ଆମ ଜିଲା ଖବର

ମଦ ସହ ୪ ବାଇକ ଜବତ, ୩ ଗିରଫ

ଖଲ୍ଲିକୋଟ,୧୪ା୪(ଡି.ଏନ୍‌.ଏ.)- ଖଲ୍ଲିକୋଟ ପୋଲିସ ଗୁଣ୍ଡୁରିପଲି ମାଳ ଅଞ୍ଚଳରେ ଚଢ଼ାଉ କରି ୬୦୦ ଲିଟର ଦେଶୀ ମଦ ସହ ୪ ବାଇକ ଜବତ କରି ମଦ ବିକ୍ରି ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି। ଗୁଣ୍ଡୁରିପଲିରୁ ମଦ ଧରି ଆସୁଥିବାବେଳେ କମଳାପଦର...

ଧାମନଗର ବ୍ଲକରେ ହେଲା ସାନିଟାଇଜ

ଧାମନଗର,୧୪ା୪(ଡି.ଏନ.ଏ.)-ଧାମନଗର ବ୍ଲକରେ ପ୍ରମୁଖ ବଜାର ଗୁଡିକୁ ଧାମନଗର ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ କରାଯାଇଛି। ଧାମନଗର ବ୍ଲକ, ଧାମନଗର ବଜାର, ଦୋବଲ, ଧୂଷୁରୀ, ଅସୁରାଳୀ ସମେତ ମଙ୍ଗଳବାର ସହିଦ ନଗର ବଜାରକୁ ସାଇନିଟାଇଜ କରାଯାଇଛି। ସମସ୍ତ ବଜାରରେ ଦୋକାନ ସମେତ...

ଶିମିଳିପାଳରୁ ଶମ୍ବର ଶିକାର: ୬ ଶିକାରୀ ଗିରଫ

ଠାକୁରମୁଣ୍ଡା,୧୪ା୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ବିଟ ଅନ୍ତର୍ଗତ ଶିମିଳିପାଳ ସଂଲଗ୍ନ ଡ଼ଙ୍ଗାଡିହା ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ କର୍ମଚାରୀମାନେ ୬ ଶିକାରୀଙ୍କୁ ଗିରଫ କରିଛନ୍ତି। ଶିକାରୀମାନେ ଏକ ଶମ୍ବର ଶିକାର କରି ତାର ମାଂସକୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ବାଲେଶ୍ୱର ଅଫିସ, ୧୪।୪- କରୋନା ସଂକ୍ରମଣଜନିତ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମଙ୍ଗଳବାର ସହାୟତା ରାଶି ପ୍ରଦାନ କରାଯାଇଛି। ବାଲେଶ୍ୱର ସଦର ଆଙ୍କୋ ଅଞ୍ଚଳର ମା’ ବାସୁଳୀ ମହିଳା ସ୍ବୟଂ...

ରେଡ୍‌ଜୋନ୍‌ର ୫୨ ହଜାର ପରିବାରର ସ୍କ୍ରିନିଂ ସରିଲା

ଝାରସୁଗୁଡା ଅଫିସ,୧୪ା୪: ଝାରସୁଗୁଡା ଜିଲା ପ୍ରଶାସନ ପକ୍ଷରୁ ଝାରସୁଗୁଡା ବ୍ଲକ, ବ୍ରଜରାଜନଗର ମ୍ୟୁନିସିପାଲଟି ଓ ଲଇକେରା ବ୍ଲକକୁ ରେଡ୍‌ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ଉପରୋକ୍ତ ଅଞ୍ଚଳକୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳରୁ ଟ୍ରେନ୍‌ ଓ ବସ୍‌ ଯୋଗେ...

ଖୋର୍ଦ୍ଧା ବ୍ଲଡ ବ୍ୟାଙ୍କରେ ରହିଛି ୭୦ ୟୁନିଟ୍‌ ରକ୍ତ

ଖୋର୍ଦ୍ଧା ଅଫିସ,୧୪ା୪: ଲକଡାଉନ ସମୟରେ ଖୋର୍ଦ୍ଧା ରକ୍ତଭଣ୍ଡାରରେ ରକ୍ତ ଅଭାବ ସମସ୍ୟା ଦୂର କରିବା ଲାଗି ପ୍ରଶାସନ ଓ ଜିଲା ସ୍ବାସ୍ଥ୍ୟ ସମିତି ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଶୀତାଂଶୁ ରାଉତ ଏହାକୁ...

ନିରାଡମ୍ବର ସହ ଆମ୍ବେଡ଼କର ଜୟନ୍ତୀ

ସମ୍ବଲପୁର, ୧୪।୪ (ବ୍ୟୁରୋ)- କରୋନା କଟକଣା ଓ ଲକ୍‌ ଡାଉନକୁ ଦୃଷ୍ଟିରେ ରଖି ସମ୍ବିଧାନ ପ୍ରଣେତା ଡା. ଭୀମରାଓ ଜୀ ଆମ୍ବେଡ଼କରଙ୍କ ଜୟନ୍ତୀ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ମୁଦିପଡା ଛକ ସ୍ଥିତ ପ୍ରତିମୂର୍ତ୍ତିରେ ସାମାଜିକ ଦୂରତ୍ୱ ବଜାୟ...

ଗୁମ୍ମା ଅଞ୍ଚଳକୁ ସାନିଟାଇଜ୍‌ କଲା ପ୍ରଶାସନ

ଗୁମ୍ମା,୧୪ା୪: ଗଜପତି ଜିଲାରେ ଏଯାବତ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଭୂତାଣୁ କବଳରୁ ରକ୍ଷା ପାଇଁ ମଙ୍ଗଳବାର ଗୁମ୍ମା ବ୍ଲକ୍‌ ପ୍ରଶାସନ...

ହିନ୍ଦ ମଜଦୁର ଶାଖା ପକ୍ଷରୁ ୫୦ ହଜାର ପ୍ରଦାନ

ତାଳଚେର, ୧୪ା୪(ଡି.ଏନ.ଏ.)- ହିନ୍ଦ ମଜଦୁର ତାଳଚେର ଶାଖା ପକ୍ଷରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଶାଖା ସଦସ୍ୟମାନେ ଉପଜିଲାପାଳ ରଜନୀକାନ୍ତ ସ୍ବାଇଁଙ୍କୁ ୫୦ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି । ସଂଘର...

କାର୍ଯ୍ୟକ୍ଷମ ହେଲା କେନ୍ଦ୍ରାପଡ଼ା କୋଭିଡ୍‌-୧୯ ହସ୍ପିଟାଲ୍‌

ଡେରାବିଶ, ୧୩।୪ (ସ୍ବ.ପ୍ର.)-କରୋନା ସଂକ୍ରମିତଙ୍କୁ ସହଜ ଓ ସୁବିଧାରେ ଉପଯୁକ୍ତ ସେବା ଯୋଗାଇ ଦେବା ସକାଶେ ରାଜ୍ୟର କେତେକ ସ୍ଥାନରେ ରାଜ୍ୟ ସରକାର ଅସ୍ଥାୟୀ କୋଭିଡ୍‌-୧୯ ହସ୍ପିଟାଲ ସ୍ଥାପନ କରିଛନ୍ତି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ଛତାସ୍ଥିତ...

ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ପାଲଲହଡ଼ା, ୧୪ା୪(ଡି.ଏନ.ଏ.)- ପାଲଲହଡ଼ା ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା ଛକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ଥିବା ୩ ଦୋକାନରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଛି । ଏଥିରେ  ପ୍ରକାଶ ସୋନକର ଓ ଗାୟତ୍ରୀ ସୋନକରଙ୍କ ଦୁଇଟି ଫଳ ଦୋକାନ...

ସେଣ୍ଟ୍‌ ଡେଭିଡ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଝାରସୁଗୁଡା ଅଫିସ,୧୪।୪: କରୋନା ମୁକାବିଲା ପାଇଁ ଝାରସୁଗୁଡ଼ାସ୍ଥିତ ସେଣ୍ଟ୍‌ ଡେଭିଡ ସିଏନ୍‌ଆଇ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଚର୍ଚ୍ଚର ରେଭ. ଅଭିନାଦ ନାଗ ଓ ସାମୁଏଲ ସୋନା ପ୍ରମୁଖ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri