ଆମ ଜିଲା ଖବର

ମଟନ ପାଇଁ ଆସି ଔଷଧ ନେବା ଆଳ

ଖୋର୍ଦ୍ଧା ଅଫିସ,୧୮ା୪: ଲକଡାଉନ ବେଳେ ମାସ୍କ ନ ପିନ୍ଧିଲେ ଓ ବିନା କାରଣରେ ବାଇକରେ ବୁଲିଲେ କଡ଼ା କାର୍ଯ୍ୟନୁଷ୍ଠାନ ହେବ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି। ତେବେ କେତେଜଣ ଅମାନିଆ ବିଭିନ୍ନ ଆଳ ଦେଖାଇ ବଜାରରେ ବୁଲୁଥିବା ନଜରକୁ ଆସିଛି।...

ଛାତିରୁ ଅଲଗା ହେଲା ମୁହଁ

କଟକ ଅଫିସ,୧୮ା୪: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଛି ଏକ ବିରଳ ଅସ୍ତ୍ରୋପଚାର। ଆକସ୍ମିକ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ୧୪ ବର୍ଷୀୟା ବାଳିକାଙ୍କ ଛାତିରୁ ମୁହଁକୁ ଅଲଗା କରାଯାଇଛି। ବାଳିକା ଜଣଙ୍କ ଦୁର୍ଭାଗ୍ୟବଶତଃ ପୋଡ଼ି ହୋଇଯାଇଥିଲେ। ଯେଉଁଥିରେ...

ଗରିବଙ୍କୁ ରାଶନ ଦେବାକୁ ବିଧାୟକଙ୍କ ଦାବି

କଟକ ଅଫିସ୍‌,୧୮ା୪: କଟକ ମହାନଗର ନିଗମ ଅଞ୍ଚଳରେ ଅନେକ ଗରିବ ଖଟିଖିଆ, ଦିନମଜୁରିଆ, ଶ୍ରମିକ ମୂଲିଆ ରହିଛନ୍ତି, ଯେଉଁମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇ ରାଶନ କାର୍ଡ ଖଣ୍ଡିଏ ପାଇ ନାହାନ୍ତି। ଯାହାଫଳରେ...

କଏଦୀଙ୍କୁ କରୋନା ଭୟ: ମୁକୁଳିଲେ ୩୫ଶହ

କଟକ ଅଫିସ୍‌,୧୮ା୪: ରାଜ୍ୟରେ ଥିବା ଜେଲ୍‌ଗୁଡ଼ିକରେ ଅନ୍ତେବାସୀମାନେ କରୋନା ଭୂତାଣୁରେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ଏଣୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚସ୍ତରୀୟ କମିଟି ଜେଲ୍‌ଗୁଡ଼ିକର ସ୍ଥିତି ସମୀକ୍ଷାପରେ କଏଦୀଙ୍କୁ ମୁକୁଳାଇବା ପାଇଁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି...

କରୋନା ନିୟମ କଡ଼ାକଡ଼ି ପାଳନ କର

ଅନୁଗୋଳ ଅଫିସ, ୧୮।୪ – ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ଏକ ସ୍ବତନ୍ତ୍ର ବୈଠକ ଜିଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ମନୋଜ କୁମାର ମହାନ୍ତି ଅଧ୍ୟକ୍ଷତା କରି ଚଳିତ ଗ୍ରୀଷ୍ମ ସମୟରେ ଜଳକ୍ଳିଷ୍ଟ...

୨.୬ ଲକ୍ଷ ସହାୟତା ଦେଲା ଯୁବ ବିଜେଡି

ଢେଙ୍କାନାଳ ଅଫିସ, ୧୮।୪ – ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସରେ ଢେଙ୍କାନାଳ ଜିଲା ଯୁବ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨ଲକ୍ଷ ୬ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଜିଲା ଯୁବ ବିଜେଡି ସଭାପତି...

ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ନାହିଁ

ଅନୁଗୋଳ ଅଫିସ, ୧୮।୪ – ଶୁକ୍ରବାର ଥିଲା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ। କରୋନା କଟକଣା ପାଇଁ ଅନୁଗୋଳ ବିଜେଡି ପକ୍ଷରୁ ଏହାକୁ ପାଳନ କରାଯାଇ ନାହିଁ। ହେଲେ ଏହି ଅବସରରେ ଦଳ ପକ୍ଷରୁ ଏକ ରକ୍ତଦାନ ଶିବିରର...

ସଫେଇ କର୍ମଚାରୀଙ୍କୁ ବି ଛାଡ଼ିଲାନି ପୋଲିସ: ମାଡ଼ ପ୍ରତିବାଦରେ କାର୍ଯ୍ୟବନ୍ଦ, ମିଳିଲା କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି

ଫୁଲବାଣୀ ଅଫିସ, ୧୮ା୪- ଲକ୍‌ଡାଉନ୍‌ରେ ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ପୋଲିସ ବିଭାଗର କେତେଜଣ ତଳିଆ କର୍ମଚାରୀ କିଛି ନ ବୁଝି ଲୋକଙ୍କୁ ମାଡ଼ ମାରୁଛନ୍ତି। ଶୁକ୍ରବାର ଫୁଲବାଣୀ ପୌର ପରିଷଦର ଜଣେ କର୍ମଚାରୀଙ୍କୁ ମାଡ଼ ମରାଯାଇଛି। ଏହା...

ଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ଆରମ୍ଭ ହେଲା କାମ

ଦାରିଙ୍ଗବାଡ଼ି,୧୮।୪(ଡି.ଏନ.ଏ)- କରୋନା ଯୋଗୁ ଶ୍ରମିକମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ରୋଜଗାରକ୍ଷମ ଏବଂ ବ୍ଲକର ବିଭିନ୍ନ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ ଆରମ୍ଭ ହୋଇଛି। ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ସହ ଜିଲାପ୍ରଶାସନର ସହଭାଗିତାରେ ଅନ୍ତରଙ୍ଗ ଯୁବ...

କ୍ୱରାଣ୍ଟାଇନ୍‌ ସେଣ୍ଟରରେ ଖାଇବା ମିଳୁନି: ଘରୁ ଖାଦ୍ୟ ଆସିଲେ ଖାଉଛନ୍ତି ଶ୍ରମିକ

ପାତ୍ରପୁର,୧୮ା୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀସ୍ଥିତ ପରାଙ୍କୁଶ ବିଦ୍ୟାପୀଠରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ଜଣେ ଦାଦନ ଶ୍ରମିକଙ୍କୁ ଖାଦ୍ୟ ମିଳୁ ନ ଥିବା ଅଭିଯୋଗ ହୋଇଛି। ସେ ବୁଧବାର ଆନ୍ଧ୍ରରୁ ଗ୍ରାମକୁ ଫେରିଥିବାବେଳେ ତାଙ୍କୁ ସାମନ୍ତିଆପଲ୍ଲୀ ସ୍ଥିତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା।...

ଖଲ୍ଲିିକୋଟ କଲେଜ ପକ୍ଷରୁ ଅନ୍‌ଲାଇନ୍‌ ଶିକ୍ଷାଦାନ : କ୍ଲାସ କଲେ ବିିିବିଏ, ଇଟିସି, ଏମ୍‌ଏଫଏ ବିଦ୍ୟାର୍ଥୀ

ବ୍ରହ୍ମପୁର ଅଫିସ,୧୮ା୪-କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ଘୋଷଣା ଫଳରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହି ସମୟରେ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ପ୍ରଭାବିତ ହୋଇଛି। ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ଶେଷ ବର୍ଷର...

୫୬୯୦ ନିର୍ମାଣ ଶ୍ରମିକଙ୍କୁ କରୋନା ସହାୟତା

ପାଟଣା,୧୮ା୪(ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକ୍‌ ଡାଉନ ଜାରି ରହିଛି। ଏଭଳି ପରିସ୍ଥିତିରେ କଳକାରଖାନା, ନିର୍ମାଣ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିବାରୁ ଖଟିଖିଆ, ଦିନମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri