ଆମ ଜିଲା ଖବର

କୋଭିଡ୍‌-୧୯ ନିର୍ଦ୍ଦେଶନାମାର ଖିଲାପ: ଭୋଜି କରୁଥିବାବେଳେ ୩ ଯୁବକ ଗିରଫ

ଜଗତ୍‌ସିଂହପୁର ଅଫିସ,୬ା୪: କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣକୁ ନେଇ ଦେଶରେ ଚିନ୍ତା ପ୍ରକଟ କରାଯାଉଥିବାବେଳେ ସାମାଜିକ ଦୂରତା ଓ ଜରୁରୀ ନ ଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅପିଲ୍‌ କରିଛନ୍ତି। ଏଥିସହ କେହି ଏକାଠି ଲଗାଲଗି...

ଟଙ୍କା ଓ ଚାଉଳ ନେବାକୁ ହଇରାଣ

ରଣପୁର,୬ା୪(ସ୍ବ.ପ୍ର.): କରୋନା ପାଇଁ ସହାୟତା ଅର୍ଥ ପାଇବା ଲାଗି ରାଶନ କାର୍ଡଧାରୀଙ୍କୁ ଡିଲରଙ୍କ ପାଖକୁ ଦୁଇଥର ଦୌଡିବାକୁ ପଡୁଛି। ଥରେ ଟଙ୍କା ପାଇଁ ଓ ପୁଣି ଥରେ ଚାଉଳ ଲାଗି ଯିବାକୁ ପଡୁଛି। ଏଥିପାଇଁ ହିତାଧିକାରୀଙ୍କୁ ଲାଇନ୍‌ରେ ଘଣ୍ଟା ଘଣ୍ଟା...

ଭୁବନେଶ୍ୱରରୁ ଲୋକେ ଗାଁ ମୁହାଁ

ନୟାଗଡ଼ ଅଫିସ,୬ା୪: ରାଜ୍ୟରେ କରୋନା ରୋଗୀ ସଂଖ୍ୟା ୩୯ରେ ପହଞ୍ଚିଛି । ଏହା ମଧ୍ୟରେ କେବଳ ଭୁବନେଶ୍ୱରର ୩୨ଜଣ ଅଛନ୍ତି। ଏହା ଜାଣିବା ପରେ ଭୁବନେଶ୍ୱରରେ ରହୁଥିବା ନୟାଗଡ ଜିଲାର ଲୋକମାନେ ଭୟଭୀତ ହୋଇପଡିଛନ୍ତି। ଏଣୁ ଅଧିକାଂଶ ଲୋକ ଗାଁ...

ସାମାଜିକ ଦୂରତ୍ୱ ନ ରଖିଲେ କାର୍ଯ୍ୟାନୁଷ୍ଠାନ: ସିଲ୍‌ ହେବ ବ୍ୟବସାୟ ପ୍ରତିଷ୍ଠାନ

ନୟାଗଡ଼ ଅଫିସ,୬ା୪: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ଉପରେ ଲଗାମ ଦେବା ଉଦ୍ଦେଶ୍ୟରେ ସରକାର ସାମାଜିକ ଦୂରତା ରକ୍ଷା କରିବାକୁ ନିବେଦନ କରିଛନ୍ତି। ଦୋକାନ ଆଗରେ ଗ୍ରାହକମାନେ ଅନୂ୍ୟନ ୧ମିଟର ଦୂରତା ବଜାୟ ନ ରଖିଲେ କାର୍ଯ୍ୟାନୁଷ୍ଠାନ ହେବ। ଏପରି...

ଲକ୍‌ଡାଉନ ନିୟମ ଭାଙ୍ଗି ୪ ଗିରଫ, ଜଣେ ନିଲମ୍ବିତ

କୃଷ୍ଣପ୍ରସାଦ,୬ା୪ (ଡି.ଏନ.ଏ.): କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଏପରିସ୍ଥଳେ ନିୟମ ଭାଙ୍ଗିବା ଅଭିଯୋଗରେ ପୁରୀ ଜିଲା ଚିଲିକା ନୂଆପଡାର ୪ଜଣଙ୍କୁ କୃଷ୍ଣପ୍ରସାଦ ପୋଲିସ...

କୋର୍ଟ ଭ୍ୟାନ-ଟ୍ରକ ଧକ୍କା: କଏଦୀ, ୪ ପୋଲିସ କର୍ମଚାରୀ, ଚାଳକ ଗୁରୁତର

ରସୁଲପୁର,୬।୪(ଡିଏନଏ): କରୋନା କଟକଣା ପାଇଁ ଚାରିଆଡ ଶୂନଶାନ ରହିଛି। ଏହାସତ୍ତ୍ୱେ ଜଣେ ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡ଼ି ଚାଳନା ଓ ରାସ୍ତା ନିୟମ ଉଲ୍ଲଂଘନ ଯୋଗୁ ରସୁଲପୁର ବ୍ଲକ ୧୬ନଂ ଜାତୀୟ ରାଜପଥର ବାରବାଟୀ ନିକଟସ୍ଥ ବ୍ରାହ୍ମଣୀ ନଦୀ ପୋଲ...

ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ପୋଷ୍ଟ କରି ଯୁବକ ଗିରଫ

ଚଣ୍ଡିଖୋଲ,୬।୪(ଡି.ଏନ.ଏ): ସୋସିଆଲ ମିଡିଆରେ ବିଭିନ୍ନ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେବା ସହ ବିଭିନ୍ନ ଜାତିଧର୍ମ ସମ୍ପର୍କିତ ଲେଖା ପୋଷ୍ଟ କରି ବାଲିଚନ୍ଦ୍ରପୁର ପଞ୍ଚାୟତର ପୂର୍ଣ୍ଣ ମିଶ୍ର ନାମକ ଜଣେ ଯୁବକ ଗିରଫ ହୋଇଛନ୍ତି। ବାଲିଚନ୍ଦ୍ରପୁର ପୋଲିସ ରବିବାର ସମ୍ପୃକ୍ତ ଯୁବକଙ୍କୁ...

ସଂକ୍ରମଣ ଭୟରେ କ୍ରୋମାଇଟ ପରିବହନ ବନ୍ଦ ଦାବି

କାଳିଆପାଣି,୬।୪(ଡିଏନଏ):  ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଲୋକେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ବାହାର ରାଜ୍ୟକୁ କ୍ରୋମାଇଟ ପରିବହନ ହେଉଥିବାରୁ ଅଞ୍ଚଳରେ ସଂକ୍ରମଣ ଆଶଙ୍କା କରି ସ୍ଥାନୀୟ ଗ୍ରାମବାସୀ କ୍ରୋମାଇଟ ପରିବହନକୁ...

କଟକଣା ସତ୍ତ୍ୱେ ଜମୁଛି ତାସ, କ୍ରିକେଟ ଖେଳ

ରସୁଲପୁର,୬।୪(ଡିଏନଏ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳର ବୋଲି...

ଛୋଟ ପିଲାଙ୍କୁ ଖାଦ୍ୟ ବାଣ୍ଟିଲେ ଆଶାକର୍ମୀ

ବିଞ୍ଝାରପୁର,୬।୪(ଡି.ଏନ.ଏ): ସ୍ବଳ୍ପ ଦରମା ସତ୍ତ୍ୱେ ବିଞ୍ଝାରପୁର ବ୍ଲକ ଘଣ୍ଟିଆଳି ପଞ୍ଚାୟତ ଲେଙ୍କାସାହିର ଆଶାକର୍ମୀ ତିଳୋତ୍ତମା ବେହେରା ନିଜସ୍ବ ଉଦ୍ୟମରେ ଗ୍ରାମର ବିଭିନ୍ନ ପରିବାରରେ ଥିବା ଛୋଟ ପିଲାଙ୍କ ପାଇଁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି। ଲକ୍‌ଡାଉନ ଯୋଗୁ ଉକ୍ତ ଗାଁରେ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୪ ସରପଞ୍ଚ ଦେଲେ ୩ ମାସର ଭତ୍ତା

ସୋନପୁର,୬।୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୋନପୁର ବ୍ଳକର ସମସ୍ତ ୧୪ପଞ୍ଚାୟତର ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସେମାନଙ୍କ ୩ ମାସର ଭତ୍ତା/ଦରମା ବାବଦ ୭୮ହଜାର ୯୬୦ଟଙ୍କା ପ୍ରଦାନ କରିଛନ୍ତି। ବିଶିମୁଣ୍ଡା ସରପଞ୍ଚ ମଧୁସୂଦନ ଓତା ସୁବର୍ଣ୍ଣପୁର ପିଡି...

ଗ୍ରାମାଞ୍ଚଳରେ ଲୋକେ ମାନୁନାହାନ୍ତି ଲକଡାଉନ୍‌ ନିୟମ

ଭବାନୀପାଟଣା,୬।୪(ସ୍ବ.ପ୍ର): କରୋନା ଭୂତାଣୁ ନିୟନ୍ତ୍ରଣ ପାଇଁ ସରକାର ଲକ୍‌ଡାଉନ ନିୟମ କଡାକଡି କରିଛନ୍ତି। ତେବେ ଏବେବି କଳାହାଣ୍ଡି ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଲୋକେ ଲକ୍‌ଡାଉନ ନିୟମ ମାନୁନାହାନ୍ତି। ପୋଲିସ ଆସିଲେ ଗଁ। ରାସ୍ତାର ବିଭିନ୍ନ ଛକ ଜନଶୂନ୍ୟ ହୋଇଯାଇଛି, ଗଲା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri