ଆମ ଜିଲା ଖବର

ହାତୀ ଆକ୍ରମଣରେ ବୃଦ୍ଧଙ୍କ ଜୀବନଗଲା

କେନ୍ଦୁଝର,୧୪ା୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କାଇଯୋଡ଼ା ଗ୍ରାମରେ ସୋମବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜୁଗୁନୁ ମୁଣ୍ଡା। ସେ ପାଖ ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର...

ଦୋକାନୀ, ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ

ପଦ୍ମପୁର,୧୪ା୪(ଡି.ଏନ୍‌.ଏ.)- କରୋନା ମହାମାରୀ ପାଇଁ ଓଡ଼ିଶାରେ ଲକ୍‌ ଡାଉନ ଘୋଷଣା ହୋଇଛି। ଏହି ପରିସ୍ଥିତିରେ କେତେକ ଅସାଧୁ ବ୍ୟବସାୟୀ ଚଢା ଦାମ୍‌ରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏନେଇ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି। ବାସୁଦେବପୁର...

ସୁରକ୍ଷା ପ୍ରସଙ୍ଗ ଉଠାଇଲା ପୋଲିସ ମହାସଂଘ

ଭଦ୍ରକ ଅଫିସ, ୧୪ା୪- କରୋନା ଲାଗି ସମଗ୍ର ଦେଶରେ ଏବେ ଲକ୍‌ ଡାଉନ ଜାରି ରହିଛି। ଲକ୍‌ ଡାଉନ କଟକଣାକୁ କଡ଼ାକଡ଼ି ବଳବତ୍ତର ରଖିବାକୁ ପୋଲିସ ବିଭାଗ ସଜାଗ ରହିଛି। ଏହି ସମୟରେ ଦିନରାତି ବାହାରେ ରହି ଡ୍ୟୁଟି କରୁଥିବା...

ସଚେତନତା ପାଇଁ ମାସ୍କ ବଣ୍ଟନ

ଚିତ୍ରଡା,୧୪ା୪(ଡି.ଏନ୍‌.ଏ.)- କରୋନା ସଚେତନତା ପାଇଁ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଚିତ୍ରଡା ପଞ୍ଚାୟତ ଅଧୀନ ଡିମୁରଡିହା ଗ୍ରାମର ତନୁ ମହାନ୍ତ ଲୋକଙ୍କୁ ମାଗଣାରେ ମାସ୍କ ବାଣ୍ଟି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବୟସ ୫୦ ଅତିକ୍ରମ କରିଥିଲେ ମଧ୍ୟ ଲୋକଙ୍କ...

କରୋନା ପ୍ରଭାବ: ଶୂନଶାନ ବାରିପଦା ଛଉପଡ଼ିଆ

ବାରିପଦା ଅଫିସ, ୧୪ା୪- ଚୈତ୍ର ମାସ ଆସିଲେ ଦୁଲୁକି ଉଠେ ମୟୂରଭଞ୍ଜ ମାଟି। ବିଶ୍ୱ ପ୍ରସିଦ୍ଧ ଲୋକନୃତ୍ୟ ଛଉର ତାଳ ତାଳେ ବାଦ୍ୟକାର ଏବଂ ନୃତ୍ୟଶିଳ୍ପୀମାନେ ସାରା ଚୈତ୍ରମାସ ଆଖଡା ଘରେ ଅଭ୍ୟାସ କରନ୍ତି। ଏହା ପରେ ମାସର ଶେଷ...

ଶ୍ରମିକନେତାଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା

ରୂପ୍‌ସା, ୧୪ା୪(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଝୋଟ କାରଖାନା ଶ୍ରମିକ ସଂଘ ତରଫରୁ ଶ୍ରମିକ ନେତା ସ୍ବର୍ଗତ ଯୋଗେନ ଦାସଙ୍କ ସ୍ମୃତିସଭା ସୋମବାର ଅନୁଷ୍ଠିତ ହୋଇଯାଇଛି। ସଂଘର ସାଧାରଣ ସମ୍ପାଦକ ଅନାଦି ପ୍ରଧାନ ପୌରୋହିତ୍ୟ କରିଥିଲେ। ଉପସଭାପତି ଭାଗବତ ମହାପାତ୍ର,...

୫ ବଖରା ଜଳିଗଲା

ରୂପ୍‌ସା, ୧୪ା୪(ଡି.ଏନ୍‌.ଏ.)-ବାଲେଶ୍ୱର ସଦର ବ୍ଲକ ଆଙ୍କୋ ପଞ୍ଚାୟତ ଅନ୍ତର୍ଗତ ଆଘିରିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ୩ ପରିବାରର ୫ ବଖରା ବାସଗୃହ ଭସ୍ମୀଭୂତ ହେବା ସହ ୮ଲକ୍ଷ ଟଙ୍କାର ସମ୍ପତ୍ତି ଜଳି ଛାରଖାର ହୋଇଯାଇଛି। ପ୍ରହ୍ଲାଦ ଦାସଙ୍କର ୨...

୩୦ୟୁନିଟ୍‌ ରକ୍ତ ସଂଗ୍ରହ

ବାଲେଶ୍ୱର ଅଫିସ, ୧୪।୪-ବାଲେଶ୍ୱର ସଦର ବ୍ଲକ ଅଧୀନ ନଗ୍ରମ ପଞ୍ଚାୟତ ହାଇସ୍କୁଲଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଚ୍ଛା ସଙ୍ଗଠନ ପକ୍ଷରୁ ସୋମବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ମୋଟ୍‌ ୩୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ସଙ୍ଗଠନ ପକ୍ଷରୁ...

ବାଲେଶ୍ୱରରେ ଖୋଲିଲା କୋଭିଡ଼-୧୯ ହସ୍‌ପିଟାଲ

ବାଲେଶ୍ୱର ଅଫିସ,୧୪।୪-ବାଲେଶ୍ୱର କୁରୁଡାସ୍ଥିତ ଜ୍ୟୋତି ହସ୍‌ପିଟାଲ କୋଭିଡ଼-୧୯ ହସ୍‌ପିଟାଲ ଭାବେ ସୋମବାର କାର୍ଯ୍ୟକ୍ଷମ ହୋଇଛି। ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି) ଏଥିଲାଗି ଅନୁଦାନ ଯୋଗାଇ ଦେଇଛନ୍ତି। ଏଠାରେ ରୋଗୀଙ୍କ ଚିକିତ୍ସା ମାଗଣାରେ କରାଯିବ। ଏହି ହସ୍‌ପିଟାଲରେ ୧୦୦ ଶଯ୍ୟା,...

ଭୁବନେଶ୍ୱରୁ ସାଇକେଲରେ ଆସିଲେ ବ୍ରହ୍ମପୁର : ସ୍ବାବ୍‌ ପରୀକ୍ଷା ପାଇଁ ନମୁନା ସଂଗ୍ରହ

ବ୍ରହ୍ମପୁର ଅଫିସ,୧୪ା୪-ବ୍ରହ୍ମପୁର ମହାନଗର ନିଗମ ୩୧ ନଂ. ୱାର୍ଡ ଅନ୍ତର୍ଗତ କୋପରେଟିଭ କଲୋନୀ ୩ୟ ଲେନ୍‌ ଅଞ୍ଚଳର ଭୁବନେଶ୍ୱରରୁ ଫେରିଥିବା ଜଣେ ବ୍ୟକ୍ତିଙ୍କୁ ସୋମବାରରୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାନୁଯାୟୀ, ଜଣେ ୪୩ ବର୍ଷୀୟ ବ୍ୟକ୍ତି ଗତ...

କରୋନା ଯୁଦ୍ଧର ନାୟିକା ରମା : କର୍କଟ ଆକ୍ରାନ୍ତ ଅଙ୍ଗନୱାଡି କର୍ମୀଙ୍କୁ ପ୍ରଶଂସା

ହିଞ୍ଜିଳିକାଟୁ,୧୪ା୪(ଡି.ଏନ୍‌.ଏ): ରାଜ୍ୟରେ କରୋନା ସ୍ଥିତିକୁ ନେଇ କରୋନା ଭୂତାଣୁ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୋମବାର ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଖଣ୍ଡରା ଅଙ୍ଗନୱାଡ଼ି କେନ୍ଦ୍ର-୧ର କର୍ମୀ ରମା ସାହୁଙ୍କୁ ପ୍ରଶଂସା କରିଛନ୍ତି। ରମା କର୍କଟ ରୋଗରେ...

ଡେଙ୍ଗୁରା ପିଟି ଚେତାବନୀ

ଅନୁଗୋଳ ଅଫିସ, ୧୪।୪-ଗଁ।କୁ ବାହାର ଲୋକ ଆସିଲେ ସ୍କୁଲ ଘରେ ହୋଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ହେବ। ନଚେତ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ବେଡ଼ା ପଞ୍ଚାୟତ ହମାମୀରା ଗଁାରେ ରବିବାର ଡେଙ୍ଗୁରା ଦିଆଯାଇଥିବା ଭିଡିଓ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri