ଆମ ଜିଲା ଖବର

ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ

ପାରଳାଖେମୁଣ୍ଡି,୯ା୪(ସ୍ବ.ପ୍ର.): ଗଜପତି ଜିଲା ରାମଗିରି ନିର୍ବାଚନମଣ୍ଡଳୀ (୨୦୦୯ ପୂର୍ବର)ର ପୂର୍ବତନ ବିଧାୟକ ଭରତ ପାଇକ (୬୧)ଙ୍କ ମଙ୍ଗଳବାର ପରଲୋକ ହୋଇଛି। ସେ କିଛିଦିନ ଧରି ଅସୁସ୍ଥ ଥିଲେ। ଆନ୍ଧ୍ରର ଶ୍ରୀକାକୁଲମ ଜିଲା ରେଗୁଲୁସ୍ଥିତ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ଚାଲିଥିଲା। ମଙ୍ଗଳବାର...

ହ୍ବାଟ୍‌ସ ଆପ୍‌, ଭିଡିଓ କଲିଂରେ ହେବ ଶୁଣାଣି

କଟକ ଅଫିସ୍‌,୯ା୪: ଲକ୍‌ଡାଉନ୍‌ର ପ୍ରଭାବ ନ୍ୟାୟିକ ବ୍ୟବସ୍ଥା ଉପରେ ପଡ଼ିଛି। ଅଦାଲତଗୁଡ଼ିକୁ ବନ୍ଦ ରଖାଯିବା ସହ ଶୁଣାଣିକୁ ମଧ୍ୟ ସ୍ଥଗିତ କରାଯାଇଛି। ଫଳରେ ଆବେଦନକାରୀ, ପ୍ରତିପକ୍ଷ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳିସ୍ଥିତରେ ଓଡ଼ିଶା ହାଇକୋର୍ଟ ତରଫରୁ ବୁଧବାର ଏକ...

କରୋନାକୁ ଭୟ ନ କରି ସେବା ଯୋଗାଉଛନ୍ତି ସଫେଇ କର୍ମଚାରୀ

ଗଞ୍ଜାମ,୯ା୪(ଡି.ଏନ୍‌.ଏ.) : ଦିନକୁ ଦିନ କରୋନା ଭୟଙ୍କର ରୂପ ନେଉଛି। ଦେଢ଼ ମାସରୁ ଊର୍ଦ୍ଧ୍ୱ ହେବ କରୋନା ଭୂତାଣୁକୁ ନେଇ ସାରା ବିଶ୍ୱର ଜନସାଧାରଣ ଆତଙ୍କିତ ହୋଇପଡ଼ିଛନ୍ତି l ଏହି ଭୂତାଣୁ ବ୍ୟାପିବା ଆଶଙ୍କାରେ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି...

ବଜ୍ରପାତରେ ଗୌରଗୋପାଳ ମଠରୁ ଖସିଲା ଦଧିନଉତି

ଗଞ୍ଜାମ,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ସହରରେ ବୁଧବାର ସନ୍ଧ୍ୟାରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଏହି ସମୟରେ ବଜ୍ରପାତ ଘଟି ପଣ୍ଡାସାହି ଚଉଦଘରିଆ ଗୌର ଗୋପାଳ ମଠ ଦଧିନଉତି ଖସି ପଡ଼ିଥିଲା। ଏଥିସହିତ ବଜ୍ରପାତ ଏତେ କ୍ଷୀପ୍ର ଥିଲା ଯେ,...

ଶିଶୁଙ୍କ ପାଇଁ କୋଭିଡ଼ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା ଜରୁରୀ

କଟକ ଅଫିସ, ୯ା୪:  ଦେଶରେ ପ୍ରଥମ କରୋନାଜନିତ ଶିଶୁ ମୃତ୍ୟୁ ଖବର ମଙ୍ଗଳବାର ହସ୍ତଗତ ହୋଇଛି। ଗୁଜରାଟର ଜୁନାଗଡରେ ଏକ ୧୪ମାସର ଶିଶୁଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ତାକୁ ଲାଇଭ ସପୋର୍ଟିଂ ସିଷ୍ଟମରେ ରଖି ଚିକିତ୍ସା କରାଯାଇଥିଲା।...

ବିନା ମାସ୍କରେ ଘରୁ ବାହାରିଲେ ଜରିମାନା

ଖୋର୍ଦ୍ଧା ଅଫିସ,୯ା୪: ଅତି ଜରୁରୀ ନ ଥିଲେ ଘରୁ ବାହରକୁ ବାହରନ୍ତୁ ନାହିଁ। ଔଷଧ କିଣିବା, ଚିକିତ୍ସାଳୟ ବାହାନାରେ ଏଣିକି ବାଇକ ଧରି ବୁଲିଲେ, କଠୋର ପଦକ୍ଷେପ ଗ୍ରହଣ କରାଯିବ। ଜରରୁୀ କାମରେ ବାହାରିଲେ, ମାସ୍କ, ରୁମାଲ ଗୁଡାଇ ବାହାରନ୍ତୁ।...

ପଟାପୋଲରେ ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା

କଟକ ଅଫିସ୍‌,୯ା୪: ପଟାପୋଲ ଅଞ୍ଚଳକୁ ସିଲ୍‌ କରିବା ପରେ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଉକ୍ତ ଅଞ୍ଚଳକୁ ବିଶୋଧନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ନିୟମିତ ବିଶୋଧନ ସ୍ପ୍ରେ କରାଯାଉଛି। ସେହି ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୧୦ ହଜାରରୁ...

କୁଜଙ୍ଗ ଓକିଲ ସଂଘ କର୍ମକର୍ତ୍ତାଙ୍କୁ ନୋଟିସ୍‌

କଟକ ଅଫିସ୍‌,୯ା୪: ଆଇନ୍‌ଜୀବୀଙ୍କୁ ଆର୍ଥତ୍କ ସହାୟତା ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ଅଭିଯୋଗ। ହ୍ବାଟସ୍‌ଆପ୍‌ରେ ଏଭଳି ତଥ୍ୟ ପଠାଇ ଫସିଛନ୍ତି କୁଜଙ୍ଗ ଓକିଲ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ବେହେରା ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ କୈଳାସ ଚନ୍ଦ୍ର...

ବାଇପାସ୍‌ ରାସ୍ତାରେ ହୋଲ୍‌ସେଲ ପରିବା ମାର୍କେଟ

ପୁରୀ ଅଫିସ,୯ା୪: ପୁରୀ ଜିଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଧିକ ସତର୍କ ହୋଇଯାଇଛି ଜିଲା ପ୍ରଶାସନ। ଆଗକୁ ଯେପରି ଏହି ସଂଖ୍ୟା ବୃଦ୍ଧି ନ ଘଟେ ସେଥିଲାଗି ପ୍ରଶାସନିକ ଅଧିକାରୀ ପ୍ରଚେଷ୍ଟା ଜାରି ରଖିଛନ୍ତି। ତେବେ ସାମାଜିକ...

ହଇରାଣ ହେଉଛନ୍ତି ୨ହଜାର ମତ୍ସ୍ୟଜୀବୀ ପରିବାର

ପୁରୀ ଅଫିସ,୯ା୪: ପୁରୀ ପେଣ୍ଠକଟା ଅଞ୍ଚଳରେ ପ୍ରାୟ ୧୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ପରିବାର ରହୁଛନ୍ତି । ଯେଉଁମାନଙ୍କର ମୁଖ୍ୟ ବେଉସା ହେଉଛି ମାଛ ମାରିବା । ସମୁଦ୍ରରୁ ମାଛ ମାରି ଏହାକୁ ବିକ୍ରି କଲେ ସେମାନଙ୍କ ପରିବାର ଚଳେ।...

ରିଲିଫ ପାଣ୍ଠିକୁ ପୁରୀ-ନିମାପଡ଼ା ସମବାୟ ବ୍ୟାଙ୍କ ଦେଲା ୫ ଲକ୍ଷ

ପୁରୀ ଅଫିସ,୯ା୪: ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯାଇପାରିବ ସେଥିପାଇଁ ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ ଚାଲିଛି। ବୁଧବାର ଲକ୍‌ଡାଉନକୁ ୧୫ଦିନ ବିତିଯାଇଛି। ଲକ୍‌ଡାଉନ ଯୋଗୁ ଦେଶର ଅର୍ଥନୀତି ଉପରେ ଏହାର ବିଶେଷ ପ୍ରଭାବ ପଡ଼ିଛି। ତେଣୁ...

ପଦଚାଳିତ ହାତସଫା ମେଶିନ୍‌ ରଖିବ ସ୍ବଚ୍ଛ

ଜଟଣୀ,୯ା୪(ଡି.ଏନ.ଏ): କୋଭିଡ-୧୯ ମୁକାବିଲା ଓ ରେଳ କର୍ମଚାରୀଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏହି ଡିଭିଜନ ଅନ୍ତର୍ଗତ ଅନୁଗୋଳ ଲୋକୋଶେଡ୍‌ରେ ନିଜସ୍ବ ସାଧନରେ ପଦଚାଳିତ ହାତସଫା ମେଶିନ୍‌...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri