ଆମ ଜିଲା ଖବର

ଗଞ୍ଜାମରୁ ଉଠିଲା ୧୪୪ ଧାରା: କୋଭିଡ-୧୯ ନିର୍ଦ୍ଦେଶନାମା ବଳବତ୍ତର

ଛତ୍ରପୁର, ୧୯।୩(ଡି.ଏନ୍‌.ଏ.)-କରୋନା ଭୟାବହତା ନେଇ ଗତ ୧୫ ତାରିଖରେ ଗଞ୍ଜାମ ଜ଼ିଲାରେ ଲାଗୁ ହୋଇଥିବା ୧୪୪ ଧାରାକୁ ବୁଧବାର ଜ଼ିଲାପାଳ ଉଠାଇ ଦେଇଛନ୍ତି। ଅପରପକ୍ଷେ କୋଭିଡ-୧୯ ରେଗୁଲସନ ୨୦୨୦ ଏବେ ବି ଜ଼ିଲାରେ ବଳବତ୍ତର ରହିଛି। ଏହାଫଳରେ ସାମାଜିକ କାର୍ଯ୍ୟକ୍ରମ,...

ରାଜନଗର ୨୯ ପଞ୍ଚାୟତରେ କରୋନା ସଚେତନତା ବୈଠକ

ରାଜନଗର,୧୯।୩(ଡି.ଏନ୍‌.ଏ.): ଏବେ ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣର ଭୟ। ଏଥିରୁ ନିଜକୁ ରକ୍ଷା କରିବା ଲାଗି ତଥା ସଂକ୍ରମିତଙ୍କଠାରୁ ଦୂରେଇ ରହିବା ପାଇଁ ଗୁରୁବାର କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ରାଜନଗର ବ୍ଲକର ୨୯ଟି ପଞ୍ଚାୟତରେ...

ଜମିବାଡ଼ିକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟଣା : ୪ କୋର୍ଟ ଚାଲାଣ

ଦାରିଙ୍ଗବାଡ଼ି,୧୯।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜମିବାଡ଼ିକୁ କେନ୍ଦ୍ରକରି ପ୍ରଥମେ ଗଣ୍ଡଗୋଳ ପରେ ମରଣାନ୍ତକ ଆକ୍ରମଣ ସହ ଜାତିଆଣ ଆକ୍ଷେପକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ କେସ୍‌ ନଂ. ୭୬/୧୯ରେ ଏକ ମାମଲା ରୁଜୁ କରି...

କରୋନା କଟକଣା: ବନ୍ଦହେଲା ଛତ୍ରପୁର ସାପ୍ତାହିକ ହାଟ

ଛତ୍ରପୁର,୧୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ ଗୁରୁବାର ସାପ୍ତାହିକ ହାଟକୁ ପ୍ରଶାସନ ବନ୍ଦ କରିଦେଇଛନ୍ତି। ପୂର୍ବରୁ ଏନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଫଳରେ ଗୁରୁବାର ହାଟସ୍ଥଳ ଶୂନଶାନ ହୋଇଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ସାପ୍ତାହିକ ହାଟ...

ବଜ୍ରପାତରେ ଯୁବତୀଙ୍କ ଜୀବନଗଲା

ଭଞ୍ଜନଗର,୧୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ହାତୀଗୁଡ଼ାରେ ଗୁରୁବାର ମଧ୍ୟାହ୍ନରେ ବଜ୍ରପାତ ଘଟି ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଛି। ସେ ହେଲେ ଟୁନି ପୋଲାଇ। ସେ ଜମିରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା। ଫଳରେ ସେ ଗୁରୁତର...

ଫେରିଲା ମହାପ୍ରଭୁଙ୍କ ଟଙ୍କା: ସୁଧ ସହ ୩୯୭.୨୩ କୋଟି ଦେଲା ୟେସ୍‌ ବ୍ୟାଙ୍କ

ପୁରୀ ଅଫିସ,୧୯।୩: ଫେରିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଘରୋଇ ୟେସ୍‌ ବ୍ୟାଙ୍କରୁ ଇ-ଟ୍ରାନ୍ସଫର ମାଧ୍ୟମରେ ଗୁରୁବାର ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଶ୍ରୀମନ୍ଦିର ଏସ୍‌ବିଆଇ ଆକାଉଣ୍ଟକୁ ଫେରିଛି। ୩୮୯ କୋଟି ମୂଳଜମା ସହ ୮...

କରୋନା ସଂକ୍ରମଣ ପ୍ରତିହତ ଲାଗି ଡବେରୀରେ ଗାଡ଼ିମୋଟର ଯାଞ୍ଚ

ଦାରିଙ୍ଗବାଡ଼ି,୧୯।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପକ୍ଷରୁ ମିଳିତ ଭାବେ ଡବେରୀଠାରେ ବ୍ଲକିଂ କରି କଡ଼ାକଡ଼ି ଭାବେ ଗାଡ଼ିମୋଟର ଯାଞ୍ଚ କରାଯାଉଛି। ରାଜ୍ୟ ବାହାରୁ ବିଶେଷକରି ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସୁଥିବା ବେଳେ ଏବେ ତାହା...

ତହସିଲଦାରଙ୍କ ବାସଭବନ ପରିସରରୁ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ

ବାଲିଗୁଡ଼ା,୧୯।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ତହସିଲଦାର ସୁଶ୍ରୀ କ୍ଷିରାବ୍ଧୀ ତନୟା ସାହୁଙ୍କ ବାସଭବନ ପରିସରରୁ ଦୁର୍ବୃତ୍ତମାନେ ଏକ ଛନ୍ଦନ ଗଛ କାଟିନେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ରାତିରେ ତହସିଲଦାରଙ୍କ ବାସଭବନ ପରିସରରେ ଥିବା ଚନ୍ଦନଗଛକୁ ଦୁର୍ବୃତ୍ତମାନେ କାଟିବା ସମୟରେ ତହସିଲଦାରଙ୍କ କବାଟରେ...

ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ହରାଇଲେ ପଦବୀ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ଅଧ୍ୟକ୍ଷା

ଦାରିଙ୍ଗବାଡ଼ି,୧୯।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ ନିଜ ପଦବୀ ପୁଣି ଥରେ ହରାଇଛନ୍ତି। ହାଇକୋର୍ଟ ତାଙ୍କ ପଦବୀକୁ ୧୩ ତାରିଖରେ ଅସିଦ୍ଧି ଘୋଷଣା କରିଛନ୍ତି। ପୂର୍ବରୁ ଏହି ମାମଲାରେ ଜିଲା ଦୌରାଜଜ୍‌ ବ୍ଲକ ଅଧ୍ୟକ୍ଷାଙ୍କ ସଭ୍ୟପଦ...

ଘୁଞ୍ଚିଲା ହାଇକୋର୍ଟ ବାର୍‌ ନିର୍ବାଚନ

କଟକ ଅଫିସ,୧୯।୩ : ଆସନ୍ତା ୨୮ତାରିଖରେ ହାଇକୋର୍ଟ ବାର୍‌ ସମେତ ରାଜ୍ୟର ସମସ୍ତ ବାର୍‌ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ କରୋନା ପାଇଁ ଘୁଞ୍ଚାଇ ଦିଆଯାଇଛି। ଏହି ନିର୍ବାଚନ ଏପ୍ରିଲ ୨୫ତାରିଖରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ...

ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ

କଟକ ଅଫିସ,୧୯।୩ : ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ୱାରା ଆୟୋଜିତ ଦଶମ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ ଗୁରୁବାରଠାରୁ ଆରମ୍ଭ ହେବ। ୬୧ଟି କେନ୍ଦ୍ରରେ ପ୍ରାୟ ୧୬ହଜାର ପରୀକ୍ଷକ ନିୟୋଜିତ ହୋଇଛନ୍ତି। ଖାତା ମୂଲ୍ୟାୟନ ପାଇଁ ସମସ୍ତ କେନ୍ଦ୍ରଗୁଡ଼ିକରେ...

ହକି ଟର୍ଫ

ରାଜ୍ୟ ସରକାର ହକି ଖେଳାଳିମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରାମାଞ୍ଚଳରେ ମିନି ଷ୍ଟାଡିୟମ ଓ ଖେଳ ପଡିଆ ଉନ୍ନତୀକରଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲାରେ ଏକ ମିନି ଷ୍ଟାଡିୟମ ନିର୍ମାଣ କରାଯାଇ ସେଠାରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri