ଆମ ଜିଲା ଖବର

ଶ୍ରମିକ କାର୍ଡ ନାମରେ ଠକେଇ ଅଭିଯୋଗ

ସମ୍ବଲପୁର,୨୫ା୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ ଜାରି କରାଯାଇଛି । ରୋଜଗାର ହରାଇଥିବା ଶ୍ରମିକ ଓ ଗରିବ ଲୋକମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଆର୍ଥତ୍କ ସହାୟତା ସହିତ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି । ଏପରି...

ମାସ୍କ, ସାବୁନ ବାଣ୍ଟିଲେ, କରୋନା ନେଇ ଲୋକଙ୍କୁ ସଚେତନ କଲେ

କୋକସରା, ୨୫ା୪ (ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡାମାଝୀ ଓ ସମିତି ସଭ୍ୟା ମାଧୁରୀ ନାଏକ ଶନିବାର ଆମପାଣି ସାପ୍ତାହିକ ବଜାରରେ ଲୋକଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରିଥିଲେ। ଏଥିସହ କରୋନା...

ବଜ୍ରପାତ ନେଲା ୬ ଗୋରୁଙ୍କ ଜୀବନ

ଖପ୍ରାଖୋଲ,୨୫ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ପବନ ବର୍ଷା ସାଙ୍ଗକୁ ବଜ୍ରପାତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବ୍ଲକ ଅନ୍ତର୍ଗତ ଚାଉଳବାଂଜି ଗାଁରେ ବଜ୍ରପାତରେ ୬ ଗୋରୁଙ୍କର ମୃତ୍ୟୁ...

କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି

ମନମୁଣ୍ଡା,୨୫।୪(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଯୋଗୀନ୍ଦ୍ରପୁର ପଞ୍ଚାୟତର ଏକାଧିକ ଗ୍ରାମ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତିଗସ୍ତ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ସହ ପ୍ରବଳ ବର୍ଷା ହୋଇଥିଲା। ଡିମିରିମୁଣ୍ଡାର ଗଣେଶ୍ୱର କହଁର, କୃଷ୍ଣ କହଁର, ମନବୋଧ କହଁର, ଚିତ୍ତରଞ୍ଜନ...

ଡାକ୍ତରଙ୍କୁ ଅସମ୍ମାନ, ୩ ଗିରଫ

ଖଇରା,୨୫ା୪(ଡି.ଏନ୍‌.ଏ.)-ବାଲେଶ୍ବର ଜିଲା ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କ ବିରୋଧରେ ଅସମ୍ମାନସୂଚକ ମନ୍ତବ୍ୟ ଦେବା ଅଭିଯୋଗରେ ଖଇରା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପୁରୁଷୋତ୍ତମପୁର ଗ୍ରାମର ଶଙ୍କର୍ଷଣ ସାହୁ ଓ ତାଙ୍କର ଦୁଇ ପୁଅ ଶ୍ରୀକାନ୍ତ...

୩୭ ସୀମାନ୍ତ ରାସ୍ତା ଉପରେ କଡ଼ା ନଜର

ଭୋଗରାଇ,୨୫।୪(ଡି.ଏନ.ଏ.)- ଓଡ଼ିଶାର କରୋନା ସଂକ୍ରମିତ ସଂଖ୍ୟା ଏକ ତୃତୀୟାଂଶ ପଶ୍ଚିମବଙ୍ଗରୁ ଲିଙ୍କ ହୋଇଥିବାର ପ୍ରକାଶ ପରେ ଗତ ଗୁରୁବାର ରାତି ୧୦ଟାରୁ ବାଲେଶ୍ୱର ଜିଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଜିଲାରେ ଅଦ୍ୟାବଧି ୧୦ ଜଣଙ୍କୁ କରୋନା ପଜିଟିଭ୍‌ ବାହାରି ଥିବାରୁ...

ଖୁଣ୍ଟରୁ ପଡ଼ି ବିଦ୍ୟୁତ୍‌ କର୍ମଚାରୀ ଗୁରୁତର, ଭୁବନେଶ୍ୱର ସ୍ଥାନାନ୍ତର

ଦାରିଙ୍ଗବାଡ଼ି,୨୫।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ସିମନବାଡ଼ି ଘାଟିରେ ବିଦ୍ୟୁତ୍‌ ମରାମତିବେଳେ ଶୁକ୍ରବାର ଅପରାହ୍ନରେ ଜଣେ କର୍ମଚାରୀ ଖୁଣ୍ଟରୁ ଖସିପଡ଼ି ଗୁରୁତର ହୋଇଛନ୍ତି। ସେହେଲେ କବିଚନ୍ଦ୍ର ଦଳବେହେରା। ତାଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଗୁରୁତର ହେବାରୁ...

କୋଭିଡ୍‌ ଫଣ୍ଡକୁ ୬.୩୪ ଲକ୍ଷ ସହାୟତା

ହିଞ୍ଜିଳିକାଟୁ,୨୫ା୪(ଡ଼ି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଚାଉଳ କଳ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (କୋଭିଡ୍‌)କୁ ୧ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂଘର ସଭାପତି ବିଜୟ କୁମାର ପାଢୀ ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କୁ ବ୍ଲକ...

ମନ୍ଦିର ବେଢ଼ାରେ ସାକ୍ଷୀଗୋପାଳଙ୍କ ଚନ୍ଦନ ନୀତି ଲାଗି ପ୍ରଶାସନିକ ନିଷ୍ପତ୍ତି

ସାକ୍ଷୀଗୋପାଳ,୨୫ା୪(ଡି.ଏନ୍‌.ଏ.): ରାତି ପାହିଲେ ଅକ୍ଷୟ ତୃତୀୟା। ରବିବାରଠାରୁ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରାକୁ କାଣ୍ଟଛାଣ୍ଟ କରି ବିନା ଭକ୍ତରେ କେବଳ ଠାକୁରଙ୍କ ଦେବନୀତି କରିବାକୁ ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ମନ୍ଦିରଠାରୁ ଚନ୍ଦନ ମଣ୍ଡପ...

ଗୋଟିଏ ଘରେ ରହୁଛନ୍ତି ୧୪ ଜଣ, ରାଶନକାର୍ଡ ପାଇଁ ବିଡିଓଙ୍କୁ ଗୁହାରି

ଗଞ୍ଜାମ,୨୫ା୪(ଡି.ଏନ୍‌.ଏ.)- ଗଞ୍ଜାମ ଏନ୍‌ଏସି ୱାର୍ଡ ନଂ.୭ରେ ରୁହନ୍ତି ଶିବରାମ ମହାରଣାଙ୍କ ପରିବାର। ଗୋଟିଏ ଘରେ ଶିବରାମଙ୍କ ଦୁଇ ପୁଅ ଓ ୨ ବୋହୁ ଓ ଅବିବାହିତ ସାନ ପୁଅଙ୍କୁ ମିଶାଇ ମୋଟ ୧୪ ଜଣ ସଦସ୍ୟ ରହୁଛନ୍ତି। ଶିବରାମଙ୍କ ପରିବାର...

ଖବରଦାତାଙ୍କ ବିରୋଧରେ ଏତଲା

କେନ୍ଦୁଝର, ୨୫।୪(ସ୍ବ.ପ୍ର.) ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀ ଓ କଂଗ୍ରେସ ଦଳ ବିରୋଧରେ ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ରଞ୍ଜନ ଗୋସ୍ବାମୀ ଦେଇଥିବା ଆପତ୍ତି ଜନକ ମନ୍ତବ୍ୟ ପ୍ରତିବାଦରେ କେନ୍ଦୁଝର ଜିଲା କଂଗ୍ରେସ କମିଟି ପକ୍ଷରୁ ଟାଉନ ଥାନାରେ ଏତଲା...

କାଳବୈଶାଖୀରେ ଭାଙ୍ଗିଲା ଘର, ଗଛ

ପାଟଣା,୨୫।୪(ସ୍ବ.ପ୍ର.)-କାଳବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ଉପାନ୍ତ ଅଞ୍ଚଳ ମାଛଗଡ଼ ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ ବର୍ଷା ପବନ ସାଙ୍ଗକୁ କୁଆ ପଥର ମାଡ଼ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଅନେକ ବଡ଼ ବଡ଼ ଗଛ ଉପୁଡି ପଡିଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri