ଆମ ଜିଲା ଖବର

ବୁଲା କୁକୁରଙ୍କ ବନ୍ଧୁ ପାଲଟିଛନ୍ତି ମା’ ପୁଅ

ଛତ୍ରପୁର,୮ା୩(ଡି.ଏନ୍‌.ଏ.)- କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ସହ ଗଞ୍ଜାମରେ ଦିନକୁ ୧୯ ଘଣ୍ଟା ସଟ୍‌ ଡାଉନ କଟକଣା ଲାଗୁ ହୋଇଛି। ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ସଂଗ୍ରହ ଏବେ ଜଟିଳ ସମସ୍ୟା ପାଲଟିଛି। ବେଶୀ...

ଲେପ୍ରୋସି କଲୋନୀରେ ରାଶନ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷ

ଛତ୍ରପୁର,୮ା୩(ଡି.ଏନ୍‌.ଏ.)- ଛତ୍ରପୁର ବ୍ଲକ ଚିକଲଖଣ୍ଡି ପଞ୍ଚାୟତ ଅଧୀନ ଦାମିୟନ ନଗର ଲେପ୍ରୋସି କଲୋନୀରେ ଘର ଘର ବୁଲି ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀ ରାଶନ ସାମଗ୍ରୀ ବଣ୍ଟନ କରିଛନ୍ତି। ନିଜ ଖର୍ଚ୍ଚରେ ୬୩ ପରିବାରଙ୍କୁ ରାଶନ ସମେତ ଶୁଖିଲା...

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଶେରଗଡ଼/ପାଟପୁର,୮ା୪(ଡି.ଏନ୍‌.ଏ.)- ଶେରଗଡ ଅଞ୍ଚଳରେ ମଙ୍ଗଳବାର ରାତିରେ ବର୍ଷା ସହ ବଜ୍ରପାତ ହୋଇଛି। ବଜ୍ରାଘାତରେ ରାତି ପ୍ରାୟ ୯ଟା ରତନି ପାହାଡ଼ରେ ଥିବା ମନ୍ଦିରରେ ଜଣେ ଯୁବକଙ୍କ ମୃତତ୍ୟୁ ଘଟିଛି। ସେ ହେଲେ ଶେରଗଡ଼ର ବିନୋଦ ନାୟକ (୩୫)। ଲକ୍‌ଡାଉନ ଚାଲିଥିବାବେଳେ...

ନିଜକୁ ଖବରଦାତା କହି ଠକୁଥିବା ବ୍ୟକ୍ତି ଗିରଫ

ବଡ଼ଗାଁ,୮।୪ (ଡି.ଏନ.ଏ.): ସୁନ୍ଦରଗଡ଼ ଜ଼ିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ବରଙ୍ଗକଛାର ଗାଁରେ ନିଜକୁ ଖବରଦାତା ବୋଲି ପରିଚୟ ଦେଇ ଲୋକଙ୍କୁ ଠକୁଥିବାବେଳେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ସେ ହେଲେ ସୁନ୍ଦରଗଡ଼ର ସୀତାରାମ ବେହେରା। ସେ ଚାକିରି କରାଇ ଦେବାକୁ...

ନିରାକାରପୁର ଅଞ୍ଚଳରେ ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ଚିନ୍ତା: ପ୍ରଶାସନ ନିକଟରେ ଅଭିଯୋଗ କଲେ ଅଞ୍ଚଳବାସୀ

ନିରାକାରପୁର, ୮।୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେବଳ ରାଜଧାନୀ ଭୁବନେଶ୍ୱରରେ ୩୦ରୁ ଅଧିକ ଆକ୍ରାନ୍ତ ରହିଛନ୍ତି। ଏପରିକି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାପରେ ଭୁବନେଶ୍ୱରରେ ଥିବା ଖୋର୍ଦ୍ଧା ଜିଲା ନିରାକାରପୁର ଏବଂ ତାର...

ପଶୁସେବା ସଂଘ ପକ୍ଷରୁ କୁକୁରଙ୍କୁ ଆହାର ପ୍ରଦାନ

ପୋଲସରା,୮ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୋଲସରା ସହରରେ ପଶୁସେବା ସଂଘ ପକ୍ଷରୁ ବୁଲା କୁକୁର, ଗୋରୁ ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି। ଦୈନନ୍ଦିନ ଭାତ, ପନିପରିବା, ଚୁଡ଼ା, କ୍ଷୀର, ବିସ୍କୁଟ ଆଦି ନିଜସ୍ବ ଖର୍ଚ୍ଚରେ ପଶୁସେବା ସଂଘ...

ବିଭିନ୍ନ ସ୍ଥାନରେ ଚଢ଼ାଉ: ୧୪ ଗାଡି ଜବତ, ୩୧ ହଜାର ଜରିମାନା ଆଦାୟ

ଭଣ୍ଡାରିପୋଖରୀ,୮।୪(ଡି.ଏନ୍‌.ଏ): କରୋନା (କୋଭିଡ-୧୯)ର ମୁକାବିଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ ଠାରୁ ଆରମ୍ଭକରି ସଟ୍‌ଡାଉନ୍‌ ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ମାତ୍ର ଏହି ସମୟରେ ବାଇକ୍‌ ଚଳାଇବାକୁ ବାରଣ କରାଯାଉଥିବା ବେଳେ ଅମାନିଆମାନେ ଏହାକୁ...

ଆନ୍ଧ୍ରରୁ ଆସିଥିବା ମା’-ପୁଅଙ୍କ କରାଗଲା ସ୍ବାସ୍ଥ୍ୟ ପରୀକ୍ଷା: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପ୍ରଶାସନର ନିର୍ଦ୍ଦେଶ

ଦିଗପହଣ୍ଡି,୮ା୪(ଡି.ଏନ୍‌.ଏ.) : ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଆନ୍ଧ୍ର -ଓଡ଼ିଶା ସୀମାନ୍ତକୁ ସିଲ୍‌ କରାଯାଇଥିବା ବେଳେ ଗଳା ବାଟ ଦେଇ ପୂର୍ବରୁ ସେଠାରେ ରହୁଥିବା ଜଣେ ମହିଳା ଓ ତାଙ୍କ ପୁଅ କୌଶଳ କ୍ରମେ ଦିଗପହଣ୍ଡି ବ୍ଲକ ବି.ତୁରୁବୁଢ଼ି ପଞ୍ଚାୟତ...

ଲକ୍‌ଡାଉନ୍‌ କଟକଣାକୁ ଫୁ: ବ୍ୟାଙ୍କ ସମ୍ମୁଖରେ ଗ୍ରାହକଙ୍କ ପ୍ରବଳ ଭିଡ଼

ନିରାକାରପୁର,୮ା୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଫଳରେ ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଟକଣା ସହିତ ସତର୍କତା ଅବଲମ୍ବନ କରାଯାଉଛି। ହେଲେ ଗାଁ ଗହଳିରେ ଅନେକ ଶିକ୍ଷିତ ଅମାନିଆ ସରକାରଙ୍କ ଲକ୍‌ଡାଉନ୍‌ କଟକଣାକୁ ଫୁ କରି...

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦିନକର ଦରମା ଦେଲେ ସମବାୟ ବ୍ୟାଙ୍କ କର୍ମଚାରୀ

ବରଗଡ଼ ଅଫିସ୍‌,୮।୪: କରୋନା ମୁକାବିଲା ଲାଗି ସହାୟତାର ହାତ ବଢ଼ାଇଛନ୍ତି ସମ୍ବଲପୁର ଜିଲା ସମବାୟ କେନ୍ଦ୍ର ବ୍ୟାଙ୍କର କର୍ମଚାରୀବୃନ୍ଦ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦିନକର ଦରମା ପ୍ରଦାନ କରିଛନ୍ତି । ଏ ନେଇ ୨ଲକ୍ଷ ୬୮ହଜାର ୯୨୫ ଟଙ୍କାର...

ଆସନ୍ତା ୨୬ରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ଡଙ୍ଗା

ପୁରୀ ଅଫିସ, ୮।୪: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା। ବାହାର ଚନ୍ଦନ ଯାତ୍ରାରେ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ। ଏଥିସହ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ମଧ୍ୟ ଜଳକ୍ରୀଡ଼ା କରିବେ। ଏହି...

ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ଦିଗପହଣ୍ଡିରେ ବଢୁଛି ଅସନ୍ତୋଷ: ସ୍ଥିତି ଅନୁଧ୍ୟାନ କଲା ପ୍ରଶାସନ

ଦିଗପହଣ୍ଡି,୮ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମୋକେଇ ପଞ୍ଚାୟତ କୁମରଡ଼ା ଗାଁକୁ ଭୁବନେଶ୍ୱର ଫେରନ୍ତା ଶ୍ରମିକଙ୍କୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ସନ୍ଧ୍ୟାରେ ଦିଗପହଣ୍ଡି ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri