ଆମ ଜିଲା ଖବର

କଲଭର୍ଟ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାଟଣା,୧୯ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରି ନିକଟରେ ଏକ କଲଭର୍ଟ ତଳୁ ଗୁରୁବାର ସକାଳୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ଚିଲିଦା ଗ୍ରାମର...

କୋଷ୍ଟଗାର୍ଡରେ ସାମିଲ ହେଲା ‘ଭରଦ୍‌’

ପାରାଦୀପ, ୧୯।୩ (ସ୍ବ.ପ୍ର.): ଉତ୍ତର-ପୂର୍ବ ଉପକୂଳ ସମୁଦ୍ର ସୀମାରେ ପାଟ୍ରୋଲିଂ ପାଇଁ ବୁଧବାର ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ)ରେ ଅତ୍ୟାଧୁନିକ ଯୁଦ୍ଧଜାହାଜ ‘ଭରଦ’ ସାମିଲ ହୋଇଛି। ବୁଧବାରଠାରୁ ଏହା ପାରାଦୀପସ୍ଥିତ ଓଡ଼ିଶା କୋଷ୍ଟଗାର୍ଡ ମୁଖ୍ୟାଳୟ-୭ରୁ ପାଟ୍ରୋଲିଂ ଆରମ୍ଭ କରିଛି ବୋଲି କୋଷ୍ଟଗାର୍ଡ...

ବିବାଦୀୟ ସ୍ଥାନରେ ଦୋକାନ ଅନୁମତି

ଅନୁଗୋଳ ଅଫିସ୍‌, ୧୯।୩: ଅନୁଗୋଳ ବସ୍‌ଷ୍ଟାଣ୍ଡ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ଏକ ବିବାଦୀୟ ସ୍ଥାନରେ ଦୋକାନ ଖୋଲିବାକୁ ପୌରପାଳିକା ପକ୍ଷରୁ ଅନୁମତି ଦିଆଯାଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ସେହି ସ୍ଥାନରେ ଏକ ଦୋକାନ ଖୋଲିବାକୁ ନେଇ ବିବାଦ...

ଖୋଲିବ ୨୩୫ କ୍ବାରାଣ୍ଟାଇନ୍‌ ହୋମ୍‌

ଅନୁଗୋଳ ଅଫିସ୍‌, ୧୯।୩: କରୋନା ସନ୍ଦିଗ୍ଧଙ୍କ ନିମନ୍ତେ ପ୍ରତି ଜିଲାରେ ପଞ୍ଚାୟତ ଓ ସଦର ମହକୁମାର ବିଦ୍ୟାଳୟଗୁଡ଼ିକରେ କ୍ବାରାଣ୍ଟାଇନ୍‌ ହୋମ ଖୋଲିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନୁଗୋଳରେ ମୋଟ୍‌ ୨୩୫ଟି କ୍ବାରାଣ୍ଟାଇନ୍‌ ହୋମ ଖୋଲିବ ବୋଲି...

କ୍ୱାରାଣ୍ଟାଇନରେ ୨୧ ଜଣ

ଅନୁଗୋଳ ଅଫିସ୍‌, ୧୯।୩: ବାହାର ରାଜ୍ୟ ତଥା ଦେଶରୁ ଅନୁଗୋଳକୁ ଫେରିଥିବା ମୋଟ ୨୧ ଜଣଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଏ ନେଇ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ଏବେ ସୁଦ୍ଧା କେବଳ ଅନୁଗୋଳ ସହରକୁ ୭...

ବିଦେଶ ଫେରନ୍ତାଙ୍କ ତଥ୍ୟ ସଂଗ୍ରହ

ଅନୁଗୋଳ ଅଫିସ୍‌, ୧୯।୩ : ଅନୁଗୋଳ ଜିଲାରେ କରୋନା ମୁକାବିଲା କରିବାକୁ ଜିଲା ପ୍ରଶାସନ ତପତ୍ର ହୋଇଛି। ବୁଧବାର ମୁଖ୍ୟ ଶାସନ ସଚିବଙ୍କ ସହ ଭିଡ଼ିଓ କନଫରେନ୍ସ ସରିବା ପରେ ଅଧିକାରୀମାନେ ସଜାଗ ରହିଛନ୍ତି। ବିଦେଶ ତଥା ଆକ୍ରାନ୍ତ ରାଜ୍ୟ ଫେରନ୍ତାଙ୍କ...

୫ଟଙ୍କା ନେଲା ସାଙ୍ଗ ଜୀବନ

କଣିହାଁ, ୧୯।୩(ଡି.ଏନ.ଏ.) ତାଳଚେର ବ୍ଲକ କଣିହାଁ ଥାନା ଅଧୀନ କୁମୁଣ୍ଡା ପଞ୍ଚାୟତ ଚିତ୍ତଲପୁର ଗ୍ରାମରେ ମଙ୍ଗଳବାର ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ବଚସାକୁ କେନ୍ଦ୍ର କରି ବନ୍ଧୁଙ୍କ ପଥର ମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ ଯାଇଛି। ମୃତକ...

ବାଟ ଦେଖାଇଛି ତରଭୁଜ ଚାଷ

ପାଲଲହଡ଼ା, ୧୯ା୩ (ଦିବ୍ୟଜ୍ୟୋତି ଦାସ ): ପାଠପଢ଼ା ସରିବା ପରେ ନ ଥିଲା ଚାକିରି ଆଶା। ଚାକିରି ଦୌଡ଼ରୁ ବାହାରି ଚାଷ ମୁହାଁ ହୋଇଥିଲେ। ଏଥିପାଇଁ ସାହାରା ଭାବେ ବାଛିଥିଲେ ଅନ୍ୟ ୪ ଜଣଙ୍କୁ। ୫ ଏକର ଜମିରୁ ଆରମ୍ଭ ହୋଇଥିବା...

ବନ୍ଦ ହେବ ୩୭୬ ପ୍ରାଥମିକ, ଉପ୍ରା ସ୍କୁଲ

ଅନୁଗୋଳ ଅଫିସ୍‌, ୧୯।୩: ପିଲା ଓ ଶିକ୍ଷକ ଶୂନ୍ୟ ସରକାରୀ ବିଦ୍ୟାଳୟ। ସାରା ରାଜ୍ୟରେ ଅନେକ ବିଦ୍ୟାଳୟରେ ଏପରି ସ୍ଥିତି ଲାଗି ରହିଥିବାବେଳେ ସରକାର ଏଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଫଳରେ ଅନୁଗୋଳ ଜିଲାରେ ପିଲା କମ୍‌...

୧୭ ୟୁନିଟ୍‌, ମୂଲ୍ୟାୟନ କରିବେ ୩୪୯ ଜଣ

ଅନୁଗୋଳ ଅଫିସ୍‌, ୧୯।୩: ଅନୁଗୋଳ ଜିଲାରେ ଗୁରୁବାରଠାରୁ ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ଅନୁଗୋଳ ଉଚ୍ଚ ବିଦ୍ୟାଳୟରେ ଏହି ମୂଲ୍ୟାୟନ କରାଯିବ ବୋଲି ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରୁ ସୂଚନା ମିଳିଛି। ମୋଟ ୧୭ଟି ୟୁନିଟ୍‌ରେ ୩୪୯ ଜଣ...

ନିର୍ଜୀବ ନନ୍ଦନକାନନ

ବଅଁରପାଳ,୧୯ା୩(ଉପେନ୍ଦ୍ର ରାଉତ) : ହ୍ରାସ ପାଉଛି ଜଙ୍ଗଲ। ଲୋପ ପାଉଛନ୍ତି ବିଭିନ୍ନ ଜୀବଜନ୍ତୁ, ସରୀସୃପ। ତେଣୁ ଜୀବ ପ୍ରତି ଦୟାଭାବ ଓ ବିରଳ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ...

ଦୋକାନୀ ମାନୁନାହାନ୍ତି ୧୪୪ ଧାରା

ଫୁଲବାଣୀ ଅଫିସ, ୧୯ା୩: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ମଙ୍ଗଳବାରଠାରୁ ଧାରା ୧୪୪ ଜାରି କରିଛି। ପ୍ରଚାର ଗାଡିରେ ମାଇକ ମାଧ୍ୟମରେ ଏହି ଧାରା କ’ଣ, ଜିଲା ପ୍ରଶାସନ କି ନିଷ୍ପତ୍ତିି ନେଇଛି ଏବଂ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri