ଆମ ଜିଲା ଖବର

ସାନିଟାଇଜ୍‌ ହେଲା ରାଇକିଆ ସହର

ରାଇକିଆ,୩ା୪(ଡି.ଏନ୍‌.ଏ.)- ରାଇକିଆ ସହରର ବିଭିନ୍ନ ରାସ୍ତାକୁ ଗୁରୁବାର ସନ୍ଧ୍ୟାରେ ବିଶୋଧନ କରାଯାଇଛି। ରାଇକିଆର ରାସ୍ତାଘାଟେରେ ରାସାୟନିକ ମିଶା ପାଣି ସିଞ୍ଚନ କରାଯାଇଥିଲା। ପ୍ରଥମ ପଦକ୍ଷେପ ସ୍ବରୂପ ରାଇକିଆ ମୁଖ୍ୟ ରାସ୍ତାରେ ଅଗ୍ନିଶମ ବିଭାଗ ତରଫରୁ ବିଶୋଧନ କରାଯାଇଛି। ରାଇକିଆ ମେଡିକାଲ,...

ଲକଡାଉନକୁ ଫୁ, ଗଁାରେ ଏକାଠି ଚାଲିଛି ତାସ୍‌ ଖେଳ

ନିରାକରାପୁର,୩।୪(ଡି.ଏନ.ଏ.)- କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ନିରାକାରପୁର ଅଞ୍ଚଳରେ କେତେଜଣ ଲୋକ ଏହାକୁ ବେଖାତିର କରୁଥିବାର ଦେଖିବାକୁ ମିଳିଛି। ଲକଡାଉନର ଅର୍ଥ ନ ବୁଝି ଏହି ଅଞ୍ଚଳର ଅନେକ ଗାଁରେ ଗୋଟିଏ ଜାଗାରେ ୧୦/୨୦ଜଣ ଲେଖାଏଁ...

କରୋନା ମୁକାବିଲା: ସହଯୋଗ ପାଇଁ ହାତ ଯୋଡ଼ିଲା ଝାରସୁଗୁଡ଼ା ପୋଲିସ

ଝାରସୁଗୁଡ଼ା ଅଫିସ,୩।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟକୁ ଲାକ୍‌ଡାଉନ କରାଯାଇଥିଲେ ମଧ୍ୟ କିଛି ଲୋକ ଏହାକୁ ଉଲ୍ଲଂଘନ କରୁଛନ୍ତି। କାର୍ଯ୍ୟାନୁଷ୍ଠାନ ନେଲେ ମଧ୍ୟ ଲୋକେ ସୁଧୁରୁ ନାହାନ୍ତି। ତେବେ ଶୁକ୍ରବାର ଝାରସୁଗୁଡା ପୋଲିସ ଲୋକଙ୍କୁ ଅଭିନବ...

କରୋନା ଭୟରେ ମିଳୁନି ସାଧାରଣ ସ୍ବାସ୍ଥ୍ୟସେବା

ଚୌଦ୍ୱାର,୩ା୪ (ଡି.ଏନ୍‌.ଏ): କରୋନା ଭୂତାଣୁ ବ୍ୟାପିବା ଆଶଙ୍କାରେ ସାରା ଦେଶରେ ଲକ୍‌ଡାଉନ ଘୋଷଣା ଥିବାବେଳେ ଚୌଦ୍ୱାରରେ ମଧ୍ୟ ଏହାକୁ କଡ଼ାକଡ଼ି ପାଳନ କରାଯାଇଛି। ସାଧାରଣ ଲୋକ ନିହାତି ଆବଶ୍ୟକତା ନ ଥିଲେ ପଦାକୁ ନ ବାହାରିବାକୁ ନିର୍ଦ୍ଦେଶ ରହିଛି। ଏସବୁ...

କୋରକୋରାର ବୋରିକ ମେଲଣ ସ୍ଥଗିତ

କଣ୍ଟାପଡା,୩।୪(ଡି.ଏନ.ଏ.):- କଟକସଦର ଥାନା ଅନ୍ତର୍ଗତ କୋରକୋରା ଗ୍ରାମରେ ଅନୁଷ୍ଠିତ ହେଉଥିବା ପାରମ୍ପରିକ ବୋରିକ ମେଲଣକୁ ମହାମାରୀ କୋରନା ଯୋଗୁ ଚଳିତବର୍ଷ ସ୍ଥଗିତ ରଖାଯାଇଥିବା ଜଣାପଡିଛି। ଚଳିତ ଏପ୍ରିଲ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ମେଲଣକୁ...

ଦୋକନ୍ଦା ମେଳନ ପଡ଼ିଆକୁ ସ୍ଥାନାନ୍ତର ହେଲା କଣାସ ହାଟ

କଣାସ,୩।୨୦(ସ୍ବ.ପ୍ର.)- ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ ଲୋକମାନଙ୍କୁ ଘରେ ରହିବାକୁ ସଚେତନ କରାଯାଉଛି। କିନ୍ତୁ କେତେକ ଅସାମାଜିକ ଲୋକ ଏହାକୁ ବେଖାତିର କରି ବିଭିନ୍ନ ବାହାନା କରି ବାହାରେ ବୁଲୁଥିବାର ଦେଖିବାକୁ ମିଳୁଛି। ଏହାସହ କଣାସ ବ୍ଲକରେ...

୪୮ ଘଣ୍ଟା ଭଦ୍ରକ ସଟ୍‌ ଡାଉନ୍‌

ଭଦ୍ରକ ଅଫିସ,୩।୪ – ଭଦ୍ରକ ପୌରାଞ୍ଚଳ ତଥା ପାଖ ଗ୍ରାମାଞ୍ଚଳ ମାନଙ୍କରେ ଶୁକ୍ରବାର ରାତି ୮ରୁ ରବିବାର ରାତି ୮ ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ ସଟ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏହି ୪୮ ଘଣ୍ଟା...

ଛତ୍ରପୁରର ୫ ଲଜ୍‌ ଉପରେ ଚଢ଼ାଉ, ବନ୍ଦ ନିର୍ଦ୍ଦେଶ: ଅନ୍ୟ ରାଜ୍ୟର ୭ ଜଣ ଠାବ

ଛତ୍ରପୁର,୩ା୪(ଡି.ଏନ୍‌.ଏ.)- ଛତ୍ରପୁରର ୫ଟି ଲଜ୍‌ ଉପରେ ଗୁରୁବାର ରାତିରେ ପ୍ରଶାସନର ଏକ ଟିମ୍‌ ଅଚାନକ ଚଢାଉ କରିଥିଲେ। ଏଥିରୁ ୨ଟି ଲଜ୍‌ରେ କେହି ନ ଥିବାବେଳେ ୩ଟି ଲଜ୍‌ରେ ୯ ଜଣ ରହୁଥିବା ଯାଞ୍ଚବେଳେ ଜଣାପଡିଥିଲା। ସେଥିମଧ୍ୟରୁ ୭ ଜଣ...

୬ଷ୍ଠ ଆକ୍ରାନ୍ତ ଚିହ୍ନଟ ପରେ ସରକାରଙ୍କ ନିଷ୍ପତ୍ତି: କଟକ ସହର ୪୮ ଘଣ୍ଟା ସଟ୍‌ ଡାଉନ୍‌

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀ ଏବଂ ଭଦ୍ରକ ପରେ ଏବେ କଟକ ସହରକୁ ମଧ୍ୟ ୪୮ ଘଣ୍ଟିଆ ସଟ୍‌ ଡାଉନ୍‌ ଘୋଷଣା କରାଯାଇଛି। ଶୁକ୍ରବାର କଟକରେ ୬ଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା...

ବିଶୋଧନ କରାଗଲା ଦାରିଙ୍ଗବାଡ଼ି ବଜାର

ଦାରିଙ୍ଗବାଡ଼ି,୩।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବଜାର ଶିବମନ୍ଦିର ଛକ ଠାରୁ ତିନିଛକ, ଲକ୍ଷ୍ମୀବଜାର, ଚାରିଛକ, ବ୍ଲକରୋଡ଼, ମେଡିକାଲ, ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ଶୁକ୍ରବାର ପୂର୍ବାହ୍ନଠାରୁ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ମାଧ୍ୟମରେ ଏହା କରାଯାଉଛି। ପରବର୍ତ୍ତୀ ସମୟରେ ଉକ୍ତ ବ୍ଲକର...

କଣାସ ବ୍ଲକରେ ୩ ମାସର ରାଶନ ଚାଉଳ ବଣ୍ଟନ

କଣାସ,୩।୨୦(ସ୍ବ.ପ୍ର.)- ମହାମାରୀ କରୋନା ସଂକ୍ରମଣ ମୁକାବିଲା ଲାଗି ସରକାର ଲକଡାଉନ ଘୋଷଣା ପରେ ଅଧିକାଂଶ ଗରିବ ଲୋକେ ରୋଜଗାର ବାଟ ବନ୍ଦ ସହ ଖାଦ୍ୟ ଯୋଗାଡ଼ କରିବାରେ ଅସହାୟ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗରିବ ଓ...

ଟେଲର ମହାସଂଘ ପକ୍ଷରୁ ମାସ୍କ ବଣ୍ଟନ

ଗୋପ,୩।୪(ଡି.ଏନ.ଏ.): କରୋନାକୁ ନେଇ ଏବେ ସାରା ବିଶ୍ବ ଚିନ୍ତା କରୁଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ଲୋକମାନେ ଲକଡାଉନକୁ ସମର୍ଥନ ଜଣାଇ ବାହାରକୁ ବାହାରୁ ନାହାନ୍ତି। ପ୍ରଶାସନ ଓ ପୋଲିସ ପକ୍ଷରୁ ଗଁା ଗଁା ବୁଲି ଲୋକଙ୍କୁ ଘରେ ରହିବାକୁ ସଚେତନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri