ଆମ ଜିଲା ଖବର

ଖାଁ ଖାଁ ବାଲିଗୁଡ଼ା: ଗଡୁନି ଯାନବାହନ

ବାଲିଗୁଡ଼ା,୨୨।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ରବିବାର ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ବସଷ୍ଟାଣ୍ଡଠାରୁ ଆରମ୍ଭ କରି ବିଭିନ୍ନ ରାଜରାସ୍ତା ତଥା ଜନଗହଳିପୂର୍ଣ୍ଣ ସ୍ଥାନ ସବୁ ଖାଁ ଖାଁ ଶୂନ୍‌ଶାନ୍‌। କରୋନାର ମୁକାବିଲା ପାଇଁ...

ସାନଖେମୁଣ୍ଡିରେ ଜନତା କର୍ଫ୍ୟୁ: ଜରୁରୀ ସେବାକୁ ଛାଡ଼ି ସବୁ ବନ୍ଦ

ପାଟପୁର,୨୨।୩(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରାମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ବାର୍ତ୍ତା ନେଇ ରବିବାର ସାନଖେମୁଣ୍ଡି ଅଞ୍ଚଳ ଖାଁ ଖାଁ ହୋଇପଡ଼ିଛି। ସହରରେ ଥିବା ଦେକାନ ବଜାର ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ଜରୁରିକାଳୀନ ସେବା ଯଥା ଅଗ୍ନିଶମ...

୩ ବିଦେଶ ଫେରନ୍ତାଙ୍କୁ ଆଇସୋଲେଶନରେ ରହିବାକୁ ପରାମର୍ଶ ଦେଲା ପ୍ରଶାସନ

ଭଞ୍ଜନଗର,୨୨।୩(ଡି.ଏନ୍‌.ଏ.): ଇଂଲଣ୍ଡ ଓ କୁଏତ୍‌ରୁ ୨ ଜଣ ଭଞ୍ଜନଗର ବାସିନ୍ଦା ଗତ ସପ୍ତାହରେ ଘରକୁ ଫେରିଥିବା ବେଳେ ଶନିବାର ଦୁବାଇରୁ ଆଉ ଜଣେ ଘରକୁ ଫେରିଛନ୍ତି। ସେମାନେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି। ତଥାପି ଘରେ ଅନ୍ୟମାନଙ୍କ ଠାରୁ ୧୪...

ଜନତା କର୍ଫ୍ୟୁ ଆହ୍ବାନ: ଚାରିଆଡ଼େ ଖାଁ ଖାଁ

ରାଜନଗର,୨୨।୩(ଡି.ଏନ୍‌.ଏ.): ମହାମାରୀ ରୂପ ଧାରଣ କରିଥିବା କରୋନା ଭୂତାଣୁଠାରୁ ଦୂରରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଆହ୍ବାନ ଦେଇଛନ୍ତି। ଏହି ଆହ୍ବାନକୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳରେ ସମ୍ପୂର୍ଣ୍ଣ ପାଳନ କରାଯାଇଛି। ସବୁବେଳେ ଜନଗହଳି ଲାଗି ରହୁଥିବା...

ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଲେ ଲୋକେ, ଦୋକାନ ବଜାର ବନ୍ଦ

ଉଦଳା,୨୨।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଏନ୍‌ଏସିରେ ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇ ରବିବାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଫଳରେ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ଛି। ଉଦଳା ବ୍ଲକ ଅଧୀନରେ ଥିବା ଗ୍ରାମାଞ୍ଚଳରେ ମଧ୍ୟ ଜନତା କର୍ଫ୍ୟୁର...

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କଲେ ଜନସାଧାରଣ: ରାଇକିଆରେ ରାସ୍ତାଘାଟ ଶୂନ୍‌ଶାନ୍‌

ରାଇକିଆ,୨୨।୩(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ନିବେଦନ କରାଯାଇ ଜନତା କର୍ଫ୍ୟୁ ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ କନ୍ଧମାଳ ଜିଲା ରାଇକିଆରେ ରବିବାର ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ସମସ୍ତ ଦୋକାନ ବଜାର ସ୍ବତଃପ୍ରବୃତ୍ତ ବନ୍ଦ...

ଜନତା କର୍ଫ୍ୟୁ ପ୍ରଭାବ: ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ପଦ୍ମପୁର,୨୨।୩(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଭଦ୍ରକ ଜିଲା ପଦ୍ମପୁର ଅଞ୍ଚଳରେ ଜନତା କର୍ଫ୍ୟୁର ପ୍ରଭାବ ରବିବାର ଦେଖିବାକୁ ମିଳିଛି। ନାୟକାଣୀଡିହି, ବିଦେଇପୁର, ଚାନ୍ଦିମାଳ, ରାଜଘରପୋଖରୀ, ଲକ୍ଷ୍ମୀଦାସପୁର, ସାବରଙ୍ଗ, ଇଚ୍ଛାପୁର ଆଦି ସ୍ଥାନରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି...

ଗର୍ଭବତୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲା ପୋଲିସ ପାଟ୍ରୋଲିଂ ଗାଡ଼ି

ଚିତ୍ରକୋଣ୍ଡା,୨୨।୩(ଡି.ଏନ୍‌.ଏ.): ମାଲକାନଗିର ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଯୋଡ଼ାମ୍ବ ଅଞ୍ଚଳରୁ ଜଣେ ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ବୋଟ୍‌ରେ ଆଣି ଘାଟ କୂଳରେ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ। ମାତ୍ର ପ୍ରସବ ଯନ୍ତ୍ରଣା ବଢ଼ିବାରୁ ପାଟ୍ରୋଲିଂରେ ଥିବା ପୋଲିସ ଗାଡ଼ି...

ଝାରସୁଗୁଡ଼ା, ବ୍ରଜରାଜନଗରରେ ଲକ୍‌ଡାଉନ୍‌: ରାସ୍ତାଘାଟ ଶୂନ୍‌ଶାନ, ବଜାର ଫାଙ୍କା

ଝାରସୁଗୁଡା ଅଫିସ,୨୨।୩- କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ରବିବାର ଦିନିକିଆ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ଏହାଛଡ଼ା ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଜିଲା ଓ ବିଭିନ୍ନ ସହର ସମେତ...

ଚୌଦ୍ୱାରରେ ଜନତା କର୍ଫ୍ୟୁ: ଦୋକାନ ବଜାର ବନ୍ଦ, ଚାଲୁ ରହିଛି ଜରୁରୀ ସେବା

ଚୌଦ୍ୱାର,୨୨।୩(ଡି.ଏନ୍‌.ଏ.):କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ସଚେତନ କରାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦଅ ମୋଦି ଜନତା କର୍ଫ୍ୟୁ ଲାଗି ନିବେଦନ କରିଥିଲେ। ଏହାର ପ୍ରଭାବ ରବିବାର କଟକ ଜିଲା ଚୌଦ୍ୱାରରେ ଦେଖିବାକୁ ମିଳିଛି। ଚୌଦ୍ୱାର ସମେତ ଅନ୍ୟ ସମସ୍ତ ଅଞ୍ଚଳରେ...

ବାପାଙ୍କୁ ହତ୍ୟାକରି ଆତ୍ମହତ୍ୟା କଲେ ପୁଅ

ଚୌଦ୍ୱାର,୨୨।୩(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସହରରେ ଘଟିଛି ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ଘଟଣାକୁ ନେଇ ପୁଅ ବାପାଙ୍କୁ ହତ୍ୟା କରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ମୃତ ବାପା ହେଲେ ଚୌଦ୍ୱାର ପୌରପାଳିକାର ୧୧...

ଜନତା କର୍ଫ୍ୟୁ: ଜରୁରିକାଳୀନ ସେବାକୁ ଛାଡ଼ି ସବୁ ବନ୍ଦ

ସରଣ୍ଡା,୨୨ା୩(ଡି.ଏନ୍‌.ଏ.): ସମଗ୍ର ବିଶ୍ୱ କରୋନା ସହ ସଂଘର୍ଷ କରୁଥିବାବେଳେ ଏହି ସଂକ୍ରମଣ ରୋକିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ କ୍ରମେ ରବିବାର ଦେଶବ୍ୟାପୀ ଚାଲିଥିବା ଜନତା କର୍ଫ୍ୟୁକୁ ସରଣ୍ଡାରେ ବିପୁଳ ଜନ ସମର୍ଥନ ଦେଖିବାକୁ ମିଳିଛି। ବରଗଡ଼ ଜିଲା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri