ଆମ ଜିଲା ଖବର

ଲୋକଙ୍କୁ କଟକଣା, ବାବୁଙ୍କୁ ଢିଲା

ଅନୁଗୋଳ ଅଫିସ, ୨୦।୪: ଅନୁଗୋଳ ଜିଲାରେ ଲକ୍‌ଡାଉନ୍‌ କଟକଣା କଡ଼ାକଡ଼ି କରାଯାଇଛି। ଜରୁରୀ ନ ଥିଲେ ଘରୁ ନ ବାହାରିବାକୁ ସଚେତନ କରାଯାଉଛି। ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଜିଲା ବାହାରୁ କେହି ଆସିଲେ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଉଛି। ଆବଶ୍ୟକ ପଡ଼ିଲେ...

ସରପଞ୍ଚଙ୍କୁ କରାଗଲା ସଚେତନ

ବନ୍ତଳା, ୨୦ା୪(ଡି.ଏନ.ଏ.) ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଅଧିକ କ୍ଷମତା ଦେବା ପରେ ରବିବାର ଅପରାହ୍ନରେ ବନ୍ତଳା ଥାନା ଅଞ୍ଚଳର ସମସ୍ତ ସରପଞ୍ଚଙ୍କୁ ଡକାଇ ଥାନା ଦାୟିତ୍ୱରେ ଥିବା ପ୍ରବୋଶନାଲ ଅଫିସର ସୌରବ ଓତା କଟକଣା ସମ୍ପର୍କରେ ସଚେତନ କରାଇଛନ୍ତି। ଗ୍ରାମାଞ୍ଚଳରେ ଚୋରା...

ଗାଁରେ ବାହାର ଲୋକଙ୍କ ପ୍ରବେଶକୁ ବିରୋଧ

ବାରିପଦା ଅଫିସ, ୨୦ା୪- କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ ଡ଼ାଉନ ହୋଇଛି। ଏହି ସମୟରେ ଅତି ଆବଶ୍ୟକ ନ ପଡ଼ିଲେ ଘରୁ ବାହାରିବାକୁ ବାରଣ କରାଯାଇଛି। ମୟୂରଭଞ୍ଜ ଜିଲାର ବିଭିନ୍ନ ଗ୍ରାମରେ ଅନ୍ୟ ଲୋକମାନଙ୍କୁ...

ଆସୁଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା: ଧାର୍ଯ୍ୟ ସମୟରେ ବସ୍ତ୍ର ଯୋଗାଣକୁ ନେଇ ଚିନ୍ତା

ଖୋର୍ଦ୍ଧା ଅଫିସ,୨୦ା୪: ଲୀଳାମୟ ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାରମାସରେ ତେର ଯାତ୍ରା ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରୁ ଶ୍ରେଷ୍ଠ ହେଉଛି ରଥଯାତ୍ରା। କାଳିଆ ସାଆନ୍ତ, ବଡଠାକୁରଙ୍କ ସହ ଭଉଣୀ ଦେବୀ ସୁଭଦ୍ରା ରତ୍ନ ସିଂହାସନରୁ ଓହ୍ଲାଇ ଆସି ନବଦିନାତ୍ମକ ଘୋଷଯାତ୍ରାରେ ବାହାରିଥାନ୍ତି।...

ସହରାଞ୍ଚଳରେ କଡ଼ାକଡ଼ି, ଗ୍ରାମାଞ୍ଚଳରେ କୋହଳ

ଢେଙ୍କାନାଳ ଅଫିସ, ୨୦।୪: କରୋନା ପ୍ରଭାବିତ ଢେଙ୍କାନାଳ ଜିଲାରେ ସୋମବାରଠାରୁ ବଦଳିଯିବ ଲକ୍‌ଡାଉନ ନିୟମ। ସଂକ୍ରମଣ ଆଶଙ୍କା ସମ୍ପୂର୍ଣ୍ଣ ଟଳି ନ ଥିବାରୁ ସହରାଞ୍ଚଳରେ କଟକଣା କଡ଼ାକଡ଼ି ରହିବ। ହେଲେ ଶ୍ରମଜୀବୀ ଏବଂ ଚାଷୀଙ୍କ ଜୀବନଜୀବିକାକୁ ନଜରରେ ରଖି ଗ୍ରାମାଞ୍ଚଳରେ ନିୟମ...

ପାସ୍‌ଧାରୀଙ୍କ ଚାଲାଣ କାଟୁଛି ପୋଲିସ: ମାଲଗୋଦାମ ବ୍ୟବସାୟୀ ହଇରାଣ

କଟକ ଅଫିସ,୨୦ା୪: ପାସ୍‌ ଦେଇଛି କମିଶନରେଟ ପୋଲିସ। ହେଲେ ପାସ୍‌ ଦେଖାଇଲେ ସୁଦ୍ଧା ପୋଲିସ ଛାଡ଼ୁନି। ଗାଡ଼ି ଅଟକାଉଛି, ଏପରି କି ଜରିମାନା ମଧ୍ୟ ଲଦୁଛି। ମାଲଗୋଦାମର ଜଣେ ବ୍ୟବସାୟୀ ପ୍ରୀତମ କୁମାର ସାହୁ ମଧୁପାଟଣା ଥାନାରେ ରବିବାର ସନ୍ଧ୍ୟାରେ...

ପଲ୍ଲିଶ୍ରୀ କେଶବ କବି କଳାକାର ସଂଘ ପକ୍ଷରୁ ୨୦ ହଜାର ଟଙ୍କା ସହାୟତା

ବାହାନଗା, ୨୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ଅଞ୍ଚଳର ପଲ୍ଲିଶ୍ରୀ କେଶବ କବି କଳାକାର ସଂଘ ପକ୍ଷରୁ କରୋନା ସଂକ୍ରମଣର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫି୍‌ ଫଣ୍ଡକୁ ୨୦ହଜାର ଟଙ୍କା ସହାୟତା ଦିଆଯାଇଛି। ଏହି ସଂଘର ଖରାସାହାପୁର ଓ ଅଭଣା...

ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ

ଠାକୁରମୁଣ୍ଡା,୨୦ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧୀନ ୧ନଂ.ୱାର୍ଡ଼ ଗୋଲେଇ ଛକ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସରେ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ଶନିବାର ରାତିରେ ଚଢ଼ାଉ କରି ୧୫ଲକ୍ଷ ଟଙ୍କାରୁ ଊଦ୍ଧର୍‌ବ ଟଙ୍କାର ଚୋରା ବିଦେଶୀ...

କାନଭାସ୍‌ରେ କରୋନା ସଚେତନତା

ଆରଡି,୨୦ା୪(ଡି.ଏନ.ଏ.)-ବିଭିନ୍ନ ସମୟରେ ସାମାଜିକ ଘଟଣାକୁ ନିଜ ରଙ୍ଗତୂଳୀରେ ରୂପଦେଇ ଆସୁଥିବା ଚିତ୍ରଶିଳ୍ପୀ ମୃତ୍ୟୁଞ୍ଜୟ ଏବେ କରୋନାକୁ ନେଇ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଘରୁ ନ ବାହାରିବା, ବାହାରକୁ ଗଲେ ହାତ ଧୋଇବା, ସାମାଜିକ ଦୂରତାକୁ ମାନିବା, କ୍ୱାରାଣ୍ଟାଇନରେ ରହିବା ଆଦି...

ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ

କପ୍ତିପଦା,୨୦ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବିଜେଡ଼ି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେଡ଼ି ଜିଲା ସମ୍ପାଦକ ପ୍ରବୀର ଚନ୍ଦ୍ର ସାଏଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ୩୩ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା।...

ଶିଶୁ କନ୍ୟାଙ୍କୁୁ ଅସଦାଚରଣ

ଖୁଣ୍ଟା,୨୦ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳର ଜଣେ ୪ ବର୍ଷର ଶିଶୁ କନ୍ୟାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା (ନଂ.୫୪/୨୦୨୦) ରୁଜୁକରି ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ରବିବାର ଜୁଭେନାଇଲ କୋର୍ଟକୁ ପଠାଇଛି। ଏନେଇ...

ସରକାରଙ୍କୁ ଶ୍ରୀଜଗନ୍ନାଥ ସେନାର ପ୍ରସ୍ତାବ: କରୋନା ଭୟ ଥିଲେ ବିନା ଭକ୍ତରେ ହେଉ ରଥଯାତ୍ରା

ପୁରୀ ଅଫିସ,୨୦।୪: ଜୁନ୍‌ ୨୩ରେ ମହାପ୍ରଭୁଙ୍କ ରଥଯାତ୍ରା। ଏହାକୁ ନେଇ ଏବେ ବି ଅନିଶ୍ଚିତତା ଲାଗିରହିଛି। କରୋନାର ଭୟାବହତାକୁ ଦେଖି ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡ଼ିବ ନା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri