ଆମ ଜିଲା ଖବର

ଭାଜପା ପକ୍ଷରୁ ଖାଦ୍ୟ, ସାବୁନ ଓ ମାସ୍କ ବଣ୍ଟନ

ବାଲେଶ୍ୱର ଅଫିସ, ୧୭।୪-ବାଲେଶ୍ୱର ଭାଜପା ପକ୍ଷରୁ ପ୍ରତ୍ୟହ ସହରର ଗରିବ ଓ ଅସହାୟ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ସାବୁନ ଓ ମାସ୍କ ବଣ୍ଟନ କରାଯାଉଛି। ସହର ଅନତି ଦୂରରେ ଅବସ୍ଥିତ ମୁକୁନ୍ଦପୁର କୁଷ୍ଠ ବସ୍ତିର ବାସିନ୍ଦାଙ୍କ ଭିକ୍ଷା...

ମାସ୍କ, ସାବୁନ ବାଣ୍ଟିଲା ଜନଜାଗରଣ ମଞ୍ଚ

ଖଇରା,୧୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକରେ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ ଜନକଲ୍ୟାଣ ସେବାକୁ ବ୍ରତ ଭାବେ ଗ୍ରହଣ କରି ଆସିଥିବା ଜନଜାଗରଣ ମଞ୍ଚ ପୁଣିଥରେ ଅସହାୟଙ୍କୁ ସହାୟତା କରି ଉଦାହରଣ ପାଲଟିଛି। ୧୨ତାରିଖରୁ ମଞ୍ଚର ସଭାପତି ଉମେଶ ଚନ୍ଦ୍ର ନାୟକ...

ଓଡ଼ିଶା ସୀମା ପାରି ହେଉଥିବା ୧୧ ବଙ୍ଗୀୟ ଶ୍ରମିକ ଧରାପଡିଲେ

ଭୋଗରାଇ, ୧୭।୪(ଡି.ଏନ.ଏ.)-କରୋନା ଲାଗି ସମଗ୍ର ଦେଶ ଲକ୍‌ଡାଉନ୍‌ ଥିବାବେଳେ ଗତ ଗୁରୁବାର ରାତିରେ ଏକ ବୋଲେରୋରେ ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପାରି ହେଉଥିବା ୧୧ଜଣ ବଙ୍ଗୀୟ ଶ୍ରମିକ ପୋଲିସ ହାତରେ ଧରାପଡିଛନ୍ତି। ବୋଲେରୋକୁ ଜବତ କରାଯାଇ ସମସ୍ତଙ୍କୁ କମର୍ଦ୍ଦା...

ଜି.ଉଦୟଗିରିରେ ବର୍ଷା, କୁଆପଥର ବୃଷ୍ଟି

ଜି.ଉଦୟଗିରି,୧୭ା୪(ଡି.ଏନ୍‌.ଏ.)- ଜି.ଉଦୟଗିରି ସହରରେ ଶୁକ୍ରବାର ଅପରାହ୍ନରେ ପ୍ରବଳ ବର୍ଷା ପବନ ସହ କୁଆପଥର ବୃଷ୍ଟି ହୋଇଛି। ପ୍ରାୟ ଘଣ୍ଟାଏ ଧରି ବର୍ଷାପବନ ଓ କୁଆପଥର ମାଡରେ ଜନଜୀବସ ଅସ୍ତବ୍ୟସ୍ତ ହୋଇପଡିଥିଲା। ୮ଟି ସ୍ଥାନରେ ବଡ଼ବଡ଼ ଗଛ ଭାଙ୍ଗି ପଡିଛି। ବର୍ଷାପବନ...

ଆହତ କୃଷ୍ଣସାର ମୃଗ ଶାବକ ଉଦ୍ଧାର

ବୁଗୁଡ଼ା,୧୭ା୪(ଡି.ଏନ.ଏ)- ବୁଗୁଡ଼ା ଏନ୍‌ଏସି ସୂର୍ଯ୍ୟନଗର ଅଞ୍ଚଳରୁ ଗୁରୁବାର ଅପରାହ୍ନରେ ବୁଗୁଡ଼ା ବନବିଭାଗ କର୍ମଚାରୀ ଏକ ୨ ମାସର ଆହତ କୃଷ୍ଣସାର ମୃଗ ଶାବକକୁ ଉଦ୍ଧାର କରିଛନ୍ତି। ସୂର୍ଯ୍ୟନଗର ଅଞ୍ଚଳର ଏକ ପୋଖରୀକୁ ପାଣି ପିଇବାକୁ ଆସିଥିବାବେଳେ ମୃଗଶାବକଟିକୁ କୁକୁର ଗୋଡାଇଥିଲେ।...

ମହିଳାଙ୍କୁ ବଳାତ୍କାର ଅଭିଯୋଗ

ଦିଗପହଣ୍ଡି,୧୭ା୪(ଡି.ଏନ୍‌.ଏ.)- ଦିଗପହଣ୍ଡି ଥାନା ଅଧୀନ ଏକ ଗଁାର ଜଣେ ଅନୁସୂଚିତ ଜାତିର ମହିଳାଙ୍କୁ ତାଙ୍କ ଚାଷଜମିରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତଦନ୍ତକାରୀ ପୋଲିସ ଅଧିକାରୀ ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସୂଚନା ଅନୁଯାୟୀ, ଗତ ୮ ତାରିଖ...

ମିଲର୍ସ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ସୋନପୁର,୧୭।୪(ନି.ପ୍ର.) : କରୋନା ମହାମାରୀର ମୁକାବିଲା କରିବା ପାଇଁ ସୁବର୍ଣ୍ଣପୁର ଜିଲା ମିଲର୍ସ ସଂଘ ୫ଲକ୍ଷ ୫୧ହଜାର ଟଙ୍କା ପ୍ରଦାନ କରିଛି। ଶୁକ୍ରବାର ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ତାଙ୍କ ପ୍ରକୋଷ୍ଠରେ ଭେଟି କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଚେକ୍‌ ପ୍ରଦାନ...

ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି : ଛାତ୍ର, ଯୁବ ବିଜେଡି ପକ୍ଷରୁ ରକ୍ତଦାନ ଶିବିର

ସୋନପୁର,୧୭।୪(ନି.ପ୍ର.): ପ୍ରବାଦ ପୁରୁଷ ତଥା ଜନନାୟକ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ଶୁକ୍ରବାର ୨୩ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସୁବର୍ଣ୍ଣପୁର ଜିଲା ଛାତ୍ର ଓ ଯୁବ ବିଜେଡି...

କରୋନା ସଚେତନତା : ମାସ୍କ, ସାନିଟାଇଜର ବିତରଣ

ସୋନପୁର,୧୭।୪(ନି.ପ୍ର.): କରୋନା ମହାମାରୀର ମୁକାବିଲା କରିବା ପାଇଁ ସଚେତନତା ଆବଶ୍ୟକ ହୋଇପଡିଛି। ଜରୁରି କାମରେ ଘରୁ ବାହାରିଲେ ମୁହଁରେ ମାକ୍ସ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ତେଣୁ ସୋନପୁର ବ୍ଲକ ବଡବାହାଲିସ୍ଥିତ ମା ଅନ୍ନପୂର୍ଣ୍ଣା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ...

କରୋନା ମୁକାବିଲା ପାଇଁ ଗୁରୁକୂଳ ଆଶ୍ରମ ଦେଲା ସହାୟତା

ନୂଆପଡା ଅଫିସ,୧୭ା୪- କରୋନା ମୁକାବିଲା ପାଇଁ ନୂଆପଡା ହରିପୁରସ୍ଥିତ ଗୁରୁକୂଳ ଆଶ୍ରମ ତରଫରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରାଯାଇଛି ା ଶୁକ୍ରବାର ପୂର୍ବାହ୍ନରେ ଜିଳାପାଳ ମଧୁସ୍ମିତା ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଗୁରୁକୁଳ ଆଶ୍ରମ ମୁଖ୍ୟ ଆଚାର୍ଯ୍ୟ...

ସାନିଟାଇଜ ହେଲା ଧରମବନ୍ଧା ପଞ୍ଚାୟତ

ନୂଆପଡା ଅଫିସ,୧୭ା୪- ନୂଆପଡା ସଦର ବ୍ଲକ ଧରମବନ୍ଧା ପଞ୍ଚାୟତ ସାନିଟାଇଜ ହୋଇଛି। ସରପଞ୍ଚ ଓମପ୍ରକାଶ କଲାରଙ୍କ ନେତୃତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ସମିତି ସଭ୍ୟା ଓ ସମସ୍ତ ୱାର୍ଡ ସଭ୍ୟାସଭ୍ୟମାନେ ସାମିଲ ହୋଇଥିଲେ। ସମସ୍ତ ଗଳି, ସରକାରୀ ବେସରକାରୀ କାର୍ଯ୍ୟାଳୟ ସହ...

ତୁଟିନି ଅନ୍ଧବିଶ୍ୱାସ: ଶବଦାହ କଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ୍‌,୧୭।୪-ଅନ୍ଧବିଶ୍ୱାସ, ସାମାଜିକ କୁସଂସ୍କାର ଏବେ ମଧ୍ୟ ଦୂରୀଭୁତ ହୋଇ ପାରିନାହିଁ। ପରିବାରର ଜଣେ କୁଷ୍ଠ ରୋଗାକ୍ରାନ୍ତ ବୋଲି ବରଗଡ଼ ସହର ଉପକଣ୍ଠ ବରଡ଼ୋଲ ଗ୍ରାମର ଜଣେ ମହିଳାଙ୍କ ଶବଦାହ ପାଇଁ ସମ୍ପର୍କୀୟ କିମ୍ବା ସାହି ପଡ଼ିଶା ଲୋକ ବାହାରିଲେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri