ଆମ ଜିଲା ଖବର

ମିଳିଲାନି ଆଳୁ, ପିଆଜ

ତାଳଚେର,୨୬।୩(ନି.ପ୍ର.)- ଲକ୍‌ଡାଉନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ରହିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲେ ହେଁ ଗୁରୁବାର ଅନୁଗୋଳ ଜିଲା ତାଳଚେର ଥର୍ମାଲ ସାପ୍ତାହିକ ହାଟରେ ଆଳୁ, ପିଆଜ ମିଳିନାହିଁ। ଫଳରେ ଏହି ହାଟ ଉପରେ ନିର୍ଭରଶୀଳ ବହୁ...

ଦିନକରେ ୮୭ ଜଣଙ୍କ ନାଁରେ ମାମଲା

ଛତ୍ରପୁର,୨୬ା୩(ଡି.ଏନ୍‌.ଏ.)-କରୋନା ନେଇ ଜାରି ହୋଇଥିବା ଗାଇଡଲାଇନ ଓ ଲକ୍‌ଡାଉନ୍‌କୁ ଉଲ୍ଲଂଘନ କରି ଗଞ୍ଜାମ ପୋଲିସ ଜିଲାରେ ଗୁରୁବାର ୩୬ଟି ମାମଲା ରୁଜୁ କରାଯାଇଛି। ଏଥିରେ ୮୭ ଜଣଙ୍କ ନାଁ ରହିଛି। ଆଇନ ଅନୁଯାୟୀ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ...

ଲକ୍‌ଡାଉନ ଉଲ୍ଲଂଘନ କରି ୪୯ ଜଣ ଗିରଫ

ବାରିପଦା ଅଫିସ, ୨୬ା୩- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଗୁରୁବାର ଲକଡାଉନର ଦ୍ୱିତୀୟ ଦିନରେ ମୟୂରଭଞ୍ଜ ଜିଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଜିଲାର ବିଭିନ୍ନ ଥାନାରେ କଟକଣା ଉଂଲ୍ଲଘନକାରୀଙ୍କ ନାମରେ ୨୪ଟି...

ବୁଲୁଥିବା ଲୋକଙ୍କୁ ଇ-ଚାଲାଣ, ପୋଲିସର ମୃଦୁ ଲାଠି ଚାଳନା

ବ୍ରହ୍ମପୁର ଅଫିସ,୨୬ା୩-କରୋନାର ମୁକାବିଲା ତଥା ସଂକ୍ରମଣକୁ ରୋକିବା ନେଇ ଜାରି ହୋଇଥିବା ଲକ୍‌ଡାଉନ୍‌ର ପଞ୍ଚମ ଦିନରେ ବ୍ରହ୍ମପୁରରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଥିଲା। ବାରମ୍ବାର ସଚେତନତା ସତ୍ତ୍ୱେ ସହରବାସୀ ଘରୁ ବାହାରୁଥିବା ଦେଖିବାକୁ ମିଳୁଛି। ଗୁରୁବାର ପୋଲିସ...

ଗଁ। ମୁଣ୍ଡରେ ସଚେତନ କଲେ ଯୁବଗୋଷ୍ଠୀ

କେନ୍ଦୁଝର, ୨୬ା୩(ନରେଶ ପଟ୍ଟନାୟକ)-କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ ଘୋଷଣା ପରେ ସବୁଠି କଟକଣା ଲାଗୁ ହୋଇଛି। ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। କେନ୍ଦୁଝର ଜିଲା ଘସିପୁରା ବ୍ଲକ ଭଣ୍ଡାରଡିହା ପଞ୍ଚାୟତ ପଦନପୁର ଗ୍ରାମର ଯୁବକମାନେ ନିଜ...

ବାଉଁଶ ବାନ୍ଧି ଗାଁ ରାସ୍ତା ବନ୍ଦ କଲେ ମହିଳା

ଭଦ୍ରକ ଅଫିସ, ୨୬ା୩- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନିୟମ କଡାକଡି କରାଯାଇଛି। ହେଲେ କଟକଣାକୁ ନ ମାନି କେତେକ ଲୋକ ଲକ୍‌ଡାଉନ ସମୟରେ ବାହାନା ଦେଖାଇ ବାହାରେ ବୁଲାବୁଲି କରୁଛନ୍ତି। ଏଥିରେ ରୋକ ଲଗାଇବା...

ଲକ୍‌ଡାଉନ୍‌ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ଜିଲାପାଳ

ଦିଗପହଣ୍ଡି,୨୬ା୩(ଡି.ଏନ.ଏ.)-ଲକ୍‌ଡାଉନ୍‌ ନିୟମ ନ ମାନିଲେ ଏଣିକି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଚେତାବନୀ ଦେଇଛନ୍ତି। ଗୁରୁବାର ପୂର୍ବାହ୍ନରେ ଜିଲାପାଳ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ତହସିଲଦାର ଅଦୈତ କୁମାର...

କେନ୍ଦୁଝରରେ ଅଟକିଛନ୍ତି ବାହାର ରାଜ୍ୟର ଶ୍ରମିକ

କେନ୍ଦୁଝର,୨୬ା୩(ସ୍ବ.ପ୍ର)- ପେଟପାଟଣା ପାଇଁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାରୁ ଆସିଥିବା ଶ୍ରମିକମାନେ କେନ୍ଦୁଝରରେ ଅଟକି ରହିଛନ୍ତି। କରୋନା ପାଇଁ ଦେଶ ବ୍ୟାପି ଲକ୍‌ଡାଉନ ହୋଇ ଥିବାରୁ ସେମାନେ ଘରକୁ ଫେରି ପାରୁ ନାହାନ୍ତି। ଅନ୍ୟପକ୍ଷେ କାମଧନ୍ଧା ବନ୍ଦ ରହିଥିତ୍ବାରୁ ସେମାନେ ମଜୁରୀ...

ଲକ୍‌ଡାଉନ୍‌ ବେଳେ ଗଞ୍ଜେଇ ଚାଲାଣ, ୪ ଗିରଫ

ଫିରିଙ୍ଗିଆ,୨୬ା୩-କରୋନା ଲାଗି ରାଜ୍ୟ ଲକ୍‌ଡାଉନରେ ଥିବା ବେଳେ ଗଞ୍ଜେଇ ଚାଲାଣକାରୀ ସକ୍ରିୟ ହୋଇଉଠିଛନ୍ତି। ପୋଲିସର ବ୍ଲକିଂକୁ ଚକମା ଦେଇ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଫିରିଙ୍ଗିଆ ପୋଲିସ ତାହାକୁ ପଣ୍ଡ କରିଛି। ଏକ କାର୍‌ରୁ ୨୧ କି.ଗ୍ରା. ଗଞ୍ଜେଇ ଜବତ...

ଟାଟା ହସ୍ପିଟାଲ ହେବ ଆଇସୋଲେଟେଡ୍‌ ଡାକ୍ତରଖାନା

ଛତ୍ରପୁର,୨୬ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାକୁ ବାହାର ରାଜ୍ୟରୁ ଆସିଥିବା ୧୫,୩୭୭ ଏବଂ ବିଦେଶରୁ ଆସିଥିବା ୩୭୨ ଜଣଙ୍କର ପ୍ରତ୍ୟହ ସ୍ବାସ୍ଥ୍ୟାବସ୍ଥା ତଦାରଖ କରାଯିବ। ଶୀତଳାପଲ୍ଲୀସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲକୁ କରୋନା ଆଇସୋଲେଟେଡ ଡାକ୍ତରଖାନା ରୂପେ ବ୍ୟବହାର କରାଯିବ। ସେଠାରେ ଅନ୍ୟୁନ ୧୦୦...

ଗାଁ ପ୍ରବେଶ ପଥ ବନ୍ଦ କଲେ ଲୋକେ

ଭଞ୍ଜନଗର,୨୬।୩(ଡି.ଏନ.ଏ)-କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ଲାଗି ଗୁରୁବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଓ କେତେକ ଗ୍ରାମବାସୀ ଆଲୋଚନା କରି ଗାଁ ପ୍ରବେଶ ପଥକୁ ସିଲ୍‌ କରିଛନ୍ତି। ନିହାତି ଆବଶ୍ୟକ ନ ଥିଲେ ଗାଁ ବାହାରକୁ କେହି ଯିବେ ନାହିଁ।...

କରୋନାରୁ ରକ୍ଷା ପାଇଁ ପୂଜାର୍ଚ୍ଚନା

ଖଇରା, ୨୬ା୩(ଡି.ଏନ.ଏ.)-ଏବେ କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଲୋକେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଅନ୍ୟପଟେ ଏଥିରୁ ରକ୍ଷା ପାଇବା ଲାଗି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି। ବାଲେଶ୍ବର ଜିଲା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri