ଆମ ଜିଲା ଖବର

ଅସହାୟଙ୍କ ଦୁଃଖ ବୁଝିଲେ ଜିଲାପାଳ

ଅନୁଗୋଳ ଅଫିସ, ୧୪।୪ କରୋନା କଟକଣା ପାଇଁ ସୋମବାର ଓଡ଼ିଆ ନବବର୍ଷ ସାଙ୍ଗକୁ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଫିକା ପଡ଼ିଯାଇଛି। ଓଡ଼ିଆ ଘରର ଏହି ବଡ଼ ପର୍ବରେ କାଳେ କେହି ଅମାନିଆ କଟକଣାକୁ ବେଖାତିର କରି ଦେବାଳୟକୁ...

କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କଲେ ଶିଳ୍ପୀ

ଛେଣ୍ଡିପଦା,୧୪।୪(ସ୍ବ.ପ୍ର.)- କରୋନା ଯୋଦ୍ଧା ସାଜିଥିବା ରାଜ୍ୟ ପୋଲିସର ମନୋବଳ ବୃଦ୍ଧି ପାଇଁ ଛେଣ୍ଡିପଦା ବ୍ଲକ ଖମାର ଗ୍ରାମର ଶିଳ୍ପୀ ବୀରବର ବେହେରା ଓଡ଼ିଶା ପୋଲିସର ଏକ ଲୋଗୋ ତିଆରି କରିଛନ୍ତି। ସିମେଣ୍ଟରେ ନିର୍ମିତ ୫ ଫୁଟର ଏହି ଲୋଗୋକୁ ଆଇଜି...

୧୩ ଶ୍ରମିକ ଉଦ୍ଧାର : କେନ୍ଦ୍ରାପଡ଼ାରୁ ଯାଉଥିଲେ ଛତିଶଗଡ଼

ଢେଙ୍କାନାଳ ଅଫିସ, ୧୪।୪ କେନ୍ଦ୍ରାପଡ଼ାରୁ ଛତିଶଗଡ଼ ଚାଲି ଚାଲି ଯାଉଥିବା ୧୩ଜଣ ଶ୍ରମିକଙ୍କୁ ଢେଙ୍କାନାଳ ସହର ଉପକଣ୍ଠ କଲେଜ ବାଇପାସ୍‌ରୁ ସୋମବାର ସନ୍ଧ୍ୟାରେ ଉଦ୍ଧାର କରାଯାଇଛି। ଛତିଶଗଡ଼ ନଉଗଁା ଅଞ୍ଚଳର ସମ୍ପୃକ୍ତ ଶ୍ରମିକମାନେ ଦୀର୍ଘଦିନ ହେଲା କେନ୍ଦ୍ରାପଡ଼ାରେ ରହି ଇଟାଭାଟିରେ...

କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହେଲ୍‌ଥ ସେଣ୍ଟର

ଢେଙ୍କାନାଳ ଅଫିସ, ୧୪।୪ ଢେଙ୍କାନାଳ ବାଜିଚୌକସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୋମବାରଠାରୁ କାର୍ଯ୍ୟକ୍ଷମ ହୋଇଛି ଜିଲାସ୍ତରୀୟ କୋଭିଡ୍‌ ହେଲ୍‌ଥ ସେଣ୍ଟର। ରାଜ୍ୟ ସରକାର ଏବଂ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଅନୁଦାନରେ ଏହା ଆରମ୍ଭ ହୋଇଛି। ଜିଲାପାଳ...

ପାଳନ ହେଲାନି ମେରୁ ଯାତ୍ରା: ଦର୍ଶନ ବନ୍ଦ, ଶୂନଶାନ୍‌ ହନୁମାନ, ଦଣ୍ଡକାଳୀ ପୀଠ

ବ୍ରହ୍ମପୁର ଅଫିସ,୧୩ା୪-କରୋନା ସଂକ୍ରମଣ ତଥା ଜନଗହଳି ସ୍ଥାନରୁ ଲୋକଙ୍କୁ ଦୂରେଇ ରଖିବା ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ମେରୁ ଯାତ୍ରା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ବ୍ରହ୍ମପୁର ସହରରେ ମେରୁ ଯାତ୍ରା ବନ୍ଦ ରହିଥିଲା ା ଆମ୍ବପୁଆସ୍ଥିତ ମା’...

ଜିଲାର ସମସ୍ତ ପ୍ରବେଶ ପଥରେ ଚେକ୍‌ପୋଷ୍ଟ

ଛତ୍ରପୁର,୧୩ା୪(ଡି.ଏନ୍‌.ଏ.) – ରାଜ୍ୟ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛନ୍ତି। ଏନେଇ ଏକ ବୈଠକ ସୋମବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। କୃଷି, ଉଦ୍ୟାନ,...

ବୌଦ୍ଧରେ କୋଭିଡ୍‌ ହେଲ୍‌ଥ କେୟାର ସେଣ୍ଟର

ବୌଦ୍ଧ,୧୩।୪(ସ୍ବ.ପ୍ର): ବୌଦ୍ଧ ପୁରଣା ଜେଲଠାରେ ନୂତନ ଭାବେ କୋଭିଡ୍‌-୧୯ ହେଲ୍‌ଥ କେୟାର ସେଣ୍ଟର ସୋମବାର ଉଦ୍‌ଘାଟିତ ହୋଇଛି । ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏହି ସେଣ୍ଟରର ଉଦ୍‌ଘାଟନ କରିଥିଲେ । ଏହି ହେଲ୍‌ଥ କେୟାର ସେଣ୍ଟରରେ ୧୨୦ଟି ନୂତନ ଶଯ୍ୟା...

ପଣା ପିଇ ୨୬ ଅସୁସ୍ଥ

ଭଣ୍ଡାରିପୋଖରୀ,୧୩ା୪(ଡ଼ି.ଏନ୍‌.ଏ)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ପିରିପୁର ମହୁରା ଗ୍ରାମରେ ସୋମବାର ପଣା ପିଇ ୨୬ ଜଣ ଅସୁସ୍ଥ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥମାନଙ୍କ ମଧ୍ୟରେ ୧୮ ଜଣ...

ମନ୍ଦିରରେ ଭିଡ, ୫ ଜଣଙ୍କ ନାମରେ ମାମଲା

ଫୁଲବାଣୀ ଅଫିସ, ୧୩ା୪- ଲକଡ଼ାଉନ ପାଇଁ ମନ୍ଦିରରେ ଭିଡ ଜମାଇବାକୁ ବାରଣ କରାଯାଇଛି। ହେଲେ ପଣା ସଂକ୍ରାନ୍ତିରେ ଏହାକୁ ନ ମାନି ମନ୍ଦିରରେ ଭିଡ ଜମାଇଥିବାରୁ ଫୁଲବାଣୀ ଆଦର୍ଶ ଥାନା ପୋଲିସ ପୂଜକଙ୍କ ସହ କର୍ମକର୍ତ୍ତାଙ୍କ ନାମରେ ମାମଲା ରୁଜୁ...

ଲୋକଙ୍କୁ ସଚେତନତା କରାଉଛନ୍ତି ଓଡ଼ିଆ ମହିଳା: ସୁରାଟରେ ବିବାଦ ପରେ ସହାୟତା

ଭଞ୍ଜନଗର,୧୩।୪(ଡି.ଏନ.ଏ)- ସୁରାଟ ଡ଼ାଇମଣ୍ଡନଗର ଅଞ୍ଚଳରେ ବସବାସ କରୁଥିବା ପ୍ରବାସୀ ଶ୍ରମିକମାନେ ଗତ ୧୦ ତାରିଖ ରାତିରେ ବକେୟା ଦରମା ସମେତ ବିଭିନ୍ନ ଦାବିନେଇ ରାଜରାସ୍ତାକୁ ଓହ୍ଲାଇଥିଲେ। ଏହାପରେ ସ୍ଥାନୀୟ ପୋଲିସ ପ୍ରଶାସନ ଲୋକଙ୍କୁ ବୁଝାଇ ସମସ୍ୟାର ସମାଧାନ କରିଥିଲେ। ଏଥିସହ...

ଗ୍ୟାସ ଟାଙ୍କି ଫାଟି ମା’, ପୁଅ ଗୁରୁତର

ଭବାନୀପାଟଣା,୧୩।୪(ସ୍ବ.ପ୍ର.)-କଳାହାଣ୍ଡି ଜିଲା ଭବାନୀପାଟଣା ସହର ରାମସାଗର ପଡାରେ ପୋଲିସ ଏଏସ୍‌ଆଇ ଟଙ୍କଧର ଜାଲଙ୍କ ରୋଷେଇ ଘରେ ନୂତନ ଗ୍ୟାସ ରେଗୁଲେଟର ସଂଯୋଗ କରୁଥିବାବେଳେ ସୋମବାର ମଧ୍ୟାହ୍ନରେ ହଠାତ୍‌ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଯୋଗଁୁ ଟାଙ୍କି ଫାଟିଯାଇଥିଲା। ଏହି ସମୟରେ...

ସ୍ବେଚ୍ଛାସେବୀଙ୍କୁ ଧରି ସଚେତନ କଲା ପୋଲିସ

ଫୁଲବାଣୀ ଅଫିସ, ୧୩ା୪- ଫୁଲବାଣୀ ସହରରେ ପୋଲିସ ସୋମବାର ଟିମ୍‌ ହ୍ୟୁମାନିଟ୍‌ର ସ୍ବେଚ୍ଛାସେବୀଙ୍କୁ ଧରି କରୋନା ସଚେତନ କରିଛି। ଟିମ୍‌ର ସଦସ୍ୟ ସାଇରାମ ପାତ୍ର, ହିମାଂଶୁ ନାୟକ, ଲମ୍ବୋଦର ରଥ, ଏସ୍‌. କେ. ଅବଦୁଲ୍‌ ସାକିର ପ୍ରମୁଖ କରୋନା ଚିତ୍ରକଳା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri