ଆମ ଜିଲା ଖବର

ହୋମ କ୍ୱାରାଣ୍ଟାଇନ୍‌ରେ ଜିଲାର ୪,୭୭୩ ଜଣ

ଫୁଲବାଣୀ ଅଫିସ, ୨୮ା୩: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ପ୍ରୟାସ ଜାରି ରଖିଛି। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ମଧ୍ୟ ଜାଗ୍ରତ ଅଛି। ରାଜ୍ୟ ଏବଂ ଜିଲା ବାହାରୁ ଆସିଥିବା...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୫୦୦୦ ଟଙ୍କା ପ୍ରଦାନ

ଭଣ୍ଡାରିପୋଖରୀ,୨୮।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିଜୁ ଯୁବ ଜନତା ଦଳ ପକ୍ଷରୁ ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ପାଇଁ ସ୍ଥାନୀୟ ବିଡିଓ ଉମେଶ ଚନ୍ଦ୍ର ମଲିକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫୦୦୦ ଟଙ୍କାର ଚେକ୍‌ ପୂର୍ବତନ ପଞ୍ଚାୟତ...

ଆମ୍ବୁଲାନ୍ସରେ ଯାତ୍ରୀ ବୋହି ଫଶିଲେ, ଡ୍ରାଇଭର ଗଣିଲେ ଜରିମାନା

ଭଦ୍ରକ ଅଫିସ, ୨୮ା୩: କରୋନାରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଏବେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ବସ୍‌, ଟ୍ରେନ୍‌, ଅଟୋ ସବୁ ବନ୍ଦ ଥିବାରୁ ଗାଁ ବାହାରେ ରହୁଥିବା ଲୋକେ ଘରକୁ ଫେରିବାକୁ ସୁବିଧା ନ...

ନିରାଶ୍ରୟଙ୍କୁ ଦିଆଗଲା ରନ୍ଧାଖାଦ୍ୟ ଆଳୁ, ପିଆଜ ବିକ୍ରି କଲା ୧୪ ଏସ୍‌ଏଚ୍‌ଜି

ବାଲେଶ୍ୱର ଅଫିସ,୨୮।୩: -କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଦୋକାନ ବଜାର ସବୁ ବନ୍ଦ ହୋଇଯାଇଥିବାରୁ ନିରାଶ୍ରୟ, ଅସହାୟ ଓ ଭିକାରୀମାନେ ଖାଇବାକୁ ନ ପାଇ ବହୁତ ହଇରାଣ ହେଉଛନ୍ତି। ଏହାକୁ ନଜରରେ...

ଟାୟାର ଜାଳି ରାସ୍ତା ବନ୍ଦ କଲେ ଗ୍ରାମବାସୀ

ବାରିପଦା ଅଫିସ,୨୮ା୩: କରୋନା ଭାଇରସ୍‌କୁ ନେଇ ଜିଲାର ବିଭିନ୍ନ ଗ୍ରାମର ଲୋକେ ବେଶ ସଚେତନ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ଗ୍ରାମବାସୀ ନିଜେ ନିଜକୁ ଲକଡାଉନ କରି ଘରେ ରହୁଥିବା ବେଳେ ଗାଁ ମୁଣ୍ଡକୁ ମଧ୍ୟ ସିଲ୍‌ କରି ଦେଇଛନ୍ତି।...

ଲକ୍‌ଡାଉନ୍‌ ମାନୁନାହାନ୍ତି, ଔଷଧ ଆଣିବା ବାହାନାରେ ବାହାରେ ବୁଲୁଛନ୍ତି ଲୋକେ

ବାଲିଗୁଡ଼ା,୨୮।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବାକୁ ସାରାଦେଶ ଲକ୍‌ଡାଉନ୍‌ କରାଯାଇଛି। କେବଳ ଜରୁରୀ ସମୟରେ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଲୋକମାନେ ବାହାରକୁ ଯିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ହେଲେ କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଆଖପାଖ ବ୍ଲକ...

୧୦ଦିନରେ ବିଦେଶ, ରାଜ୍ୟ ବାହାରୁ ୭୮୩ ଫେରନ୍ତା

ନିମାପଡା,୨୮ା୩(ଡି.ଏନ୍‌.ଏ.)- ମହାମାରୀ କରୋନା ସଂକ୍ରମଣ ଭୟରେ ଗତ ୧୭ରୁ ୨୭ତାରିଖ ମଧ୍ୟରେ ବିଦେଶ ତଥା ରାଜ୍ୟ ବାହାରୁ ମୋଟ ୭୮୩ଜଣ ନିମାପଡ଼ା ବ୍ଲକର ବିଭିନ୍ନ ଗ୍ରାମକୁ ଫେରିଛନ୍ତି। ସେଥିମଧ୍ୟରୁ ୧୮ଜଣ ବ୍ୟକ୍ତି ବିଦେଶୀରୁ ଫେରିଥିବାବେଳେ ୭୬୫ଜଣ ବ୍ୟକ୍ତି ଆନ୍ଧ୍ର ପ୍ରଦେଶ,...

ରାଜ୍ୟରେ ତୃତୀୟ: ଗଞ୍ଜାମରେ ୭ଦିନରେ କାର୍ଯ୍ୟକ୍ଷମ ହେବ କୋଭିଡ୍‌-୧୯ ହସ୍‌ପିଟାଲ

ଛତ୍ରପୁର,୨୮ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଥିବା ଟାଟା ମେମୋରିଆଲ ହସ୍ପିଟାଲକୁ କୋଭିଡ -୧୯ ହସ୍ପିଟାଲରେ ପରିଣତ କରାଯିବ। ସପ୍ତାହକ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ପୂର୍ବରୁ ରାଜ୍ୟ ସରକାର ୨ଟି ଘରୋଇ ହସ୍ପିଟାଲରେ କୋଭିଡ -୧୯ ହସ୍ପିଟାଲ କରିବାକୁ ଚୁକ୍ତି କରିଛନ୍ତି।...

ନୂଆଗଡ଼ରୁ ହରିଣ ଉଦ୍ଧାର

ପାରାଦୀପ, ୨୮।୩ (ସ୍ବ.ପ୍ର.)- ପାରାଦୀପ ଲକ୍‌ ଥାନା ଅଧୀନ ନୂଆଗଡ଼ ଗ୍ରାମ ଉପାନ୍ତ ମହାନଦୀ ପଠାରୁ ଶନିବାର ସକାଳୁ ଏକ ହରିଣ ଉଦ୍ଧାର କରାଯାଇଛି। ମହାନଦୀରେ ମାଛ ଧରୁଥିବା ଲୋକମାନେ ହରିଣକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ।...

ନିମିତିରେ ବଧୂ ହତ୍ୟା ଅଭିଯୋଗ

ପାରାଦୀପ, ୨୮।୩ (ସ୍ବ.ପ୍ର.)-ପାରାଦୀପ ଲକ୍‌ ଥାନା ଅଧୀନ ନିମିତି ଗ୍ରାମରେ ଶୁକ୍ରବାର ରାତିରେ ଜଣେ ନବବଧୂ ମୁନୁଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ମୁନୁଙ୍କ ବାପା କେନ୍ଦୁଝର ଜିଲା ନନ୍ଦିପଡ଼ା ଥାନା ଅଧୀନ ସରଳା...

ଲକ୍‌ଡାଉନ୍‌: ଔଷଧ ନାଁରେ ବାହାରେ ବୁଲୁଛନ୍ତି ଲୋକେ

ରଘୁନାଥପୁର, ୨୮।୩ (ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବାକୁ ସାରାଦେଶ ଲକ୍‌ଡାଉନ୍‌ କରାଯାଇଛି। କେବଳ ଜରୁରୀ ସମୟରେ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଲୋକମାନେ ବାହାରକୁ ଯିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ହେଲେ ରଘୁନାଥପୁର ବ୍ଲକ ଅଞ୍ଚଳରେ ଲୋକମାନେ ଏହାକୁ...

ରାଜ୍ୟ ବାହାରୁ ଆସି ଘରେ ଲୁଚିଥିବା ଯୁବକ ଉଦ୍ଧାର

ତିର୍ତ୍ତୋଲ, ୨୮।୩ (ଡି.ଏନ୍‌.ଏ.)-ରାଜ୍ୟ ବାହାରୁ ଆସି ସ୍ବାସ୍ଥ୍ୟା ପରୀକ୍ଷା ନ କରାଇ ଘରେ ଲୁଚି ରହିଥିବା ତିର୍ତ୍ତୋଲ ବ୍ଲକ ତେନ୍ତୁଳିପଦା ପଞ୍ଚାୟତର ଜଣେ ଯୁବକଙ୍କୁ ଶନିବାର ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ଏହାପରେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମ୍ପୃକ୍ତ ଯୁବକଙ୍କର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri