ଆମ ଜିଲା ଖବର

ବ୍ୟାଙ୍କରେ ଭିଡ଼: ମ୍ୟାନେଜରଙ୍କୁ ତାଗିଦ

ପିପିଲି,୧୬ା୪(ଡି.ଏନ.ଏ): ସାତଶଙ୍ଖ ଆନ୍ଧ୍ରା ବ୍ୟାଙ୍କରେ ବୁଧବାର ଅସମ୍ଭାଳ ଭିଡ଼ ଲାଗିଥିଲା। ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ନ ଥିଲା। ଉଜ୍ୱଳା ଯୋଜନାରେ ଗ୍ୟାସ ବାବଦ ଟଙ୍କା ଆସିଛି କି ନାହିଁ ଜାଣିବାକୁ ଶହ ଶହ ଗ୍ରାହକ ଗହଳି ଲଗାଇଥିଲେ। ଖବର...

ସଫଳତାର ସହ ମହିଳାଙ୍କ କହୁଣି ପ୍ରତିରୋପଣ

ଜଟଣୀ,୧୬ା୪(ଡି.ଏନ.ଏ.): ଜଟଣୀସ୍ଥିତ ରେଲୱେ ମେଡିକାଲରେ ଜଣେ ୬୦ ବର୍ଷୀୟା ବୃଦ୍ଧାଙ୍କ ଭାଙ୍ଗି ଯାଇଥିବା ବାମ ହାତ କହୁଣି ସଫଳତାର ସହ ଅସ୍ତ୍ରୋପଚାର ଦ୍ୱାରା ପୟତିରୋପଣ କରାଯାଇଛି। ବୃଦ୍ଧାଙ୍କ ନାମ କନକଲତା ସାହୁ। ରେଲୱେରେ କାର୍ଯ୍ୟ କରୁଥିବା ଅବସରପ୍ରାପ୍ତ ସେକ୍ସନ ଅଫିସର...

କଟକଣା ଉଲ୍ଲଂଘନ, ୨୦ ଗିରଫ

ଅନୁଗୋଳ ଅଫିସ, ୧୬।୪- ଅନୁଗୋଳ ଜିଲାରେ ଲକ୍‌ଡାଉନ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ମୋଟ୍‌ ୨୦ ଜଣ ଗିରଫ ହୋଇଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କ ପାଖରୁ ୫ଟି ମୋଟର ସାଇକେଲ, ଗୋଟିଏ ଅଟୋ ରିକ୍ସା ଓ ମଦ ଜବତ କରାଯାଇଥିବା ଏସ୍‌ପି ଜଗମୋହନ...

ଦଶମ ପାଠ୍ୟପୁସ୍ତକ ପରିବର୍ତ୍ତନକୁ ବିରୋଧ

କଟକ ଅଫିସ୍‌,୧୬ା୪: ଲକ୍‌ଡାଉନ୍‌ ଯୋଗୁ ସାରା ଦେଶରେ ଏବେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଛି। ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମୟରେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ଦଶମ ଶ୍ରେଣୀ ପାଠ୍ୟପୁସ୍ତକରେ ପରିବର୍ତ୍ତନ...

ଭୂତ ବେଶରେ ସଚେତନତା

ପାଲଲହଡ଼ା, ୧୬ା୪(ଡି.ଏନ.ଏ.) ମହାମାରୀ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଅଭିନବ ଉପାୟ ବାଛିଛନ୍ତି ପାଲଲହଡ଼ା ଅଞ୍ଚଳର ସ୍ବେଚ୍ଛାସେବୀ ଦିଲୀପ କୁମାର ପ୍ରଧାନ। ଭୂତ ଭଳି ବେଶ ହୋଇ ସାଇକେଲରେ ବୁଲି କରୋନା କେତେ ଭୟଙ୍କର ତାହା ଲୋକଙ୍କୁ ବୁଝାଉଛନ୍ତି। ବିଶେଷକରି...

ଶୁଣିଲାନି ପୋଲିସ: ମଦ ଧରିଲେ ଗ୍ରାମବାସୀ

ଖଇରା,୧୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ଯୋସିଆଁ(କଡମିଆଁ) ଗ୍ରାମରେ ଚୋରା ଦେଶୀମଦ ବିକ୍ରୀ ଦିନକୁ ଦିନ ବଢିଚାଲୁଛି। ଏଭଳିକି ଲକ୍‌ଡାଉନ ସମୟରେ କଟକଣାକୁ ଖାତିର ନ କରି ଦଳ ଦଳ ହୋଇ ଆସି ମଦ ପିଉଥିବାରୁ ଜନସାଧାରଣ ନାନା...

୧୪୨ ୟୁନିଟ୍‌ ରକ୍ତ ସଂଗ୍ରହ

ଅନୁଗୋଳ ଅଫିସ/ଆଠମଲ୍ଲିକ/  ଢେଙ୍କାନାଳ ଅଫିସ, ୧୬।୪:  ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରକ୍ତ ଅଭାବ ଦୂର ପାଇଁ ଅନୁଗୋଳ ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଖଲାରୀ ପଞ୍ଚାୟତ ଗଡ଼ପଦା...

ନିରାଡ଼ମ୍ବରରେ ହିଙ୍ଗୁଳାଯାତ୍ରା ସମ୍ପନ୍ନ

ତାଳଚେର,୧୬ା୪(ନି.ପ୍ର.)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଶୀତୁଳା ଯାତ୍ରା ବୁଧବାର ସମ୍ପନ୍ନ ହୋଇଛି। କରୋନା କଟକଣା ପାଇଁ ଚଳିତବର୍ଷ ଏହା ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ କରାଯାଇଥିଲା। ଅପରାହ୍ନରେ ମା’ ହିଙ୍ଗୁଳା ଓ କୁଟେଇଶୁଣୀଙ୍କ ଚଳନ୍ତି ପ୍ରତିମା ଆଲମକୁ...

ସାମାଜିକ ଦୂରତା ନିୟମକୁ ଫୁ’

ଭୁବନ, ୧୬।୪(ଡି.ଏନ.ଏ.) ବ୍ୟାପକ ସଚେତନତା ଓ ବାରମ୍ବାର ତାଗିଦ୍‌ ସତ୍ତ୍ୱେ ସାମାଜିକ ଦୂରତା ନିୟମକୁ ମାନୁନାହାନ୍ତି ସାଧାରଣ ଲୋକେ। ହାଟ ବଜାରରେ ଅସମ୍ଭାଳ ଭିଡ଼ ହେଉଛି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଭୁବନ ଏନ୍‌ଏସି କର୍ତ୍ତୃପକ୍ଷ ଏବଂ ପୋଲିସ। ଏହାର ସମାଧାନ...

ଲକ୍‌ଡାଉନ ପରବର୍ତ୍ତୀ ପ୍ରଶାସନିକ ପ୍ରସ୍ତୁତି: କ୍ୱାରାଣ୍ଟାଇନରେ ରହିବେ ବହିରାଗତ

ଛତ୍ରପୁର,୧୫ା୪(ଡି.ଏନ୍‌.ଏ.)- ବର୍ଦ୍ଧିତ ଲକ୍‌ଡାଉନ ମେ’୩ରେ ସରିବା ପରେ ବାହାର ରାଜ୍ୟରେ ଥିବା ଗଞ୍ଜାମ ଜିଲାର ଲୋକମାନେ ଘରକୁ ଫେରିବା ସମ୍ଭାବନା ରହିଛି। ଏଥିପାଇଁ ସାମଗ୍ରୀକ ପ୍ରସ୍ତୁତିକୁ ଠିକ ଭାବେ ପରିଚାଳନା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମ୍ପୃକ୍ତ ଅଧିକାରୀମାନଙ୍କୁ...

ଫୁଲଚାଷକୁୁ କରୋନା ମାଡ଼

ଲୋଇସିଂହା, ୧୬।୪(ଡି.ଏନ.ଏ.) ବଗିଚାରେ ନାନାଦି ଫୁଲର ସମ୍ଭାର। ହେଲେ ସବୁ ଫୁଟି ମଉଳି ଯାଉଛି। ଲକ୍‌ଡାଉନ କଟକଣା ଯୋଗୁ ଫୁଲଚାଷ ଆଜି ସଙ୍କଟରେ ପଡିଛି। ଏଥିରେ ପ୍ରଭାବିତ ହୋଇଛନ୍ତି ବଲାଙ୍ଗୀର ଜିଲା ଆଗଲପୁର ଅଞ୍ଚଳର ଫୁଲଚାଷୀ ସୁଶୀଲ ବିଶ୍ୱାଳ। ସୁଶୀଲ(୩୫)ଙ୍କ...

ରକ୍ତଦାନ ପାଇଁ ଆଗେଇ ଆସିଲେ

ବାରିପଦା ଅଫିସ,୧୬ା୪- ବର୍ତ୍ତମାନ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ ଡାଉନ କରାଯାଇଛି। ଏଥି ଯୋଗୁଁ ବିଭିନ୍ନ ସ୍ଥାନରେ ହେଉଥିବା ରକ୍ତଦାନ ଶିବିର ବନ୍ଦ ହୋଇ ଯାଇଛି। ଫଳରେ ବ୍ଲଡ ବ୍ୟାଙ୍କ୍‌ରେ ରକ୍ତର ଅଭାବ ପରିଲ୍ଲକ୍ଷିତ ହୋଇଛି। ଏହାକୁ କିଛି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri