ଆମ ଜିଲା ଖବର

ମାଗଣାରେ ମାସ୍କ ବଣ୍ଟନ, ସାମାଜିକ ଦୂରତା ରକ୍ଷା ପାଇଁ କଲେ ସଚେତନ

ଭଟଲି,୧୨ା୪(ଡି.ଏନ୍‌.ଏ.) : ଦିନକୁଦିନ କରୋନା ଭୟାବହତା ରାଜ୍ୟରେ ବଢ଼ିଚାଲିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଗତ ୯ତାରିଖରୁ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ପାଇଁ ବାଧ୍ୟ କରିଛନ୍ତି। ଅନ୍ୟପଟେ ଗ୍ରାମାଞ୍ଚଳରେ ମାସ୍କ ମିଳୁନାହିଁ। ସେଥିପାଇଁ କେତେକ ସଂଗଠନ ପକ୍ଷରୁ...

କେନ୍ଦ୍ରାପଡ଼ାରେ ଦ୍ୱିତୀୟ କରୋନା ପଜିଟିଭ୍‌ ଚିହ୍ନଟ: ରାଜନଗର ଅଞ୍ଚଳର ଦୁଇ ଗ୍ରାମକୁ ସିଲ୍‌ କଲା ପ୍ରଶାସନ, ସଂଗରୋଧ ଗୃହରେ ଆକ୍ରାନ୍ତଙ୍କ ପରିବାରର ସଦସ୍ୟ

କେନ୍ଦ୍ରାପଡା ଅଫିସ/ ରାଜନଗର (ଡି.ଏନ୍‌.ଏ.), ୧୨।୪: କେନ୍ଦ୍ରାପଡା ଜିଲାର ଦ୍ୱିତୀୟ କରୋନା ପଜିଟିଭ୍‌ ଶନିବାର ଚିହ୍ନଟ ହୋଇଛନ୍ତି। ରାଜନଗର ଅଞ୍ଚଳର ଏହି ମହିଳାଙ୍କୁ ଜିଲା ପ୍ରଶାସନ ସହାୟତାରେ କଟକର କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କ...

ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗ ଆଣିଲେ ଭାଇ

ପାଟଣା,୧୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଝହ୍ନେଇପଶି ଗ୍ରାମର ନାଳ ନିକଟରେ ଥିବା ଆକାଶିଆ ଜଙ୍ଗଲରୁ ଶନିବାର ସକାଳୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ମୃତ ମହିଳା ଜଣକ ହେଉଛନ୍ତି କଣ୍ଟିଆପଡ଼ା ପଞ୍ଚାୟତ ବାଲାଣିପଶି ଗ୍ରାମର...

ଗଞ୍ଜାମରେ ଡିଜିପି: ଲୋକଙ୍କ ଆସ୍ଥାଭାଜନ ହେବାକୁ ଦେଲେ ପରାମର୍ଶ

ଛତ୍ରପୁର,୧୨ା୪(ଡି.ଏନ୍‌.ଏ.): ରାଜ୍ୟ ପୋଲିସ ଡିଜି ଅଭୟ ରବିବାର ଗଞ୍ଜାମ ଜିଲାକୁ ଆସି ବିଭିନ୍ନ ଥାନା ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। କରୋନା ସଂକ୍ରମଣ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି କ’ଣ ସବୁ ପଦକ୍ଷେପ...

ବନ୍ଧାଗୁଡ଼ାରେ ଉପଖଣ୍ଡ ପୋଲିସ ଅଧିକାରୀ, ତହସିଲଦାରଙ୍କ ରାତିଅଧିଆ ଚଢ଼ାଉ

ଶେରଗଡ଼,୧୨।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଅଞ୍ଚଳରେ କରୋନା ସଚେତନତା ସୃଷ୍ଟି କରିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏପରିକି ସାମାଜିକ ଦୂରତ୍ୱ ଉଲ୍ଲଂଘନ ହେବା ତଥା ମଦ ବିକ୍ରି ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ରାତି...

୩୩୨ ଜଣଙ୍କ ହୋମ୍‌ କ୍ୱାରାଣ୍ଟାଇନ୍‌ ଅବଧି ଶେଷ: ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା

ଲୋଇସିଂହା,୧୨ା୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ବ୍ଲକକୁ ରାଜ୍ୟ ବାହାରୁ ୩୩୫ ଜଣ ଘରକୁ ଫେରିଛନ୍ତି। ସେମାନେ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ନ ଯାଇ ୧୪ ଦିନିଆ ହୋମ୍‌ କ୍ବାରାଣ୍ଟାଇନରେ ରହିଛନ୍ତି। ସେଥିମଧ୍ୟରୁ ୩୩୨...

ଲୋକଙ୍କୁ ମାଗଣାରେ ମାସ୍କ ଯୋଗାଇ ଦେବାକୁ ପ୍ରସ୍ତୁତି କାର୍ଯ୍ୟରେ ଲାଗିଛନ୍ତି ଯୁବକ

ରାଇସୁଆଁ,୧୨ା୪(ଡି.ଏନ୍‌.ଏ.): ସରକାରୀସ୍ତରରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ମାସ୍କ ପିନ୍ଧିଲେ ଏହି ସଂକ୍ରମଣକୁ ରୋକିହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେଣୁ ଲୋକଙ୍କ ମଧ୍ୟରେ ଏହାକୁ କିଣିବା ପାଇଁ ତତ୍ପରତା ପ୍ରକାଶ ପାଉଛି। ତେବେ...

ଘରକୁ ଫେରିପାରୁ ନ ଥିଲେ ୩ ସନ୍ତାନ ଜନ୍ମ ଦେଇଥିବା ପ୍ରସୂତୀ: ମହିଳାଙ୍କୁ ସହଯୋଗର ହାତ ବଢାଇଲେ ପ୍ରଭାତ

କଟକ ଅଫିସ,୧୨।୪: ଏସ୍‌ସିବି ମେଡିିକାଲରୁ ଡିସଚାର୍ଜ ହୋଇଥିଲେ ମଧ୍ୟ ଘରକୁ ଫେରି ପାରୁ ନ ଥିବା ଜଣେ ମହିଳାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ। ପ୍ରଭାତଙ୍କ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଜରିଆରେ ମହିଳା ଓ...

ଡରାଉଛି ସହରର ଶୂନ୍ୟତା

କଟକ ଅଫିସ,୧୨।୪: ଗହଳଚହଳ ଭିତରେ ଦିନରାତି କଟେ। ସେତେବେଳେ ଚୋର, ତସ୍କରଙ୍କ ଭୟ ରହୁଥିଲା। ସେଥିପାଇଁ ସବୁବେଳେ ସଜାଗ ରହୁଥିଲୁ। ମନରେ ଏତେଟା ଡର ନ ଥିଲା। ଏବେ ଯେଉଁ ଆଡେ ଚାହିଁବ ସିଆଡ଼େ ପୋଲିସ। ମାଳମାଳ ଖାକି ପୋଷାକଙ୍କ...

ସୁନ୍ଦରଗଡ଼ ଜିଲାରେ ପ୍ରଥମ ୨ କରୋନା ଆକ୍ରାନ୍ତ ଚିହ୍ନଟ: ବିଶ୍ରାରେ ପହଞ୍ଚିଲେ ସ୍ବାସ୍ଥ୍ୟ ଅଧିକାରୀ

ସୁନ୍ଦରଗଡ଼,୧୨।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ପ୍ରଥମ ଥର ପାଇଁ ଦୁଇଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶନିବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ନମୂନା ପରୀକ୍ଷଣ ରିପୋର୍ଟରେ ୪ଜଣ ପଜିଟିଭ୍‌ ରହିଥିଲେ। ତେବେ ସେଥିରୁ ୨ଜଣ ସୁନ୍ଦରଗଡ଼ ଜିଲା...

ସଙ୍ଗରୋଧରୁ ଘରକୁ ଗଲେ ୩୬ ସଂଖ୍ୟାଲଘୁ

ଅନୁଗୋଳ ଅଫିସ, ୧୨।୪ – ଦିଲ୍ଲୀର ନିଜାମୁଦ୍ଦିନ୍‌ ମରକଜ ଧର୍ମଗୁରୁମାନଙ୍କ ସଂସ୍ପର୍ଶରେ ଆସି କ୍ୱାରାଣ୍ଟାଇନ୍‌ ବା ସଙ୍ଗରୋଧରେ ଥିବା ଅନୁଗୋଳ ଜିଲାର ୩୬ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଘରକୁ ପଠାଇ ଦିଆଯାଇଛି। ସେମାନଙ୍କ ସ୍ବାବ ଓ ରକ୍ତ ନମୁନା ରିପୋର୍ଟ...

କୋଭିଡ-୧୯ କକ୍ଷ ପରିଦର୍ଶନ

ତାଳଚେର/ଅନୁଗୋଳ ଅଫିସ,୧୨ା୪(ନି.ପ୍ର.) – ତାଳଚେରସ୍ଥିତ ଏମ୍‌ସିଏଲ୍‌ର ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍ପିଟାଲର କୋଭିଡ-୧୯ କକ୍ଷକୁ ଭୁବନେଶ୍ୱର ସମ୍‌ ହସ୍ପିଟାଲର ଏକ ଟିମ୍‌ ଶନିବାର ପରିଦର୍ଶନ କରିଛନ୍ତି। ଏହାପରେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଳଚେର ଉପଜିଲାପାଳ ରଜନୀକାନ୍ତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri