ଆମ ଜିଲା ଖବର

ବସ୍ତିବାସିନ୍ଦାଙ୍କୁ ରନ୍ଧାଖାଦ୍ୟ ବଣ୍ଟନ, ସାମାଜିକ ଦୂରତା ବଜାୟ ରଖିବାକୁ ସଚେତନତା

ଚୌଦ୍ୱାର,୧୫ା୪(ଡି.ଏନ୍‌.ଏ.): କରୋନା ପାଇଁ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଗରିବ ପରିବାରରେ ଖାଦ୍ୟ ସଂକଟ ଦେଖାଦେଇଛି। ଲୋକେ କାମଧନ୍ଦା ପାଇଁ ବାହାରକୁ ଯାଇ ପାରୁ ନ ଥିବାରୁ ରୋଜଗାରର ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି। ଫଳରେ ବସ୍ତି ଅଞ୍ଚଳରେ ରହୁଥିବା ଲୋକମାନେ...

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ୩୭ ଲିଟର ମଦ ଜବତ, ୩ ଗରଫ

ଆର୍‌.ଉଦୟଗିରି, ୧୫।୪(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରି ଅବକାରୀ ବିଭାଗ ପକ୍ଷରୁ ଆର.ଉଦୟଗିରି ଆସିସାହି, ଖଜୁରିପଦା, ସେରେଙ୍ଗ ଆଦି ଗ୍ରାମରେ ମଙ୍ଗଳବାର ଚଢ଼ାଉ କରାଯାଇ ୩୭ ଲିଟର ଦେଶିମଦ ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗରିଫ କରାଯାଇଛି।...

୩ ପଞ୍ଚାୟତକୁ ସାନିଟାଇଜ୍‌ କଲା ଆଇଆର୍‌ଇ

ଛତ୍ରପୁର,୧୫ା୪(ଡି.ଏନ୍‌.ଏ.): ଭାରତୀୟ ବିରଳ ମୃତ୍ତିକା (ଆଇଆର୍‌ଇ) ପ୍ଲାଣ୍ଟ ପକ୍ଷରୁ ନିକଟବର୍ତ୍ତୀ କଣମଣା, ଆର୍ଜିପଲ୍ଲୀ ଓ କାଳୀପାଲି ପଞ୍ଚାୟତକୁ ସାନିଟାଇଜ୍‌ କରାଯାଇଛି। ପ୍ଲାଣ୍ଟର ସିଜିଏମ ଏ. ଜେ. ଜନର୍ଥନନ୍‌ଙ୍କ ନିର୍ଦ୍ଦେଶକ୍ରମେ ଆଇଆର୍‌ଇର ଫାୟାର ବ୍ରିଗେଡ୍‌ ଟିମ୍‌ ଉକ୍ତ ୩ ପଞ୍ଚାୟତକୁ ସାନିଟାଇଜ୍‌...

କରୋନା ମୁକାବିଲା: କଟକରୁ ୬୭୯ଟି ଗାଡ଼ି ଜବତ, ୯ ମାମଲା ରୁଜୁ

କଟକ ଅଫିସ,୧୫।୪: କରୋନା(କୋଭିଡ-୧୯) ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନେଇ କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ କଟକଣା ଲାଗୁ କରାଯାଇଥିବା ବେଳେ...

ଚିଲିକାରେ ସୃଷ୍ଟି ହୋଇପାରେ ୩ୟ ମୁହାଣ

କୃଷ୍ଣପ୍ରସାଦ, ୧୫ା୪ (ଡି.ଏନ.ଏ.): ମହାମାରୀ କରୋନା ଭୟ ଲାଗି ରହିଥିବାବେଳେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାଜହଂସଠାରେ ବଙ୍ଗୋପସାଗର କୂଳ ଲଘିଂବାରେ ଲାଗିଛି। ସମୁଦ୍ର ଓ ଚିଲିକା ମଝିରେ ବାଡ ଭଳି ଥିବା ୭ଶହ ମିଟର ବାଲିବନ୍ଧ ଜୁଆର ମାଡରେ...

ପୁରୀ: କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ପୁରୀ ଅଫିସ,୧୫ା୪: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ମଙ୍ଗଳବାରଠାରୁ ପୁରୀରେ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ୬୦ ଶଯ୍ୟା ଓ ସଂକ୍ରାମକ ରୋଗ ଚିକିତ୍ସାଳୟ (ଆଇଡିଏଚ୍‌)ରେ ୪୦ ଶଯ୍ୟା ପ୍ରସ୍ତୁତ କରାଯାଇଛି ।...

ସ୍ବର୍ଗଦ୍ୱାର ବିଶୋଧନ ପ୍ରତି ନଜର ନାହିଁ

ପୁରୀ ଅଫିସ,୧୫ା୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଓ ବିଶୋଧିକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ପୁରୀ ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର, ମନ୍ଦିର, ରାସ୍ତା ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ବିଶୋଧନ କରାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ସବୁଠୁ...

ଜିରୋ ବଜେଟରେ ପ୍ରାମାଣିକ ଚଳଚ୍ଚିତ୍ର

କଟକ ଅଫିସ,୧୫ା୪: ଦୃଢ ଇଚ୍ଛାଶକ୍ତି ଓ ନିଷ୍ଠା ଥିଲେ ଅସମ୍ଭବରେ ବି ଭରିଦେଇହେବ ସମ୍ଭାବନାର ରଙ୍ଗ। ମିଳିପାରିବ ସଫଳତା। କେତେଜଣ ଯୁବତୀ ଯୁବକ ଏହା ପ୍ରମାଣିତ କରି ଦେଖାଇଛନ୍ତି। ସେମାନେ ଘରେ ରହି ଓ କୌଣସି ମୂଲ୍ୟବାନ ଯନ୍ତ୍ରପାତି ବ୍ୟବହାର...

ଏସ୍‌ସିବିରେ ଖୋଲିବ କରୋନା ସୂଚନା, ତାଲିମ କେନ୍ଦ୍ର

କଟକ ଅଫିସ୍‌,୧୫ା୪: କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ କରୋନା ସମ୍ପର୍କରେ ତାଲିମ୍‌ ଏବଂ ସୂଚନା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାର ରାଜ୍ୟରେ ପ୍ର୍ରଥମ ବୋଲି କୁହାଯାଉଛି। ମଇକ୍ରୋବାୟୋଲୋଜି...

ଘରୋଇ ହିଂସା ରୋକିବାକୁ ପଦକ୍ଷେପ

କଟକ ଅଫିସ୍‌,୧୫ା୪ କରୋନା ମୁକାବିଲା ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେ ଲକ୍‌ଡାଉନ୍‌ ସମୟରେ ବଢୁଥିବା ଘରୋଇ ହିଂସାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଘରୋଇ ହିଂସା...

ଭୋକରେ ଦିନ କାଟୁଛନ୍ତି ଦାଦନ

ନୂଆପଡା ଅଫିସ,୧୪ା୪ – କରୋନା କଟକଣା ଯୋଗୁ ରାଜ୍ୟ ବାହାରେ ନୂଆପଡା ଜିଲାର ହଜାର ହଜାର ଦାଦନ ଶ୍ରମିକ ଅଟକି ରହିଛନ୍ତି। ସେମାନଙ୍କୁ କୌଣସି ପ୍ରକାର ସହାୟତା ଦିଆଯାଉ ନ ଥିବାରୁ ସେମାନେ ଭୋକ ଉପାସରେ କାଳ କାଟୁଛନ୍ତି। ମିଳିଥିବା...

ଦୁର୍ଦ୍ଦିନରେ ୪୦ବୁଣାକାର ପରିବାର

ଖପ୍ରାଖୋଲ, ୧୫ା୪(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ମହରାପଡାରେ ବାସ କରନ୍ତି ୪୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର। ଲୁଗା ବୁଣି ସେମାନେ କାହିଁ କେଉଁ କାଳରୁ ନାନା ପ୍ରତିକୂଳତା ମଧ୍ୟରେ ଜୀବିକା ନିର୍ବାହ କରୁଥିଲେ। ଏବେ କରୋନା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri