ଆମ ଜିଲା ଖବର

ହିତାଧିକାରୀଙ୍କ ଘରକୁ ଯାଇ ଦିଆଯିବ ଭତ୍ତା ଟଙ୍କା

ଛତ୍ରପୁର, ୨୦।୩(ଡି.ଏନ୍‌.ଏ.): କରୋନାକୁ ମୁକାବିଲା କରିବା ଲାଗି ସରକାର ଅନେକ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ହିତାଧିକାରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ପ୍ରଦାନ କରାଯାଉଥିବା ମାସିକ...

ଆଖଣ୍ଡଳମଣି ମନ୍ଦିରରେ ତାଲା: ନିରାଶ ହୋଇ ଫେରୁଛନ୍ତି ଭକ୍ତ

ଆରଡି,୨୦।୩,(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶୁକ୍ରବାର ପ୍ରଭାତରୁ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଗୁରୁବାର ରାତିରେ ଜିଲା ପ୍ରଶାସନ ମନ୍ଦିର ବନ୍ଦ ସଂକ୍ରାନ୍ତୀୟ ବିଜ୍ଞପ୍ତି ୪୦୦/୧୯.୦୩.୨୦ ଜାରି କରିଥିଲା। ସେଥିରେ...

କରୋନାଠାରୁ ସଚେତନ ରହିବାକୁ ପରାମର୍ଶ

ରାଜନଗର, ୨୦।୩(ଡି.ଏନ୍‌.ଏ.): କରୋନା ଭାଇରସ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି। ଏହାର ମୁକାବିଲା ପାଇଁ କେନ୍ଦ୍ରାପଡ଼ା ଜିଲା ବଙ୍ଗୋପସାଗର କୂଳବର୍ତ୍ତୀ ରାଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ୨୯ଟି...

ୟୁନିୟନ୍‌ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା

ପୁରୀ ଅଫିସ,୨୦।୩: ଘରୋଇ ୟେସ୍‌ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ)ରେ ରହିବ। ଏନେଇ କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ୟୁନିୟନ ବ୍ୟାଙ୍କକୁ ଚୟନ କରାଯାଇଛି। ୫.୭୫% ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ଜମା କରାଯିବ ବୋଲି ଶୁକ୍ରବାର...

ଘର ଉପରେ ବଜ୍ରପାତ: ଜଣେ ମୃତ,୨ଗୁରୁତର

ଠାକୁରମୁଣ୍ଡା,୨୦।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ନିକଟ ଜୁଡାମ୍ବ ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଏକ ଘର ଉପରେ ବଜ୍ରପାତ ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଦିଗଧର ପଞ୍ଚାୟତ ସୁନିନ୍ଦା ଗ୍ରାମର...

ବର୍ଷା, ପବନରେ ଦାରିଙ୍ଗବାଡ଼ି ବେହାଲ : ତହସିଲଦାର, ବିଡିଓଙ୍କ ଘଟଣାସ୍ଥଳ ପରିଦର୍ଶନ

ଦାରିଙ୍ଗବାଡ଼ି,୨୦।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ହୋଇଥିବା ବର୍ଷା, ପବନ ଏବଂ କୁଆପଥର ବୃଷ୍ଟିରେ ଅଞ୍ଚଳ ବେହାଲ ହୋଇପଡ଼ିଛି । ଏଥିରେ ବହୁ ଘର ଭାଙ୍ଗିବା ସହ କୁଆପଥର ମାଡ଼ରେ ଆଜବେଷ୍ଟ ଭାଙ୍ଗି ଯାଇ ଘରେ...

ସାକ୍ଷୀଗୋପାଳ ମନ୍ଦିରରେ କରୋନା କଟକଣା: ସିଂହଦ୍ୱାରରୁ ଫେରିଯାଉଛନ୍ତି ଭକ୍ତ

ସାକ୍ଷୀଗୋପାଳ, ୨୦।୩(ଡି.ଏନ.ଏ.): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାରଠାରୁ ସାକ୍ଷୀଗୋପାଳ ମନ୍ଦିରରେ କରୋନା ପାଇଁ କଟକଣା କରାଯାଇଛି। ସର୍ବସାଧରଣଙ୍କ ମନ୍ଦିର ପ୍ରବେଶକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ପାଳିଆ ସେବକ ଓ କର୍ମଚାରୀ ମାନେ ଦେବନିତୀ ସମ୍ପାଦନ ନିମନ୍ତେ ମନ୍ଦିରରେ...

୪୮ ଘଣ୍ଟାର ସଂଘର୍ଷ ପରେ ଜୀବନ ହାରିଲା ହାତୀ: ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ

ଖୋର୍ଦ୍ଧା ଅଫିସ,୨୦।୩: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଟାଙ୍ଗୀ ବନ ବିଭାଗ ରମ୍ଭାବିଲି ନିକଟ ବଘେଇପୁଟ ମୌଜାରୁ ବୁଧବାର ଅସୁସ୍ଥ ଅବସ୍ଥାରେ ଏକ ମାଈହାତୀକୁ ଉଦ୍ଧାର କରାଯାଇଥିଲା। ପ୍ରାୟ ୪୮ ଘଣ୍ଟାର ସଂଘର୍ଷ ପରେ ଗୁରୁବାର ବିଳମ୍ବିତ ରାତିରେ ତା’ର...

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଛେଣ୍ଡିପଦା,୨୦।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ତୁବେ ଗାଁ ଅନନ୍ତା ସାହିର ଏକ ପାଳଗଦା ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୁକ୍ରବାର ସକାଳେ ଏଠାରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ। ଖବର...

୩୨୮ ବର୍ଷ ପରେ ଇତିହାସର ପୁନରାବୃତ୍ତି: ଭଗବାନ୍‌ଙ୍କଠାରୁ ଭକ୍ତ ଅଲଗା

ପୁରୀ ଅଫିସ,୨୦ା୩: ଭକ୍ତ ପାଇଁ ଭଗବାନ। ଏମାନଙ୍କୁ କେହି ଅଲଗା କରିପାରିବେ ନାହିଁ। ଏମିତି ଆସ୍ଥା ଓ ବିଶ୍ୱାସ ନେଇ ପ୍ରତିଦିନ ଶ୍ରୀକ୍ଷେତ୍ରକୁ ହଜାର ହଜାର ଭକ୍ତ ଆସିଥାନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ନିଜ ମନର କଥା ଗୁହାରି...

ବାଲୁକାକଳାରେ ସୁଦର୍ଶନଙ୍କ ‘ପଖାଳ ଦିବସ’ ବାର୍ତ୍ତା: ଘରେ ରହି ଉପଭୋଗ କରନ୍ତୁ

ପୁରୀ ଅଫିସ,୨୦।୩: ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ଏକଦା ଗାଁ ଓ ଗରିବ ଲୋକଙ୍କର ଖାଦ୍ୟ ପଖାଳ ବୋଲି କୁହାଯାଉଥିଲା। ହେଲେ ଏବେ ସହରବାସୀ ମଧ୍ୟ ପଖାଳ ମୋହରେ। ବିଶେଷକରି ୨୦୧୧ରୁ ପଖାଳ ଦିବସ ପାଳନ...

ଶ୍ରୀମନ୍ଦିର ଟଙ୍କା ଫେରିବା ପ୍ରସଙ୍ଗ: ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ରାଜ୍ୟ ଭାଜପା

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଶ୍ରୀମନ୍ଦିର ଜମା ଅର୍ଥକୁ ରାଜ୍ୟ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନ ରଖି ୟେସ୍‌ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ ରଖିଥିଲେ। ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ରହିଥିଲା। ୟେସ୍‌ ବ୍ୟାଙ୍କ ସ୍ଥିତି ଖରାପ ହେବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri