ଆମ ଜିଲା ଖବର

ଖୋର୍ଦ୍ଧା ଗାମୁଛାରେ ପ୍ରସ୍ତୁତ ମାସ୍କର ଚାହିଦା ବଢୁଛି

ଖୋର୍ଦ୍ଧା ଅଫିସ,୨୫ା୪: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ବାହାରକୁ ବାହାରିଲେ ମାସ୍କ ପରିଧାନ ଲାଗି ସରକାର କଟକଣା ମଧ୍ୟ କରିଛନ୍ତି। ଏହି ସମୟରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ମାସ୍କ ପ୍ରସ୍ତୁତ...

କୋଭିଡ୍‌ ଡ୍ୟୁଟି ଲେଖି କାରରେ ଗଞ୍ଜେଇ ଚାଲାଣ, ଜଣେ ଗିରଫ

ରାଇକିଆ,୨୫ା୪(ଡି.ଏନ୍‌.ଏ.)- ରାଇକିଆ ପୋଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରିଛି । ଶନିବାର ଭୋରରୁ ପେଟ୍ରୋଲିଂବେଳେ ସନ୍ଦେହରେ କୋଭିଡ ଡ୍ୟୁଟି ଲେଖାଥିବା ଏକ କାର୍‌କୁ ଅଟକାଇଥିଲା। ମାତ୍ର ତାହା ନ ଅଟକି ରାଇକିଆ- କରଡା ଦିଗରେ ପଳାଇଥିଲା।...

ବଜ୍ରପାତରେ ଗଲା ଯୁବତୀଙ୍କ ଜୀବନ

ଜୁନାଗଡ,୨୫।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ଥାନା ନ୍ତର୍ଗତ ଆଟିଗାଁରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତାଙ୍କ ନାମ ଶିବାନୀ ପଧାନ(୨୦)। ମିଳିଥିବା ସୁଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୬ଟାରେ ଶିବାନୀ ଶୌଚହେବା ପାଇଁ ଯାଉଥିବାବେଳେ ହଠାତ୍‌...

ମାରଣାସ୍ତ୍ର ଦେଖାଇ ଆତଙ୍କ, କାବୁ କଲେ ଏସ୍‌ଏଚ୍‌ଜି ମହିଳା

ବରଗଡ଼ ଅଫିସ୍‌,୨୫।୪: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ବୁଡ଼େନ ଥାନାର ଲୁହାଖାନ ଗ୍ରାମରେ ଶନିବାର ପିସ୍ତଲ, ଛୁରୀ ଭଳି ମାରଣାସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି କରୁଥିବା ଅଭିଯୁକ୍ତମାନଙ୍କୁ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ମହିଳାମାନେ କାବୁ କରିଛନ୍ତି। ପରେ ପୋଲିସ...

ଅବକାରୀ ଧରପଗଡବେଳେ ପୋଲିସକୁ ସଂଘବଦ୍ଧ ଆକ୍ରମଣ: ୬ ପୋଲିସ କର୍ମଚାରୀ ଆହତ,୧୨ ଗିରଫ

ପୋଲସରା,୨୫ା୪(ଡି.ଏନ.ଏ.)- ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତସ୍ଥିତ ବଡ଼ତଇଲା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ବେଆଇନଭାବେ ମଦ ରନ୍ଧା ହେଉଥିବାବେଳେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲା। ସେଠାରୁ ପ୍ରାୟ ୨ ହଜାର ଲିଟର ମଦ...

ବରଗଡ଼ ଇ-ନାମ୍‌ ମାର୍କେଟ୍‌ରେ ପରିବା କିଣାବିକା ଆରମ୍ଭ

ବରଗଡ଼ ଅଫିସ୍‌,୨୫।୪: ରାଷ୍ଟ୍ରୀୟ କୃଷି ବିପଣନ କାର୍ଯ୍ୟକ୍ରମ(ଇ-ନାମ୍‌)ରେ ଶନିବାର ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଭୁକ୍ତ ହୋଇଛି। ଏହା ସହିତ ଦ୍ୱିତୀୟ ପର୍ଯ୍ୟାୟରେ କାର୍ଯ୍ୟକାରୀ ହୋଇଥିବା ଇ-ନାମ୍‌ ମାର୍କେଟ୍‌ ଜରିଆରେ ପନିପରିବା କିଣାବିକାରେ ପ୍ରଥମ କରି ସାମିଲ ହୋଇଛି। ଇ-ଟ୍ରେଡ଼ିଂ,...

କାଳବୈଶାଖୀ: ଗଛ ପଡି ଚଳାଚଳ ବନ୍ଦ

ବେଗୁନିଆପଡା,୨୫ା୪(ଡି.ଏନ.ଏ.)- ବେଗୁନିଆପଡ଼ା ବ୍ଲକରେ ଶୁକ୍ରବାର ରାତିରେ କାଳବୈଶାଖୀ ପ୍ରଭାବରେ ବର୍ଷାପବନ ସହ କୁଆପଥର ବୃଷ୍ଟି ହୋଇଥିଲା। ବିଭିନ୍ନସ୍ଥାନରେ ଗଛପଡି ଯାତାୟତ ବନ୍ଦ ହୋଇଯାଇଥିଲା। ଶନିବାର ସକାଳୁ ସ୍ଥାନୀୟ ଲୋକମାନେ ଏକାଠି ହୋଇ ଗଛକାଟି ରାସ୍ତା ସଫା କରିବା ପରେ ଯାତାୟାତ...

ଚେନ୍ନାଇରୁ ବୋଟ୍‌ରେ ଫେରିଲେ ୩୮ ଦାଦନ

ଚିକିଟି,୨୫ା୪(ଡି.ଏନ.ଏ.)- ସାରା ଦେଶରେ ଲକ୍‌ଡାଉନ୍‌ ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଛି। ଫଳରେ ଜଳପଥ ଦେଇ ରାଜ୍ୟବାହାରେ ଫସିଥିବା ଲୋକେ ଘରକୁ ଫେରୁଛନ୍ତି। ଶନିବାର ସନ୍ଧ୍ୟାରେ ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ ସୁନୁପୁର ମୁହାଣରେ ୩୮ଜଣ ଦାଦନ ଶ୍ରମିକ ଚେନ୍ନାଇରୁ...

ଘରଘର ବୁଲି ଅଙ୍ଗନୱାଡି କର୍ମୀଙ୍କ ଶିଶୁଖାଦ୍ୟ, ଅଣ୍ଡା ବଣ୍ଟନ

ଆର.ଉଦୟଗିରି,୨୫ା୪(ଡି.ଏନ.ଏ.)- କରୋନା ପାଇଁ ରାଜ୍ୟ ସରକାରଙ୍କ ଅଙ୍ଗନୱାଡି କେନ୍ଦ୍ରର ଛାତ୍ରୀଛାତ୍ରଙ୍କ ଘରକୁ ଯାଇ ଶିଶୁ ଖାଦ୍ୟ ଓ ଅଣ୍ଡା ଅଙ୍ଗନୱାଡି କର୍ମୀମାନେ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ପ୍ରତ୍ୟେକ ଜିଲାର ଡିଏସ୍‌ଡବ୍ଲ୍ୟୁମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆର.ଉଦୟଗିରି ବ୍ଲକ ବସ୍ତିଗୁଡା...

ବୌଦ୍ଧରୁ ଦ୍ୱିତୀୟ ପର୍ଯ୍ୟାୟ ରଥକାଠ ପୁରୀ ଗଲା

ବୌଦ୍ଧ, ୨୫ା୪(ସ୍ବ.ପ୍ର):ପୁରୀ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ଦ୍ୱିତୀୟ ପର୍ଯ୍ୟାୟ ରଥକାଠ ପଠାଯାଇଛି। ଶନିବାର ଅପରାହ୍ନରେ ଜିଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହି ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନି ଦେଇ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା...

କୁଷ୍ଠରୋଗୀଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ

ବିନିକା,୨୫ା୪(ଡି.ଏନ୍‌.ଏ): ସୁବଣ୍ଣର୍ର୍ପୁର ଜିଲା ଭଣ୍ଡାର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଲୁଣ୍ଡା ଗ୍ରାମ ନିର୍ମଳ ଛାୟାରେ ବାସ କରୁଥିବା କୁଷ୍ଠରୋଗୀଙ୍କୁ ଶନିବାର ଜିଲା ଯୁବ ବିଜେଡି ସଭାପତି ଅଶୋକ ନନ୍ଦ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଛନ୍ତି। ଏହି ସମୟରେ ଜିଲା...

ଫେରିବେ ୯୫୮୮, ଗ୍ରାମାଞ୍ଚଳରେ ସ୍ଥାନାଭାବ ଆଶଙ୍କା

ସୋନପୁର,୨୫।୪(ନି.ପ୍ର.): ମେ’ ୩ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ କଟକଣା ହଟିଲା ପରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଛାତ୍ରୀଛାତ୍ର, ଚାକିରିଆ ଓ ଦାଦନ ଶ୍ରମିକଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri