ଆମ ଜିଲା ଖବର

ଲକ୍‌ ଡାଉନ୍‌ ବେଳେ ଦେଶୀ ମଦ ଜବତ: ୧୧ ଗିରଫ

ପାଇକମାଲ, ୧୯।୪ (ଡି.ଏନ.ଏ.)- ପାଇକମାଲ ପୋଲିସ ୩ଟି ସ୍ଥାନରୁ ଚଢ଼ାଉ କରି ୧୭୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି । ଏହି ଘଟଣାରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପାଇକମାଲ ଥାନା ନିଲାଥର ଗ୍ରାମର...

କଳାହାଣ୍ଡି ପୋଲିସ ପକ୍ଷରୁ ରକ୍ତଦାନ ଶିବିର, ୧୦୧ ୟୁନିଟ ରକ୍ତ ସଂଗ୍ରହ

ଜୁନାଗଡ,୧୯।୪(ଡି.ଏନ୍‌.ଏ)-ଜୁନାଗଡ ସହର ଅଗ୍ରସେନ ଭବନଠାରେ ରବିବାର କଳାହାଣ୍ଡି ପୋଲିସ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୧୦୧ଜଣ ମହିଳା,ପୁରୁଷ ସ୍ବେଚ୍ଛାକୃତଭାବେ ରକ୍ତଦାନ କରିଥିଲେ। ପରେ ସେମାନଙ୍କୁ କଳାହାଣ୍ଡି ପୋଲିସ ପକ୍ଷରୁ ମାନପତ୍ର ପ୍ରଦାନ...

କରୋନା ମାଡ଼ ପରେ ଚାଷୀଙ୍କୁ କରାମାଡ଼ ଚିନ୍ତା

ଦେଓଗାଁ,୧୯ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ କରୋନା ଯୋଗୁଁ ହୋଇଥିବା ଲକଡାଉନ ଯୋଗୁ ପ୍ରଭାବିତ ହୋଇଥିବା ଚାଷୀଙ୍କୁ ଏବେ ଅଦିନିଆ ବର୍ଷା ଓ କରାମାଡ଼ ଚିନ୍ତା ଘାରିଛି। ଶନିବାର ସନ୍ଧ୍ୟାରେ ଦେଓଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ଝଡବର୍ଷା...

ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୫୦ ୟୁନିଟ ରକ୍ତ ସଂଗ୍ରହ

ପାଟଣାଗଡ, ୧୯ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ରାମସାଗର ଠାରେ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସରୋଜ ମେହେରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ...

ଜଙ୍ଗଲ ଭିତର ଜୁଆଆଡ୍ଡାରେ ଚଢ଼ାଉ, ୫ ଗିରଫ

ବଲାଙ୍ଗୀର ଅଫିସ,୧୯ା୪: କରୋନା ଲକ୍‌ଡାଉନ୍‌ ସମୟରେ ଜଙ୍ଗଲ ଭିତରେ ଚାଲିଥିବା ଜୁଆଖେଳ ଉପରେ ଟାଉନ୍‌ ଥାନା ପୋଲିସ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩୩ ହଜାର ୧ ଶହ ଟଙ୍କା, ୧୩ଟି ବାଇକ୍‌, ୫ଟି ମୋବାଇଲ ଫୋନ୍‌...

୪୩୦ କି.ମି.ଚାଲି ପାଇକମାଳରେ ପହଞ୍ଚିଲେ ୨୦ ଶ୍ରମିକଙ୍କ ପରିବାର

ପାଇକମାଲ, ୧୯।୪ (ଡି.ଏନ.ଏ.)-ଗଞ୍ଜାମ ଜିଲା ଆସିକାର ଏକ ଇଟାଭାଟିରେ କାମ କରୁଥିବା ୨୦ ଦାଦନ ଶ୍ରମିକଙ୍କ ପରିବାରର ମୋଟ ୨୮ ସଦସ୍ୟ ଶନିବାର ପାଇକମାଲ ବ୍ଲକ କାଂସଡା ପଞ୍ଚାୟତରେ ପହଞ୍ଚିଛନ୍ତି । ଲକ୍‌ ଡାଉନ କଟକଣା ସତ୍ତ୍ବେ ସେମାନେ ୪୩୦...

କଣ୍ଡରାପାଟ ପୀଠରେ ଛତରଯାତ୍ରା ବନ୍ଦ

ସମ୍ବଲପୁର,୧୯ା୪(ବ୍ୟୁରୋ)-ସମ୍ବଲପୁର ସହର ଉପକଣ୍ଠ ଝାଙ୍କରପାଲି କଣ୍ଡରାପାଟ ପୀଠରେ ହେବାକୁ ଥିବା ଛତରଯାତ୍ରା ତଥା ଅକ୍ଷୟତୃତୀୟା ପର୍ବ ପାଳନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଫଳରେ କରେନା କଟକଣା ପ୍ରାୟ ୭ ଶହ ବର୍ଷର ପରମ୍ପରା ଭାଙ୍ଗି ଦେଇଛି। କେବଳ...

ଛତିଶଗଡରୁ ସାଇକେଲରେ ଫେରୁଛନ୍ତି ୪ ଓଡିଆ ଶ୍ରମିକ

ସୋନପୁର,୧୯।୪(ନି.ପ୍ର.): କରୋନା ଭୂତାଣୁ ସଂକମ୍ରଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ରେ ରହିଛି ସାରା ଦେଶ। ଏହାର ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକ କର୍ମସଂସ୍ଥାନ ହରାଇ ବହୁ ଦୁଃଖରେ ଅଛନ୍ତି। ଶ୍ରମିକଙ୍କ...

ଆଦିବାସୀଙ୍କୁ ମିଳିନି ସହାୟତା, ପତ୍ରରେ ତିଆରି ମାସ୍କ ସାହାରା

ଛତ୍ରପୁର,୧୯ା୪(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାରେ ଆଦିବାସୀମାନେ ଜଙ୍ଗଲ ଜମି ଅଧିକାରଠାରୁ ଆରମ୍ଭ କରି ପାଣି, ବିଭିନ୍ନ ସରକାରୀ ସହାୟତା ଆଦି ପାଇବାରୁ ବଞ୍ଚିତ ଥିବାବେଳେ ବର୍ତ୍ତମାନର ଲକ୍‌ଡାଉନ ସମସ୍ୟା ଦ୍ୱିଗୁଣିତ କରିଛି। ଏମାନେ କାମ ପାଇଁ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ମହାମାରୀ...

ଲକ୍‌ଡାଉନ୍‌ରେ ରକ୍ତଦାନ ଶିବିର: ୧୪୧ ୟୁନିଟ ରକ୍ତ ସଂଗ୍ରହ

ରାଇକିଆ,୧୯ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ କଟକଣା ଯୋଗୁ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତାଭାବ ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ରବିବାର ରାଇକିଆ ପୋଲିସ ଏବଂ ବଣିକ ସଂଘ ମିଳିତ ଭାବେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଏଥିରେ ସ୍ବେଚ୍ଛାକୃତ...

ଏମ୍‌ଏସ୍‌ପିରେ ଲାଗିଲା ସାନିଟାଇଜର ଟନେଲ

କେନ୍ଦୁଝର, ୧୯।୪(ସ୍ବ.ପ୍ର.)-ସ୍ଥାନୀୟ ସଦର ବ୍ଳକ ହଳଦିଗୁଣା ଗ୍ରାମରେ ଥିବା ଏମ୍‌ଏସ୍‌ପି ସ୍ପଞ୍ଜ କାରଖାନାରେ କରୋନା ସଂକ୍ରମଣ ରୋକିବା ପାଇଁ ସାନିଟାଇଜର ଟନେଲ ପ୍ରତିଷ୍ଠା କରାଯାଇଛି। ବାହାରୁ ଆସୁଥିବା ସମସ୍ତ କର୍ମଚାରୀ, ଟ୍ରକ ଚାଳକ, ଶ୍ରମିକ ଏହି ଟନେଲ ଦେଇ କାରଖାନା...

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ଜଳିଗଲା ୫ ବଖରା

ସାକ୍ଷୀଗୋପାଳ,୧୯ା୪(ଡି.ଏନ୍‌.ଏ.) : ପୁରୀ ଜିଲା ସତ୍ୟବାଦୀ ବ୍ଲକ ସାଣ୍ଢରା ପଞ୍ଚାୟତ ସାମନ୍ତରାପୁରରେ ରବିବାର ଗ୍ୟାସ ସିଲିଣ୍ଡର ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ୫ବଖରା ସହ ଆସବାବପତ୍ର ପୋଡ଼ି ଯାଇଛି। ଦିନବନ୍ଧୁ ସାହୁଙ୍କ ସ୍ତ୍ରୀ ରୋଷେଇ ଘରେ ଗ୍ୟାସ୍‌ ଲଗାଇବା ସମୟରେ ହଠାତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri