ଆମ ଜିଲା ଖବର

ସୀମା ସିଲ୍‌ ବେଳେ ବିବାଦ: ଓଡ଼ିଶାରେ ପଶି ଟେଣ୍ଟ ବାନ୍ଧିଲା ଝାଡଖଣ୍ଡ ପୋଲିସ

ବଡବିଲ, ୩୧ା୩ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ସମସ୍ତ ରାଜ୍ୟ ସୀମାନ୍ତଗୁଡିକୁ ସିଲ୍‌ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଝାଡଖଣ୍ଡ ରାଜ୍ୟର ବଡଜାମଦା ପୋଲିସ ସୀମା ସିଲ୍‌ କରିବାକୁ ଯାଇ କେନ୍ଦୁଝର ଜିଲା ବଡବିଲ...

ଅସ୍ଥାୟୀ ଆଶ୍ରୟସ୍ଥଳ ଦେଇଛି ଆହାର

କେନ୍ଦୁଝର, ୩୧ା୩ (ନରେଶ ପଟ୍ଟନାୟକ)-କରୋନା ପାଇଁ ସମଗ୍ର ବିଶ୍ୱ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ। ଏହା ଚାରିଆଡ଼େ ତାହାର କାୟା ବିସ୍ତାର କରିବାରେ ଲାଗିଛି। ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରେ ୩୪ହଜାରରୁ ଊର୍ଦ୍ଧ୍ୱ ମୃତ୍ୟୁବରଣ କରିଥିବାବେଳେ ଭାରତରେ ମୃତ୍ୟୁ ସଂଖ୍ୟା ୨୯ରେ...

ଜଗତକଲ୍ୟାଣ ଲାଗି ଆରଡ଼ିରେ ମହାରୁଦ୍ରଯଜ୍ଞ

ଆରଡି, ୩୧ା୩(ଡି.ଏନ.ଏ.)-କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଘରୁ ନ ବାହାରିବାକୁ କୁହାଯାଇଛି। ଏପରିପ୍ରେକ୍ଷୀରେ ସବୁ ଧର୍ମାନୁଷ୍ଠାନ ମନ୍ଦିର ମଧ୍ୟ ବନ୍ଦ ହୋଇଛି। ଭକ୍ତମାନେ ଆଉ ଦର୍ଶନ କରିବାକୁ ଯାଇପାରୁ ନାହାନ୍ତି। ଭଦ୍ରକ ଜିଲାର ଶୈବପୀଠ ଆରଡିରେ...

ଟ୍ରେଲରରୁ ୬୦ରୁ ଊର୍ଦ୍ଧ୍ୱ ଶ୍ରମିକ ଉଦ୍ଧାର, ୧୦ ହଜାର ଜରିମାନା

ଭଦ୍ରକ ଅଫିସ, ୩୧ା୩- ୧୬ ନଂ. ଜାତୀୟ ରାଜପଥ ନିକଟରେ ଏକ ଶ୍ରମିକ ବୋଝେଇ ଟ୍ରେଲରକୁ ସୋମବାର ସନ୍ଧ୍ୟାରେ ପରିବହନ ବିଭାଗ ଜବତ କରିଛି। ଉକ୍ତ ଟ୍ରେଲରଠାରୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜବତ ଟ୍ରେଲରକୁ ଗ୍ରାମାଞ୍ଚଳ ଥାନାକୁ...

ମୟୂରଭଞ୍ଜର ସବୁ ପ୍ରବେଶ ପଥ ସିଲ୍‌

ବାରିପଦା ଅଫିସ, ୩୧ା୩- କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ ଜିଲାର ସମସ୍ତ ପ୍ରବେଶ ପଥକୁ ବନ୍ଦ କରି ଦିଆଯାଇଛି। ଜିଲାରେ ରହିଯାଇଥିବା ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ଲକ୍‌ଡାଉନ ସମୟରେ ବାହାରକୁ ଛଡ଼ାଯିବ ନାହିଁ। ସମସ୍ତଙ୍କୁ ଜିଲା...

ଖୋଲିଲା ପଞ୍ଚାୟତସ୍ତରୀୟ ଟିଏମ୍‌ସି ସେଣ୍ଟର

ରସାଳପୁର,୩୧।୩(ଡି.ଏନ୍‌.ଏ.)-ମହାମାରୀ କରୋନାକୁ ନେଇ ଏବେ ସାରା ବିଶ୍ୱ ଆତଙ୍କିତ। ଏଭଳି ପରିସ୍ଥିତିରେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମ ଜାରି ରଖିବା ସହିତ ସମାଜରେ ତୃଣମୂଳସ୍ତରରେ ଲୋକମାନେ ଯେଭଳି କମ୍‌ କ୍ଷତିଗ୍ରସ୍ତ...

କରୋନା ସମ୍ପର୍କରେ ସଚେତନ କଲା ‘ସ୍ବଚ୍ଛ ଭାରତ ଅଭିଯାନ’

ବାହାନଗା, ୩୧ା୩(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ଆଗେଇ ଆସିଛନ୍ତି। କେତେକ ସଙ୍ଗଠନ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ବେଳେ କେତେକ ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦେଇଛନ୍ତି। ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁରଠାରେ ଥିବା...

ମହିଳା ଗୋଷ୍ଠୀ ଖୋଲିଲେ ଖୁଚୁରା ବିକ୍ରୟ କେନ୍ଦ୍ର

ଖଇରା, ୩୧ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବଜାରରେ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ମହିଳା ଗୋଷ୍ଠୀ ଅଣ୍ଟା ଭିଡିଛି। ଖଇରାର ସଞ୍ଚୟିକା ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ଅଧୀନ ଭାଗବତ ଗୋସେଇଁ ମହିଳା ମଣ୍ଡଳର ସଦସ୍ୟାମାନେ...

କ୍ଷେତରେ ନଷ୍ଟ ହେଉଛି ଟମାଟୋ: ଚାଷୀ ମୁଣ୍ଡରେ ଚଡ଼କ

ଠାକୁରମୁଣ୍ଡା,୩୦ା୩(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଭାରତରେ ଲକ୍‌ଡାଉନ ହୋଇଥିବାରୁ ଚାଷୀମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ବିଶେଷ କରି ଟମାଟୋ ଚାଷୀମାନଙ୍କର ଅବସ୍ଥା ସଙ୍ଗୀନ ହୋଇପଡ଼ିଛି। ଲକ୍‌ଡାଉନ ଯୋଗୁ ଲୋକେ ଘରୁ ବାହାରି ପାରୁ ନ ଥିବା...

ଅସହାୟଙ୍କୁ ଦିଆଗଲା ଖାଦ୍ୟ ପୁଡ଼ିିଆ

ବନ୍ତ,୩୦ା୩(ଡି.ଏନ୍‌.ଏ.)-କରୋନା ପାଇଁ ସରକାର ଲକ୍‌ ଡାଉନ୍‌ ଘୋଷଣା କରିଥିବା ବେଳେ ଲୋକ ମାନେ ବାହାରକୁ ବାହାରି ପାରୁନାହାନ୍ତି । ଫଳରେ ଦିନମଜୁରିଆ ଓ ଅସହାୟ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଭଦ୍ରକ ଜିଲା ବନ୍ତ ହାଟସାହି ଓ କଲେଜ...

ଆନନ୍ଦପୁର ଷ୍ଟାଡିୟମରେ ଖୋଲିଲା ପରିବା ବଜାର

ଆନନ୍ଦପୁର,୩୦।୩(ସ୍ବ.ପ୍ର.)-କରୋନା ଭାଇରସର ସଫଳ ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପୌରପରିଷଦ ପକ୍ଷରୁ ଆନନ୍ଦପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇଥିବା ପରିବା ବଜାରକୁ ନିୟନ୍ତ୍ରଣ କରିବା ପାଇଁ ଏହାକୁ ସାମୁହିକ ଭାବେ ଷ୍ଟାଡିୟମ ପରିସରକୁ ସ୍ଥାନାନ୍ତର...

୨୧ ଦିନିଆ ଅନ୍‌ଲାଇନ୍‌ ପାଠପଢ଼ା କ୍ୟାମ୍ପ

ବାଲେଶ୍ୱର ଅଫିସ,୩୦।୩- ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଛାତ୍ରୀଛାତ୍ରଙ୍କ ପାଠ ପଢ଼ା ଆପାତତଃ ଠପ୍‌ ହୋଇଯାଇଛି। ଲକ୍‌ଡାଉନ୍‌ ବେଳେ ଘରେ ବସି ଦିନ ବିତାଉଥିବା ଛାତ୍ରୀଛାତ୍ରଙ୍କୁ ଶିକ୍ଷାରେ ମନୋନିବେଶ ପାଇଁ କଳାସଂସ୍କୃତି ଅନୁଷ୍ଠାନ ‘ନାଚ୍‌’...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri