ଆମ ଜିଲା ଖବର

ସାନିଟାଇଜେସନ୍‌ ହେଲା ବଜାର ଅଞ୍ଚଳ

ବନ୍ତ,୧୫ା୪(ଡି.ଏନ୍‌.ଏ.) : କରୋନା ମହାମାରୀ ସଂକ୍ରମଣ ପ୍ରତିହତ ପାଇଁ ସରକାରଙ୍କ ପକ୍ଷରୁ ବିିଭିନ୍ନ ବଜାର ଅଞ୍ଚଳକୁ ସାନିଟାଇଜେସନ କରାଯାଉଛି। ଏହିକ୍ରମରେ ବୁଧବାର ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ତାରିଣୀ ଛକଠାରୁ ହାଇସ୍କୁଲ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ସାନିଟାଇଜେସନ୍‌ କରାଯାଇଛି।...

ରକ୍ତଭଣ୍ଡାରରେ ରକ୍ତର ଅଭାବ: ଭରଣା ଉଦ୍ଦେଶ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ

ରକ୍ତଭଣ୍ଡାରରେ ରକ୍ତର ଅଭାବ: ଭରଣା ଉଦ୍ଦେଶ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ ପାଟଣା,୧୫ା୪(ସ୍ବ.ପ୍ର.): କରୋନା ସଂକ୍ରମଣ ପାଇଁ ଏବେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ କେନ୍ଦୁଝର ଜିଲା ରକ୍ତଭଣ୍ଡାରରେ ଏବେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଛି। ଏହାକୁ ଭରଣା କରିବା ଉଦ୍ଦେଶ୍ୟରେ...

କରୋନା ସହାୟତା: ଡାବୁଗାଁ ଆଞ୍ଚଳିକ ବ୍ୟବସାୟୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩୧ ହଜାର ପ୍ରଦାନ

ଡାବୁଗାଁ, ୧୫।୪ (ଡି.ଏନ୍‌.ଏ.): କରୋନା ଭୂତାଣୁ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବିଭିନ୍ନ ମହଲରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି କ୍ରମରେ ବୁଧବାର ନବରଙ୍ଗପୁର ଜିଲା ଡାବୁଗାଁ ଆଞ୍ଚଳିକ ବ୍ୟବସାୟୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ...

ଯୁବକଙ୍କୁ ମାଡମାରି ୩ ଗିରଫ

ଆରଡି, ୧୫ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ ସନ୍ତରା ଗ୍ରାମର ଜଣେ ଯୁବକକୁ ମାଡମାରି ୨ ଜଣ ପୁରୁଷ ଓ ଜଣେ ମହିଳା ବୁଧବାର ଗିରଫ ହୋଇଛନ୍ତିା ସୂଚନା ଅନୁସାରେ, ସନ୍ତରା ଗ୍ରାମର ଦଶରଥ...

କରୋନା ସାଜିଛି କଣ୍ଟା: ଧୁରଦାରେ ଅଟକି ରହିଛନ୍ତି ବାହାର ରାଜ୍ୟ ଶ୍ରମିକ

ରାଇସୁଆଁ,୧୫ା୪(ଡି.ଏନ୍‌.ଏ.) : ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି। ଏହାକୁ ନେଇ ବହୁ ଦେଶରେ ଲକ୍‌ଡାଉନ୍‌ ଭଳି ନିୟମ ଲାଗୁ ହୋଇଥିବା ବେଳେ ଆମ ଦେଶରେ ମଧ୍ୟ କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ନିୟମ ଜାରି...

ପ୍ରହସନ ପାଲଟିଛି ଲକ୍‌ ଡାଉନ୍‌ କଟକଣା: ବ୍ୟାଙ୍କରେ ରହୁନି ସାମାଜିକ ଦୂରତ୍ୱ, ଲାଗୁଛି ଖାତାଧାରୀଙ୍କ ଭିଡ

କେନ୍ଦୁଝର,୧୫।୪(ସ୍ବ.ପ୍ର.): କରୋନା ମୁକାବିଲା ନିମନ୍ତେ ରାଜ୍ୟରେ ସମ୍ପ୍ରତ୍ତି ଲକ୍‌ ଡାଉନ ସ୍ଥିତି ଜାରି ରହିଛି। ତେବେ ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାଗୁଡ଼ିକ ଜାରି ରହିଛି। ଏହି କ୍ରମରେ ବ୍ୟାଙ୍କ ଖୋଲା ରହିଛି। ହେଲେ କେନ୍ଦୁଝର ଜିଲାର କେତେକ ବ୍ୟାଙ୍କରେ...

ବ୍ୟାଙ୍କ ସମ୍ମୁଖରେ ଲୋକଙ୍କ ଭିଡ଼: ରହୁନି ସାମାଜିକ ଦୂରତ୍ୱ, ଦାରିଙ୍ଗବାଡି ପୋଲିସର ମୃଦୁ ଲାଠିଚାଳନା

ଦାରିଙ୍ଗବାଡ଼ି,୧୫।୪(ଡି.ଏନ୍‌.ଏ): ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ବ୍ୟାକୁଳତା ବଢ଼ିଯାଇଛି। ସରକାରଙ୍କ ବିଭିନ୍ନ ସହାୟତାରାଶି ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ବେଳେ ଏହାକୁ ନେବା ପାଇଁ ବ୍ୟାଙ୍କ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ଆମ୍ବ ବୋଝେଇ ଗାଡ଼ି, ଚାଳକଙ୍କ ଜୀବନ ଗଲା

ଛତ୍ରପୁର,୧୫ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବାଇପାସ୍‌ ଜାତୀୟ ରାଜପଥରେ ବୁଧବାର ଭୋର୍‌ ସମୟରେ ଏକ ଆମ୍ବ ବୋଝେଇ ପିକଅପ୍‌ ଡିଭାଇଡରରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗୋଳନ୍ଥରା ଥାନା ଅଧୀନ ଜାଗପୁରର କେ....

ସାମାଜିକ ଦୂରତ୍ୱ ରକ୍ଷା କରୁନାହାନ୍ତି ଲୋକେ: ବ୍ୟାଙ୍କ ସମ୍ମୁଖରେ ଭିଡ଼

ବରଗଡ଼ ଅଫିସ,୧୫ା୪: ମହାମାରୀ କରୋନା ଭୂତାଣୁ ପ୍ରତିହତ ପାଇଁ ସରକାର ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ମାତ୍ର ବାରମ୍ବାର ସଚେତନ କରିବା ସତ୍ତ୍ବେ ଲୋକେ ସେଥିପ୍ରତି ସଚେତନ ନ ଥିବା ଦେଖିବାକୁ ମିଳିଛି।...

ଟଙ୍କା ଉଠାଇବା ପୂର୍ବରୁ ହାତକୁ ସାନଟାଇଜ କର: ବ୍ୟାଙ୍କ କର୍ତ୍ତୃପକ୍ଷ

ଶେରଗଡ଼, ୧୫।୪(ଡି.ଏନ୍‌.ଏ.): କରୋନା ଚିନ୍ତା ସମସ୍ତଙ୍କୁ ଘାରିଛି। ସରକାର ଦିନକୁ ଦିନ ନିୟମ କଡ଼ାକଡ଼ି କରୁଛନ୍ତି। ଏ ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ନିୟମ କଡ଼ାକଡ଼ି କରିଛନ୍ତି। ଟଙ୍କା ଉଠାଇବା ପାଇଁ ବ୍ୟାଙ୍କରେ ଗ୍ରାହକଙ୍କ ଲମ୍ବା ଲାଇନ ଲାଗୁଛି। ତେବେ...

ସରକାରୀ କଟକଣାର ଖୋଲା ଉଲ୍ଲଂଘନ: ବଜାରରେ ଅସମ୍ଭବ ଭିଡ଼

ସୁନ୍ଦରଗଡ଼/ସବ୍‌ଡେଗା,୧୫ା୪(ଡି.ଏନ୍‌.ଏ.) : କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ଥିବା ସରକାରୀ କଟକଣାର କଡ଼ାକଡ଼ି ଭାବେ ପାଳନ ପାଇଁ ନିର୍ଦ୍ଦେଶ ରହିଛି। ହେଲେ ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବଜାରରେ ଏଥିରେ ବ୍ୟତିକ୍ରମ ନେଇ ସାଧାରଣରେ...

ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା

ଛତ୍ରପୁର, ୧୫।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଉକ୍ତ ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଏ ସମ୍ପର୍କରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନା ଭୁତାଣୁ ସଂକ୍ରମଣକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri