ଆମ ଜିଲା ଖବର

କେନ୍ଦୁଝର ପୌରାଞ୍ଚଳରେ କରୋନା କଟକଣାକୁ ଫୁ’: ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ ବେଳେ ରହୁନି ସାମାଜିକ ଦୂରତ୍ୱ

କେନ୍ଦୁଝର, ୧୧।୪(ସ୍ବ.ପ୍ର.): କରୋନା ସହାୟତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ରାସନ କାର୍ଡଧାରୀଙ୍କୁ ଏକ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏ ନେଇ କେନ୍ଦୁଝର ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ସହାୟତା ରାଶି ବଣ୍ଟନ...

ଗଞ୍ଜାମରେ ଘରକୁ ଘର ବୁଲି ଯାଞ୍ଚ ପ୍ରକ୍ରିୟା ଜାରି: ତୃତୀୟ ଦିନରେ ଜିଲାପାଳଙ୍କ ପରିବାରର ଯାଞ୍ଚ କଲା ଟିମ୍‌, ଦୁଇଦିନରେ ୩,୭୫୯ଜଣ ସାମାନ୍ୟ ଥଣ୍ଡା ଆକ୍ରାନ୍ତ ଚିହ୍ନଟ

ଛତ୍ରପୁର, ୧୧।୪(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାରେ ଘରକୁ ଘର ଯାଇ ଲୋକମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ସହ ସେମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ଏନେଇ ଗଠିତ ଟିମ୍‌ ଶନିବାର ଏହାର ୩ ଦିନରେ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ବାସଭବନକୁ ଯାଇ ତାଙ୍କ...

କୋଭିଡ୍‌ ଫଣ୍ଡକୁ ସହାୟତା

ରାଇକିଆ,୧୧ ।୪(ଡି.ଏନ୍‌.ଏ.)- ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ସହାୟତାର ସୁଅ ଛୁଟୁଛି। ଏଥିପାଇଁ ରାଇକିଆ ବ୍ଲକର ମଧ୍ୟ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ସହାୟତାର ହାତ ବଢ଼ାଇଛନ୍ତି ।...

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

ବାଲେଶ୍ୱର ଅଫିସ, ୧୦।୪: ବାଲେଶ୍ବର ସଦର ଥାନା ଶୋଇପୁରରୁ ଶନିବାର ପୂର୍ବାହ୍ନରେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଶେଖପାଟଣା ଅଞ୍ଚଳର ଚକ୍ରଧର ବାରିକ। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାରକରି ଜିଲା ମୁଖ୍ୟ ଚିକିତ୍ସାଳୟକୁ...

ଲକ୍‌ଡାଉନ୍‌ ଯୋଗୁ ଟଙ୍କା ଉଠାଣରେ ଉପୁଜୁଥିଲା ସମସ୍ୟା, ଚୈାଦ୍ୱାରରେ ଆରମ୍ଭ ହେଲା ଭ୍ରାମ୍ୟମାଣ ଏଟିଏମ୍‌ ସେବା

ଚୌଦ୍ୱାର,୧୧ା୪(ଡି.ଏନ୍‌.ଏ.): କରୋନା ଭୟାବହତାକୁ ନଜରରେ ରଖି ସାରା ଦେଶ ତଥା ରାଜ୍ୟକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନରେ ସହାରାଞ୍ଚଳଠୁ ଆରମ୍ଭ କରି ଗ୍ରାମାଞ୍ଚଳ ଲୋକେ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ନିଜ ଜମାରାଶି ଉଠାଣ...

ବିଶୋଧୀକରଣ ହେଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ

ପୁରୀ ଅଫିସ,୧୧।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିିଭନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। କିପରି ଏହି ମାରାତ୍ମକ ଭୂତାଣୁ ନ ବ୍ୟାପିବ ସେଥିଲାଗି ବିଶୋଧୀକରଣ ଉପରେ ଗୁରୁତ୍ୱ ଦେଉଛି ପ୍ରଶାସନ। ଶନିବାର ଶ୍ରୀମନ୍ଦିର ଚତୁଃପାର୍ଶ୍ୱ,...

ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଲା ଭଦ୍ରକ ଜିଲା ପ୍ରଶାସନ, ନଚେତ ଗଣିବେ ଜରିମାନା

ଭଦ୍ରକ ଅଫିସ, ୧୧।୪ – ଭଦ୍ରକ ଜିଲାବାସୀ ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛି ଜିଲା ପ୍ରଶାସନ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କରୋନାକୁ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ...

ପୁରୀରେ ପହଞ୍ଚିଲା ୫ମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୧୧।୪: ଆସନ୍ତା ଜୁନ୍‌ ୨୩ରେ ରଥଯାତ୍ରା। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ରଥ ନିର୍ମାଣ ଲାଗି ଶନିବାର ପୁରୀରେ ପହଞ୍ଚିଛି ୫ମ ପର୍ଯ୍ୟାୟ ରଥକାଠ। ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜ୍‌ରୁ ୨ଟି ଟ୍ରକ ଯୋଗେ...

ଭଦ୍ରକର ଦୁଇ ଲକ୍ଷ ଉଜ୍ଜଳା ପରିବାରକୁ ମିଳିବ ମାଗଣା ଗ୍ୟାସ, ବିତରକ କର୍ମଚାରୀଙ୍କୁ ୫ ଲକ୍ଷର ବୀମା

ଭଦ୍ରକ ଅଫିସ, ୧୧।୪ – କରୋନା ମୁକାବିଲା ପାଇଁ ଭଦ୍ରକ ଜିଲାରେ ୨,୦୯,୦୦୦ ପରିବାରକୁ ମାସିକ ଗୋଟିଏ କରି ତିନୋଟି ଏଲ୍‌ପିଜିର ଦାମ୍‌ ସରକାରଙ୍କ ପକ୍ଷରୁ ମିଳିବ। ଅର୍ଥାତ ଏହି ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ମିଳିବ। ଏପ୍ରିଲ, ଜୁନ ଓ...

ଭାସ୍କର୍ଯ୍ୟ ମାଧ୍ୟମରେ ସଚେତନତା ବାର୍ତ୍ତା

କଟକ ଅଫିସ,୧୧ା୪: କରୋନା ଭୂତାଣୁ ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ସାମାଜିକ ଦୂରତ୍ୱ। ଲୋକେ ଅନେକ ସମୟରେ ସାମାଜିକ ଦୂରତ୍ୱକୁ ମାନୁନାହାନ୍ତି। ଫଳରେ କରୋନା ଭୂତାଣୁ ସଂକ୍ରମଣର ଆଶଙ୍କା ରହୁଛି। ଲୋକଙ୍କୁ ସଚେତନ କରିବା ପାଇଁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ

ଖୋର୍ଦ୍ଧା ଅଫିସ,୧୧ା୪: କରୋନା ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ମିନି ଟ୍ରକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂଘର ଆଇନ ପରାମର୍ଶଦାତା ନରେନ୍ଦ୍ର ପୃଷ୍ଟି, କୋଷାଧ୍ୟକ୍ଷ ମାନସ ରଞ୍ଜନ ବୈରୀଗଞ୍ଜନ ପ୍ରମୁଖ ଏସ୍‌ପି...

କଟକର ଏକମାତ୍ର କରୋନା ଆକ୍ରାନ୍ତ ଏବେ ସୁସ୍ଥ

କଟକ ଅଫିସ,୧୧।୪: କଟକର ଏକମାତ୍ର କରୋନା ଭୂତାଣୁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଶୁକ୍ରବାର ରାତିରେ ଏ ନେଇ ସୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତ ବ୍ୟକ୍ତି ଜଣକ ମାର୍ଚ୍ଚ ୩ ତାରିଖରେ ଦିଲୀ ଯାଇଥିଲେ। ସେଠାରେ ଏକ କାର୍ଯ୍ୟକ୍ରମରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri