ଆମ ଜିଲା ଖବର

ଠାକୁରମୁଣ୍ଡା ବଜାର ହେଲା ବିଶୋଧନ

ଠାକୁରମୁଣ୍ଡା,୮ା୩ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବଜାର ଅଞ୍ଚଳକୁ ବିଶୋଧନ କରାଯାଇଛି। କରୋନା ସଂକ୍ରମଣକୁ ରୋକିବାଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ କରାଯାଇଥିବାରୁ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି। ପ୍ରତ୍ୟେହ କିଛି ଲୋକ ବଜାରକୁ...

ବାଙ୍କିଶୋଳରେ ହେବ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ୍‌

ବାରିପଦା ଅଫିସ, ୮ା୪- ମୟୂରଭଞ୍ଜ ଜିଲା ବାରିପଦା ସଦର ବ୍ଲକ ଅଧୀନ ବାଙ୍କିଶୋଳଠାରେ ଥିବା କିସ୍‌ ବିଦ୍ୟାଳୟ ପରିସରରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ଼- ୧୯ ହସ୍ପିଟାଲ୍‌ ସ୍ଥାପନ ହେବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ଓ କିମସ୍‌...

ରାଶନକାର୍ଡଧାରୀଙ୍କୁ ଅର୍ଥ ବାଣ୍ଟିଲେ ମନ୍ତ୍ରୀ

ଖଇରା,୮।୪(ଡି.ଏନ୍‌.ଏ.)- ଖାଉଟି ସୁରକ୍ଷା ଯୋଜନାରେ ସାମିଲ ସମସ୍ତ ହିତାଧିକାରୀଙ୍କ ପାଇଁ ସରକାର ଅଗ୍ରୀମ ୩ମାସର ରାଶନ ସାମଗ୍ରୀ ସହିତ ଅତିରିକ୍ତ ୧ହଜାର ଟଙ୍କା ଲେଖାଏଁ ଅର୍ଥ ବ୍ୟବସ୍ଥା କରିଛନ୍ତି। ମଙ୍ଗଳବାର ଖଇରା ବ୍ଲକରେ ହିତାଧିକାରୀମାନଙ୍କୁ ଏହି ଅର୍ଥ ପ୍ରଦାନ ପ୍ରକ୍ରିୟା...

ରୂପ୍‌ସାରେ ରନ୍ଧାଖାଦ୍ୟ ବଣ୍ଟନ

ରୂପ୍‌ସା,୮।୪(ଡି.ଏନ.ଏ.)-ସାରା ଦେଶ ଲକଡାଉନ୍‌ ହେବା ପରେ ସାଧାରଣ ଜନଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ଦିନମଜୁରିଆ, ଅସହାୟ ବୃଦ୍ଧାବୃଦ୍ଧ, ରୂପ୍‌ସା ରେଳ ଷ୍ଟେଶନରେ ଅଟକି ରହିଥିବା ଯାତ୍ରୀ, ହାଟଚାଳିରେ ରହୁଥିବା ନିରାଶ୍ରୟ ଓ ପିଡବ୍ଲ୍ୟୁଆଇ ଅଫିସ ନିକଟରେ ରହୁଥିବା ଅସହାୟମାନେ ଖାଦ୍ୟ...

୨୪ ଘଣ୍ଟାରେ ୧୧୭ ବାଇକ ଜବତ

ଛତ୍ରପୁର,୭ା୪(ଡି.ଏନ.ଏ.)-କରୋନା ସଂକ୍ରମଣ ପ୍ରତିହତ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାରେ ବାଇକ୍‌ ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ତଥାପି କେତେଜଣ ବାଇକ୍‌ ଧରି ବୁଲୁଥିବାରୁ ପୋଲିସ ଜବତ କରୁଛି। ଗତ ୨୪ ଘଣ୍ଟାରେ ବିଭିନ୍ନ ଥାନା ପକ୍ଷରୁ ୧୧୭ଟି ବାଇକ ଜବତ ହୋଇଛି।...

ଦିଗପହଣ୍ଡିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଦିଗପହଣ୍ଡି,୭ା୪(ଡି.ଏନ.ଏ.): ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୮ଟାରୁ ଘଡଘଡି ସହ ପ୍ରବଳ ବର୍ଷା ଲାଗି ରହିଥିଲା। ଏଥିଯୋଗୁ ବିଭିନ୍ନ ଗ୍ରାମାଞ୍ଚଳରେ ରାତି ସାରା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇପଡ଼ିଥିଲା। ଦିଗପହଣ୍ଡି ସହରତଳି ଅଞ୍ଚଳ...

ଜୁନାଗଡ ସହରରେ ହୋମ୍‌ ଡେଲିଭରି ମାଧ୍ୟମରେ ଲୋକଙ୍କୁ ସାମଗ୍ରୀ ପ୍ରଦାନ

ଜୁନାଗଡ,୭।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ସହରରେ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ଏନ୍‌ଏସି ଓ ପୋଲିସ ପ୍ରଶାସନ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରଯାଇଛି। ସହରର ବିଭିନ୍ନ ତେଜରାତି ଦୋକାନରେ ଲୋକମାନେ ସାମଗ୍ରୀ କିଣିଲା ବେଳେ...

ଲକ୍‌ଡାଉନ୍‌ ନିୟମକୁ ଫୁ : ହାଟରେ ରହୁନି ସାମାଜିକ ଦୂରତ୍ୱ

ସୋନପୁର,୭।୪(ନି.ପ୍ର.):  ସମଗ୍ର ଦେଶରେ ଏବେ ୨୧ ଦିନିଆ ଲକ୍‌ଡାଉନ୍‌ ଚାଲିଛି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ସୁବର୍ଣ୍ଣପୁର ଜିଲା ପ୍ରଶାସନ ଲକ୍‌ଡାଉନ୍‌ କଟକଣାକୁ କିପରି କଡାକଡି ଭାବେ ପାଳନ କରାଯିବ ସେ ଦିଗରେ...

ଲକଡାଉନ ନିୟମ ଉଲ୍ଲଂଘନ : ୨୧ ଗାଡି ଚାଳକ, ୧୪ ଦୋକାନୀଙ୍କୁ ଜରିମାନା

ବୌଦ୍ଧ, ୭ା୪(ସ୍ବ.ପ୍ର): ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ନିୟମକୁ ଆହୁରି କଡାକଡି ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାକୁ ଅମାନ୍ୟ କରିବା ଅଭିଯୋଗରେ ବୌଦ୍ଧ ମଡେଲ ପୋଲିସ ୨୧ଟି ବାଇକ ଜବତ କରି ଚାଳକମାନଙ୍କ ନିକଟରୁ ପାଞ୍ଚଶହ...

ଅସହାୟଙ୍କ ପାଖରେ ପହଞ୍ଚିଲା ସ୍ବେଚ୍ଛାସେବୀ ଟିମ

ଲୋଇସିଂହା, ୭।୪(ଡି.ଏନ.ଏ)-ମହାମାରୀ କରୋନା ପାଇଁ ସାରା ଦେଶରେ ଲକଡାଉନ ଯୋଗୁ ଅସହାୟ, ଭିନ୍ନକ୍ଷମ ଓ ଶ୍ରମିକ ବର୍ଗର ଲୋକେ ଅସୁବିଧାରେ ପଡିଛନ୍ତି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବଲାଙ୍ଗୀର ଜିଲା ଲୋଇସିଂହା ବିଜୁ ଜନତା ଦଳ ପକ୍ଷରୁ ଗଠିନ ସ୍ବେଚ୍ଛାସେବୀ ଟିମ...

ଲୋଇସିଂହା ବ୍ଲକରେ କରାମାଡ, ବ୍ୟାପକ ରବି ଫସଲ ନଷ୍ଟ

ଲୋଇସିଂହା, ୭।୪(ଡି. ଏନ .ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କରକାପାତ ହୋଇଛି। ଏଥିଯୋଗୁ ବ୍ଲକର ଉପାନ୍ତ ଅଞ୍ଚଳରେ ହୋଇଥିବା ପରିବା ଓ ଡାଲି ଜାତୀୟ ଫସଲ ବ୍ୟାପକ ନଷ୍ଟ ହୋଇଛି। ଲକଡାଉନରେ ଚାଷୀ ଯାହା...

ଖପ୍ରାଖୋଲରେ ଅଙ୍ଗନୱାଡ଼ି କର୍ମୀଙ୍କୁ କରୋନା ସମ୍ପର୍କିତ ତାଲିମ

ଲାଠୋର, ୭ା୪(ଡି.ଏନ.ଏ.) : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଞ୍ଚାୟତ ଅନ୍ତର୍ଗତ ମସିଣା ଅଙ୍ଗନୱାଡ଼ି କେନ୍ଦ୍ରରେ ମଙ୍ଗଳବାର ଅଙ୍ଗନୱାଡ଼ି କର୍ମୀଙ୍କୁ କରୋନା ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଛି। ମହିଳା ସ୍ବାସ୍ଥ୍ୟକର୍ମୀ ଲତା ଭୂଏ ସାନଗୁର୍ଜିଭଟା ସବସେଣ୍ଟର ଅଧିନରେ କାର୍ଯ୍ୟରତ।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri