ଆମ ଜିଲା ଖବର

ଏମ୍‌କେସିଜିରେ ସ୍ଥାପନ ହେଲା କରୋନା ପରୀକ୍ଷା ମେଶିନ

ବ୍ରହ୍ମପୁର ଅଫିସ,୬ା୪- ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ସୋମବାର କରୋନା ପରୀକ୍ଷା ମେଶିନ ସ୍ଥାପନ କରାଯାଇଛି। କଲିକତାରୁ ୨ ଜଣ ଇଞ୍ଜିନିୟର ସୋମବାର ସକାଳେ ଏମ୍‌କେସିଜି ମେଡିକାଲରେ ପହଞ୍ଚତ୍ଛନ୍ତି। ସେମାନେ ଉକ୍ତ ମେଶିନକୁ ମେଡିକାଲର ମାଇକ୍ରୋବାୟୋଲୋଜି ବିଭାଗରେ ସ୍ଥାପନ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା

ନାଉଗଁା, ୬।୪ (ସ୍ବ.ପ୍ର.)-କୋଭିଡ୍‌-୧୯ର ମୁକାବିଲା ପାଇଁ ଫିଲ୍ମ ତାରକାଙ୍କଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସଂଗଠନ ଓ ସାଧାରଣ ଲୋକେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି କ୍ରମରେ ନାଉଗଁା...

କରୋନା ସନ୍ଦିଗ୍ଧଙ୍କ ସେବାରେ ନିୟୋଜିତଙ୍କୁ ପିପିଇ କିଟ୍‌ ଦେବ ପ୍ରଶାସନ: ପ୍ରସ୍ତୁତ କରୁଛନ୍ତି ମହିଳା ସଂଘ

ଛତ୍ରପୁର,୬ା୪(ଡି.ଏନ୍‌.ଏ.)- କରୋନା ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଆସି ସେବା କରୁଥିବା ବ୍ୟକ୍ତିଙ୍କୁ ପିପିଇ (ବ୍ୟକ୍ତିଗତ ସୁରକ୍ଷା ଇକ୍ୟୁପ୍‌ମେଣ୍ଟ) କିଟ୍‌ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯିବ। କରୋନା ସଂକ୍ରମଣ ରୋକିବା ଲାଗି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ସନ୍ଦିଗ୍ଧଙ୍କୁ...

ନିୟମ ଫାଙ୍କି ଠିକାଦାର ଗିରଫ

ନୂଆଗାଁ, ୬।୪ (ଡି.ଏନ.ଏ.) ଦେଶରେ ଲକ୍‌ ଡାଉନ ଯୋଗୁ କଟକଣା ଲାଗିଛି। ଏହି ସମୟରେ ନିର୍ମାଣ କାମ ମଧ୍ୟ ବନ୍ଦ ରହିଛି। ହେଲେ ସୁନ୍ଦରଗଡ଼ ଜିଲା ନୂଆଗାଁରେ ରବିବାର ରାତିରେ ଜଣେ ଠିକାଦାର ଏହି ନିୟମ ନ ମାନିବା ତାଙ୍କ...

ସଙ୍ଗରୋଧ କେନ୍ଦ୍ରରୁ ଲୁଚି ପଳାଇଲେ ଯୁବକ

ବଡଗାଁ, ୬।୪ (ଡି.ଏନ.ଏ.)-ସୁନ୍ଦରଗଡ ଜିଲା ବଡଗାଁ ବ୍ଲକ ଅନ୍ତର୍ଗତ ବରଙ୍ଗାକଛାର ଗ୍ରାମର ସ୍କୁଲରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରରୁ ରବିବାର ସନ୍ଧ୍ୟାରେ ଜଣେ ଯୁବକ ପାଚେରୀ ଡେଇଁ ପଳାଇଛନ୍ତି। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଜନପ୍ରତିନିଧିମାନେ ତାଙ୍କୁ ପୁଣି କେନ୍ଦ୍ରକୁ...

ଲକ୍‌ଡାଉନ୍‌ ନିୟମ ଉଲ୍ଲଘଂନ, ୧୦ ଅଟକ

ନୟାଗଡ ଅଫିସ୍‌/ଓଡ଼ଗାଁ, ୬।୪- ଲକ୍‌ଡାଉନ୍‌ ନିୟମ ଉଲ୍ଲଘଂନ ଅଭିଯୋଗରେ ସରଣକୁଳ ଥାନା ପୋଲିସ ନରେନ୍ଦ୍ରପୁର ଗ୍ରାମର ୧୦ ଜଣଙ୍କୁ ଅଟକ ରଖିଛି। ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାରଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ...

ଅଙ୍ଗନଓ୍ବାଡି, ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସଂଗ୍ରହ ହେଲା ୨୨୫୦ ଏନ୍‌-୯୫ ମାସ୍କ

ଛତ୍ରପୁର,୬ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କ୍ଷେତ୍ରରେ କାମ କରୁଥିବା ଅଙ୍ଗନଓ୍ବାଡି କର୍ମୀ ଓ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ୩.୮୫ ଲକ୍ଷ ଟଙ୍କାର (୨୨୫୦ଟି) ଏନ୍‌-୯୫ ମାସ୍କ ସୋମବାର ଡିଆରଡିଏ ପିଡି ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଛି।...

ଆଜି ସରିବ ଶଟ୍‌ଡାଉନ୍‌, ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି ପାଳିବାକୁ ନିର୍ଦ୍ଦେଶ

ଯାଜପୁର ଟାଉନ, ୬।୪ ( ଡି.ଏନଏ)-ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବ୍ରହ୍ମବରଦାରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ କରାଯାଇଥିଲା। ଏହା ସୋମବାର ରାତି ୮ଟାରେ ଶେଷ ହେବ।...

୧୧୬୧ ଜଣଙ୍କ ୧୪ ଦିନିଆ ଆଇସୋଲେଶନ ଅବଧି ସରିଲା

ଶେରଗଡ଼,୬ା୪(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକକୁ ଗତ ୨୨ ତାରିଖ ପୂର୍ବରୁ ରାଜ୍ୟ ବାହାରୁରୁ ୧୧୬୧ ଜଣ ବ୍ୟକ୍ତି ଫେରିଥିଲେ। ବ୍ଲକ ପ୍ରଶାସନ ଜାଣିବା ପରେ ଗ୍ରାମପଞ୍ଚାୟତ ନୋଡାଲ ଅଧିକାରୀ ଓ ପଞ୍ଚାୟତ ଗ୍ରାମ ସେବକ, ସରପଞ୍ଚଙ୍କ ଜରିଆରେ ସମସ୍ତ ୧୧୬୧ଜଣଙ୍କୁ ନିଜ...

ଲକ୍‌ଡାଉନ କଟକଣା ଉଲ୍ଲଘଂନ: ୧୨ ମାମଲା, ୨ ହଜାର ଜରିମାନା

ଶେରଗଡ଼,୬ା୪(ଡି.ଏନ୍‌.ଏ.)- ଶେରଗଡ଼ ପୋଲିସ ଲକ୍‌ଡାଉନ ସମୟରେ ପାଟ୍ରୋଲିଂ କଡାକଡି କରିଛି। ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଶେରଗଡ଼ ବଜାର ଛକ ଓ ଚାରି ଛକରେ ପାଟ୍ରୋଲିଂ ଜାରି ରଖିଛନ୍ତି। ରବି ଓ ସୋମବାର ପାଟ୍ରୋଲିଂ ଟିମ୍‌ କାମ ନ...

କଟକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ୧୯; ସମସ୍ତ ରିପୋର୍ଟ ନେଗେଟିଭ୍‌ : ଜିଲାପାଳ

କଟକ ଅଫିସ,୬।୪: କଟକ ସହରର ପ୍ରଥମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୯ଜଣ ଆସିଥିବା ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣାପଡ଼ିଛି। ସେମାନଙ୍କ ନମୂନା ସଂଗ୍ରହ କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଥିବା କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ସୋମବାର କହିଛନ୍ତି। ତେବେ...

୭ ବଖରା ଜଳିଗଲା

ବନ୍ତ,୬ା୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ତହସିଲ ରାମପୁର ପଞ୍ଚାୟତ ଅଳଉତି ହରିଜନ ସାହିରେ ରବିବାର ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ ଘଟି ୭ ବଖରା ଗୃହ ଭସ୍ମୀଭୂତ ହୋଇଯାଇଛି। ଖବରପାଇ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏଥିରେ ଧାନ,...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri