ଆମ ଜିଲା ଖବର

ଦାରିଙ୍ଗବାଡ଼ିରେ ଜନତା କର୍ଫ୍ୟୁର ପ୍ରଭାବ: ଦୋକାନ ବଜାର, ଗାଡ଼ିମୋଟର ଚଳାଚଳ ବନ୍ଦ; ରାସ୍ତାଘାଟ ଜନଶୂନ୍ୟ

ଦାରିଙ୍ଗବାଡି,୨୨।୩(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଞ୍ଚଳରେ ରବିବାର ଜନତାକର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ଦାରିଙ୍ଗବାଡି ସମେତ ସିମନବାଡି, ବ୍ରାହ୍ମଣୀଗାଁ, ଗଦାପୁର ସମେତ ୨୫ ପଞ୍ଚାୟତରେ ଏହାର ପ୍ରଭାବ ପଡିଛି । କାଁ ଭାଁ ସ୍ଥାନକୁ ଛାଡିଦେଲେ ଲୋକେ ସ୍ବତ୍ତପ୍ରବୃତ ଭାବେ...

କଟକଣାକୁ ବେଖାତିର: ବରୁଣେଇରେ ଭୋଜି

ଖୋର୍ଦ୍ଧା ଅଫିସ,୨୨।୩: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଧାର୍ମିକ ପୀଠ ଏବଂ ପର୍ଯ୍ୟଟନସ୍ଥଳରେ ଭୋଜିଭାତ ଏବଂ ପର୍ଯ୍ୟଟକଙ୍କ ଆଗମନ ଉପରେ କଟକଣା ଲଗାଯାଇଛି। ତେବେ ଜିଲାର ପ୍ରମୁଖ...

କଟକର ଆଉ ୨୦ ହୋଟେଲ୍‌ରେ କ୍ବାରାଣ୍ଟାଇନ୍‌ ସୁବିଧା

କଟକ ଅଫିସ,୨୨।୩: କଟକ ସହରର ଆଉ ୨୦ଟି ହୋଟେଲ୍‌ରେ କ୍ବାରାଣ୍ଟାଇନ୍‌ ସୁବିଧା କରାଯାଇଛି। ସିଏମ୍‌ସି ଏହି ପଦକ୍ଷେପ ନେଇଥିବାବେଳେ ଏଥିରେ ସହଯୋଗ କରିଛି ‘ଓୟୋ ରୁମ୍‌’। ଏହି ହୋଟେଲ୍‌ଗୁଡ଼ିକ ହେଲା ହୋଟେଲ୍‌ ବିଜୟ, ହୋଟେଲ୍‌ ନ୍ୟୁ ଜସ୍ମିମ୍‌, ହୋଟେଲ୍‌ ବାସନ୍ତୀ,...

ଏସ୍‌ସିବିରେ ବନ୍ଦ ରହିବ ନିୟମିତ ଅପରେଶନ

କଟକ ଅଫିସ, ୨୨।୩: କରୋନା ବିଶ୍ୱରେ ମହାମାରୀ ରୂପ ନେଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇ ଥିବା ଜନତା କର୍ଫ୍ୟୁର ପ୍ରଭାବ ଏସ୍‌ସିବି ମେଡିକାଲରେ ମଧ୍ୟ ପଡିବ। ଏହାକୁ ଦୃଷ୍ଟିରେ ରଖି ଏସ୍‌ସିବି ମେଡିକାଲରେ ହେବାକୁ ଥିବା ସମସ୍ତ ନିୟମିତ...

ଜନତା କର୍ଫ୍ୟୁ ସମର୍ଥନରେ ବାଲୁକା ଶିଳ୍ପୀ ମାନସ କୁମାରଙ୍କ ସ୍ୟାଣ୍ଡ ଆନିମେଶନ

ପୁରୀ ଅଫିସ,୨୨।୩: ମହାମାରୀ କରୋନାକୁ ନେଇ ଏବେ ସବୁଠି ଆତଙ୍କ। ସମଗ୍ର ବିଶ୍ୱ କରୋନା ସହିତ ଲଢ଼େଇ କରୁଥିବାବେଳେ ଭାରତ ବି ପ୍ରାଣମୂର୍ଚ୍ଛା ଚେଷ୍ଟା ଚଳାଇଛି। କିନ୍ତୁ ବେକାବୁ କରୋନା ଦିନକୁ ଦିନ ଅଧିକ ଉଗ୍ରରୂପ ଧାରଣ କରି ଗୋଟିଏ...

ନାକଚଣା ସ୍ପର୍ଶରେ କାଳିଆର ଅନୁଭବ

ପୁରୀ ଅଫିସ,୨୨।୩: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜିଲା ପ୍ରଶାସନ ନେଇଛି ଏକ ବଡ଼ ନିଷ୍ପତ୍ତି। ଶୁକ୍ରବାରଠାରୁ ବନ୍ଦ ରହିଛି ଶ୍ରୀମନ୍ଦିରରେ ଦର୍ଶନ। ଶନିବାର ଦ୍ୱିତୀୟ ଦିନରେ ବି କୌଣସି ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରୁ...

ବାହାର ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବେ ଅଙ୍ଗନୱାଡି କର୍ମୀ

ପୁରୀ ଅଫିସ,୨୨।୩: କରୋନା ଭୂତାଣୁ ସମ୍ପର୍କିତ ସଚେତନତା ଓ ମୁକାବିଲା ନିମନ୍ତେ ଶନିବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇଙ୍କ ଅଧ୍ୟକ୍ଷତାରେ ଏହି...

ଜଟଣୀ: ୧୯ ବିଦେଶ ଫେରନ୍ତା ହୋମ୍‌ ଆଇସୋଲେଶନ୍‌ରେ

ଜଟଣୀ/ଯାଁଳା,୨୨।୩(ଡି.ଏନ.ଏ.): ଜଟଣୀ ଥାନା ଅଞ୍ଚଳକୁ ଆଉ ୩ ଜଣ ବିଦେଶରୁ ଫେରିଥିବା ଶନିବାର ଜଣାପଡ଼ିଥିଲା। ସେମାନଙ୍କୁ ହୋମ୍‌ ଆଇସୋଲେଶନ୍‌ରେ ରଖାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଜିତେନ୍ଦ୍ର କୁମାର ପଣ୍ଡା କହିଛନ୍ତି। ଏହି ୩ ଜଣଙ୍କୁ ମିଶାଇ ଜଟଣୀରେ ୧୯...

ଜୀବନ ରକ୍ଷା ପାଇଁ ଲକ୍‌ଡାଉନ ଜରୁରୀ: ପୁରୀ ଜିଲାପାଳ

ପୁରୀ ଅଫିସ,୨୨।୩: କରୋନା ଭାଇରସ୍‌ର ଭୟାବହତାକୁ ଦେଖି ରାଜ୍ୟ ସରକାର ୫ଟି ଜିଲା ଏବଂ ୮ଟି ସହରାଞ୍ଚଳରେ ଲକ୍‌ ଡାଉନ ଘୋଷଣା କରିଛନ୍ତି। ଏହି ସହର ମଧ୍ୟରେ ପୁରୀ ରହିଛି। ଏହି ନିଷ୍ପତ୍ତି ବାସ୍ତବିକ କଷ୍ଟକର, କିନ୍ତୁ ଆମ ସମସ୍ତଙ୍କ...

ପରିବା ମାର୍କେଟ ବନ୍ଦ ଚର୍ଚ୍ଚା: ଜମିଲା ଭିଡ଼

ପୁରୀ ଅଫିସ,୨୨।୩: କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଲଢ଼େଇ ଜାରି ରଖିଛନ୍ତି। ରାଜ୍ୟରେ ୨ଜଣ ଆକ୍ରାନ୍ତ ଚିହ୍ନଟ ପରେ ଏହି ସଂଖ୍ୟା କିପରି ଆଗକୁ ନ ବଢିବ ସେଥିଲାଗି ଦିନକୁ ଦିନ ନୂଆ ନୂଆ କଟକଣା ଲଗାଉଛନ୍ତି।...

ଖାଁ ଖାଁ ଶ୍ରୀମନ୍ଦିର: ଏକା ଏକା ବସିଛନ୍ତି ମହାପ୍ରଭୁ, ଶ୍ରୀଅଙ୍ଗକୁ ଅଣ୍ଟୁନି ତୁଳସୀ, ଫୁଲ

ପୁରୀ ଅଫିସ,୨୨।୩: ଶ୍ରୀଜଗନ୍ନାଥ ଭକ୍ତ ବତ୍ସଳ ପୁଣି ଭାବର ଠାକୁର। ହେଲେ ଆଜି ଭକ୍ତ ନାହାନ୍ତି, ଏକା ଏକା ରତ୍ନସିଂହାନରେ ବସିଛନ୍ତି ମହାପ୍ରଭୁ। ନୀତିକାନ୍ତି ଚାଲିଛି, ସେବକମାନେ ସେବାପୂଜା କରୁଛନ୍ତି। ହେଲେ ଶ୍ରଦ୍ଧାଳୁଙ୍କ ବିନା  ଖାଁ ଖାଁ ଶ୍ରୀମନ୍ଦିର। ଆନନ୍ଦ...

ପରମ୍ପରା ଉପରେ କରୋନା ଅଙ୍କୁଶ

ସର୍ବଧର୍ମ ସମନ୍ବୟର ପ୍ରତୀକ ବରାହ-ବିରଜା କ୍ଷେତ୍ରର ସଂସ୍କୃତି, ପରମ୍ପରା ଓ ଐତିହାସିକ ପୀଠଗୁଡ଼ିକର ଅନେକ ପ୍ରସିଦ୍ଧ କାର୍ଯ୍ୟକ୍ରମ ଉପରେ କରୋନା ଅଙ୍କୁଶ ଲାଗିଛି। ଫଳରେ ଚଳିତ ବର୍ଷ ବାରୁଣୀ ମେଳା, ବାରବାଟୀ ବିଶ୍ୱଶାନ୍ତି ମହାଯଜ୍ଞ, ଶଙ୍ଖଚିଲା ହିଙ୍ଗୁଳା ଯଜ୍ଞ, ରାଛିପୁର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri