ଆମ ଜିଲା ଖବର

ଲକଡାଉନ ନିୟମ ଉଲ୍ଲଂଘନ,୧୨ବାଇକ ଜବତ କଲା ପୋଲିସ

ଜୁନାଗଡ଼,୫।୪(ଡି.ଏନ.ଏ.)- କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଭାରତରେ ଲକଡାଉନ ଜାରି ରହିଛି। ଏହାକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା ଜୁନାଗଡ଼ ଥାନା...

ସାନିଟାଇଜ୍ ହେଲା ଆଳି ଥାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଆଳି, ୫।୪ (ଡି.ଏନ୍.ଏ): କୋଭିଡ୍-୧୯ ଭୂତାଣୁ ସଂକ୍ରମଣ ରୋକିବାକୁ ସାରା ଦେଶରେ ଲକ୍ ଡାଉନ୍ କରାଯାଇଥିବା ବେଳେ ବିଭିନ୍ନ ଜନଗହଳି ସ୍ଥାନ, ମେଡିକାଲ ଆଦିକୁ ବିଶୋଧିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଳି ଦମକଳ ବାହିନୀ ପକ୍ଷରୁ ରବିବାର ଆଳି ଥାନା...

ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ: ଭିଡିଓ ଭାଇରାଲ କରି ଜଣେ ଗିରଫ, ମୋବାଇଲ ଜବତ

ବଡ଼ବିଲ,୫।୪( ସ୍ଵ. ପ୍ର.): କରୋନା ସମ୍ପର୍କିତ ଆପତ୍ତିଜନକ ଭିଡ଼ିଓ, ମ୍ୟାସେଜ, ଫଟୋ ଆଦି ସୋସିଆଲ ମିଡିଆରେ ଭାଇରାଲକୁ ନେଇ ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ରବିବାର ଦିନ ଏଇଭଳି ଏକ ଘଟଣାରେ ବଡ଼ବିଲ ଶ୍ରୀରାମ ନଗର...

ଲକ୍ ଡାଉନ୍ ନିୟମ ଭାଙ୍ଗି ୪ ଗିରଫ

କୁଆମରା, ୫।୪(ଡି.ଏନ.ଏ.): କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍ ଡାଉନ୍ କରାଯାଇଛି। ଏହି ସମୟରେ ଏଣେ ତେଣେ ନ ବୁଲି ଘରେ ରହିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଔଷଧ ସମେତ କେତେକ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ ବୋଲି...

କୁକୁଡ଼ାଖଣ୍ଡି ବ୍ଲକ: ସିଲ ହେଲା ମାଟିଆସାହି

କୁକୁଡାଖଣ୍ଡି,୫।୪(ଡି.ଏନ.ଏ.)- କୁକୁଡାଖଣ୍ଡି ବ୍ଲକ ବାଘଲଟି ପଞ୍ଚାୟତର ମାଟିଆସାହିକୁ ସିଲ କରିଛି ଜିଲା ପ୍ରଶାସନ। ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ତ୍ରେୟ ଭାଉ ସାହେବ। ଉକ୍ତ ଗ୍ରାମକୁ ରାଜ୍ୟ ବାହାରରୁ ୧୩୦ ଜଣ ବ୍ୟକ୍ତି ଆସିଥିବା ତହସିଲଦାର ଇପସିତା...

ନିଜ ଅଞ୍ଚଳକୁ ସାନିଟାଇଜ କଲେ ଯୁବଗୋଷ୍ଠୀ

ପାପଡାହାଣ୍ଡି,୫।୪(ଡି.ଏନ.ଏ.): କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ରବିବାର ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାକୁ ସାନିଟାଇଜ କରାଯାଇଛି। ଏଥିପାଇଁ ଆଗେଇ ଆସିଛନ୍ତି ସହରର କେତେକ ଯୁବଗୋଷ୍ଠୀ। ହାତରେ ବ୍ଲିଚିଂ ପାଉଡର ଓ ସ୍ପ୍ରେୟର ଧରି ସେମାନେ ଗାଁ...

କରୋନା ପାଇଁ ରାସନ ସାମଗ୍ରୀ କଳାବଜ଼ାରି: ଖାଉଟି ମୁଣ୍ଡରେ ଚଡକ

ଗଞ୍ଜାମ, ୫।୪(ଡି.ଏନ୍‌.ଏ.): ସାରା ଦେଶରେ କରୋନା ଭୂତାଣୁ ବ୍ୟାପିବା ପରେ ଗତ ଦେଢ଼ ମାସରୁ ଊର୍ଦ୍ଧ୍ୱ ହେବ ଏହାକୁ ନେଇ ସମସ୍ତେ ଚିନ୍ତିତ ହୋଇପଡ଼ିଛନ୍ତି। କରୋନା ଭୂତାଣୁ ସରକାର ଓ ପ୍ରଶାସନର ନିଦ ହଜାଇ ସାରିଲାଣି। ବିଭିନ୍ନ ସ୍ତରରେ ଲୋକଙ୍କୁ...

ସନ୍ଦିଗ୍ଧ ବାଂଲାଦେଶୀ ମହିଳା କ୍ୱାରାଣ୍ଟ।ଇନରେ

ପାଟଣା,୫।୪(ସ୍ୱ.ପ୍ର.): କରୋନା ରୋଗର ସଂକ୍ରମଣକୁ ନେଇ ଏବେ ଗାଁ ଗାଁ ରେ କୋକୁଆ ଭୟ ଦେଖାଦେଇଛି। ଅଜଣା ଓ ଅଚିହ୍ନା ଲୋକକୁ ଦେଖିଲେ ଲୋକେ ପୋଲିସକୁ ଖବର ଦେଉଛନ୍ତି। କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ବାମ ଶାସନକୁ...

କରୋନା ପାଇଁ ପୋଷ୍ଟର ମାରିଲେ ଯୁବକ, ମାଓବାଦୀଙ୍କୁ ଗାଁ ମନା

ନନ୍ଦପୁର,୫।୪(ଡି.ଏନ୍.ଏ.): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅଂଚଳରେ କୋରାପୁଟ ଯୁବକ ଜାଗରଣ ସମିତି ଗାଁ ଗାଁରେ ପୋଷ୍ଟର ମାରି କରୋନା ବିଷୟରେ ସଚେତନତା ବାର୍ତ୍ତା ଦେଇଛି। ଗାଁର କୌଣସି ଜାନିଯାତ୍ରାରେ ୨/୩ ଜଣରୁ ଅଧିକ ଏକାଠି ନ...

ଲକ୍ ଡାଉନ ପାଇଁ ସମସ୍ୟାରେ ବିଲ୍ଟ କର୍ମଚାରୀ, ସହାୟତା ଦେଲା ପୌରସଂସ୍ଥା

ଜୟପୁର,୫।୪(ଡି.ଏନ୍.ଏ.): ଜୟପୁର ସହରରେ ବସବାସ କରୁଥିବା ବିଲ୍ଟ ପେପର ମିଲ କର୍ମଚାରୀଙ୍କୁ ପ୍ରତ୍ୟେକ ୧୦ କେଜି ଚାଉଳ ଦେଇଛି ସ୍ଥାନୀୟ ପୌରସଂସ୍ଥା। ଗତ ଏକ ବର୍ଷ ହେବ ଜୟପୁର ନିକଟସ୍ଥ ବିଲ୍ଟ ପେପର ମିଲରେ ଉତ୍ପାଦନ ବନ୍ଦ ରହିଛି। ଦୀର୍ଘ...

ଜୟପୁରରେ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର କରୋନା ହସ୍ପିଟାଲ

ଜୟପୁର,୫।୪(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁରଠାରେ କୋଭିଡ-୧୯ ସ୍ୱତନ୍ତ୍ର ଚିକିତ୍ସାଳୟ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଗତ ଶୁକ୍ରବାର ଜିଲାପାଳଙ୍କ ଘୋଷଣା ପରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ ହୋଇଛି। ଏକ ସପ୍ତାହରୁ ୧୦ ଦିନ ମଧ୍ୟରେ ଚିକିତ୍ସାଳୟର ନିର୍ମାଣ କାମ...

କଲରାପତରିଆ ବାଘର ମୃତ୍ୟୁ

ବୌଦ୍ଧ,୫।୪ (ସ୍ବ.ପ୍ର.): ବୌଦ୍ଧ ଜିଲା ମହାନଦୀ କୁସଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲ ଲେଦେରାକେନ୍ଦୁ ତଥା ନୂଆପଡ଼ା ବିଟରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ବାଘଟି ଜଙ୍ଗଲରେ ମରି ପଡିଥିବା ଦେଖି ସ୍ଥାନୀୟ ଲୋକ ବନ ବିଭାଗକୁ ଖବର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri