ଆମ ଜିଲା ଖବର

ଅଭିଭାବକଙ୍କୁ ମିଳିଲା ମଧ୍ୟାହ୍ନଭୋଜନ ଚାଉଳ ଟୋକନ୍‌

ବନ୍ତ,୩୦।୩(ଡି.ଏନ୍‌.ଏ.): କରୋନା ପାଇଁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଥିବା ବେଳେ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନ ଚାଉଳ ପ୍ରଦାନର ବ୍ୟବସ୍ଥା କରିଛନ୍ତି। ସୋମବାର ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ବିଦ୍ୟାଳୟରୁ...

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲମ୍ବା ଧାଡ଼ି

ବନ୍ତ,୩୦।୩(ଡି.ଏନ୍‌.ଏ.): କରୋନା କଟକଣା ପରେ ଭଦ୍ରକ ଜିଲା ବନ୍ତ ସଦର ମହକୁମାରେ ଅବସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସକାଳୁ ଲୋକମାନେ ଡାକ୍ତରଖାନା ସମ୍ମୁଖରେ ଲମ୍ବା ଧାଡ଼ି ଲଗାଉଛନ୍ତି। ସାମାଜିକ ଦୂରତା ପାଳନ ନେଇ ଡାକ୍ତରଖାନା ପକ୍ଷରୁ...

ବାହାର ଲୋକଙ୍କୁ ସରଣ୍ଡା ମନା: ୩ଟି ରାସ୍ତା ସିଲ୍‌କଲେ ଗ୍ରାମବାସୀ

ସରଣ୍ଡା,୩୦।୩(ଡି.ଏନ୍‌.ଏ.): କରୋନା(କୋଭିଡ-୧୯) ସଂକ୍ରମଣକୁ ରୋକିବା ପାଇଁ ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳି ପଞ୍ଚାୟତ ବରଗଡ଼ ଜିଲା ସରଣ୍ଡା ଗ୍ରାମବାସୀ ସୋମବାରଠାରୁ ଗ୍ରାମକୁ ସଂଯୋଗ କରୁଥିବା ୩ଟି ପ୍ରବେଶପଥକୁ ବନ୍ଦ କରିଛନ୍ତି। ସରଣ୍ଡା ସମେତ କଟାପାଲି, ଚକୁଳି ଗ୍ରାମବାସୀ...

ଆଇସୋଲେଶନରେ ରହୁନାହାନ୍ତି ବିଦେଶ ଫେରନ୍ତା: ଗ୍ରାମବାସୀ ଭୟଭୀତ

ବନ୍ତ,୩୦।୩(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ବିଦେଶ ଏବଂ ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ ଆଇସୋଲେଶନରେ ରହିବା ପାଇଁ ପରାମର୍ଶ ଦେଉଥିଲେ ମଧ୍ୟ ତାହାକୁ ଲୋକେ ସଠିକ୍‌ ଭାବେ ପାଳନ କରୁ ନ ଥିବା ଦେଖାଯାଇଛି। ସେହିସବୁ ଲୋକଙ୍କ ପାଇଁ...

ଚାଲିଚାଲି ଗ୍ରାମକୁ ଫେରୁଛନ୍ତି ଶହ ଶହ ଶ୍ରମିକ

ଠାକୁରମୁଣ୍ଡା,୩୦।୩(ଡି.ଏନ୍‌.ଏ.): ରାଜ୍ୟର ବିଭିନ୍ନ ସ୍ଥାନକୁ ଶ୍ରମିକ ଭାବରେ କାମ କରିବାକୁ ଯାଇଥିବା ଲୋକେ ଏବେ ଚାଲି ଚାଲି ଘରକୁ ଫେରୁଥିବାର ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ସମେତ ସୀମାନ୍ତ କେନ୍ଦୁଝର ଜିଲା ଗୟଳମୁଣ୍ଡା ମୋନହୋରପୁର,ପଣସଡିହା ପଞ୍ଚାୟତରୁ ଯାଇ...

କ୍ଷୁଦ୍ର ବ୍ୟବସାୟୀଙ୍କୁ ଟିକସ ଛାଡ଼ କରୁନି ଏନ୍‌ଏସି ପ୍ରଶାସନ : ସରକାର, ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି

ଗଞ୍ଜାମ, ୩୦।୩(ଡି.ଏନ୍‌.ଏ.): କରୋନାକୁ ନେଇ ରାଜ୍ୟ ଏବେ ଆତଙ୍କିତ ଅବସ୍ଥାରେ ଗତିକରୁଛି। ସରକାର ଲକ୍‌ଡାଉନ ଘୋଷଣା କରିବା ପରେ ଲୋକେ ଘରୁ ବାହାରିପାରୁ ନାହାନ୍ତି l ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ଜନସାଧାରଣଙ୍କ...

ଲକ୍‌ଡାଉନ ସତ୍ତ୍ୱେ କେନ୍ଦୁଝରରେ ଗଡୁଛି ଭାରୀଯାନ: ୧୫ଫୁଟ ତଳକୁ ଖସିଲା ଟ୍ରକ୍‌

କୋଳିମାଟି,୩୦ା୩(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ୨୦ ନଂ. ଜାତୀୟ ରାଜପଥ ଘସିପୁରା ଥାନା ଅଧୀନ କୋଳିମାଟି ଭାଲୁହୁଡି ଟାଉନ ନିକଟରେ ସୋମବାର ସକାଳେ ଏକ ଦଶଚକିଆ ଲୁହାପଥର ବୋଝେଇ ଟ୍ରକ ୧୫ ଫୁଟ ତଳକୁ ଖସିପଡ଼ିଛି। ଏଥିରେ ଟ୍ରକ ଡ୍ରାଇଭରଙ୍କ ମୁଣ୍ଡ...

କରୋନା ମୁକାବିଲା ପ୍ରସ୍ତୁତି ପରଖିଲେ ବାଗ୍‌ଚୀ

ପୁରୀ ଅଫିସ,୩୦ା୩: ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ରବିବାର ପୁରୀ ଗସ୍ତରେ ଆସିଥିଲେ। କରୋନା ମୁକାବିଲା ନେଇ ପୁରୀ ଜିଲା ପ୍ରଶାସନ କେତେ ପ୍ରସ୍ତୁତ ତାହା ପରଖିଥିଲେ। ଏହି ଅବସରରେ ଜିଲା ନିୟନ୍ତ୍ରଣ କକ୍ଷ, ପୋଲିସ...

ବନ୍ଦୀ କରିଦେଇଛି କରୋନା: ଖାଲି ପଡ଼ିଛି ଜାଗା, ଜମୁନି ସାଙ୍ଗ-ଭାଙ୍ଗ-ପଙ୍ଗତ

ପୁରୀ ଅଫିସ,୩୦ା୩: ମହାମାରୀ କରୋନା ଏବେ ଆତଙ୍କ ଖେଳାଇଛି। ସମଗ୍ର ବିଶ୍ୱ ଏବେ କରୋନା ସହିତ ଲଢେଇ କରୁଛି। କିନ୍ତୁ ବେକାବୁ ଏହି ପ୍ରାଣଘାତୀ ଭୂତାଣୁ। ଦିନକୁ ଦିନ ଅଧିକ ଉଗ୍ରରୂପ ଧାରଣ କରି ଗୋଟିଏ ପରେ ଗୋଟିଏ ଦେଶକୁ...

ଲକ୍‌ଡାଉନ୍‌ ନିୟମକୁ ଫୁ: ମାଛ ମାର୍କେଟରେ ଭିଡ଼

ପୁରୀ ଅଫିସ,୩୦ା୩: ସମଗ୍ର ଦେଶରେ ଏବେ ୨୧ ଦିନିଆ ଲକ୍‌ଡାଉନ ଚାଲିଛି। କରୋନା ଭାଇରସ୍‌ ମୁକାବିଲା ପାଇଁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ପୁରୀ ଜିଲା ପ୍ରଶାସନ ଲକ୍‌ଡାଉନ କଟକଣାକୁ କିପରି କଡ଼ାକଡ଼ି ଭାବେ ପାଳନ କରାଯିବ ସେ ଦିଗରେ...

କରୋନା ବିଗାଡ଼ିଲା

ଭାଇରସ୍‌ ସାରା ବିଶ୍ୱରେ ଅଚଳାବସ୍ଥା ସୃଷ୍ଟି କରିଛି। କରୋନାକୁ ପ୍ରତିହତ କରିବାକୁ ପ୍ରଧାନମନ୍ତ୍ରୀ ସମଗ୍ର ଭାରତକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଜୀବନ ବଞ୍ଚାଇବା ପାଇଁ ଲୋକେ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରି ନିଜକୁ ଘରେ ବନ୍ଦ କରି ରଖିଛନ୍ତି। ହେଲେ...

ପୌରାଞ୍ଚଳରେ ପନିପରିବାର ହୋମ୍‌ ଡେଲିଭରି

ବାରିପଦା ଅଫିସ, ୩୦ା୩- କୋରନା ଭାଇରସ୍‌ ପ୍ରତିରୋଧ ପାଇଁ ସତକର୍ତାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ବାରିପଦା ପୌରାଞ୍ଚଳରେ ପନିପରିବାର ହୋମ ଡେଲିଭରି ବ୍ୟବସ୍ଥା କରାଯାଇଛି। ମୟୂରଭଞ୍ଜ ଫଳ ଓ ପନିପରିବା ଚାଷୀ ପ୍ରଡ୍ୟୁସର କମ୍ପାନୀ ଦ୍ୱାରା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri