତାଙ୍କୁ କାମୁଡି...

‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ଘରେ ଘରେ ବହି ବାଣ୍ଟିଲେ ପ୍ରଧାନଶିକ୍ଷୟିତ୍ରୀ

ଓଡ଼ଗାଁ,୨୬ା୪(ସ୍ବ.ପ୍ର.) : କୋଭିଡ୍‌-୧୯ ପାଇଁ ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ ପିଲାଙ୍କୁ ସ୍କୁଲ ଆସିବା ବାରଣ ରହିଛ। ଏହି ସମୟରେ ପିଲାଙ୍କୁ ଘର ଘର ବୁଲି ସ୍କୁଲ କର୍ତ୍ତୃପକ୍ଷ ମାଗଣା ପାଠ୍ୟ ପୁସ୍ତକ ପ୍ରଦାନ କରିବାକୁ ସରକାରୀ ନିର୍ଦ୍ଦେଶ...

ଲକ୍‌ ଡାଉନ୍‌ ନିୟମ ମାନି ରମଜାନ ପାଳନ କରିବାକୁ ନିଷ୍ପତ୍ତି

ଭଟଲି,୨୬ା୪(ଡି.ଏନ.ଏ): ବର୍ତ୍ତମାନ କରୋନା (କୋଭିଡ-୧୯)ପାଇଁ ସମଗ୍ର ଭାରତ ବର୍ଷକୁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ ସମଗ୍ର ଦେଶରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର କଡ଼ା ଆଇନ ପ୍ରଣୟନ ହୋଇଛି। କୌଣସି ଧାର୍ମିକ ଅନୁଷ୍ଠାନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri