ଆମ ଜିଲା ଖବର

ଖାଇବାକୁ ନ ପାଇ ଘରମୁହାଁ ହେଉଥିଲେ ପଶ୍ଚିମବଙ୍ଗର ୧୧ ଶ୍ରମିକ: ଉଦ୍ଧାର ପରେ ରଖାଗଲା ଆଇସୋଲେଶନ ସେଣ୍ଟରରେ

ଛତ୍ରପୁର, ୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ୧୬ ନମ୍ବର ଜାତୀୟ ରାଜପଥରୁ ମଙ୍ଗଳବାର ପୂର୍ବାହ୍ନରେ ପଶ୍ଚିମବଙ୍ଗର ୧୧ ଶ୍ରମିକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ପରେ ସେମାନଙ୍କୁ ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ କାଳିଆବାଲି ଆଇସୋଲେଶନ ସେଣ୍ଟରରେ...

ଯାଜପୁର ଜିଲାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ: କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା ହେଲା ସାନତ୍ରିଲୋଚନପୁର ଓ ସଇପୁର

ଯାଜପୁର ଅଫିସ,୧୪।୪: ରାଜ୍ୟରେ ଚିହ୍ନଟ ହୋଇଥିବା ୫୬ ନମ୍ବର କରୋନା ଆକ୍ରାନ୍ତ ଯାଜପୁର ଜିଲା ଯାଜପୁର ବ୍ଲକ ଜାଫରପୁର ପଞ୍ଚାୟତ ସାନତ୍ରିଲୋଚନପୁର ଗ୍ରାମର। ଏ ନେଇ ମଙ୍ଗଳବାର ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଏହା ଜଣାପଡ଼ିବା ପରେ...

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସନାତନ ବିସିଙ୍କ ବିୟୋଗରେ ବିଜୁ ଜନତା ଦଳର ଶୋକ ପ୍ରକାଶ

ଭୁବନେଶ୍ୱର/ସମ୍ବଲପୁର,୧୪।୪(ବ୍ୟୁରୋ): ଓଡିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ, ପ୍ରାକ୍ତନ ରାଜ୍ୟସଭା ସଦସ୍ୟ, କ୍ରୀଡାବିତ, କ୍ରୀଡ଼ା ସଙ୍ଗଠକ ତଥା ପଶ୍ଚିମ ଓଡିଶାର ବର୍ଷିଆନ ରାଜନେତା ସନାତନ ବିସିଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି। ସମ୍ବଲପୁରସ୍ଥିତ ତାଙ୍କର ନିଜସ୍ବ ବାସଭବନରେ ବିସିଙ୍କ ପରଲୋକ ହୋଇଛି। ମୃତ୍ୟୁ...

କରୋନା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ: ଗଞ୍ଜାମ ଜିଲାପାଳଙ୍କୁ ଫୋନକରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୪।୪(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ବହୁତ ଭଲ କାମ କରୁଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜିଲାପାଳଙ୍କୁ ଫୋନ୍‌ କରି ତାଙ୍କର ପ୍ରଶଂସା କରିଛନ୍ତି। ମଙ୍ଗଳବାର ଜିଲାପାଳ ଟୁଇଟକରି...

ହୋମ କ୍ୱାରାଣ୍ଟାଇନରେ ଥିବା ଯୁବକଙ୍କ ଆତ୍ମହତ୍ୟା:୧୦ ଗ୍ରାମବାସୀ ଅଟକ

ଧର୍ମଶାଳା,୧୪ା୪(ଡିଏନଏ): ଯାଜପୁର ଜିଲା ଧର୍ମଶାଳା ଥାନା ଦେଉଦା ଗ୍ରାମର ସୁରେଶ ସାହୁ (୩୨) ନାମକ ଜଣେ ଯୁବକ ହୋମ କ୍ୱାରାଣ୍ଟାଇନରେ ଥିବାବେଳେ ସୋମବାର ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ପାଇଁ ମୃତକଙ୍କ ସ୍ତ୍ରୀ ରଞ୍ଜନା ସାହୁ ଗ୍ରାମବାସୀଙ୍କୁ...

ଖାଦ୍ୟ ବିତରଣ କେନ୍ଦ୍ର ବୁଲି ଦେଖିଲେ ଜିଲାପାଳ

ଭଦ୍ରକ ଅଫିସ,୧୪।୪: ଖାଦ୍ୟ ବିତରଣ କେନ୍ଦ୍ର ବୁଲି ଦେଖିଲେ ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସ। ଭଦ୍ରକ ବ୍ଲକ ବେରହମପୁର ପଞ୍ଚାୟତର ସ୍କୁଲ ଘରେ ଚାଲିଥିବା ଖାଦ୍ୟ ବିତରଣ କେନ୍ଦ୍ରକୁ ଜିଲାପାଳ ବୁଲି ଦେଖିବା ସହ ସେଠାକାର ଲୋକଙ୍କ ସହ...

ଜିଲା ପ୍ରଶାସନକୁ ପ୍ରଶଂସା କଲେ ନବୀନ

ଭଦ୍ରକ ଅଫିସ,୧୪।୪: କରୋନା ଭାଇରସ୍‌ ମୁକାବିଲା କ୍ଷେତ୍ରରେ ଭଦ୍ରକ ଜିଲାପ୍ରଶାସନର କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଜିଲାପ୍ରଶାସନକୁ ପ୍ରଶଂସା କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଅଳ୍ପ ସମୟ ମଧ୍ୟରେ ପ୍ରଶାସନିକ ଅଧିକାରୀମାନେ...

ଗୋଟିଏ ଦିନରେ ୧, ୪୧.୦୦୦ଜରିମାନା ଆଦାୟ

ଭଦ୍ରକ ଅଫିସ,୧୪।୪: ଜିଲାରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଆଇନ ଉଲ୍ଲଂଘନକାରୀଙ୍କ ଉପରେ ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସୋମବାର ସକାଳୁ ସନ୍ଧ୍ୟା ଭିତରେ ଜିଲାର ବିଭିନ୍ନ ଥାନା ପୋଲିସ ସମୁଦାୟ ୧,୪୧.୦୦୦ଟଙ୍କା ଜରିମାନା ଆଦାୟ କରିଛି। ମୋଟ...

ବେଆଇନ ମହୁଲି ମଦ ଜବତ: ଅଭିଯୁକ୍ତ ଫେରାର

ଭଦ୍ରକ ଅଫିସ, ୧୪।୪: ଲକ୍‌ଡାଉନ୍‌ ସମୟରେ ଫାଇଦା ଉଠାଉଛନ୍ତି ଚୋରା ମଦ ବେପାରୀ। ଏହି ସମୟରେ ଚଢ଼ା ଦରରେ ମଦ ବିକ୍ରି ପାଇଁ ପଡ଼ୋଶୀ ଜିଲା ବାଲେଶ୍ୱରରୁ ଚୋରାରେ ମଦ ଆଣି ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଜିଲା ଭ୍ରାମ୍ୟମାଣ...

ଲକ୍‌ଡାଉନ୍‌ରେ ଦୋକାନ, ଗାଁଠାରୁ ଜରିମାନା ଆଦାୟ

ପଦ୍ମପୁର, ୧୪।୪(ଡି.ଏନ.ଏ.): ଦେଶରେ କରୋନା ମହାମାରୀ ପାଇଁ ଓ ଲକ୍‌ଡାଉନ୍‌ ଜାରି ରହିଛି। ଏଭଳି ସ୍ଥିତିରେ କିଛି ଅସାଧୁ ବ୍ୟବସାୟୀ ଗ୍ରାହକଙ୍କଠାରୁ ଅଧିକ ଦାମ୍‌ରେ ଜିନିଷ ବିକ୍ରି କରୁଥିବାର ଦେଖିବାକୁ ମିଳିଛି। ବାସୁଦେବପୁର ବଜାରରେ ଡାଲି ଓ ତେଲକୁ ନିର୍ଦ୍ଧାରିତ...

ଗରିବ ଓ ଅସହାୟଙ୍କୁ ଚାଉଳ, ଡାଲି ବାଣ୍ଟିଲେ ବିଧାୟକ

ଭଦ୍ରକ ଅଫିସ,୧୪।୪: କରୋନା ମହାମାରୀ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ରାଜ୍ୟରେ ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିଯୋଗୁଁ ରାଜ୍ୟରେ ଅନେକ ପରିବାର ମୁଠେ ଖାଇବା ପାଇଁ ସଂଗ୍ରାମ କରୁଛନ୍ତି। ଅନ୍ୟପଟେ ରାଜ୍ୟବାସୀ...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଇଲା ସରପଞ୍ଚ ସଂଘ

ଗୁଡଭେଲା,୧୪।୪(ଡି.ଏନ୍‌.ଏ): ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ଜାରି ରହିଛି। କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ପକ୍ଷରୁ ସହାୟତାର ହାତ ବଢ଼ୁଛି। ଇତିମଧ୍ୟରେ ବଲାଙ୍ଗୀର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri