ଆମ ଜିଲା ଖବର

ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଭତ୍ତା ଟଙ୍କା ମିଳିନି

କର୍ଲାମୁଣ୍ଡା, ୨।୪ (ଡି.ଏନ.ଏ)- କରୋନାକୁ ମହାମାରି ଘୋଷଣା ହେବା ପରେ ସରକାର ବାର୍ଦ୍ଧକ୍ୟ, ବିଧବା, ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ୪ ମାସର ଟଙ୍କା ଆଗୁଆ ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ହେଲେ ତାହାର ବ୍ୟତିକ୍ରମ ଦେଖିବାକୁ...

କୋଠ ଟଙ୍କାକୁ ନେଇ ଗଣ୍ଡଗୋଳ: ଆକ୍ରମଣ-ପ୍ରତିଆକ୍ରମଣ ଅଭିଯୋଗ, ୨ ମାମଲା ରୁଜୁ

ଦିଗପହଣ୍ଡି,୨ା୪(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଲୋଚାପଡ଼ା ଚୈତନ୍ୟ ପ୍ରସାଦ ଗଁାରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କୋଠ ଟଙ୍କା ଆୟବ୍ୟୟ ହିସାବକୁ କେନ୍ଦ୍ରକରି ଉତ୍ତେଜନା ଲାଗିରହିଛି। କୋଠ ସମ୍ପତ୍ତି ଓ ଆୟବ୍ୟୟ ହିସାବ ତଦାରଖ କରୁଥିବା ରଘୁନାଥ ପାତ୍ରଙ୍କୁ ଗଁାର...

ପୌରପାଳିକା ତରଫରୁ ଗରିବଙ୍କୁ ଖାଦ୍ୟ ବଣ୍ଟନ

ଚୌଦ୍ୱାର,୨ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ନ ବ୍ୟାପିବା ପାଇଁ ଚୌଦ୍ୱାର ସହର ଲକ୍‌ଡାଉନ ଭିତରେ ରହିଛି। ନିହାତି ଆବଶ୍ୟକତା ନ ଥିଲେ ଘରୁ ବାହାରିବାକୁ ନିଷେଧ ଥିବାବେଳେ ଏଥିପ୍ରତି ପୋଲିସ ମଧ୍ୟ ସଜାଗ ରହିଛି। ଫଳରେ ଦିନ ମଜୁରିଆ, ନିରାଶ୍ରୟ,...

ଅସ୍ଥାୟୀ କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ କଲେ ଉପଜିଲାପାଳ

ଶେରଗଡ଼,୨ା୪(ଡି.ଏନ୍‌.ଏ.)- ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ବୁଧବାର ଶେରଗଡ ପରିଦର୍ଶନରେ ଆସି ବିଭିନ୍ନ ଅସ୍ଥାୟୀ କ୍ୱାରାଣ୍ଟାଇନ୍‌ ଶିବିର ବୁଲି ଦେଖିଥିଲେ। ବ୍ଲକର ମହାତ୍ମା ଗାନ୍ଧୀ, ବରମୁଣ୍ଡଳୀ, ମା’ କାଳୀ ଉଚ୍ଚ ବିଦ୍ୟାଳୟରେ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟର ବୁଲି ଦେଖିଥିଲେ।...

ରାଜ୍ୟ ବାହାର ଶ୍ରମିକ, ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ନିମାପଡ଼ା,୨।୪(ଡି.ଏନ.ଏ.): ଲକଡାଉନ ଘୋଷଣା ପରେ ନିମାପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଫସିଥିବା ରାଜ୍ୟ ବାହାର ୧୪୦ଜଣ ଶ୍ରମିକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ୭ଦିନ ପାଇଁ ଚାଉଳ, ଡାଲି, ତେଲ, ପନିପରିବା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ସେହିପରି ଗଡ଼ପଦନପୁର, ସିଲଙ୍ଗ,...

ବାଗଲପୁର, କଣ୍ଟାପଡ଼ାଠାରେ ମୁଖ୍ୟରାସ୍ତା ଲକଡାଉନ

କଣ୍ଟାପଡ଼ା,୨।୪(ଡି.ଏନ.ଏ.): ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ କଟକ ଜିଲାରୁ ନମାଜି ଯୋଗ ଦେଇଥିବା ସମ୍ପର୍କରେ ଖବର ପ୍ରଚାରିତ ହେବାପରେ କଟକ ଜିଲାର ବିଭିନ୍ନ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଫଳରେ ଫୁଳନଖରା-ନିଆଳି ରାସ୍ତାର ବାଗଲପୁର ଓ କଣ୍ଟାପଡା ନିକଟରେ ମୁଖ୍ୟରାସ୍ତାକୁ...

ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରହୁନି ସାମାଜିକ ଦୂରତ୍ୱ

କଣ୍ଟାପଡ଼ା,୨।୪(ଡି.ଏନ.ଏ.): ଦିନକୁଦିନ ମହାମାରୀ କରୋନାର ରୂପ ଭୟାନକ ହେବାରେ ଲାଗିଛି। ଏହି ଭୂତାଣୁର ସଂକ୍ରମଣ ରୋକିବା ଲାଗି ସରକାର ଲକଡାଉନ ଘୋଷଣାର କରିବା ସହ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବାକୁ ବିଭିନ୍ନ କ୍ଷେତ୍ରରେ ସଚେତନ କରାଯାଉଛି।...

ଜଙ୍ଗଲ ଘେରା ଅଞ୍ଚଳରେ ରନ୍ଧାଖାଦ୍ୟ ବଣ୍ଟନ

କେସିଙ୍ଗା,୨ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମହଗାଁର ସମାଜସେବୀଙ୍କ ଦ୍ୱାରା ଜଙ୍ଗଲ ଘେରା ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ କୋରନା ଭୂତାଣରୁ ସୁରକ୍ଷା ଓ ସଚେତନତା ପାଇଁ ୪ଟି ବ୍ଲକର ୧୩୯ ଗ୍ରାମରେ ରନ୍ଧାଖାଦ୍ୟ ସହ ଡେଟଲ, ଲାଇଫ୍‌ବୟ ସାବୁନ୍‌,...

ଏସ୍‌ଏଚଜି ଜରିଆରେ ରନ୍ଧାଖାଦ୍ୟ ବଣ୍ଟନ

କର୍ଲାମୁଣ୍ଡା, ୨।୪ (ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ୨୦୯ ଜଣ ମହିଳା, ପୁରୁଷଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଲକ୍‌ ଡାଉନ ଯୋଗୁ ପ୍ରଭାବିତ ହୋଇଥିବା ନିରାଶ୍ରୟ, ମାନସିକ ବିକାରଗ୍ରସ୍ତ ତଥା ଭିକ୍ଷାବୃତ୍ତି କରି ଜୀବନ ବିତାଉଥିବା ଲୋକମାନଙ୍କୁ...

ଅଣ ଓଡ଼ିଆ ବୋଲି ଖାଇବାକୁ ମିଳୁନି

ବାମରା,୨।୪(ଡି.ଏନ.ଏ.)-ଲକ୍‌ ଡାଉନ୍‌ ପାଇଁ ବାହାର ରାଜ୍ୟର ଶ୍ରମିକ ଓଡିଶାରେ ଫସି ରହିଛନ୍ତି। ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି। ହେଲେ ବାମରା ବ୍ଳକ ଗୋବିନ୍ଦପୁର ପଞ୍ଚାୟତରେ ଅନୁସରଣ କରାଯାଉ ନାହିଁ। ଗତ ପ୍ରାୟ ୨୦...

କରୋନା ପ୍ରଭାବ: ଖୋଲା ଅଛି ଏଟିଏମ୍‌, ଟଙ୍କା ନାହିଁ

ଶେରଗଡ଼,୨ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ସମସ୍ତ ଏଟିଏମ୍‌ ଖୋଲା ରହିଥିଲେ ମଧ୍ୟ ଏଥିରେ ଟଙ୍କା ନ ଥିବାରୁ ଲୋକେ ଜରୁରୀ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।କରୋନା ପ୍ରଭାବ ଯୋଗୁ ଏପରିି ଅବସ୍ଥା ଦୁଇଦିନ ଧରି ଲାଗି...

ଘର ପାଖରେ ପହଞ୍ଚିବ ପନିପରିବା: କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଭ୍ରାମ୍ୟମାଣ ପରିବା ଦୋକାନର ଶୁଭାରମ୍ଭ

କେନ୍ଦୁଝର,୨।୪(ସ୍ବ.ପ୍ର.): କରୋନା ମୁକାବିଲାକୁ ନେଇ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ସମୟରେ ଖାଉଟି ସାମଗ୍ରୀ, ପନିପରିବା, ମାଛମାଂସ, ଔଷଧ ଆଦି ଦୋକାନ ଖୋଲା ରହିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହି ସମୟରେ ଲୋକମାନଙ୍କ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri