ଆମ ଜିଲା ଖବର

ମଦ ଜବତ, ୩ ଗିରଫ

ଆର,ଉଦୟଗିରି,୧୫ା୪(ଡି.ଏନ୍‌.ଏ.)- ଗଜପତି ଜିଲାପାଳ ଅନୁପମ ସାହା ଏବଂ ଅବକାରୀ ଅଧ୍ୟକ୍ଷ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଆର. ଉଦୟଗିରି ଅବକାରୀ ବିଭାଗ କର୍ମଚାରୀ ଆସିସାହି, ଖଜୁରିପଦା ଓ ସେରେଙ୍ଗ ଗ୍ରାମରେ ଚଢାଉ କରି ୩୭ ଲିଟର ଦେଶୀମଦ ଜବତ କରିବା...

ସାମାଜିକ ଦୂରତାକୁ ମାନୁନାହାନ୍ତି ବ୍ୟବସାୟୀ

ଜହ୍ନାପଙ୍କ, ୧୫।୪ (ଡି.ଏନ.ଏ): ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗର ହାଟପଦାରେ ବସୁଥିବା ଦୈନିକ ବଜାରରେ ବ୍ୟବସାୟୀମାନେ ଦଳ ଦଳ ହୋଇ ପନିପରିବା ବିକ୍ରି କରୁଥିବା ଦେଖାଯାଉଛି। ଚାଷୀମାନେ ଆଣୁଥିବା ପନିପରିବା ପହଞ୍ଚତ୍ବା ମାତ୍ରେ ତାଙ୍କ ଚାରିପାଖେ ଖୁଚୁରା ବ୍ୟବସାୟୀମାନେ...

୫୦୦ ଟଙ୍କା ପାଇଁ ଭୁଲିଗଲେ ସାମାଜିକ ଦୂରତା

ଯାଜପୁର ଅଫିସ,୧୫ା୪: ଯାଜପୁର ଜିଲାରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇସାରିଲେଣି। ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ମଙ୍ଗଳବାରଠାରୁ ଆଉ ଜଣେ କରୋନା ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। କରୋନା ଭୂତାଣୁ ଯେପରି ଅଧିକ ସଂକ୍ରମଣ ନ...

ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ସହ ବରୀର ୪ଜଣଙ୍କ ଲିଙ୍କ

ବରୀ,୧୫।୪(ସ୍ବ.ପ୍ର):  ଯାଜପୁରର ଦ୍ୱିତୀୟ କରୋନା ପଜେଟିଭଙ୍କ ସହିତ ବରୀ ବ୍ଲକ ଗୋଳକୁଣ୍ଡ ଗ୍ରାମର ୪ଜଣଙ୍କର ଲିଙ୍କ ଥିବା ଜଣାପଡିଛି। ଏନେଇ ବରୀ ଅଞ୍ଚଳବାସୀ ଅଧିକ ସଚେତନ ହୋଇପଡ଼ିଛନ୍ତି। ଯାଜପୁର ଜିଲା ଯାଜପୁର ବ୍ଲକ ଅନ୍ତର୍ଗତ ଜାଫରପୁର ପଞ୍ଚାୟତ ସାନତ୍ରିଲୋଚନପୁର ଗ୍ରାମରୁ...

ସ୍ଥାନାନ୍ତର ହେବ ଜାରକା ମାଛ ମାର୍କେଟ

ଧର୍ମଶାଳା,୧୫।୪(ଡିଏନଏ): ଧର୍ମଶାଳା ବ୍ଲକ ଜାରକା ଗୋପବନ୍ଧୁ ଛକ ନିକଟରେ ଚାଲିଥିବା ନିତିଦିନିଆ ମାଛ ମାର୍କେଟ ସ୍ଥାନାନ୍ତର କରାଯିବାକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି କରାଯାଇଛି। ମାଛ ମାର୍କେଟଗୁଡିକରେ ଅଧିକ ଲୋକଙ୍କ ଗହଳି ଜମୁଥିବାରୁ ସାମାଜିକ ଦୂରତା ରକ୍ଷା କରିବା...

ଗୀତ ଗାଇ ସଚେତନ କଲେ ଥାନାଧିକାରୀ

ବିଞ୍ଝାରପୁର,୧୫ା୪(ଡି.ଏନ.ଏ): କରୋନା ମହାମାରୀ ଏବେ ସମଗ୍ର ବିଶ୍ୱରେ ତାଣ୍ଡବ ରଚିବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧକମୂଳକ ସଚେତନତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି। ଏହି ସଚେତନତା ବାର୍ତ୍ତାକୁ ଘରେଘରେ ପହଞ୍ଚାଇବାକୁ...

ନାବାଳକ ପୁଅ ନେଲେ ବାପାଙ୍କ ଜୀବନ

ଦେବଗଡ଼,୧୫।୪ (ଡି.ଏନ.ଏ.)-ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଝରାକଣ୍ଢଳ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ନାବାଳକ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ଘଟିଛି। ପୋଲିସ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି । ୨ ନାବାଳକ...

ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ

ଭଦ୍ରକ ଅଫିସ, ୧୫ା୪: ଭଦ୍ରକ ଜିଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ପୁରୁଣାବଜାର ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ଏହି ଅଞ୍ଚଳରୁ କଟକଣା ବୁଧବାର ହଟାଇ ଦିଆଯାଇଥିଲେ ମଧ୍ୟ ଲକ୍‌ଡାଉନ...

ଟ୍ୟୁସନ ଫି ଦାନ କଲେ ଛାତ୍ରୀଛାତ୍ର

ଦେବଗଡ଼,୧୫।୪ (ଡି.ଏନ.ଏ.)-ଦେବଗଡ଼ ଜିଲା ବାରକୋଟ ବ୍ଲକ ସଦର ମହକୁମାର ବ୍ୟବସାୟୀ ଓ ଜଣେ ଠିକାଦାର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ପ୍ରଦାନ କରିଛନ୍ତି। ବିବେକାନନ୍ଦ ସାହୁ ୧୦ହଜାର ୫୫ ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପ୍ରଦାନ...

ସହାୟତା ପାଇଁ ମୋଟର ଚାଳକ ସଂଘର ଦାବିପତ୍ର

ଦିଗପହଣ୍ଡି,୧୫ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ଟ୍ୟାକ୍ସି ଚାଳକଙ୍କ ଜୀବନଜୀବିକା ବିପନ୍ନ ହୋଇପଡିଛି। ଏପ୍ରିଲ ୧୫ରୁ ସ୍ଥିତି ସ୍ବାଭାବିକ ହେବା ନେଇ ସେମାନେ ଆଶା ରଖିଥିବାବେଳେ ପୁଣି ମେ’ ୩ ଯାଏ କଟକଣା ବଢିଛି। ସରକାର ଷ୍ଟ୍ରିଟ ଭେଣ୍ଡର, ନିର୍ମାଣ ଶ୍ରମିକ, ରାଶନକାର୍ଡ...

ମୟୂରଭଞ୍ଜରେ କୋଭିଡ଼ ହସ୍ପିିଟାଲ

ବାରିପଦା ଅଫିସ, ୧୫ା୪: କରୋନା ଆକ୍ରାନ୍ତଙ୍କ ପାଇଁ ମୟୂରଭଞ୍ଜ ଜିଲାରେ କୋଭିଡ଼ -୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ବାରିପଦାଠାରୁ ୭ କି.ମି ଦୂର ବାଙ୍କିଶୋଳଠାରେ ଥିବା ଆଦାନୀ କିସ୍‌ ଆବସିକ ବିଦ୍ୟାଳୟ କ୍ୟାମ୍ପସରେ ଏହା ବୁଧବାର କାର୍ଯ୍ୟକ୍ଷମ ହୋଇଛି। ଭୁବନେଶ୍ୱରଠାରେ...

ଟଙ୍କା ଉଠାଣ ପାଇଁ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ

ଦେବଗଡ଼,୧୫।୪(ଡି.ଏନ.ଏ.)-ବୁଧବାର ଦେବଗଡ଼ ସହରରେ ଥିବା ବିଭିନ୍ନ ବ୍ୟାଙ୍କରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। କେନ୍ଦ୍ର ସରକାର ଜନଧନ ଜମା ଖାତାରେ ୫ଶହ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ସେହି ଟଙ୍କା ଉଠାଣ ପାଇଁ ବ୍ୟାଙ୍କ ପରିସରରୁ ରାସ୍ତା ପର୍ଯ୍ୟନ୍ତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri