ଆମ ଜିଲା ଖବର

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କଲେ ତୁର୍ଲାର ଯୁବଗୋଷ୍ଠୀ

ଖପ୍ରାଖୋଲ, ୭ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗାଁର ୩୧ ଜଣ ଯୁବକ ନିଜ ଉଦ୍ୟମରେ ୩୨୫୧ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଦାନ କରିଛନ୍ତି। ଜ୍ୟୋତିରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ସଂଗୃହୀତ ଅର୍ଥ ଖପ୍ରାଖୋଲ...

ବାରିପଦାରେ କରୋନା ନିର୍ଦ୍ଦେଶକୁ ଅଣଦେଖା: ଏଟିଏମ୍‌ କାଉଣ୍ଟରରେ ନାହିଁ ସାନିଟାଇଜର ବ୍ୟବସ୍ଥା, ବାଲ୍‌ଟିରେ ରଖାଯାଉଛି ପାଣି

ବାରିପଦା ଅଫିସ, ୭ା୪- ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଛି। ଏହି ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରତି ଏଟିଏମ୍‌ କାଉଣ୍ଟରକୁ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଜିଲାରେ...

ଅମାନିଆଙ୍କୁ ଦଣ୍ଡ: ଭଦ୍ରକ ସହରରେ ଶତାଧିକ ବାଇକ ଜବତ, ୨ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ

ଭଦ୍ରକ ଅଫିସ, ୭ା୪- ଭଦ୍ରକ ଟାଉନ ପୋଲିସ ଦ୍ୱାରା ମଙ୍ଗଳବାର ସହରର ବିଭିନ୍ନ ଅଞ୍ଚଳରୁ ଶତାଧିକ ବାଇକ ଜବତ କରାଯାଇଛି। ପ୍ରଶାସନିକ କଟକଣା ସତ୍ତ୍ୱେ ବାଇକ୍‌ଧାରୀମାନେ ବଜାରରେ ପ୍ରବେଶ କରି ଅଯଥାରେ ଭିଡ଼ ଜମାଉଥିବା କାରଣରୁ ପୋଲିସ ଏହି ବାଇକ୍‌ଗୁଡ଼ିକ...

ସାନିଟାଇଜ ହେଲା କେନ୍ଦୁଝର ମୁଖ୍ୟ ଡାକଘର

କେନ୍ଦୁଝର,୭ା୪(ଡିଏନ୍‌ଏ): କେନ୍ଦୁଝର ମୁଖ୍ୟ ଡାକଘର ପରିସରକୁ ଅଗ୍ନିଶମ ବିଭାଗ ତରଫରୁ ସାନିଟାଇଜ୍‌ କରାଯାଇଛି। ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ମୁଖ୍ୟ ଡାକଘର ସମେତ ସହରର ପ୍ରମୁଖ ରାସ୍ତା ଓ କାର୍ଯ୍ୟାଳୟକୁ ରାସାୟନିକ ପାଣି ପକାଇ ବିଶୋଧନ କରାଯାଉଛି।...

ଦୋକାନୀଙ୍କୁ ତାଗିଦ୍‌, ସାମାଜିକ ଦୂରତ୍ୱ ନ ରଖିଲେ କାର୍ଯ୍ୟାନୁଷ୍ଠାନ: ବାଲେଶ୍ୱର ଜିଲାପାଳ

ବାଲେଶ୍ୱର ଅଫିସ, ୭।୪-କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଓ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାମାଜିକ ଦୂରତ୍ୱ କଟକଣାକୁ କଡ଼ାକଡ଼ି କରାଯାଇଛି। ଅନେକ ସମୟରେ ଏଥିରେ ବ୍ୟତିକ୍ରମ ସହ ଏହାର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଲକ୍ଷ୍ୟ କରାଯାଉଛି।...

ବରଗଡ଼ ଜିଲାରେ କୁଆପଥର ବର୍ଷା: ପରିବା ଫସଲ ନଷ୍ଟ

ବରଗ ଅଫିସ,୭।୪- ବରଗଧ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟାରୁ ସାଢେ ୫ଟା ମଧ୍ୟରେ ପ୍ରବଳ କୁଆପଥର ବୃଷ୍ଟି(କରାମାଡ) ହୋଇଛି। ଜିଲାର ଗ୍ରୀଣ୍ଡୋଲା, ବିରମାଲ, ଅପାମରା ଆଦି ଅଞ୍ଚଳରେ ହୋଇଥିବା ଏହି କରାମାଡରେ ପରିବା ଫସଲ ପ୍ରଭାବିତ...

ଲକ୍‌ଡାଉନ୍‌ ସମୟରେ ବଢ଼ୁଛି କଳାବଜାରୀ: ନିର୍ଦ୍ଧାରିତ ଦରଠାରୁ ଅଧିକା ନେଲେ କାର୍ଯ୍ୟାନୁଷ୍ଠାନ, ଅଭିଯୋଗ କରିପାରିବେ ଖାଉଟୀ

ଖୋର୍ଦ୍ଧା ଅଫିସ,୭ା୪ : ଲକ୍‌ଡାଉନ୍‌ ସମୟରେ କେତେ ଜଣ କଳାବଜାରୀ ଖୁଚୁରା ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କଳାବଜାର କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ଖବର ପରିବେଷଣ ପରେ ଖୋର୍ଦ୍ଧା ଜିଲା ପ୍ରଶାସନର ଚେତା ପଶିଛି। ଖୁଚୁରା ବଜାରରେ ଦର ସୁବ୍ୟବସ୍ଥିତ...

ବିନା ଭକ୍ତରେ ଶେଷ ହେଲା ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା: ଖାଁ ଖାଁ ଦେବୀପୀଠ, ନୀତି ସମ୍ପନ୍ନ କଲେ ସେବାୟତ

କାକଟପୁର,୭।୪(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ଘୋଷଣା ଯୋଗୁ ସମସ୍ତ ଦେବାଦେବୀ ପୀଠରେ ଏକରକମ ତାଲା ପଡ଼ିଛି। କେବଳ ସେବାୟତ ପୂଜାପଣ୍ଡାଙ୍କୁ ଛାଡ଼ିଦେଲେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି।  ମା’ ମଙ୍ଗଳାଙ୍କ ପୀଠରେ ୪ ପାଳି ଚୈତ୍ର ଯାତ୍ରା ବିନା ଭକ୍ତରେ...

ଚନ୍ଦକା ଏସ୍‌ଓଜି କ୍ୟାମ୍ପରେ ପ୍ରଶିକ୍ଷଣ ବେଳେ ଅଘଟଣ: ହ୍ୟାଣ୍ଡ ଗ୍ରେନେଡ୍‌ ବିସ୍ଫୋରଣ ଯୋଗୁ ଜଣେ ହାବିଲଦାର୍‌ ଶହୀଦ, ୨ ଆହତ

ବାରଙ୍ଗ,୭।୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଚନ୍ଦକାଥାନା ଅଧୀନରେ ଥିବା ଏସ୍‌ଓଜି କ୍ୟାମ୍ପ୍‌ରେ ପ୍ରଶିକ୍ଷଣ ଦେବା ବେଳେ ମଙ୍ଗଳବାର ଜଣେ ପ୍ରଶିକ୍ଷକ ତଥା ହାବିଲଦାର ଶହୀଦ ହୋଇଛନ୍ତି। ଘଟଣାରେ ଅନ୍ୟ ଦୁଇଜଣ ଆହତ ମଧ୍ୟ ହୋଇଛନ୍ତି। ଶହୀଦ ହାବିଲଦାର୍‌ ହେଲେ ପ୍ରକାଶ ସାହୁ।...

ଜନ୍ମଦିନ ପାଳିଲେନି, ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୧୫ ହଜାର ଦେଲେ ଛାତ୍ରୀ

ଭଞ୍ଜନଗର,୭।୪(ଡି.ଏନ.ଏ)-ଭଞ୍ଜନଗର ବିଡିଓ ଅନିଲ କୁମାର ସେଠୀଙ୍କ ଝିଅ ଆଦ୍ୟାଶା ଗତ ୪ ତାରିଖରେ ନିଜ ଜନ୍ମଦିନ ପାଳନ ନ କରି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ (କୋଭିଡ୍‌ ଫଣ୍ଡ)କୁ ୧୫ ହଜାର ଟଙ୍କା ଦାନ କରିଛନ୍ତି । ମଙ୍ଗଳବାର ଅନଲାଇନ୍‌ ମାଧ୍ୟମରେ ସେ...

କରୋନା ପ୍ରତିହତ ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଆଇଜି

ଛତ୍ରପୁର,୭ା୪(ଡିଏନଏ )-ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ମଙ୍ଗଳବାର ଛତ୍ରପୁର ଆସି ପୋଲିସ ବାରାକ, ରିଜର୍ଭ ଅଫିସ ପରିଦର୍ଶନ କରିଛନ୍ତି। କରୋନା ପ୍ରତିହତ ପାଇଁ କି ପଦକ୍ଷେପ ନିଆଯାଇଛି ତାହା ଅନୁଧ୍ୟାନ କରିଥିଲେ। ପରିମଳ ବ୍ୟବସ୍ଥା ସୁଦୃଢ କରିବା, ହାତ ଧୋଇବା,...

କରୋନା ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ପୌର କର୍ମଚାରୀ, ସାଧାରଣରେ ପ୍ରଶଂସା

ଖୋର୍ଦ୍ଧା ଅଫିସ, ୭ା୪: କରୋନା ଭୁତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ରହିଛି। ଏଥିଲାଗି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତିିତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ବିନା କାରଣରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri